OR/Prabhupada 0108 - ଛପେଇବା ଏବଂ ଅନୁବାଦ କରିବା ଜାରି ରହିବା ଉଚିତ୍

Revision as of 06:27, 14 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0108 - in all Languages Category:OR-Quotes - 1977 Category:OR-Quotes - Con...")
(diff) ← Older revision | Latest revision (diff) | Newer revision → (diff)


Room Conversation "GBC Resolutions" -- March 1, 1977, Mayapura

ପ୍ରଭୁପାଦ: ତେଣୁ ଯେ କୌଣସି ପ୍ରକାରରେ, ଛପେଇବା ଏବଂ ଅନୁବାଦ କରିବା ଜାରି ରହିବା ଉଚିତ୍ । ତାହା ହେଉଛି ଆମର ମୁଖ୍ୟ କାମ । ଏହା ବନ୍ଦ ହୋଇପାରିବ ନାହିଁ । ଚାଲୁଥିବା ଉଚିତ୍ । ଯେପରି ଦୃଢ଼ ରହିବା, ବର୍ତ୍ତମାନ ଆମ ପାଖରେ ଅନେକ ହିନ୍ଦୀ ସାହିତ୍ୟ ଅଛି । ମୁଁ କେବଳ ଦୃଢ଼ ହୋଇ ରହିଲି, "କେଉଁଠାରେ ହିନ୍ଦୀ ଅଛି? କେଉଁଠାରେ ହିନ୍ଦୀ ଅଛି?" ତେଣୁ ଏହା ଏକ ବାସ୍ତବିକ ରୂପକୁ ଆସିଲା । ଏବଂ ମୁଁ କେବଳ ତାକୁ ବାହାର କରୁଥିଲି: "ହିନ୍ଦୀ କେଉଁଠାରେ ଅଛି? ହିନ୍ଦୀ କେଉଁଠାରେ ଅଛି?" ତେଣୁ ସେ ଏହାକୁ ତଥ୍ୟ ରୂପରେ ଆଣିଛି । ସେହିପରି ଫ୍ରେଞ୍ଚ୍ ଭାଷା ପାଇଁ ମଧ୍ୟ, ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ, ଯେତେ ଅଧିକ ହୋଇପାରିବ ଆମେ ପୁସ୍ତକଗୁଡ଼ିକୁ ଅନୁବାଦ ଏବଂ ଛପେଇବା ଉଚିତ୍ । "ପୁସ୍ତକଗୁଡ଼ିକୁ ଛାପିବା" ଅର୍ଥାତ୍ ଅମ ପାଖରେ ପୂର୍ବରୁ ପୁସ୍ତକ ଅଛି । କେବଳ ଏକ ନିର୍ଦ୍ଧିଷ୍ଟ ଭାଷାରେ ଏହାକୁ ଅନୁବାଦ କର ଏବଂ ଏହାକୁ ପ୍ରକାଶିତ କର । ବାସ୍ । ଉପାୟ ପୂର୍ବରୁ ଅଛି । ତୁମକୁ ଉପାୟ ନିର୍ମାଣ କରିବାର ଆବଶ୍ୟକତା ନାହିଁ । ତେଣୁ ଫ୍ରେଞ୍ଚ୍ ହେଉଛି ଏକ ମହତ୍ତ୍ଵପୂର୍ଣ୍ଣ ଦେଶ । ତେଣୁ ଛପେଇବା ଏବଂ ଅନୁବାଦ କରିବା ଜାରୀ ରହିବା ଉଚିତ୍ । ତାହା ହେଉଛି ମୋର ଅନୁରୋଧ ।