OR/Prabhupada 0125 - ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ

Revision as of 16:16, 15 November 2017 by Ritesh&Susovita (talk | contribs) (Created page with "Link title<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0125 - in all Languages Category:OR-Quotes - 1974 Category:O...")
(diff) ← Older revision | Latest revision (diff) | Newer revision → (diff)

Link title



Lecture on SB 1.5.23 -- Vrndavana, August 4, 1974

ଯେଉଁ ଲୋକମାନେ ଶୁଦ୍ରଠାରୁ ନ୍ୟୁନ ଅଟନ୍ତି । ସେମାନଙ୍କୁ ପଞ୍ଚମସ୍ କୁହାଯାଏ, ପଞ୍ଚମ ଶ୍ରେଣୀ । ପ୍ରଥମ ଶ୍ରେଣୀ, ବ୍ରାହ୍ମଣ, ଦ୍ଵିତୀୟ ଶ୍ରେଣୀ, କ୍ଷେତ୍ରିୟ, ତୃତୀୟ ଶ୍ରେଣୀ, ବୈଶ୍ୟ, ଚତୁର୍ଥ ଶ୍ରେଣୀ, ଶୁଦ୍ର, ଏବଂ ଅନ୍ୟ ସମସ୍ତେ - ପଞ୍ଚମ ଶ୍ରେଣୀ । ସେମାନଙ୍କୁ ଚାଣ୍ଡାଳ କୁହାଯାଏ । ଚାଣ୍ଡାଳ... ଝାଡୁବାଲା, ମୋଚି, ଏବଂ...ନୀଚ ଶ୍ରେଣୀ । ତଥାପି, ଭାରତରେ, ଭାରତରେ କେବଳ ଏହି ପଞ୍ଚମ ଶ୍ରେଣୀ, ସେମାନେ ମାଂସ, ଘୁଷୁରି, ଏବଂ ବେଳେ ବେଳେ ଗାଈ ଖାଆନ୍ତି । ପଞ୍ଚମ ଶ୍ରେଣୀ । ବର୍ତ୍ତମାନ ଏହା ଏକ ପ୍ରଥା ହୋଇଗଲାଣି । ଏବଂ ସେ ଏକ ପ୍ରଥମ ଶ୍ରେଣୀ ବ୍ୟକ୍ତି ଅଟେ । ତେଣୁ ଟିକିଏ ଦେଖ । ପଞ୍ଚମ ଶ୍ରେଣୀ ବ୍ୟକ୍ତିର ବ୍ୟବସାୟ ଯାହା ଥିଲା, ତାହା ତଥା କଥିତ ନେତାମାନଙ୍କର ବ୍ୟବସାୟ ହୋଇଯାଇଛି । ତୁମେ ଦେଖିଛ । ତେଣୁ ତୁମେ ଯଦି ପଞ୍ଚମ ଶ୍ରେଣୀ ବ୍ୟକ୍ତିମାନଙ୍କ ଦ୍ଵାରା ଶାସିତ ହେବ, ତେବେ ତୁମେ କିପରି ଖୁସୀ ହୋଇପାରିବ? ତାହା ସମ୍ଭବ ନୁହେଁ । କିପରି ସେଠାରେ କିଛି ସାମାଜିକ ପ୍ରଶାନ୍ତି ରହିବ? ତାହା ସମ୍ଭବ ନୁହେଁ । କିନ୍ତୁ ପଞ୍ଚମ ଶ୍ରେଣୀ ବ୍ୟକ୍ତି ମଧ୍ୟ, କୃଷ୍ଣ ଚେତନା ଆନ୍ଦୋଳନ ଦ୍ଵାରା ଶୁଦ୍ଧ ହୋଇପାରିବ । ସେଥିପାଇଁ ଏହି ଆନ୍ଦୋଳନର ଅତ୍ୟନ୍ତ ଆବଶ୍ୟକତା ଅଛି । କାରଣ ବର୍ତ୍ତମାନ ମୂହୁର୍ତ୍ତରେ କୌଣସି ପ୍ରଥମ ଶ୍ରେଣୀ ବ୍ୟକ୍ତି ନାହାଁନ୍ତି, ନା ପ୍ରଥମ ଶ୍ରେଣୀ ବ୍ୟକ୍ତି, ନା ଦ୍ଵିତୀୟ ଶ୍ରେଣୀ ବ୍ୟକ୍ତି ଅଛନ୍ତି । ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ଷଷ୍ଠ ଶ୍ରେଣୀ, ଏହିପରି ହୋଇପାରେ । କିନ୍ତୁ ସେମାନେ ଶୁଦ୍ଧ ହୋଇପାରିବେ । ତାହା...ଏକମାତ୍ର ପ୍ରକ୍ରିୟା ହେଉଛି ଏହି କୃଷ୍ଣ ଚେତନା ଆନ୍ଦୋଳନ । ଯେ କେହି ଶୁଦ୍ଧ ହୋଇପାରିବେ । ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ (BG 9.32) ସେମାନଙ୍କୁ ପାପ-ଯୋନି କୁହାଯାଏ, ନୀଚ ଶ୍ରେଣୀରେ ଜନ୍ମ, ପାପି ପରିବାର । ପାପ-ଯୋନି । କୃଷ୍ଣ କୁହଁନ୍ତି, ଯେଽପି ସ୍ୟୁଃ ପାପଯୋନୟଃ । କିଛି କଥା ନାହିଁ କେଉଁ ପ୍ରକାରର ପାପ-ଯୋନି । ମାଂ ହି ପାର୍ଥ ବ୍ୟାପ..."ଯଦି ସେ ମୋର ଆଶ୍ରୟ ନିଏ, ତେବେ..." ସେହି ଆଶ୍ରୟ ନିଆଯାଇ ପାରିବ କାରଣ କୃଷ୍ଣଙ୍କର ପ୍ରତିନିଧି ପ୍ରଚାର କରୁଛନ୍ତି ।

ତେଣୁ ସେଠାରେ କୌଣସି ଅଭାବ ନାହିଁ । କେବଳ ଜଣକୁ ନିଜ ପାଇଁ ଆଶ୍ରୟ ନେବାର ଅଛି । ବାସ୍ । ଯେପରି ଚୈତନ୍ୟ ମହାପ୍ରଭୁଙ୍କର ଉଦ୍ଦେଶ୍ୟ ଥିଲା ଏହି ପ୍ରଚାରକ ନିର୍ମାଣ କରିବା । "ସବୁ ଜାଗାକୁ ଯାଅ ।" ଆମର ଆଜ୍ଞାୟ ଗୁରୁ ହନା ତାର ଏଇ ଦେଶ (CC Madhya 7.128) । "ଯାଅ ।" ସେ ନିତ୍ୟାନନ୍ଦ ପ୍ରଭୁ, ହରିଦାସ ଠାକୁରଙ୍କୁ ପ୍ରଚାର କରିବା ପାଇଁ ପଠଉଥିଲେ । "ଦୟାକରି ହରେ କୃଷ୍ଣ ଜପ କର । ଦୟାକରି ହରେ କୃଷ୍ଣ ଜପ କର । ଦୟାକରି କୃଷ୍ଣଙ୍କୁ ଆତ୍ମସମର୍ପଣ କର ।" ସଡ଼କରେ ଭିଡ଼ ମଧ୍ୟ ଥିଲା । ନିତ୍ୟାନନ୍ଦ ପ୍ରଭୁ ଏବଂ ହରିଦାସ ଠାକୁର ଦେଖିଲେ, ଏବଂ ସେମାନେ ପଚାରିଲେ, "ଏହି ଭିଡ଼ କ'ଣ?" "ନା, ଦୁଇ ଭାଈ ଅଛନ୍ତି, ଜଗାଈ ଏବଂ ମାଧାଈ, ଭାରୀ ଉପଦ୍ରବୀ । ସେମାନେ ମଦୁଆ, ମହିଳା ଶିକାରୀ ଏବଂ ମାଂସ ଭକ୍ଷଣ କରନ୍ତି, ଏବଂ ସେମାନେ, ସର୍ବଦା ଅସୁବିଧା ସୃଷ୍ଟିକରନ୍ତି ।" ତେଣୁ ନିତ୍ୟାନନ୍ଦ ପ୍ରଭୁ ତୂରନ୍ତ ନିର୍ଣ୍ଣୟ କରିଲେ, "କାହିଁକି ଏହି ବ୍ୟକ୍ତିମାନଙ୍କ ଉଦ୍ଧାର ପ୍ରଥମେ ନ କରିବି? ତେବେ ମୋ ଭଗବାନଙ୍କର ନାମ ଗୌରବାନ୍ଵିତ ହେବ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ନାମ ଗୌରବାନ୍ଵିତ ହେବ ।" ଏହା ହେଉଛି ଶିଷ୍ୟର କାମ, କି କିପରି ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରାବନ୍ଵତି କରିବ, ପରମ୍ପରା । ମୁଁ ମୋର ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରବାନ୍ଵିତ କରେ, ତୁମେ ତୁମ ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରବାନ୍ଵିତ କର । ତୁମେ ଯଦି କେବଳ ତାହା କରିବ, ଗୌରବାନ୍ଵିତ, ତେବେ କୃଷ୍ଣ ଗୌରବାନ୍ଵିତ ହେବେ । ତାହା ନିତ୍ୟାନନ୍ଦ ପ୍ରଭୁଙ୍କର ନିର୍ଣ୍ଣୟ ଥିଲା, ଯେ "କାହିଁକି ଏହି ପତିତ ଆତ୍ମାମାନଙ୍କର ପ୍ରଥମେ ଉଦ୍ଧାର ନ କରିବା?" କାରଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ହେଉଛି ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ।

ଏବଂ ଏହି... ଏବଂ ଏହି ଯୁଗରେ ପତିତ ଆତ୍ମାମାନଙ୍କର ଅଭାବ ନାହିଁ ।

ପତିତ-ପାବନ-ହେତୁ ତବ ଅବତାର
ମୋ ସମ ପତିତ ପ୍ରଭୁ ନା ପାଇବେ ଆର

ନରୋତ୍ତମ ଦାସ ଠାକୁର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳରେ ନିଜକୁ ନିଯୁକ୍ତ କରିଛନ୍ତି, ଯେ "ମୋର ପ୍ରିୟ ଭଗବାନ, ତୁମର ଅବତର ଏହି ସମସ୍ତ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ପାଇଁ ହୋଇଛି । କିନ୍ତୁ ମୁଁ ହେଉଛି ସବୁଠାରୁ ଅଧିକ ପତିତ ଆତ୍ମା । ତେଣୁ ମୋର ଦାବୀ ପ୍ରଥମ ଅଟେ । ଦୟାକରି ମୋତେ ଉଦ୍ଧାର କରନ୍ତୁ । ମୋ ସମ ପତିତ ପ୍ରଭୁ ନା ପାଇବେ ଆର । "ଆପଣ ହେଉଛନ୍ତି, ଆପଣଙ୍କର ଅଭିପ୍ରାୟ ହେଉଛି ପତିତମାନଙ୍କର ଉଦ୍ଧାର କରିବା । ତେଣୁ ମୁଁ ହେଉଛି ପ୍ରଥମ ଶ୍ରେଣୀର ପତିତ ବ୍ୟକ୍ତି । ଦୟାକରି ମୋତେ ସ୍ଵୀକାର କରନ୍ତୁ ।"

ତେଣୁ କଳି ଯୁଗ, ଲୋକମାନେ ପୀଡ଼ିତ ଅଟନ୍ତି । ସେମାନେ ସମସ୍ତେ ପତିତ, ସମସ୍ତେ ମାଂସ ଭକ୍ଷଣ କରନ୍ତି, ସମସ୍ତେ ମଦୁଆ, ସମସ୍ତେ ପଞ୍ଚମ ଶ୍ରେଣୀର, ଷଷ୍ଠ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସେମାନେ ହେଉଛନ୍ତି ଅଭିମାନୀ, କିନ୍ତୁ ବାସ୍ତବରେ ସେମାନେ ପଞ୍ଚମ, ଷଷ୍ଠ, ଏବଂ ଦଶମ ଶ୍ରେଣୀର ବ୍ୟକ୍ତି, ଏପରିକି ଭଦ୍ର ବ୍ୟକ୍ତି ମଧ୍ୟ ନୁହଁନ୍ତି । ସେଥିପାଇଁ ମୋ ଗୁରୁ ମାହାରାଜ କହୁଥିଲେ ଯେ "କୌଣସି ଭଦ୍ର ବ୍ୟକ୍ତି ଏଠାରେ ରହିପାରିବେ ନାହିଁ । ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ । ଏବଂ...କିନ୍ତୁ, ଚୈତନ୍ୟ ମହାପ୍ରଭୁଙ୍କର ସେବା କରିବା ପାଇଁ ସୁଯୋଗ ଅଛି । କାରଣ ସମାଜ ଏତେ ପତିତ, ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କର ସେବା କରିବା ପାଇଁ ଭଲ ସୁଯୋଗ ଅଛି । କାରଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ହେଉଛି ପତିତମାନଙ୍କର ଉଦ୍ଧାର କରିବା । ତେଣୁ ତୁମମାନଙ୍କୁ ସୁଯୋଗ ମିଳିଛି ସେବା କରିବା ପାଇଁ ଶ୍ରୀ ଚୈ...., ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ କାରଣ ସେ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ପାଇଁ ଚାହାଁନ୍ତି । କୃଷ୍ଣ ମଧ୍ୟ ଚାହୁଁଥିଲେ । ଯଦା ଯଦା ହି ଗ୍ଲାନିର୍ ଭବତି ଭାରତ, ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ । କୃଷ୍ଣ ଆସନ୍ତି...ଏହା ହେଉଛି...ଭଗବାନଙ୍କର କାମ ଏହିପରି ଚାଲିଥାଏ । ସେ ଭାରୀ ଉତ୍ସୁକ ଏହି ଭୌତିକ ସଂସାରରେ ସଢ଼ୁଥିବା, ଏହି ସମସ୍ତ ଦୁର୍ଜନମାନଙ୍କର ଉଦ୍ଧାର କରିବା ପାଇଁ । କୃଷ୍ଣ ସର୍ବଦା ଉତ୍ସୁକ ଅଟନ୍ତି । ସେ ନିଜେ ଆସନ୍ତି । ସେ ଭକ୍ତ ରୂପରେ ଆସନ୍ତି । ସେ ଆସନ୍ତି, ନିଜର ଯର୍ଥାତ ସେବକ, ଯର୍ଥାତ ପୁତ୍ରକୁ ପଠାନ୍ତି ।

ତେଣୁ ଏହି ସମସ୍ତ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା, କୃଷ୍ଣଙ୍କ ପାଇଁ ଚିନ୍ତାର ବିଷୟ । ସେଥିପାଇଁ ଏହିସବୁ ହେଉଛି ସୁଯୋଗ । ଯୋଗିନୀ, ଯୋଗୀ ମାନେ ଦୁନିଆ ସାରା ଭ୍ରମଣ କରୁଛନ୍ତି । କେବଳ ବର୍ଷା ଋତୁରେ ସେମାନେ ବିଶ୍ରାମ ନିଅନ୍ତି । ନା କି ଅନ୍ୟ ଋତୁମାନଙ୍କରେ କେବଳ ଖାଇବା ଏବଂ ଶୋଇବା । ନା । କାରଣ ବର୍ଷାଋତୁରେ ଭ୍ରମଣ କରିବା ଅସୁବିଧାଜନକ, ସେଥିପାଇଁ କେବଳ ଚାରି ମାସ । ତେଣୁ ସେହି ଚାରିମାସରେ, ଯେଉଁଠାରେ ସେମାନେ ରୁହନ୍ତି, କେବଳ କାହା ଦ୍ଵାରା ସେବା ପାଆନ୍ତି, ଯେପରି ଏକ ଚାକର, ସେମାନେ ଉଦ୍ଧାର ପାଆନ୍ତି । ପ୍ରଚାରର କୌଣସି ପ୍ରଶ୍ନ ନାହିଁ । କେବଳ ସେବା କରିବା ପାଇଁ ସୁଯୋଗ ଦେବା, ପତିତ ମାନଙ୍କ ଆତ୍ମା ଉଦ୍ଧାର ହୋଇଯାଏ । କିନ୍ତୁ ତୁମେ ସକ୍ଷମ ହେବା ଉଚିତ୍, କିଛି ନ କରି ସେବା ନେବା ପାଇଁ । ତେବେ ତୁମେ ନର୍କକୁ ଯିବ । ଯଦି ତୁମେ ବାସ୍ତବରେ ଆଧ୍ୟାତ୍ମିକ ସ୍ତରରେ ଅଛ, ତେବେ ଅନ୍ୟ ମାନଙ୍କୁ ତୁମର ସେବା କରିବା ପାଇଁ କିଛି ଅବସର ଦେବ, ତେବେ ସେମାନେ ଉଦ୍ଧାର ପାଇବେ । ତତ୍ଵଜ୍ଞାନ ବୁଝିବାର କୌଣସି ପ୍ରଶ୍ନ ନାହିଁ । ଜଣେ ଭକ୍ତ ଅତି ନିପୁଣ ହେବା ଉଚିତ୍ । ସେଥିପାଇଁ, ଏହି ପ୍ରଣାଳୀ ହେଉଛି, ଯଥା ଶୀଘ୍ର ଜଣେ ଭକ୍ତକୁ ଦେଖିବ ସେ ତଳକୁ ନଇଁବ ଏବଂ ନେବ ..., ଚରଣ ସ୍ପର୍ଶ କରିବ । ଏହା ହେଉଛି ପ୍ରଣାଳୀ । କାରଣ ଚରଣ ସ୍ପର୍ଶ କରିବା ଦ୍ଵାରା... ମହତ୍ ପାଦ ରଜୋ ଅଭିଶେକମ୍ । ଯଦି ଜଣେ ବାସ୍ତବରେ ଆଧ୍ୟାତ୍ମିକ ଜୀବନକୁ ଉନ୍ନତ ହୁଏ ଏବଂ ସେ, ନିଏ, ଲୋକେ ତଙ୍କର ଚରଣ କମଳ ସ୍ପର୍ଶ କରିବାର ସୁଯୋଗ ନିଅନ୍ତି, ତେବେ ସେ ଭକ୍ତ ହୋଇଯାଏ । ଏହା ହେଉଛି ପ୍ରଣାଳୀ ।