OR/Prabhupada 0015 - ମୁଁ ଏଇ ଶରୀର ନୁହେଁ

Revision as of 10:29, 10 April 2015 by Rishab (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0015 - in all Languages Category:OR-Quotes - 1966 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Invalid source, must be from amazon or causelessmery.com

Lecture on BG 9.34 -- New York, December 26, 1966

୬ ଟି ଲକ୍ଷଣ ଅଛି ଉପସ୍ଥାପନ, ଜୀବାତ୍ମା ର ଉପସ୍ଥିତି ର । ବିକାଶ ହେବା ଗୁରୁତ୍ୱପୂର୍ଣ୍ଣଙ୍କ ଭିତରେ ରେ ଗୋଟିଏ । ତେଣୁ ବୃଦ୍ଧି । ଯଥାଶୀଘ୍ର ଜୀବାତ୍ମା ଶରୀର ବାହାରକୁ ଯାଏ, ଆଉ ବୃଦ୍ଧି (ବିକାଶ) ନାହିଁ । ଯଦି ପିଲାଟା ମୃତ ହୋଇ ଆସେ, ବିକାଶ ହବ ନାହିଁ । ଆହା !, ମାତା-ପିତା କହିବେ ତାହା ଅନାବଶ୍ୟକ ଅଟେ । ତାକୁ ଫୋପାଡି ଦିଅ । ସେହିପରି, ଭଗବାନ କୃଷ୍ଣ ଅର୍ଜୁନଙ୍କୁ ପ୍ରଥମ ଉଦାହରଣ ଦେଲେ ଯେ, “ଭାବନି ଯେ ଯେଉଁ ଆଧ୍ୟାତ୍ମିକ ଅଗ୍ନିକଣା ଶରୀର ଭିତରେ ଅଛି, ଯାହାର ଉପସ୍ଥିତି ପାଇଁ, ଶରୀର ବାଲ୍ୟାବସ୍ଥା ରୁ ଯୁବାବସ୍ଥା କୁ ବୃଦ୍ଧି କରୁଛି, ବାଲ୍ୟାବସ୍ଥା ରୁ ଯୁବାବସ୍ଥା, ଯୁବାବସ୍ଥା ରୁ ବୃଦ୍ଧାବସ୍ଥା । ତେଣୁ ସେଥିପାଇଁ, ଯେତେ ଏହି ଶରୀର ନିରର୍ଥକ ହୋଇଯାଏ, ଜଣା ପଡୁନଥିବା ଭାବରେ, ଜୀବାତ୍ମା ଶରୀର କୁ ତ୍ୟାଗ କରିଦିଏ । “ବାସମ୍ସି ଜିର୍ନାନୀ ଯଥା ବିହାୟ (ଭ।ଗୀ ୨।୨୨)" ଠିକ୍ ଯେପରି ଆମେ ପୁରୁଣା ବସ୍ତ୍ର ତ୍ୟାଗ କରୁ ଏବଂ ଅନ୍ୟ ଏକ ନୂଆ ବସ୍ତ୍ର ନେଉ, ସେହିପରି, ଆମେ ଅନ୍ୟ ଏକ ଶରୀର ଗ୍ରହଣ କରୁ । ଏବଂ ଆମେ ଅନ୍ୟ ଏକ ଶରୀର ଆମ ଚୟନ ଅନୁସାରେ ଗ୍ରହଣ କରି ନାହୁଁ । ସେହି ମନୋନୟନ ପ୍ରକୃତି ନିୟମ ଉପରେ ନିର୍ଭର କରେ । ସେହି ମନୋନୟନ ପ୍ରକୃତି ନିୟମ ଉପରେ ନିର୍ଭର କରେ । ତୁମେ ମୃତ୍ୟୁ ସମୟରେ କିଛି କହି ପାରିବ ନାହିଁ, କିନ୍ତୁ ତୁମେ ଭାବି ପାରିବ । ତୁମେ କହି ପାରିବ ଯେ, ମୁଁ କହିବାର ଅଭିପ୍ରାୟ, ସ୍ଵାଧୀନତା ଏବଂ ଚୟନ ପ୍ରକ୍ରିୟା ସବୁ ଅଛି । ୟମ ୟମ ବାପି ସ୍ମରଣ ଲୋକେ ତ୍ୟଜତି ଅନ୍ତେ କଳେବରଂ (ଭ॰ଗୀ ୮।୬) ଠିକ୍, ତୁମର ମୃତ୍ୟୁ ସମୟରେ, ତୁମର ଚିନ୍ତାଧାରା, ଯେପରି ତୁମର ଚିନ୍ତାଧାରା ବିକାଶ କରିବ, ତୁମେ ସେହି ଶରୀର ଅନୁସାରେ,ପରବର୍ତ୍ତୀ ଜନ୍ମ ପାଇବ । ତେଣୁ ବୁଦ୍ଧିମାନ ବ୍ୟକ୍ତି, ଯିଏ ପାଗଳ ନୁହେଁ, ସିଏ ବୁଝିବା ଦରକାର ଯେ ମୁଁ ଏହି ଶରୀର ନୁହେଁ । ପ୍ରଥମ ଜିନିଷ । ମୁଁ ଏହି ଶରୀର ନୁହେଁ । ତାପରେ ସିଏ ବୁଝି ପାରିବ ଯେ ତାର କର୍ତ୍ତବ୍ୟ କଣ ? ଆହା !, ଜୀବାତ୍ମା ଅନୁସାରେ, ତାର କର୍ତ୍ତବ୍ୟ କଣ ? ତାର କର୍ତ୍ତବ୍ୟ, ଭଗବଦ୍ ଗୀତା ରେ ଉଲ୍ଲେଖିତ ଅଛି ନବମ ଅଧ୍ୟାୟ ର ଶେଷ ଶ୍ଳୋକ ରେ, ଯେ, କର୍ତ୍ତବ୍ୟ ହେଲା ମନ-ମନା ଭବ । ତୁମେ କୌଣସି ଜିନିଷ ବିଷୟରେ ରେ ଭାବୁଛ । ଆମେ ସମସ୍ତେ,ସନ୍ନିବିଷ୍ଟ ହୋଇଥିବା, ଆମେ କିଛି ନା କିଛି ଭାବୁ । ଗୋଟିଏ ମୂହୁର୍ତ୍ତ ପାଇଁ ନ ଭାବି ତୁମେ ରହି ପାରିବନି । ତାହା ସମ୍ଭବ ନୁହେଁ । ତେଣୁ ଏହା ହେଉଛି କର୍ତ୍ତବ୍ୟ । ତୁମେ କୃଷ୍ଣଙ୍କ ବିଷୟରେ ଭାବ । ତୁମେ କୃଷ୍ଣଙ୍କ ବିଷୟରେ ଭାବ । ତୁମେ କିଛି ନା କିଛି ଭାବିବାକୁ ପଡିବ । ତେଣୁ କଣ କ୍ଷତି ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବ ? କୃଷ୍ଣଙ୍କ ଏତେ ସାରା କାର୍ଯ୍ୟକଳାପ ଅଛି, ଏତେ ସାରା ଉପନ୍ୟାସ ଏବଂ ଏତେ ସାରା ଜିନିଷ । କୃଷ୍ଣ ଏଇଠି ଆସନ୍ତି । ଆମ ପାଖରେ ଅନେକ ପରିମାଣ ରେ ପୁସ୍ତକ ଅଛି । ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବିବାକୁ ଚାହୁଁଛ, ଆମେ ତୁମକୁ ଏତେ ସାରା ଉପନ୍ୟାସ ଦେବୁ ଯେ ତୁମେ ସାରା ଜୀବନ ସାରି ପାରିବ ନାହିଁ ଯଦି ବି ତୁମେ ୨୪ ଘଣ୍ଟା ପଢିବ । ତେଣୁ କୃଷ୍ଣଙ୍କ ବିଷୟରେ ଭାବିବା, ତାହା ଯଥେଷ୍ଟ । କୃଷ୍ଣଙ୍କ ବିଷୟରେ ଭାବ । ମନ-ମନା ଭବ । ଆହା ! ମୁଁ ତୁମ ବିଷୟରେ ଭାବି ପାରିବି । ଠିକ ଯେପରି ଜଣେ ବ୍ୟକ୍ତି ଯିଏ ତାର ମାଲିକ ର ସେବା କରୁଛି । ଆହା ! ସିଏ ସବୁବେଳେ ତାର ମାଲିକ କଥା ଭାବେ । ଆହା ! ମତେ ୯ ଟା ବେଳେ ସେଠି ଉପସ୍ଥିତ ରହିବାର ଅଛି ଏବଂ ସେହି ମାଲିକ ଅସନ୍ତୁଷ୍ଟ ହୋଇଯିବେ । ସିଏ କିଛି ଉଦ୍ଦେଶ୍ୟ ପାଇଁ ଭାବୁଛି । ସେମିତି ଭାବିବା ଚଳିବ ନାହିଁ । ତେବେ ସେଥିପାଇଁ ସିଏ କହୁଛନ୍ତି, ଭବ ମଦ୍-ଭକ୍ତହ । ତୁମେ ଖାଲି ମୋ କଥା ପ୍ରେମ ରେ ଭବ । ଯେତେବେଳେ ମାଲିକ, ଯେତେବେଳେ, ମୁଁ ମାନେ, ଯେତେବେଳେ ସେବକ ତା ମାଲିକ ବିଷୟରେ ଭାବେ, ସେଠି ପ୍ରେମ ନାହିଁ । ସିଏ ଟଙ୍କା କଥା ଭାବୁଛି । “କାରଣ, ଯଦି ମୁଁ କାର୍ଯ୍ୟାଳୟ ଠିକ୍ ୯ ଟା ବେଳେ ନ ପହଞ୍ଚିଲି, ଆହା !, ବିଳମ୍ବ ହୋଇଯିବି, ଏବଂ ମୁଁ ୨ ଟଙ୍କା ହରେଇ ଦେବି । " ସେଥିପାଇଁ ସିଏ ମାଲିକ କଥା ଭାବୁନି, ସିଏ ସେହି ଟଙ୍କା କଥା ଭାବୁଛି । ତେଣୁ ସେହି ପ୍ରକାର ଚିନ୍ତାଧାରା ତୁମକୁ ବଞ୍ଚେଇବ ନାହିଁ । ସେଥିପାଇଁ ସିଏ କହୁଛନ୍ତି, ଭବ ମଦ୍-ଭକ୍ତହ । ତୁମେ ଖାଲି ମୋର ଭକ୍ତ ହୋଇଯାଅ । ତାପରେ ତୁମର ମୋ ପାଇଁ ଚିନ୍ତା ଉତ୍ତମ ହେବ । ଏବଂ ସେହି ଭକ୍ତି କଣ ? ମଦ୍-ଭକ୍ତହ । ଭକ୍ତିମୂଳକ...ଭକ୍ତି ମାନେ ସେବା । ମଦ୍-ଯଜି । ତୁମେ ଭଗବାନଙ୍କ କିଛି ସେବା କର । ଯେମିତି ଆମେ ଏଠି ସବୁ ବେଳେ ସଂଲଗ୍ନ ରହୁଛୁ । ଯେତେବେଳେ ବି ତୁମେ ଆସିବ, ତୁମେ ଆମକୁ କିଛି ନା କିଛି ସେବା ରେ ସଂଲଗ୍ନ ରହିଥିବୁ । ତେଣୁ ଆମେ କିଛି କର୍ତ୍ତବ୍ୟ ନିର୍ମାଣ କରିଛୁ । ଖାଲି କୃଷ୍ଣଙ୍କ ବିଷୟରେ ଭାବିବା ।