OR/Prabhupada 0519 - ତେଣୁ କୃଷ୍ଣ ଭାବନାମୃତ ବ୍ୟକ୍ତି, ସେମାନେ କୌଣସି ପରୀ ବା କାଳ୍ପନିକ କାହାଣୀ ପଛରେ ନାହାନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0519 - in all Languages Category:OR-Quotes - 1968 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 8: Line 8:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0518 - The Four Functions of Conditional Life Means Birth, Death, Old Age, and Disease|0518|Prabhupada 0520 - We are Chanting, We are Hearing, We are Dancing, We're Enjoying. Why?|0520}}
{{1080 videos navigation - All Languages|Oriya|OR/Prabhupada 0518 - ବଦ୍ଧ ଜୀବନର ଚାରୋଟି କାର୍ଯ୍ୟ ହେଉଛି ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ|0518|OR/Prabhupada 0520 - ଆମେ ଜପ କରୁଛୁ, ଶୁଣୁଛୁ, ନାଚୁଛୁ, ଉପଭୋଗ କରୁଛୁ । କାହିଁକି?|0520}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:44, 28 June 2021



Lecture on BG 7.1 -- Los Angeles, December 2, 1968

ଭଗବାନ କ’ଣ, ଭଗବାନଙ୍କ ପ୍ରକୃତି କ’ଣ ଜାଣିବା ପାଇଁ ସମସ୍ତେ ଉତ୍କଣ୍ଠିତ । କେହି କେହି କୁହନ୍ତି ଭଗବାନ ନାହାଁନ୍ତି, କେହି କେହି ଭଗବାନ ମରିଯାଇଛନ୍ତି ବୋଲି କୁହନ୍ତି । ଏସବୁ ସନ୍ଦେହ । କିନ୍ତୁ ଏଠାରେ କୃଷ୍ଣ କୁହନ୍ତି, ଅସଂଶୟ । ତୁମେ ନିସନ୍ଦେହ ହେବ । ତୁମେ ଅନୁଭବ କରିବ, ତୁମେ ସମ୍ପୂର୍ଣ୍ଣ ରୂପେ ଭଲ ଭାବରେ ଜାଣିବ, ଭଗବାନ ଅଛନ୍ତି, କୃଷ୍ଣ ଅଛନ୍ତି । ଏବଂ ସେ ସମସ୍ତ ଶକ୍ତିର ଉତ୍ସ । ସେ ହେଉଛନ୍ତି ଭଗବାନ । ଏହି ଜିନିଷଗୁଡିକ ତୁମେ ବିନା ସନ୍ଦେହରେ ଶିଖିବ । ପ୍ରଥମ କଥା ହେଉଛି, ଆମେ ଦିବ୍ୟ ଜ୍ଞାନରେ ଅଗ୍ରଗତି କରୁନାହୁଁ, ସନ୍ଦେହ ହେତୁ, ସଂଶୟଃ । ଏହି ସନ୍ଦେହ ଦୂର ହୋଇପାରିବ, ପ୍ରକୃତ ଜ୍ଞାନ ବର୍ଦ୍ଧନ ଦ୍ୱାରା, ପ୍ରକୃତ ସଙ୍ଗ ଦ୍ୱାରା, ପ୍ରକୃତ ପଦ୍ଧତି ଅନୁସରଣ କରି, ସନ୍ଦେହ ଦୂର ହୋଇପାରିବ । ତେଣୁ କୃଷ୍ଣ ଚେତନା ବ୍ୟକ୍ତି, ସେମାନେ କୌଣସି ପରୀ ବା କାଳ୍ପନିକ କାହାଣୀ ପଛରେ ନାହାନ୍ତି । ନା। ସେମାନେ ପ୍ରକୃତରେ ପରମପୁରୁଷ ଭଗବାନଙ୍କ ଆଡକୁ ଅଗ୍ରଗତି କରୁଛନ୍ତି ।

ଯେପରି ଏହା ବ୍ରହ୍ମ-ସଂହିତାରେ ଦର୍ଶାଯାଇଅଛି, ଚିନ୍ତାମଣି-ପ୍ରକର-ସଦମସୁ କଳ୍ପ-ଵୃକ୍ଷ-ଲାକ୍ଷାବୃତେଷୁ ସୁରଭିର ଅବିହିପାଳୟନ୍ତଂ (ବ୍ର.ସଂ. ୫.୨୯) ଏପରି ଏକ ଗ୍ରହ ଅଛି ଯାହାକୁ ଚିନ୍ତାମଣି -ଧାମ, ଗୋଲୋକ-ଵୃନ୍ଦାବନ କୁହାଯାଏ । ତେଣୁ ସେହି ଧାମରେ ​​... ଯେପରି ଏହା ଭଗବଦ୍-ଗୀତାରେ, ମଦ-ଧାମ ​​ଦର୍ଶାଯାଇଅଛି । ଧାମର ଅର୍ଥ ହେଉଛି ତାଙ୍କ ବାସସ୍ଥାନ । କୃଷ୍ଣ କହିଛନ୍ତି, ମୋର ଏକ ବାସସ୍ଥାନ ଅଛି, ବିଶେଷ ଭାବରେ । ଆମେ କିପରି ଅସ୍ୱୀକାର କରିପାରିବା? ସେଇ ବାସସ୍ଥାନ କିପରି? ଭଗବଦ୍-ଗୀତା ଏବଂ ଅନ୍ୟାନ୍ୟ ବୈଦିକ ସାହିତ୍ୟରେ ମଧ୍ୟ ଏହା ବର୍ଣ୍ଣନା କରାଯାଇଛି । ଯଦ୍ ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ॥ (ଭ.ଗୀ. ୧୫.୬)। ଏଠାରେ, ଯେକୌଣସି ଧାମ, ଯେକୌଣସି ଗ୍ରହ ତୁମେ ଯାଅ... ହୁଏତ... ସ୍ପୁଟ୍ନିକ୍ ଦ୍ୱାରା ନୁହେଁ, ପ୍ରାକୃତିକ ଜନ୍ମ ଦ୍ୱାରା ମଧ୍ୟ । ଆପଣ ଯେକୌଣସି ଗ୍ରହ ଯାଆନ୍ତୁ ... ଯେପରି ଆମେ ଏହି ଗ୍ରହରେ ପାଇଛୁ । କିନ୍ତୁ ଆମକୁ ଏହି ଗ୍ରହରୁ ଫେରିବାକୁ ପଡିବ । ତୁମକୁ ଏଠାରେ ରହିବାକୁ ଅନୁମତି ଦିଆଯିବ ନାହିଁ । ତୁମେ ଆମେରିକୀୟ, ଠିକ୍ ଅଛି; କିନ୍ତୁ ତୁମେ କେତେ ଦିନ ଆମେରିକୀୟ ରହିବ? ଏହି ଲୋକମାନେ, ସେମାନେ ଏହାକୁ ବୁଝନ୍ତି ନାହିଁ । ତୁମକୁ ଅନ୍ୟ ଗ୍ରହକୁ, ଅନ୍ୟ କିଛି ସ୍ଥାନକୁ ଫେରିବାକୁ ପଡିବ । ତୁମେ କହିପାରିବ ନାହିଁ, "ନା, ମୁଁ ଏଠାରେ ରହିବି। ମୋର ଭିସା କିମ୍ବା ମୋର ସ୍ଥାୟୀ ନାଗରିକତା ଅଛି।" ନା। ଏହା ଅନୁମୋଦିତ ନୁହେଁ । ଦିନେ ମୃତ୍ୟୁ ଆସିବ, "ଦୟାକରି ବାହାରକୁ ଯାଅ ।" "ନା, ସାର୍, ମୋର ବହୁତ ବ୍ୟବସାୟ ଅଛି।" "ନା। ତୁମର କି ବ୍ୟବସାୟ। ଆସ।" ଆପଣ ଦେଖୁଛନ୍ତି କି? କିନ୍ତୁ ଯଦି ତୁମେ କୃଷ୍ଣଲୋକାକୁ ଯାଅ, କୃଷ୍ଣ କୁହନ୍ତି, ୟଦ୍ ଗତ୍ୱା ନ ନିବର୍ତନ୍ତେ, ତୁମେ ଆଉ ଫେରି ଆସିବାକୁ ପଡିବ ନାହିଁ । ଯଦ୍ ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ॥ (ଭ.ଗୀ. ୧୫.୬)।

ଏହା ମଧ୍ୟ କୃଷ୍ଣଙ୍କର ଧାମ, କାରଣ ସବୁକିଛି ଭଗବାନ, କୃଷ୍ଣଙ୍କର ଅଟେ । କେହି ମାଲିକ ନୁହଁନ୍ତି । ଏହି ଦାବି ହେଉଛି ଯେ ଏହି ଭୂମି, ଆମେରିକା, ଆମର, ଯୁକ୍ତରାଷ୍ଟ୍ରର ଅଟେ। ଏହା ମିଥ୍ୟା ଦାବି । ଏହା ତୁମର ନୁହେଁ, ଅନ୍ୟ କାହାର ଭି ନୁହେଁ । ଠିକ୍ କିଛି ବର୍ଷ ପୂର୍ବେ, ଚାରି ଶହ ବର୍ଷ ପୂର୍ବେ, ଏହା ଭାରତୀୟ, ଲୋହିତ ଭାରତୀୟଙ୍କର ଥିଲା, କୌଣସି ପ୍ରକାରରେ, ତୁମେ ବର୍ତ୍ତମାନ ଦଖଲ କରିଛ । କିଏ କହିପାରିବ ଯେ ଅନ୍ୟମାନେ ଏଠାକୁ ଆସିବେ ନାହିଁ ଏବଂ ଦଖଲ କରିବେ ନାହିଁ? ତେଣୁ ଏହା ସବୁ ମିଥ୍ୟା ଦାବି । ବାସ୍ତବରେ, ସବୁକିଛି କୃଷ୍ଣଙ୍କର ଅଟେ । କୃଷ୍ଣ କହିଛନ୍ତି ଯେ ସର୍ବ-ଲୋକ-ମହେଶ୍ୱରଂ (ଭ.ଗୀ. ୫.୨୯) ମୁଁ ସମସ୍ତ ଗ୍ରହର ସର୍ବୋଚ୍ଚ ମାଲିକ, ନିୟନ୍ତ୍ରକ ବୋଲି ସେ କହିଛନ୍ତି। ତେଣୁ ସବୁକିଛି ତାହାଙ୍କର ଅଟେ। କିନ୍ତୁ କୃଷ୍ଣ କହିଛନ୍ତି ଯେ ସବୁକିଛି ତାଙ୍କର ଅଟେ। ତେଣୁ ସବୁକିଛି ହେଉଛି ତାଙ୍କର ଧାମ, ତାଙ୍କର ସ୍ଥାନ, ବାସସ୍ଥାନ । ତେବେ ଆମେ ଏଠାରେ କାହିଁକି ପରିବର୍ତ୍ତନ କରିବା? କିନ୍ତୁ ସେ କୁହନ୍ତି ଯଦ୍ ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ॥ (ଭ.ଗୀ. ୧୫.୬)।