OR/Prabhupada 0074 - ତୁମେ ପଶୁମାନଙ୍କୁ କାହିଁକି ଖାଇବ?

Revision as of 07:29, 27 October 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0074 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 4.21 -- Bombay, April 10, 1974

ସବୁକିଛି ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ଭଗବଦ୍ ଗୀତା କୁହେ ନାହିଁ ଯେ "ତୁମେ ପବନ ଖାଇ ବଞ୍ଚ ।" ନା । ଭଗବଦ୍ ଗୀତା କୁହେ, ଅନ୍ନାଦ ଭବନ୍ତି ଭୁତାନି (BG 3.14) । ଅନ୍ନ । ଅନ୍ନ ଅର୍ଥାତ୍ ଖାଦ୍ୟଶସ୍ୟ । ଖାଦ୍ୟଶସ୍ୟର ଆବଶ୍ୟକତା ଅଛି । ଅନ୍ନାଦ ଭବନ୍ତି ଭୁତାନି । ଭଗବଦ୍ ଗୀତା କେବେ କୁହେ ନାହିଁ ଯେ "ତୁମେ ଖାଇବା ଦରକାର ନାହିଁ । ତୁମେ କେବଳ ପବନ ଖାଅ ଏବଂ ଯୋଗ ଅଭ୍ୟାସ କର ।" ନା । କିନ୍ତୁ ଆମେ ନା ବେଶୀ ନା କମ ଖାଇବା ଉଚିତ୍। ତାହା ପ୍ରସ୍ତାବ ଦିଆଯାଇଛି । ଯୁକ୍ତାହାର ବିହାରସ୍ୟ । ଆମେ ନା ଅଧିକ, ନା କମ ଖାଇବା ଉଚିତ୍ । ଏବଂ ନିରାଶୀଃ । ନିରାଶୀଃ ଅର୍ଥାତ୍ ଅପବ୍ୟୟର କୌଣସି ଇଛା ନ ରଖିବା । ବର୍ତ୍ତମାନ ଆମେ ଇନ୍ଦ୍ରିୟ ଉପଭୋଗ ପାଇଁ ଅଧିକରୁ ଅଧିକ ଇଛା କରୁଛୁ । ତାହାର ଆବଶ୍ୟକତା ନାହିଁ । ଯଦି ତୁମେ ଜୀବନର ପୂର୍ଣ୍ଣତା ଚାହୁଁଛ, ତାହାକୁ ତପସ୍ୟା କୁହାଯାଏ ।

ଜଣଙ୍କର ଇଛା ଥାଏ, କିନ୍ତୁ ସେ ଅନାବଶ୍ୟକ ଇଛା କରିବା ଉଚିତ୍ ନୁହେଁ । ସମସ୍ତଙ୍କର ଖାଇବାର ଅଧିକାର ଅଛି, ଏପରିକି ପଶୁମାନଙ୍କର ମଧ୍ୟ । ସମସ୍ତଙ୍କର ଏହି ଅଧିକାର ଅଛି । କିନ୍ତୁ କାରଣ ଆମେ ଅଧିକ ଉପଭୋଗ କରିବାକୁ ଇଛା କରୁଛୁ, ସେଥିପାଇଁ ଆମେମାନେ ପଶୁମାନଙ୍କୁ ଉପଯୁକ୍ତ ଭାବରେ ରହିବା ପାଇଁ ସୁଯୋଗ ଦେଉ ନାହୁଁ; ବରଂ, ଆମେମାନେ ପଶୁମାନଙ୍କୁ ଖାଇବାକୁ ଚେଷ୍ଟା କରୁଛୁ । ଏହାର ଆବଶ୍ୟକତା ନାହିଁ । ଏହାକୁ ନିରାଶୀଃ କୁହାଯାଏ । ତୁମେ ପଶୁମାନଙ୍କୁ କାହିଁକି ଖାଇବ? ତାହା ଅସଭ୍ୟ ଜୀବନ ଅଟେ । ଯେତେବେଳେ କୌଣସି ଖାଦ୍ୟ ନ ଥିବ, ଯେତେବେଳେ ସେମାନେ ଆଦିବାସୀ ଜାତିର ହୋଇଥିବେ, ସେମାନେ ପଶୁମାନଙ୍କୁ ଖାଇପାରନ୍ତି । କାରଣ ସେମାନେ ଖାଦ୍ୟ କିପରି ଉପୁଜେଇବାକୁ ହେବ ଜାଣି ନହାଁନ୍ତି । କିନ୍ତୁ ଯେତେବେଳେ ମାନବ ସମାଜ ସଭ୍ୟ ହୋଇଯାଏ, ସେ ଅନେକ ପ୍ରକାରର ଭଲ ଖାଦ୍ୟ ଉପୁଯେଇପାରେ, ସେ ଗାଈ ରଖିପାରିବ, ଗାଈକୁ ଖାଇବା ବଦଳରେ । ସେ କ୍ଷୀର ପାଇପାରିବ, ଯଥେଷ୍ଟ କ୍ଷୀର । ଅମେ କ୍ଷୀର ଏବଂ ଖାଦ୍ୟଶସ୍ୟରୁ ଅନେକ ପ୍ରକାରର ବ୍ୟଞନ ପ୍ରସ୍ତୁତ କରିପାରିବା । ତେଣୁ ଆମେ ଅନାବଶ୍ୟକ ଭାବରେ ଅଧିକ ଉପଭୋଗ କରିବା ପାଇଁ ଇଛା କରିବା ଉଚିତ୍ ନୁହେଁ ।

ତାପରେ ଏଠାରେ ଏହା କୁହାଯାଇଛି, କୁର୍ବାନ୍ନାପ୍ନୋତି କିଳ୍ ବିଷମ୍ । କିଳବିଷମ୍ ଅର୍ଥାତ୍ ପାପି ଜୀବନର ପ୍ରତିକ୍ରିୟା । କିଳବିଷମ୍ । ତେଣୁ ଆମେ ଯଦି ଆମ ଆବଶ୍ୟକତା ଠାରୁ ଅଧିକ ଇଛା ନ କରିବା, ତେବେ ଆମେ ଜଡ଼ିତ ହେବା ନାହିଁ, ପାପ କର୍ମରେ ଜଡ଼ିତ, କୁର୍ବନପି, ଏପରିକି ଯଦିଓ ସେ କାର୍ଯ୍ୟରେ ନିଯୁକ୍ତ । ଯେତେବେଳେ ତୁମେ କାର୍ଯ୍ୟ କରୁଛ, ଜାଣିକି କିମ୍ଵା ଅଜାଣତରେ । ତୁମକୁ କିଛି କର୍ମ କରିବାକୁ ପଡ଼େ ଯାହା ଧର୍ମନିଷ୍ଠ ନୁହେଁ, ଏପରିକି ପାପ ମଧ୍ୟ, କିନ୍ତୁ ତୁମେ ଯଦି କେବଳ ଉପଯୁକ୍ତ ଭାବରେ ଜୀବନ ଯାପନ କରିବାକୁ ଇଛା କର, ତେବେ କୁର୍ବାନ୍ନାପ୍ନୋତି କିଳ୍ ବିଷମ୍ । ଆମ ଜୀବନ କୌଣସି ପାପ ପ୍ରତିକ୍ରିୟା ବିନା ରହିବା ଉଚିତ୍ । ଅନ୍ୟଥା ଆମକୁ ପୀଡ଼ା ଭୋଗିବାକୁ ପଡ଼ିବ । କିନ୍ତୁ ସେମାନେ ବିଶ୍ଵାସ କରୁ ନାହାଁନ୍ତି, ଯଦିଓ ସେମାନେ ଅନେକ ଘୃଣ୍ୟ ଜୀବନ ଦେଖିଛନ୍ତି । ସେମାନେ କେଉଁଠାରୁ ଆସୁଛନ୍ତି, ୮,୪୦୦,୦୦୦ ଜୀବ ଜାତି? ଅନେକ ଜୀବ ଅଛନ୍ତି ଯେଉଁମାନେ ଅତ୍ୟନ୍ତ ଘୃଣ୍ୟ ଆବସ୍ଥାରେ ଜୀବନ ଯାପନ କରୁଛନ୍ତି । ଆବଶ୍ୟ, ପଶୁ କିମ୍ଵା ପ୍ରାଣୀ ଏହା ଜାଣି ନାହାଁନ୍ତି, କିନ୍ତୁ ଅମେ ମନୁଷ୍ୟ, ଅମେ ଜାଣିବା ଉଚିତ୍ କାହିଁକି ଏହି ଘୃଣ୍ୟ ଜୀବନ ଅଛି । ଏହା ମାୟାର ଭ୍ରମ ଅଟେ ।

ଏପରିକି ଜଣେ, ଯେପରି... ଏକ ଘୁଷୁରି ଅପରିଷ୍କୃତ ଅବସ୍ଥାରେ ରହେ, ମଳ ଖାଏ, ଏବଂ ତଥାପି, ସେ ଭାବେ ସେ ଭାରୀ ସୁଖୀ, ଏବଂ ସେଥିପାଇଁ ସେ ମୋଟା ହେଇଯାଉଛି । ଯେତେବେଳେ ଜଣେ ସୁଖ ଅନୁଭବ କରେ, "ମୁଁ ଭାରୀ ସୁଖୀ," ସେ ମୋଟା ହୋଇଯାଉଛି । ତେଣୁ ତୁମେ ପାଇବ ଏହି ଘୁଷୁରିମାନେ, ସେମାନେ ଅତ୍ୟଧିକ ମୋଟା, କିନ୍ତୁ ସେମାନେ କ'ଣ ଖାଉଛନ୍ତି? ସେମାନେ ମଳ ଖାଆନ୍ତି ଏବଂ ଅପରିଷ୍କୃତ ସ୍ଥାନରେ ରୁହନ୍ତି । କିନ୍ତୁ ସେମାନେ ଭାବନ୍ତି ଯେ "ଆମେ ଭାରୀ ସୁଖୀ ।" ତେଣୁ ତାହା ମାୟାର ଭ୍ରମ ଅଟେ । ଯେ କେହି ଜୀବନର ଅତ୍ୟନ୍ତ ଘୃଣ୍ୟ ଅବସ୍ଥାରେ ରହେ, ମାୟା, ଭ୍ରମ ଦ୍ଵାରା, ସେ ଭାବେ ଯେ ସେ ଠିକ୍ ଅଛି, ସେ ଭଲ ଭାବରେ ଜୀବନ ଯାପନ କରୁଛି । କିନ୍ତୁ ଜଣେ ବ୍ୟକ୍ତି ଯିଏ ଉଚ୍ଚ ସ୍ତରରେ ଅଛି, ସେ ଦେଖିପାରେ ଯେ ସେ ଅତ୍ୟନ୍ତ ଘୃଣ୍ୟ ଅବସ୍ଥାରେ ଜୀବନ ଯାପନ କରୁଛି ।

ତେଣୁ ଏହି ଭ୍ରମ ତ ଅଛି, କିନ୍ତୁ ଜ୍ଞାନ ଦ୍ଵାରା, ଭଲ ସଂଘ ଦ୍ଵାରା, ଶାସ୍ତ୍ର, ଗୁରୁ, ସାଧୁମାନଙ୍କ ଠାରୁ ଶିକ୍ଷା ନେଇ, ଜଣେ ଜୀବନର ମୂଲ୍ୟ ବୁଝିବା ଉଚିତ୍ ଏବଂ ସେପରି ଜୀବନ ଯାପନ କରିବା ଉଚିତ୍ । ତେଣୁ ଏହା କୃଷ୍ଣଙ୍କ ଦ୍ଵାରା ଆଦେଶ ଦିଆଯାଇଛି, ଯେ ନିରାଶୀଃ, ଜଣେ ଅନାବଶ୍ୟକ ଭାବରେ ଇଛୁକ ହେବା ଉଚିତ୍ ନୁହେଁ, ଜୀବନର ଆବଶ୍ୟକତା ଠାରୁ ଅଧିକ । ଏହାକୁ ନିରାଶୀଃ କୁହାଯାଏ । ନିରାଶୀଃ । ଅନ୍ୟ ଏକ ଅର୍ଥ ହେଉଛି ଯେ ଭୌତିକ ଆନନ୍ଦ ପ୍ରତି ଅତ୍ୟନ୍ତ ଆସକ୍ତ ନ ହେବା । ଏବଂ ତାହା ସମ୍ଭବ ଯେତେବେଳେ ସେ ପୂର୍ଣ୍ଣ ଜ୍ଞାନରେ ଥିବ ଯେ "ମୁଁ ଏହି ଶରୀର ନୁହେଁ ।" ମୁଁ ହେଉଛି ଆତ୍ମା । ମୋର ଆବଶ୍ୟକତା ହେଉଛି କିପରି ଆଧ୍ୟାତ୍ମିକ ଜ୍ଞାନରେ ଆଗକୁ ବଢ଼ିବି । ତେବେ ସେ ନିରାଶୀଃ ହୋଇପାରିବ । ଏସବୁ ହେଉଛି ତପସ୍ୟାର ଅଂଶ ।

ଲୋକମାନେ ଏବେ ଭୁଲି ଯାଇଛନ୍ତି । ସେମାନେ ଜାଣି ନାହାଁନ୍ତି ତପସ୍ୟା କ'ଣ । କିନ୍ତୁ ମନୁଷ୍ୟ ଜୀବନ ଏହି ଉଦ୍ଦେଶ୍ୟ ପାଇଁ ଅଛି । ତପୋ ଦିବ୍ୟଂ ପୁତ୍ରକା ଯେନ ଶୁଦ୍ଧୟେତ ସତ୍ଵଂ ଯେନ ବ୍ରହ୍ମ ସୌଖ୍ୟଂ ଅନନ୍ତଂ (SB 5.5.1) । ଏଗୁଡ଼ିକ ହେଉଛି ଶାସ୍ତ୍ରର ନିର୍ଦ୍ଦେଶ । ମନୁଷ୍ୟ ଜୀବନ ତପସ୍ୟା ପାଇଁ ଅଛି । ଏବଂ ତପସ୍ୟା... ସେଥିପାଇଁ ବୈଦିକ ଜୀବନରେ ଜୀବନର ପ୍ରାରମ୍ଭରୁ ଅଛି ତପସ୍ୟା, ବ୍ରହ୍ମଚାରୀ,ବ୍ରହ୍ମଚାରୀ । ଏକ ଛାତ୍ରକୁ ବ୍ରହ୍ମଚର୍ଯ୍ୟ ଅଭ୍ୟାସ କରିବା ପାଇଁ ଗରୁକୁଳ ପଠାଯାଏ । ତାହାକୁ ତପସ୍ୟା କୁହାଯାଏ, ଆରାମଦାୟକ ଜୀବନ ନୁହେଁ । ତଳେ ଶୋଇବା, ଗୁରୁଙ୍କ ପାଇଁ ଭିକ୍ଷା ମାଗିବା ପାଇଁ ଦ୍ଵାର ଦ୍ଵାର ବୁଲିବା । କିନ୍ତୁ ସେମାନେ କ୍ଳାନ୍ତ ହୁଅନ୍ତି ନାହିଁ । କାରଣ ସେମାନେ ବାଳକ ଅଟନ୍ତି, ଯଦି ସେମାନଙ୍କୁ ତପସ୍ୟାରେ ପ୍ରଶିକ୍ଷିତ କରାଯାଏ , ସେମାନେ ଅଭ୍ୟସ୍ତ ହେବେ । ସେମାନେ ସମସ୍ତ ମହିଳାଙ୍କୁ, "ମାତା" ଡ଼ାକନ୍ତି । "ମାତା, ମୋତେ କିଛି ଭିକ୍ଷା ଦିଅନ୍ତୁ ।" ଏବଂ ସେମାନେ ଗୁରୁଙ୍କ ଘରକୁ ଫେରନ୍ତି । ସବୁକିଛି ଗୁରୁଙ୍କର ଅଟେ । ଏହା ହେଉଛି ବ୍ରହ୍ମଚାରୀ ଜୀବନ । ଏହା ତପସ୍ୟା ଅଟେ । ତପୋ ଦିବ୍ୟଂ (SB 5.5.1) । ତାହା ହେଉଛି ବୈଦିକ ସଭ୍ୟତା, ଯେ ପିଲାମାନଙ୍କୁ ଜୀବନର ପ୍ରାରମ୍ଭରୁ ହିଁ, ତପସ୍ୟା ଏବଂ ବ୍ରହ୍ମଚର୍ଯ୍ୟରେ ପ୍ରଶିକ୍ଷିତ କରିବା ଉଚିତ୍ । ବ୍ରହ୍ମଚର୍ଯ୍ୟ । ଜଣେ ବ୍ରହ୍ମଚାରୀ କୌଣସି ଯୁବତୀକୁ ଦେଖେ ନାହିଁ । ଏପରିକି ଗୁରୁଙ୍କ ସ୍ତ୍ରୀ ଯୁବତୀ ଥିଲେ, ସେ ଗୁରୁଙ୍କର ସ୍ତ୍ରୀ ପାଖକୁ ଯାଇପାରିବ ନାହିଁ । ଏହିସବୁ କଟକଣା ଅଟେ । ବର୍ତ୍ତମାନ ସେହି ବ୍ରହ୍ମଚାରୀ କାହାଁନ୍ତି? କୌଣସି ବ୍ରହ୍ମଚାରୀ ନାହାଁନ୍ତି । ଏହା କଳି ଯୁଗ ଅଟେ । କୌଣସି ତପସ୍ୟା ନାହିଁ ।