OR/Prabhupada 0170 - ଆମେମାନେ ଗୋସ୍ଵାମୀମାନଙ୍କୁ ଅନୁସରଣ କରିବା ଉଚିତ୍

Revision as of 11:31, 4 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0170 - in all Languages Category:OR-Quotes - 1976 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 1.7.8 -- Vrndavana, September 7, 1976

ତେଣୁ ଏହି ସଂହିତା...ସଂହିତା ଅର୍ଥାତ୍ ବୈଦିକ ଗ୍ରନ୍ଥ । ଅନେକ ଦୁର୍ଜନ ଅଛନ୍ତି, ସେମାନେ କୁହନ୍ତି ଯେ "ଭଦବଦ୍ ଗୀତା ବ୍ୟାସଦେବ ଲେଖି ନାହାଁନ୍ତି, ଏହା ବୋପାଦେବ ଲେଖିଛନ୍ତି ।" ସେମାନେ ସେପରି କୁହନ୍ତି । ମାୟାବାଦୀ, ନୀରିଶ୍ଵରବାଦୀମାନେ ଏହା କୁହନ୍ତି । କାରଣ ଯଦିଓ ନୀରିଶ୍ଵରବାଦୀ କିମ୍ଵା ମାୟାବାଦୀ ଦଳପତି ଶଙ୍କରାଚାର୍ଯ୍ୟ, ଭଗବଦ୍ ଗୀତା ଉପରେ ଭାଷ୍ୟ ଲେଖିଥିଲେ, କିନ୍ତୁ ସେ ଭାଗବତକୁ ଛୁଇଁ ପାରି ନ ଥିଲେ, କାରଣ ଭାଗବତରେ ସବୁକିଛି ବହୁତ ସୁନ୍ଦର ଭାବରେ ଦର୍ଶାଯାଇଛି, କ୍ରତ୍ଵାନୁକ୍ରମ୍ୟା, ଭଗବାନଙ୍କର ରୂପ ନାହିଁ ତାହା ପ୍ରମାଣ କରିବା ମାୟାବାଦୀଙ୍କ ଦ୍ଵାରା ସମ୍ଭବ ନୁହେଁ । ସେମାନେ ଏହା କରିପାରିବେ ନାହିଁ । ଆଜିକାଲି ସେମାନେ କରୁଛନ୍ତି, ତାଙ୍କ ହିସାବରେ ଭାଗବତ ପଢ଼ୁଛନ୍ତି, କିନ୍ତୁ ତାହା କୌଣସି ସାଧୁ ବ୍ୟକ୍ତିକୁ ଆକର୍ଷିତ କରିବ ନାହିଁ । ବେଳେ ବେଳେ ମୁଁ ଦେଖିଛି ଏକ ବଡ଼ ମାୟାବଦୀ ଶ୍ରୀମଦ ଭାଗବତରୁ ଏକ ଶ୍ଳୋକକୁ ବ୍ୟାଖ୍ୟା କରୁଥିଲେ, ଯେ "କାରଣ ତୁମେ ହେଉଛ ଭଗବାନ, ସେଥିପାଇଁ ଯଦି ତୁମେ ସନ୍ତୁଷ୍ଟ ହୋଇଯିବ, ତେବେ ଭଗବାନ ମଧ୍ୟ ସନ୍ତୁଷ୍ଟ ହୋଇଯିବେ ।" ଏହା ହେଉଛି ତାଙ୍କର ତତ୍ଵଜ୍ଞାନ । "ତୁମେ ଭଗବାନଙ୍କୁ ପୃଥକ ଭାବରେ ସନ୍ତୁଷ୍ଟ କରିବା ଦରକାର ନାହିଁ । ତେଣୁ ତୁମେ ଯଦି ମଦ୍ୟପାନ କରି ସନ୍ତୁଷ୍ଟ ହୁଅ, ତେବେ ଭଗବାନ ମଧ୍ୟ ସନ୍ତୁଷ୍ଟ ହୋଇଯିବେ ।" ଏହା ହେଉଛି ତାଙ୍କର ବ୍ୟାଖ୍ୟା ।

ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଏହି ମୟାବାଦୀ ଭାଷ୍ୟକୁ ବହିସ୍କାର କରିଛନ୍ତି । ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ମାୟାବାଦୀ ଭାଷ୍ୟ ଶୁଣିଲେ ହୋଏ ସର୍ବନାଶ (CC Madhya 6.169) । ମାୟାବାଦୀ କୃଷ୍ଣ ଅପରାଧି । ସେ ପରିଷ୍କାର ଭାବରେ କହିଛନ୍ତି । ସମ୍ମତି କରାଯିବ ନାହିଁ । ମାୟାବାଦୀମାନେ, କୃଷ୍ଣଙ୍କ ନିକଟରେ ବହୁତ ବଡ଼ ଧରଣର ଅପରାଧି । ତାନହଂ ଦ୍ଵିଷତଃ କ୍ରୂରାନ୍ (BG 16.19), କୃଷ୍ଣ ମଧ୍ୟ କୁହନ୍ତି । ସେମାନେ କୃଷ୍ଣଙ୍କୁ ବହୁତ ବହୁତ ଈର୍ଷା କରନ୍ତି । କୃଷ୍ଣ ହେଉଛନ୍ତି ଦ୍ଵିଭୁଜ-ମୁରଲିଧର, ଶ୍ୟାମସୁନ୍ଦର, ଏବଂ ମାୟାବାଦୀମାନ ବ୍ୟାଖ୍ୟା କରନ୍ତି ଯେ "କୃଷ୍ଣଙ୍କର ହାତ ନାହିଁ, ଗୋଡ଼ ନାହିଁ । ଏହାସବୁ କାଳ୍ପନିକ ।" ଏହା କେତେ ବଡ଼ ଅପରାଧ ସେମାନେ ଜାଣି ନାହାଁନ୍ତି । ଆମ ଭଳି ଲୋକମାନଙ୍କୁ ସଚେତନ କରିବା ପାଇଁ, ଚୈତନ୍ୟ ମହାପ୍ରଭୁ ପରିଷ୍କାର ଭାବରେ ଚେତାବନି ଦେଇଛନ୍ତି ଯେ "ତୁମେ ମାୟାବାଦୀମାନଙ୍କ ପାଖକୁ ଯାଅ ନାହିଁ । ମାୟାବାଦୀ ଭାଷ୍ୟ ଶୁଣିଲେ ହୋଏ ସର୍ବନାଶ । ମାୟାବାଦୀ ହୋଏ କୃଷ୍ଣ ଅପରାଧି । ଏହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ବକ୍ତବ୍ୟ ।

ତେଣୁ ତୁମକୁ ଅଧିକ ସାବଧାନ ରହିବାକୁ ପଡ଼ିବ । କୌଣସି ମାୟାବାଦୀକୁ ଶୁଣିବାକୁ ଯାଅ ନାହିଁ । ଅନେକ ମୟାବାଦୀ ବୈଷ୍ଣବଙ୍କ ବେଶରେ ଅଛନ୍ତି । ଶ୍ରୀ ଭକ୍ତି ବିନୋଦ ଠାକୁର ତାଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେ ଏଇ ଏକା କଳି-ଚେଲା ନାକେ ତିଳକ ଗଳେ ମାଳା, ଯେ "କଳିର ଚେଲା ଏଠାରେ ଅଛି । ଯଦିଓ ତାର ନାକରେ ତିଳକ ଏବଂ ଗଳାରେ ମାଳା ଅଛି, କିନ୍ତୁ ସେ ଏକ କଳିର ଚେଲା ।" ଯଦି ସେ ମାୟାବାଦୀ, ସହଜ-ଭଜନ-କାଚେ ମାମା ସାଙ୍ଗେ ଲାଏ ପାରେ ବାଲା । ତେଣୁ ଏହିସବୁ ଚାଲିଛି । ତୁମେ ବୃନ୍ଦାବନକୁ ଆସିଛ । ସାବଧାନ ରୁହ, ବହୁତ ସାବଧାନ । ମାୟାବାଦୀ ଭାଷ୍ୟ ଶୁଣିଲେ (CC Madhya 6.169) । ଏଠାରେ ଅନେକ ମାୟାବାଦୀ ଅଛନ୍ତି, ଅନେକ ତଥା କଥିତ ତିଳକ-ମାଳା, କିନ୍ତୁ ତୁମେ ଜାଣି ନାହଁ ଭିତରେ କ'ଣ ଅଛି । କିନ୍ତୁ ମାହାନ ଆଚାର୍ଯ୍ୟ, ସେମାନେ ଜାଣିପାରିବେ ।

ଶୃତି-ସ୍ମ୍ରତି-ପୁରାଣାଦି
ପଞ୍ଚରାତ୍ର-ବିଧିମ୍ ବିନା
ଐକାନ୍ତିକ ହରେର୍ ଭକ୍ତିର
ଉତ୍ପାତାୟୈବ କଳ୍ପତେ
(ବ୍ର ସଂ ୧.୨.୧୦୧)

ସେମାନେ କେବଳ ଅଶାନ୍ତି ସୃଷ୍ଟି କରନ୍ତି । ସେଥିପାଇଁ ଆମେମାନେ ଗୋସ୍ଵାମୀମାନଙ୍କୁ ଅନୁସରଣ କରିବା ଉଚିତ୍, ଗୋସ୍ଵାମୀ ସାହିତ୍ୟ, ବିଶେଷକରି ଭକ୍ତି-ରସାମୃତ-ସିନ୍ଧୁ, ଯାହାକୁ ଆମେ ନେକ୍ଟର୍ ଅଫ୍ ଡିଭୋସନ ନାମରେ ଅନୁବାଦ କରିଛୁ, ତୁମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଧ୍ୟାନ ପୂର୍ବକ ପଢ଼ ଏବଂ ପ୍ରଗତି କର । କୌଣସି ମାୟାବାଦୀ ଏବଂ ତଥା କଥିତ ବୈଷ୍ଣବମାନଙ୍କର ଶିକାର ହୁଅ ନାହିଁ । ଏହା ଭାରି ବିପଦଜନକ । ସେଥିପାଇଁ କୁହାଯାଇଛି, ସ ସମ୍ହିତମ୍ ଭାଗବତିମ୍ କୃତ୍ଵାନୁକ୍ରମ୍ୟ ଚାତ୍ମ-ଜମ (ଶ୍ରୀ ଭା ୧.୭.୮) । ଏହା ଅତ୍ୟନ୍ତ ଗୋପନୀୟ ବିଷୟବସ୍ତୁ । ସେ ଶିକ୍ଷା ଦେଇଥିଲେ, ଶୁକଦେବ ଗୋସ୍ଵାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।