OR/Prabhupada 0002 - ପାଗଳ ସଭ୍ୟତା

Revision as of 11:11, 26 March 2015 by Rishab (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0002 - in all Languages Category:OR-Quotes - 1975 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Invalid source, must be from amazon or causelessmery.com

Lecture on SB 6.1.49 -- New Orleans Farm, August 1, 1975

ହରିକେଶ : ଅନୁବାଦ...” ଯେପରି ଜଣେ ବ୍ୟକ୍ତି ସ୍ଵପ୍ନ ରେ ଥିବା ଶରୀର ଅନୁସାରେ କାମ କରେ ତଥା ଶରୀର କୁ ନିଜେ ବୋଲି ମନେ କରେ ସେହିପରି, ସେ ତାର ବର୍ତ୍ତମାନ ଶରୀର କୁ ନିଜେ ବୋଲି ଚିହ୍ନଟ କରେ ଯେଉଁଟା ଧାର୍ମିକ ବା ଅଧାର୍ମିକ ପୂର୍ବ ଜୀବନ ଯୋଗୁଁ ମିଳିଛି ଏବଂ ସେ ତାର ନା ଅତୀତ ନା ଭବିଷ୍ୟତ ଜାଣି ପାରୁଛି । ୟଥାଜ୍ଞାନ ତମସା ୟୁକ୍ତ ଉପାସ୍ତେ ବ୍ୟକ୍ତମ ଏଵ ହି ନା ବେଦ ପୂର୍ବମ ଅପରଂ ନଷ୍ଟ ଜନ୍ମ ସ୍ମୃତିସ୍ତଥା ଏହା ଆମର ସ୍ଥିତି ଏହା ଆମର ବିଜ୍ଞାନ ର ଉନ୍ନତି ଯେ ଆମେ ଜାଣିନୁ "ମୁଁ ପୂର୍ବ ଜନ୍ମ ରେ କଣ ଥିଲି ଏବଂ ପରବର୍ତ୍ତୀ ଜନ୍ମ ରେ କଣ ହେବି ?" ଜୀବନ କ୍ରମାନୁବୃତ୍ତି(ପୁନରାରମ୍ଭ) ଅଟେ । ତାହା ହେଉଛି ଆଧ୍ୟାତ୍ମିକ ଜ୍ଞାନ । କିନ୍ତୁ ସେମାନେ ଏହା ମଧ୍ୟ ଜାଣି ନାହାନ୍ତି ଯେ ଜୀବନ କ୍ରମାନୁବୃତ୍ତି(ପୁନରାରମ୍ଭ) ଅଟେ । ସେମାନେ ଭାବନ୍ତି “ମୁଁ ଏହି ଜୀବନ ଆକସ୍ମିକ ଭାବେ ପାଇଛି ଏବଂ ଏହା ମୃତ୍ୟୁ ପରେ ଶେଷ ହୋଇଯିବ । ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ ର କୌଣସି ପ୍ରଶ୍ନ ହିଁ ନାହିଁ । “ଚାଲ ଉପଭୋଗ କରିବା” । ଏହାକୁ ଅଜ୍ଞତା , ତମସା ,ଦାୟିତ୍ଵହୀନ ଜୀବନ କୁହାଯାଏ । ସେଥିପାଇଁ ଅଜ୍ଞାନ । ଅଜ୍ଞାନ ମାନେ ଯାହାର କୌଣସି ଜ୍ଞାନ ନାହିଁ । ଏବଂ କାହା ପାଖରେ ଜ୍ଞାନ ନାହିଁ ? ଏବେ, ତମସା । ଯେଉଁମାନେ ଅଜ୍ଞତା ଶ୍ରେଣୀ ରେ ଅଛନ୍ତି । ବସ୍ତୁବାଦ ପ୍ରକୃତି ୩ ପ୍ରକାରର ଅଛି : ସତ୍ତ୍ଵ,ରଜ ,ତମ । ସତ୍ତ୍ଵ-ଗୁଣ ମାନେ ସବୁକିଛି ସ୍ପଷ୍ଟ,ପ୍ରକାଶ । ଯେପରି ଏବେ ମେଘ ଆକାଶ କୁ ଘୋଡେଇ ରଖିଛି, ସୂର୍ୟ କିରଣ ସ୍ପଷ୍ଟ ନାହିଁ । କିନ୍ତୁ ମେଘ ଉପରେ, ସୂର୍ୟ କିରଣ ଅଛି, ସବୁକିଛି ସ୍ପଷ୍ଟ I ଏବଂ ମେଘ ଭିତରେ, ସେଠାରେ ସ୍ପଷ୍ଟ ନଥାଏ । ସେହିପରି, ଯେଉଁମାନେ ସତ୍ତ୍ଵ-ଗୁଣ ରେ ଥାନ୍ତି ,ତାଙ୍କ ପାଇଁ ସବୁ କିଛି ସ୍ପଷ୍ଟ ଥାଏ ଏବଂ ଯେଉଁମାନେ ତମୋ –ଗୁଣ ରେ ଥାନ୍ତି, ସବୁକିଛି ଅଜ୍ଞତା ଏବଂ ଯେଉଁମାନେ ମିଶ୍ରିତ ହୋଇ ଥାନ୍ତି, ନା ସତ୍ତ୍ଵ-ଗୁଣ, ନା ତମୋ-ଗୁଣ, ସେମାନଙ୍କୁ ରଜୋ-ଗୁଣ କୁହାଯାଏ । ୩ ଟି ଗୁଣ ତମସା,ତେଣୁ, ସେମାନେ ଖାଲି ନିଜର ବର୍ତ୍ତମାନ ଶରୀର ରେ ରୁଚି ରଖନ୍ତି କଣ ହବାକୁ ଯାଉଛି ତାହା ଖାତିର କରନ୍ତି ନାହିଁ ଏବଂ କୌଣସି ଜ୍ଞାନ ନଥାଏ ସେ ଆଗରୁ କଣ ଥିଲା । ଏହା ଆଉ ଗୋଟିଏ ସ୍ଥାନ ରେ ବର୍ଣିତ ହୋଇଛି : ନୁନମ୍ ପ୍ରମତଃ କୁରୁତେ ବିକର୍ମ (ଶ୍ରୀ॰ଭା ୫।୫।୪ ) ପ୍ରମତଃ ,ଠିକ୍ ପାଗଳ ମଣିଷ ପରି । ସେ ଜାଣି ପାରେନି ସେ କାହିଁକି ପାଗଳ ହେଇ ଯାଇଛି I ସେ ଭୁଲିଯାଏ I ଏବଂ ସେ ଜାଣିନି ଯେ ତା କର୍ମ ଦ୍ଵାରା ଆଗକୁ କଣ ହେବ ପାଗଳ ମଣିଷ, ତେଣୁ ଏହି ସଭ୍ୟତା, ଆଧୁନିକ ସଭ୍ୟତା ଠିକ୍ ପାଗଳ ମଣିଷ ସଭ୍ୟତା ପରି । ସେମାନଙ୍କ ପାଖରେ ପୂର୍ବ ଜନ୍ମ ର କୌଣସି ଜ୍ଞାନ ନାହିଁ କି ଭବିଷ୍ୟତ ଜୀବନ ପାଇଁ କୌଣସି ରୁଚି ନାହିଁ । ନୁନମ୍ ପ୍ରମତଃ କୁରୁତେ ବିକର୍ମ (ଶ୍ରୀ॰ଭା ୫।୫।୪ ) ଏବଂ ପାପ କର୍ମ ରେ ମାତି ରୁହନ୍ତି କାରଣ ସେମାନଙ୍କୁ ପୂର୍ବ ଜନ୍ମ ର କୌଣସି ଜ୍ଞାନ ନାହିଁ ଠିକ୍ ଏକ କୁକୁର ପରି । ସେ କାହିଁକି କୁକୁର ହୋଇଛି, ତାହା ତାକୁ ଜଣା ନାହିଁ ଏବଂ ପରବର୍ତ୍ତି ଜନ୍ମ ରେ କଣ ପାଇବ ? ତେଣୁ ଏକ କୁକୁର ପୂର୍ବ ଜନ୍ମ ରେ ପ୍ରଧାନ ମନ୍ତ୍ରୀ ହୋଇ ଥାଇ ପରେ କିନ୍ତୁ ଯେତେବେଳେ ସେ କୁକୁର ଜନ୍ମ ପାଏ, ସେ ଭୁଲିଯାଏ ତାହା ମଧ୍ୟ ମାୟା ର ଆଉ ଗୋଟିଏ ପ୍ରଭାବ । ପ୍ରକସେପାତ୍ମିକା-ଶକ୍ତି , ଆବରଣାତ୍ମିକ-ଶକ୍ତି ମାୟା ପାଖରେ ଦୁଇଟି ପ୍ରଭାବ ଶକ୍ତି ଅଛି । ଯଦି କିଏ ତାର ପୂର୍ବ ପାପ କର୍ମ ପାଇଁ କୁକୁର ହୋଇଛି, ଏବଂ ଯଦି ସେ କଥା ତାକୁ ମନେ ପଡିଯାଏ ଯେ “ମୁଁ ପ୍ରଧାନ ମନ୍ତ୍ରୀ ଥିଲି , ଏବେ ମୁଁ କୁକୁର ହୋଇଛି ,” ତା ପାଇଁ ବଞ୍ଚିବା ଅସମ୍ଭବ ହୋଇଯିବ । ସେଥିପାଇଁ ମାୟା ତାର ଜ୍ଞାନ କୁ ଘୋଡେଇ ଦିଏ । ମୃତ୍ୟୁ । ମୃତ୍ୟୁ ମାନେ ସବୁ କିଛି ଭୁଲିଯିବା । ତାହାକୁ ମୃତ୍ୟୁ କୁହାଯାଏ । ତେଣୁ ତାହା ଆମେ ସବୁ ଦିନ ଏବଂ ରାତି ଅନୁଭବ କରୁଛୁ ଯେତେବେଳେ ରାତିରେ ଆମେ ଏକ ଭିନ୍ନ ପରିବେଶ ରେ ସ୍ଵପ୍ନ ଦେଖୁ, ଅଲଗା ଜୀବନ, ଆମେ ଏହି ଶରୀର କୁ ଭୁଲି ଯାଉ,ଯେ “ମୁଁ ଶୋଇଛି, ମୋ ଶରୀର ଏକ ବହୁତ ଭଲ ଘରେ, ବହୁତ ଭଲ ବିଛଣା ଉପରେ ଶୋଇଛି I" ନାଁ । ଧରାଯାଉ ସେ ରାସ୍ତା ରେ ବୁଲୁଛି କିମ୍ବା ସେ ପାହାଡ ଉପରେ ଅଛି ତେଣୁ ସେ ନେଇକି ଯାଉଛି, ସ୍ଵପ୍ନ ରେ, ସେ ନେଇକି ଯାଉଛି ସମସ୍ତେ, ଆମେ ସେଇ ଶରୀର ପ୍ରତି ରୁଚି ରଖୁ ଆମେ ପୂର୍ବ ଶରୀର କୁ ଭୁଲି ଯାଉ ତେଣୁ ଏହା ଅଜ୍ଞତା । ତେଣୁ ଅଜ୍ଞତା, ଯେତେ ଆମେ ଅଜ୍ଞାନ ରୁ ଜ୍ଞାନ କୁ ଉପରକୁ ଉଠିବା, ତାହା ଜୀବନ ର ସାର୍ଥକତା ଏବଂ ଯଦି ଆମେ ନିଜକୁ ଅଜ୍ଞତା ରଖିବା , ତାହା ସଫଳତା ନୁହେଁ ତାହା ଜୀବନ କୁ ନଷ୍ଟ କରିବା । ତେଣୁ, ଆମର କୃଷ୍ଣ-ଚେତନା ଜଣେ ବ୍ୟକ୍ତି କୁ ଅଜ୍ଞାନ ରୁ ଜ୍ଞାନ କୁ ଉଠେଇବା ପାଇଁ ହୋଇଛି । ତାହା ସମ୍ପୂର୍ଣ ବୈଦିକ ସାହିତ୍ୟ ର ମର୍ମ : ଜଣେ ବ୍ୟକ୍ତି କୁ ମୁକ୍ତି କରେଇବା କୃଷ୍ଣ ଭଗବଦ୍ ଗୀତା ରେ ଭକ୍ତ ମାନଙ୍କ ପାଇଁ କହୁଛନ୍ତି - ସମସ୍ତଙ୍କ ପାଇଁ ନୁହେଁ - ତେସାମ୍ ଅହଂ ସମ୍ମୁଦ୍ଧର୍ତା ମୃତ୍ୟୁ –ସଂସାର-ସାଗରାତ (ଭ॰ଗୀ ୧୨।୭ ) ତେସାମ୍ ଇଭାନୁକମ୍ପାର୍ଥମ ଅହଂ ଅଜ୍ଞାନ-ଯମ ତମଃ ନାଶୟ୍ୟାମୀ ଆତ୍ମ-ଭାବ-ସ୍ଥୋ-ଜ୍ଞାନ-ଦିପେନ ଭାସ୍ଵତ । ବିଶେଷ ପାଇଁ,ଭକ୍ତ ମାନଙ୍କ ପାଇଁ ...ସେ ସମସ୍ତଙ୍କ ହୃଦୟ ରେ ଉପସ୍ଥିତ ଅଛନ୍ତି କିନ୍ତୁ ଜଣେ ଭକ୍ତ ଯିଏ କୃଷ୍ଣଙ୍କୁ ବୁଝିବା କୁ ଚେଷ୍ଟା କରୁଛି , ସେ ତାକୁ ସାହାଯ୍ୟ କରନ୍ତି ସେ ସାହାଯ୍ୟ କରନ୍ତି । ଯେଉଁ ମନେ ଭକ୍ତ ନୁହନ୍ତି, ତାଙ୍କର କିଛି ଚିନ୍ତା ନାହିଁ...ସେମାନେ ଖାଲି ଆଇଂଷ ଖାଇବା, ଶୋଇବା, ଯୌନ ଜୀବନ ଏବଂ ପ୍ରତିରକ୍ଷା ସେମାନେ କିଛି ଭି ଜିନିଷ ପାଇଁ ଖାତିର କରନ୍ତି ନାହିଁ ,ନା ଭଗବାନଙ୍କୁ ନା ଭଗବାନଙ୍କ ସହ ତାର ସମ୍ପର୍କ କୁ ବୁଝିବା ତାଙ୍କ ପାଇଁ, ସେମାନେ ଭାବନ୍ତି ଭଗବାନ କେହି ନାହାନ୍ତି , ଏବଂ କୃଷ୍ଣ ମଧ୍ୟ କହୁଛନ୍ତି “ ହଁ, ଭଗବାନ କେହି ନାହାନ୍ତି । ତୁମେ ଶୋଇ ପଡ । ସେଥିପାଇଁ ସତ୍-ସଙ୍ଗ ଦରକାର ଏହି ସତ-ସଙ୍ଗ, ସତାମ ପ୍ରସଙ୍ଗାତ ଭକ୍ତଙ୍କର ସଙ୍ଗ ଦ୍ଵାରା ଆମେ ଭଗବାନଙ୍କ ପାଇଁ ଆମର ଉତ୍ସୁକତା କୁ ଜଗାଉ ସେଥିପାଇଁ କେନ୍ଦ୍ର ଗୁଡିକ ଦରକାର । ଏହା ଅଯଥା ରେ ଆମେ ଏତେ ସବୁ କେନ୍ଦ୍ର ଖୋଲୁ ନାହୁଁ ନାଁ । ଏହା ମାନବ ସମାଜ ପାଇଁ ହିତକାରୀ