OR/Prabhupada 1007 - ଯେତେ ଦୂର କୃଷ୍ଣ ଭାବାନାମୃତ ବିଷୟ, ଆମେ ସମାନ ଭାବରେ ବଣ୍ଟନ କରୁ: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 9: Line 9:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 1006 - We Are Not Introducing Caste System|1006|Prabhupada 1008 - My Guru Maharaja Ordered Me 'Go and preach this cult in the Western countries'|1008}}
{{1080 videos navigation - All Languages|Oriya|OR/Prabhupada 1006 - ଆମେ ଜାତି ପ୍ରଣାଳୀ ଉପସ୍ଥାପନ କରୁନାହୁଁ|1006|OR/Prabhupada 1008 - ମୋର ଗୁରୁ ମହାରାଜା ମୋତେ ନିର୍ଦ୍ଦେଶ ଦେଇଛନ୍ତି 'ଯାଅ ଏବଂ ପାଶ୍ଚାତ୍ୟ ଦେଶରେ ଏହି ଧର୍ମ ପ୍ରଚାର କର'|1008}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:13, 19 June 2021



750713 - Conversation B - Philadelphia

ଯେତେ ଦୂର କୃଷ୍ଣ ଭାବାନାମୃତ ବିଷୟ, ଆମେ ସମାନ ଭାବରେ ବଣ୍ଟନ କରୁ ।

ସାଣ୍ଡି ନିକ୍ସନ୍: ସେହି ଲାଇନରେ ଆଉ ଏକ ଅଛି । ସେହି ଧାଡିରେ ଆଉ ଏକ ପ୍ରକାର ଅଛି । କ’ଣ, ମହିଳାଙ୍କ ଲିବ୍ ବିଷୟରେ ଆପଣ କିପରି ଅନୁଭବ କରନ୍ତି? (ହସି) ଜୟତୀର୍ଥ: ସେ ମହିଳାଙ୍କ ମୁକ୍ତି ବିଷୟରେ ଜାଣିବାକୁ ଚାହାଁନ୍ତି । ମହିଳା ମୁକ୍ତି ବିଷୟରେ ଆମର ଅନୁଭବ କ’ଣ?

ପ୍ରଭୁପାଦ: ମୁଁ ଆଲୋଚନା କରିବାକୁ ଚାହେଁ ନାହିଁ କାରଣ ... (ହସ) ସେମାନେ... ଯେହେତୁ ତୁମେ ପଚାରିଲ, ମୁଁ ବୁଝାଇପାରେ, ବୁଦ୍ଧିମାନ ପୁରୁଷ ଦ୍ୱାରା କିପରି ମୂର୍ଖ ମହିଳାମାନେ ପ୍ରତାରତ ହେଉଛନ୍ତି । ଆପଣ ଦେଖୁଛନ୍ତି କି? ମହିଳା ଭକ୍ତ: ଶ୍ରୀଲ

ପ୍ରଭୁପାଦ ହରେ କୃଷ୍ଣ ଜପ କରୁଥିବା ସମସ୍ତଙ୍କୁ ମୁକ୍ତ କରୁଛନ୍ତି ।

ପ୍ରଭୁପାଦ: ସେମାନେ ଦେଇଛନ୍ତି... ତୁମ ଦେଶରେ, ସେମାନେ ତୁମକୁ ସ୍ୱାଧୀନତା ଦେଇଛନ୍ତି । ସ୍ୱାଧୀନତାର ଅର୍ଥ ସମାନ ଅଧିକାର, ନୁହେଁ କି? ପୁରୁଷ ଏବଂ ମହିଳା ସମାନ ଅଧିକାର ପାଇଛନ୍ତି।

ସାଣ୍ଡି ନିକ୍ସନ୍: ସେମାନେ ଏହି ଦେଶରେ ଚେଷ୍ଟା କରୁଛନ୍ତି ।

ପ୍ରଭୁପାଦ: ଠିକ୍ ଅଛି, ଚେଷ୍ଟା କରୁଛି । କିନ୍ତୁ ହେ ନାରୀମାନେ, ତୁମେ ଦେଖି ପାରୁ ନାହଁ, ଯେ ଏହି ତଥାକଥିତ ସମାନ ଅଧିକାର ଅର୍ଥ ହେଉଛି ମହିଳାଙ୍କୁ ପ୍ରତାରଣା କରିବା । ବର୍ତ୍ତମାନ ମୁଁ ଅଧିକ ସ୍ପଷ୍ଟ ଭାବରେ କହୁଛି ଯେ ଜଣେ ମହିଳା ଏବଂ ପୁରୁଷ ଭେଟନ୍ତି । ବର୍ତ୍ତମାନ ସେମାନେ ପ୍ରେମିକ ହୋଇଗଲେ । ତା’ପରେ ସେମାନେ ଯୌନ ସମ୍ପର୍କ ରଖନ୍ତି, ଏବଂ ସ୍ତ୍ରୀ ଗର୍ଭବତୀ ହୁଏ, ଏବଂ ପୁରୁଷ ଚାଲିଯାଏ । ସରଳ ମହିଳା, ତାଙ୍କୁ ଶିଶୁର ଦାୟିତ୍। ନେବାକୁ ପଡିବ, ଏବଂ ସରକାରକୁ ଭିକ୍ଷା ମାଗିବ, "ଦୟାକରି ମୋତେ ଟଙ୍କା ଦିଅନ୍ତୁ"। ଏହା ତୁମର ସ୍ୱାଧୀନତା । ଏହା ସ୍ୱାଧୀନତା ବୋଲି ଆପଣ ସ୍ୱୀକାର କରନ୍ତି କି? ତାହା ହେଉଛି, ପୁରୁଷ ମହିଳାଙ୍କୁ ଗର୍ଭବତୀ କରେ ଏବଂ ସେ କୌଣସି ଦାୟିତ୍ଵ ବିନା ଚାଲିଯାଏ, ସ୍ତ୍ରୀ ପିଲାଟିକୁ ଛାଡ଼ି ପାରିବ ନାହିଁ। ସେ ରକ୍ଷଣାବେକ୍ଷଣ କରନ୍ତି, ସରକାରଙ୍କଠାରୁ ଭିକ ମାଗି ନଚେତ ସେ ପିଲାଟିକୁ ମାରିବାକୁ ଚେଷ୍ଟା କରନ୍ତି? ଆପଣ ଭାବନ୍ତି କି ଏହା ବହୁତ ଭଲ ସ୍ୱାଧୀନତା? ଆପଣଙ୍କ ଉତ୍ତର କ’ଣ?

ଆନ୍ ଜ୍ୟାକ୍ସନ୍: ପିଲାକୁ ମାରିବା ଭଲ କି ନୁହେଁ? ଏହା ପ୍ରଶ୍ନ କି?

ପ୍ରଭୁପାଦ: ହଁ, ସେମାନେ ବର୍ତ୍ତମାନ ହତ୍ୟା କରୁଛନ୍ତି, ଗର୍ଭପାତ । ରବିନ୍ଦ୍ର-ସ୍ଵରୂପ: ସେ ଜାଣିବାକୁ ଚାହାଁନ୍ତି, ଏଇ ପ୍ରକାର ସ୍ୱାଧୀନତା ।

ଆନ୍ ଜ୍ୟାକ୍ସନ୍: ପିଲା ପାଇଁ? ରବିନ୍ଦ୍ର-ସ୍ଵରୂପ: ମହିଳାଙ୍କ ପାଇଁ ।

ପ୍ରଭୁପାଦ: ମହିଳାଙ୍କ ପାଇଁ ।

ରବିନ୍ଦ୍ର-ସ୍ଵରୂପ: ଏହା ହେଉଛି ସ୍ୱାଧୀନତା । ତାଙ୍କର ଜଣେ ପୁରୁଷ ସହିତ ସମ୍ପର୍କ ହେଲା, ଏବଂ ସେ ଗର୍ଭବତୀ ହୁଅନ୍ତି । ଲୋକଟି ଚାଲିଗଲା । ତା’ପରେ ପିଲାଟିକୁ ପାଳନ କରିବା ପାଇଁ ତାଙ୍କୁ ସରକାରଙ୍କଠାରୁ ଭିକ୍ଷା ମାଗିବାକୁ ପଡିବ ...

ପ୍ରଭୁପାଦ: କିମ୍ବା ହତ୍ୟା

ରବିନ୍ଦ୍ର-ସ୍ଵରୂପ: କିମ୍ବା ସେ ପିଲାଟିକୁ ହତ୍ୟା କରେ । ତେବେ ତାହା ଭଲ କି ଖରାପ?

ଆନ୍ ଜ୍ୟାକ୍ସନ୍: ଆଚ୍ଛା, ସେ ପସନ୍ଦ କରିଛନ୍ତି...

ପ୍ରଭୁପାଦ: ଏହାର ଅର୍ଥ ହେଉଛି ଚବିଶ ଆଉନ୍ସ । ତୁମେ ନିଜ ପିଲାକୁ ମାରିବା ପାଇଁ ତୁମର ପସନ୍ଦ କରିଛ । ଏହା ବହୁତ ଭଲ ପସନ୍ଦ କି?

ସାଣ୍ଡି ନିକ୍ସନ୍: ଆପଣ କରିଥିବା ସବୁଠାରୁ ଖରାପ ଅପରାଧ ।

ଜୟତୀର୍ଥ: ତା’ର ମସ୍ତିଷ୍କ ବଡ ହେବାରେ ଲାଗିଛି । (ହସି)

ପ୍ରଭୁପାଦ: ଆପଣ ଭାବୁଛନ୍ତି କି ଏହା ବହୁତ ଭଲ ବ୍ୟବସାୟ? ହୁଁ?

ଆନ୍ ଜ୍ୟାକ୍ସନ୍: ମୁଁ ଭାବୁଛି ଏହା ଏକ ଜଟିଳ ପ୍ରଶ୍ନ ।

ପ୍ରଭୁପାଦ: ତେଣୁ ମୁଁ କହୁଛି ସେମାନେ ସ୍ୱାଧୀନତା ନାମରେ ତୁମକୁ ପ୍ରତାରଣା କରୁଛନ୍ତି । ଯାହା ତୁମେ ବୁଝି ପାରୁନାହଁ । ତେଣୁ ଚବିଶ ଆଉନ୍ସ । ସେମାନେ ତୁମକୁ ପ୍ରତାରଣା କରୁଛନ୍ତି, ଏବଂ ତୁମେ ସ୍ୱାଧୀନ ବୋଲି ଭାବୁଛ ।

ସାଣ୍ଡି ନିକ୍ସନ୍: ସ୍ୱାଧୀନତା ସହିତ ଆସୁଥିବା ଦାୟିତ୍ଵକୁ ସେମାନେ ଭୁଲିଯାଆନ୍ତି ।

ପ୍ରଭୁପାଦ: ହଁ, ସେମାନେ ଦାୟିତ୍ଵ ଗ୍ରହଣ କରନ୍ତି ନାହିଁ । ସେମାନେ ଚାଲିଯାଆନ୍ତି । ସେମାନେ ଉପଭୋଗ କରନ୍ତି ଏବଂ ଚାଲିଯାଆନ୍ତି । ଏବଂ ମହିଳାଙ୍କୁ ଦାୟିତ୍ଵ ନେବାକୁ ପଡେ, ପିଲାଟିକୁ ହତ୍ୟା କର କିମ୍ବା ଭିକ ମାଗି ପାଳନ କର । ତୁମେ ଭିକ ମାଗିବା ବହୁତ ଭଲ ବୋଲି ଭାବୁଛ କି? ଭାରତରେ, ସେମାନେ ଦାରିଦ୍ର୍ୟର ଶିକାର ହୋଇଥିଲେ ମଧ୍ୟ ତଥାପି ସେମାନେ ସ୍ୱାଧୀନ ରୁହନ୍ତି ନାହିଁ । ସେମାନେ ସ୍ୱାମୀଙ୍କ ଅଧୀନରେ ରୁହନ୍ତି ଏବଂ ସ୍ୱାମୀ ସମସ୍ତ ଦାୟିତ୍ଵ ଗ୍ରହଣ କରନ୍ତି । ତେଣୁ ତାଙ୍କୁ ପିଲାଟିକୁ ମାରିବାକୁ ପଡିବ ନାହିଁ କିମ୍ବା ପିଲାଟିର ରକ୍ଷଣାବେକ୍ଷଣ ପାଇଁ ଭିକ ମାଗିବାକୁ ପଡିବ ନାହିଁ। ତେବେ ସ୍ୱାଧୀନତା କ’ଣ? ସ୍ୱାମୀଙ୍କ ଅଧୀନରେ ରହିବା ସ୍ୱାଧୀନତା ନା ସମସ୍ତଙ୍କ ଦ୍ୱାରା ଉପଭୋଗ କରିବାକୁ ମୁକ୍ତ ହେବା?

ସାଣ୍ଡି ନିକ୍ସନ୍: ଯାହା ବି ହେଉ ସ୍ୱାଧୀନତା ସେଠାରେ ନାହିଁ । ସ୍ୱାଧୀନତା ସେହିଠାରେ ନୁହେଁ ।

ପ୍ରଭୁପାଦ: ତେଣୁ ସ୍ୱାଧୀନତା ନାହିଁ; ତଥାପି, ସେମାନେ ଭାବନ୍ତି ଯେ ସେମାନଙ୍କର ସ୍ୱାଧୀନତା ଅଛି । ଏହାର ଅର୍ଥ ହେଉଛି କିଛି ନିବେଦନ ଅନୁଯାୟୀ ପୁରୁଷମାନେ ମହିଳାମାନଙ୍କୁ ପ୍ରତାରଣା କରୁଛନ୍ତି, କେବଳ ସେତିକି । ତେଣୁ ସ୍ଵାଧୀନତା ନାମରେ ସେମାନେ ଅନ୍ୟ ଶ୍ରେଣୀ ଦ୍ୱାରା ପ୍ରତାରଣା ହେବାକୁ ରାଜି ହୋଇଛନ୍ତି। ଏହା ହେଉଛି ପରିସ୍ଥିତି ।

ସାଣ୍ଡି ନିକ୍ସନ୍: ଏହା ସତ୍ତ୍ଵେ ମହିଳାମାନେ କୃଷ୍ଣଙ୍କୁ ଜାଣିପାରିବେ କି...

ପ୍ରଭୁପାଦ: ଆମର ଏପରି ପ୍ରଭେଦ ନାହିଁ ।

ସାଣ୍ଡି ନିକ୍ସନ୍: କୌଣସି ପ୍ରଭେଦ ନାହିଁ...

ପ୍ରଭୁପାଦ: ଆମେ ମହିଳା ଏବଂ ପୁରୁଷଙ୍କୁ ସମାନ ଭାବରେ କୃଷ୍ଣ ଭାବାନାମୃତ ଦେଇଥାଉ । ଆମେ ସେପରି କୌଣସି ପାର୍ଥକ୍ୟ କରୁନାହୁଁ । କିନ୍ତୁ ପୁରୁଷଙ୍କ ଦ୍ୱାରା ଏହି ଶୋଷଣରୁ ସେମାନଙ୍କୁ ରକ୍ଷା କରିବା ପାଇଁ, ଆମେ କିଛି ଶିଖାଉ, ଯେ "ତୁମେ ଏହିପରି କର । ତୁମେ ସେପରି କର । ତୁମେ ବିବାହିତ ରୁହ । ସ୍ଥିର ରୁହ । ସ୍ୱାଧୀନ ଭାବରେ ଭ୍ରମଣ କର ନାହିଁ" । ଆମେ ସେମାନଙ୍କୁ ସେପରି ଶିକ୍ଷା ଦେଉ । କିନ୍ତୁ ଯେପର୍ଯ୍ୟନ୍ତ କୃଷ୍ଣ ଭାବାନାମୃତ ବିଷୟରେ ଚିନ୍ତାକରାଯାଏ, ଆମେ ସମାନ ଭାବରେ ବଣ୍ଟନ କରୁ । ଏପରି କୌଣସି ଜିନିଷ ନାହିଁ ଯେ "ଓହ, ତୁମେ ନାରୀ, କମ୍ ବୁଦ୍ଧିମାନ କିମ୍ବା ଅଧିକ ବୁଦ୍ଧିମାନ । ତେଣୁ ତୁମେ ଆସିପାରିବ ନାହିଁ ।" ଆମେ ତାହା କହୁନାହୁଁ । ଆମେ ମହିଳା, ପୁରୁଷ, ଗରିବ, ଧନୀ, ସମସ୍ତଙ୍କୁ ସ୍ୱାଗତ କରୁ, କାରଣ ସେହି ପ୍ଲାଟଫର୍ମରେ ସମାନତା ଅଛି । ବିଦ୍ୟାବିନୟସମ୍ପନ୍ନେ ବ୍ରାହ୍ମଣେ ଗବି ହସ୍ତିନି । ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ॥ (ଭ.ଗୀ. ୫.୧୮) । ଆମେ କାହାକୁ ମନା କରୁନାହୁଁ । ତାହା ହେଉଛି ସମାନତା ।