OR/Prabhupada 0999 - ଆତ୍ମବିତ ଅର୍ଥ ଯିଏ ଆତ୍ମାକୁ ଜାଣିଛି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Oriya Pages - 207 Live Videos Category:Prabhupada 0999 - in all Languages Category:OR...") |
(Vanibot #0005: NavigationArranger - update old navigation bars (prev/next) to reflect new neighboring items) |
||
Line 9: | Line 9: | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages| | {{1080 videos navigation - All Languages|Oriya|OR/Prabhupada 0998 - ସମସ୍ତ ଜୀବମାନଙ୍କର କଲ୍ୟାଣ କରିବା ଏକ ସାଧୁର କର୍ତ୍ତବ୍ୟ|0998|OR/Prabhupada 1000 - ମାୟା ସର୍ବଦା ସୁଯୋଗର ଖୋଜରେ ଅଛି, ଛିଦ୍ର, କିପରି ତୁମକୁ ପୁଣି ଧରିବ|1000}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> |
Latest revision as of 07:15, 25 April 2021
730406 - Lecture SB 02.01.01-2 - New York
ବର୍ତ୍ତମାନ, ଏହି କୃଷ୍ଣ-ସଂପ୍ରଶ୍ନଃ, କୃଷ୍ଣଙ୍କ ବିଷୟରେ ଏହି ପ୍ରଶ୍ନ ଏବଂ ଉତ୍ତର, ଯଦି ଆମେ କେବଳ ଶୁଣିବା, ତାହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ସୁପାରିଶ । ସ୍ଥାନେ ସ୍ଥିତଃ ଶୃତି-ଗତାଂ ତନୁ-ବାନ-ମନୋଭିର । ତୁମେ ତୁମର ସ୍ଥିତିରେ ରୁହ, କିନ୍ତୁ ତୁମେ କୃଷ୍ଣଙ୍କ ବିଷୟରେ ଶୁଣିବାକୁ ଚେଷ୍ଟା କର । ତାହା ପରାମର୍ଶିତ । କେବଳ ତୁମେ ଏହି ମନ୍ଦିରକୁ ଆସି କୃଷ୍ଣଙ୍କ ବିଷୟରେ ଶୁଣିବାକୁ ଚେଷ୍ଟା କର, ସ୍ଥାନେ ସ୍ଥିତଃ ଶୃତି-ଗତାଂ ତନୁ-ବାନ । ତାହା ଶୁଦ୍ଧ କରିବ । କୃଷ୍ଣ-କୀର୍ତ୍ତନ, କୃଷ୍ଣଙ୍କର ନାମ ଏତେ ଶକ୍ତିଶାଳୀ, ଯଦି ଆପଣ "କୃଷ୍ଣ, କୃଷ୍ଣ, କୃଷ୍ଣ, କୃଷ୍ଣ, କୃଷ୍ଣ" ଶୁଣନ୍ତି, ତେବେ ଆପଣ ଶୁଦ୍ଧ ହୋଇଯିବେ । ତୁମେ ଶୁଦ୍ଧ ହୁଅ । ତେଣୁ କୁହାଯାଏ, ବରୀୟାନ ଏଶ ତେ ପ୍ରଶ୍ନଃ କୃତୋ ଲୋକ-ହିତଂ ନୃପ, ଆତ୍ମବିତ-ସମ୍ମତଃ (ଭା.୨.୧.୧)। ଆତ୍ମବିତ ଏହା ନୁହେଁ ଯେ ମୁଁ କେବଳ ପ୍ରଶଂସା କରୁଛି । ଆତ୍ମବିତ-ସମ୍ମତଃ । ସବୁ ମହାନ ବ୍ୟକ୍ତି ଯିଏ ଆତ୍ମ-ହୃଦୟଙ୍ଗମ କରିଛନ୍ତି, ଆତ୍ମବିତ । ଆତ୍ମବିତର ଅର୍ଥ ହେଉଛି ଯିଏ ଆତ୍ମା କଣ ଜାଣନ୍ତି । ସାଧାରଣ ଲୋକ, ସେମାନେ ଆତ୍ମା କଣ ଜାଣନ୍ତି ନାହିଁ । କିନ୍ତୁ ଆତ୍ମବିତର ଅର୍ଥ ହେଉଛି ଯିଏ ଆତ୍ମା କଣ ଜାଣନ୍ତି, ଅହଂ ବ୍ରହ୍ମସ୍ମି, "ମୁଁ ଆତ୍ମା, ମୁଁ ଏହି ଶରୀର ନୁହେଁ।" ଏବଂ ଯିଏ ଏହି ଆତ୍ମ-ତତ୍ତ୍ୱ ବିଷୟରେ ଭଲ ଭାବରେ ପରିଚିତ । ତେଣୁ ଯଦି କେହି ଏହି ଆତ୍ମ-ତତ୍ତ୍ୱ ବିଷୟରେ ଅବଗତ ନ ହୁଅନ୍ତି, ସେ ଯାହା କରୁଛନ୍ତି, ସେ ବିଫଳ ହେଉଛନ୍ତି । ସେମାନେ ଦେଖୁଛନ୍ତି... ସାଧାରଣତଃ ଲୋକମାନେ, ସେମାନେ ଏହା ଭାବୁଛନ୍ତି । "ମୁଁ ବର୍ତ୍ତମାନ ଏହି ବଡ ଆକାଶ ଛୁଆ ବିଲ୍ଡିଂ ନିର୍ମାଣ କରୁଛି। ମୁଁ ସଫଳ ହୋଇଛି। ମୁଁ ରୋଥଚିଲ୍ଡ ହୋଇସାରିଛି, ମୁଁ ଫୋର୍ଡ ହୋଇସାରିଛି। " ତାହା ଆତ୍ମବିତ ନୁହେଁ । ଆତ୍ମବିତ... କାରଣ ସେ ଭୌତିକତା ଅନୁସାରେ ଧନଵାନ, ଏହାର ଅର୍ଥ ଆତ୍ମବିତ ନୁହେଁ । ତାହା ହେଉଛି ଏକ ବିଷୟ ଯାହା ପରବର୍ତ୍ତୀ ଶ୍ଳୋକରେ, ପଶ୍ୟତାଂ ଆତ୍ମ-ତତ୍ତ୍ୱଂ (ଭା.୨.୧.୨) ରେ ଆଲୋଚନା ହେବ । ଯିଏ ତାଙ୍କର ଆତ୍ମାକୁ ଦେଖିପାରୁ ନାହିଁ: ଗୃହେଷୁ ଗୃହ-ମେଦିନାମ । ଏହି ଭୌତିକବାଦୀ ଜୀବନଶୈଳୀରେ ସେମାନେ ବନ୍ଧିତ, ଗୃହେଷୁ ଗୃହ-ମେଦିନାମ । ସେମାନଙ୍କର ଅବସ୍ଥା ବହୁତ... ବାସ୍ତବରେ ଏହା ହେଉଛି ସମଗ୍ର ବିଶ୍ୱର ସ୍ଥିତି । ସେମାନେ ଆତ୍ମବିତ ନୁହଁନ୍ତି । ସେମାନେ ଆତ୍ମ-ତତ୍ତ୍ୱଂ କୁ ପଚାରନ୍ତି ନାହିଁ; ତେଣୁ ସେମାନେ କମ୍ ବୁଦ୍ଧିମାନ ଅଟନ୍ତି । ବିମାନ ବନ୍ଦରରେ ମୁଁ କହୁଛି ଯେ, ଆମର ପ୍ରଚାର ହେଉଛି ଲୋକଙ୍କୁ ଅଧିକ ବୁଦ୍ଧିମାନ କରିବା । ସେମାନେ ହୁଏତ ଏହାକୁ ଅତି ସୁନ୍ଦର ଭାବରେ ନେଇ ନଥିବେ । ସେମାନେ ଭାବିଲେ ଯେ ଏହି ଗରିବ ସ୍ଵାମୀ ଆମକୁ ବୁଦ୍ଧିମାନ କରିବାକୁ ଆସିଛନ୍ତି। କିନ୍ତୁ ବାସ୍ତବରେ ତାହା ହେଉଛି ସତ୍ୟ । ତାହା ହେଉଛି ସତ୍ୟ । ଏହା ବୁଦ୍ଧି ନୁହେଁ, ଜୀବନର ଶାରୀରିକ ଧାରଣା, ଶାରୀରିକ ଆରାମ ପାଇଁ ମୁଁ ମୋର ପୁରା ଜୀବନକୁ ନଷ୍ଟ କରିଦେଉଛି, ଏବଂ ପରେ ଏହି ଶରୀର ତ୍ୟାଗ କରିବା ପରେ ମୁଁ ବିଲେଇ ଓ କୁକୁର ହୋଇଯାଏ। ତେବେ ସେହି ବୁଦ୍ଧି କ'ଣ? ଏହା ବହୁତ ଭଲ ବୁଦ୍ଧିକି?
ବାସ୍ତବରେ ଏହା ଘଟିଛି । ମୁଁ ଆଲୋଚନା କରିବାକୁ ଇଚ୍ଛା କରେ ନାହିଁ । ଆମର ଗୁରୁଭାଇ, ଶ୍ରୀଧର ମହାରାଜା କୁହନ୍ତି... ସେ ଏକ ସମ୍ବାଦପତ୍ରରୁ କହୁଥିଲେ । ଆମର ଜଣେ ମହାନ ରାଜନେତା, ଭାରତରେ, ସେ ବର୍ତ୍ତମାନ ସ୍ୱିଡେନରେ ଏକ କୁକୁର ପାଲଟିଛନ୍ତି। ଏହା ପ୍ରକାଶିତ ହୋଇଛି । ଭାରତର କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ପଚରାଯାଇଥିଲା ଏବଂ ସେ ଉତ୍ତର ଦେଇଛନ୍ତି, ଏବଂ ଏହାର ଗୋଟିଏ ଉତ୍ତର ହେଉଛି, "ଏହିପରି ରାଜନେତା, ସେ ବର୍ତ୍ତମାନ ସ୍ୱିଡେନର ଜଣେ ଭଦ୍ରଲୋକଙ୍କ ଦୁଇଟି କୁକୁର ମଧ୍ୟରୁ ଜଣେ। " ତୁମେ ଦେଖ । ତେଣୁ ଏଥର, ଏହି ଜୀବନରେ ମୁଁ ବହୁତ ବଡ ମଣିଷ ହୋଇପାରେ, କିମ୍ବା ବଡ ରାଜନେତା, ବଡ କୂଟନୀତିଜ୍ଞ, ବଡ ବ୍ୟବସାୟୀ, କିନ୍ତୁ ପରବର୍ତ୍ତୀ ଜୀବନ, ତୁମର ମୃତ୍ୟୁ ପରେ, ଏହା ... ତୁମର ବଡ, ଏହି ଭୌତିକତାର ମହାନତା ତୁମକୁ ସାହାଯ୍ୟ କରିବ ନାହିଁ । ତାହା ଆପଣଙ୍କ କାର୍ଯ୍ୟ ଉପରେ ନିର୍ଭର କରିବ, ଏବଂ ପ୍ରକୃତି ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀର ପ୍ରଦାନ କରିବ, ଆପଣଙ୍କୁ ଗ୍ରହଣ କରିବାକୁ ପଡିବ । ଅବଶ୍ୟ ତୁମେ ଭୁଲିଯିବ । ତାହା ହେଉଛି ପ୍ରକୃତି ଦ୍ୱାରା ଦିଆଯାଇଥିବା ରିହାତି । ଯେପରି ଆମର ଅତୀତ ଜୀବନରେ ଆମେ କ'ଣ ଥିଲୁ ତାହା ମନେ ନାହିଁ । ଯଦି ମୋର ମନେ ଅଛି ଯେ ମୋର ଅତୀତ ଜୀବନରେ ମୁଁ ଜଣେ ରାଜା ଥିଲି, ବର୍ତ୍ତମାନ ମୁଁ ଏକ କୁକୁର ହୋଇଗଲି, ତା’ହେଲେ କେତେ ଯନ୍ତ୍ରଣା ହେବ । ତେଣୁ ପ୍ରକୃତିର ନିୟମ ଦ୍ୱାରା ଜଣେ ଭୁଲିଯାଏ । ଏବଂ ମୃତ୍ୟୁ ଅର୍ଥ ହେଉଛି ଭୁଲିଯିବା । ମୃତ୍ୟୁ ଅର୍ଥ ଏହି ଭୁଲିଯିବା ।