OR/Prabhupada 0260 - ଇନ୍ଦ୍ରିୟମାନଙ୍କର ଆଦେଶ ଦ୍ଵାରା ଆମେମାନେ ଜୀବନ ପରେ ଜୀବନ ପାପକାର୍ଯ୍ୟ କରି ଚାଲିଛୁ

Revision as of 06:15, 13 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0260 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, September 27, 1968

ବ୍ୟବହାରିକ ଭାବରେ ବୁଝିବାକୁ ଚେଷ୍ଟା କର କି କପରି ଏହି ଇନ୍ଦ୍ରିୟଗୁଡ଼ିକ ଏତେ ଶକ୍ତିଶାଳୀ ଅଟନ୍ତି । ଏହା ନୁହେଁ ଯେ କେବଳ ଯୁବକମାନେ ଇନ୍ଦ୍ରିୟମାନଙ୍କର ସେବକ । ଏପରିକି ପଞ୍ଚସ୍ତରୀ ବର୍ଷ, ଅଶୀ ବର୍ଷ, କିମ୍ଵା ମୃତ୍ୟୁ ନିକଟରେ ଥିବା, ସେମାନେ ସମସ୍ତେ ଇନ୍ଦ୍ରିୟମାନଙ୍କର ସେବକ ଅଟନ୍ତି । ଇନ୍ଦ୍ରିୟଗୁଡ଼ିକ କଦାପି ସନ୍ତୁଷ୍ଟ ହୁଅଁନ୍ତି ନାହିଁ । ତାହା ହେଉଛି ଭୌତିକ ଆଦେଶ । ତେବେ ମୁଁ ହେଉଛି ସେବକ । ମୁଁ ମୋର ଇନ୍ଦ୍ରିୟମାନଙ୍କର ସେବକ, ଏବଂ ମୋର ଇନ୍ଦ୍ରିୟମାନଙ୍କର ସେବା କରିବା ଦ୍ଵାରା, ନା ମୁଁ ସନ୍ତୁଷ୍ଟ ଅଛି, ନା ମୋର ଇନ୍ଦ୍ରିୟଗୁଡ଼ିକ ସନ୍ତୁଷ୍ଟ ଅଛନ୍ତି, ନା ସେ ମୋ ଉପରେ ପ୍ରସନ୍ନ । ବିଶୃଙ୍ଖଳା ଅଛି । ତେଣୁ ଏହା ହେଉଛି ସମସ୍ୟା ।

ତେଣୁ ସବୁଠାରୁ ଭଲ କଥା... ସେଥିପାଇଁ କୃଷ୍ଣ କୁହଁନ୍ତି, ଭଗବାନ କୃଷ୍ଣ କୁହଁନ୍ତି,

ସର୍ବଧର୍ମାନ୍ ପରିତ୍ୟଜ୍ୟ
ମାମେକଂ ଶରଣଂ ବ୍ରଜ
ଅହଂ ତ୍ଵା ସର୍ବପାପେଭ୍ୟୋ
ମୋକ୍ଷୟିଷ୍ୟାମି ମା ଶୁଚିଃ
(BG 18.66)

ତୁମେ ତୁମର ଇନ୍ଦ୍ରିୟଗୁଡ଼ିକର ସେବା କରିଛ ଏତେ ସାରା ଜୀବନରେ, ଜୀବନ ପରେ ଜୀବନରେ, ୮,୪୦୦,୦୦୦ ପ୍ରଜାତିର ଜୀବନ ରେ । ପକ୍ଷୀମାନେ ସେମାନେ ମଧ୍ୟ ଇନ୍ଦ୍ରିୟମାନଙ୍କ ଅଧିନରେ ଅଛନ୍ତି । ପଶୁମାନେ, ସେମାନେ ମଧ୍ୟ ଇନ୍ଦ୍ରିୟମାନଙ୍କ ଅଧିନରେ ଅଛନ୍ତି । ପୁରୁଷ, ମନୁଷ୍ୟ, ଏବଂ ସମସ୍ତେ, ଦେବତାମାନେ, ସମସ୍ତେ ଏହି ଭୌତିକ ଦୁନିଆରେ, ସେମାନେ ଇନ୍ଦ୍ରିୟମାନଙ୍କ ପଛରେ, ଇନ୍ଦ୍ରିୟମାନଙ୍କର ସେବା କରୁଛନ୍ତି । କିନ୍ତୁ କୃଷ୍ଣ କୁହଁନ୍ତି ଯେ "ତୁମେ କେବଳ ମୋତେ ଆତ୍ମସମର୍ପଣ କର । କେବଳ ମୋତେ ସେବା କରିବା ପାଇଁ ରାଜି ହୁଅ । ତେବେ ମୁଁ ତୁମର ଦାୟିତ୍ଵ ନେବି ।" ବାସ୍ । ଅହଂ ତ୍ଵା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚିଃ । କାରଣ ଇନ୍ଦ୍ରିୟମାନଙ୍କର ଆଦେଶ ଦ୍ଵାରା ଆମେମାନେ ଜୀବନ ପରେ ଜୀବନ ପାପକାର୍ଯ୍ୟ କରି ଚାଲିଛୁ; ସେଥିପାଇଁ ଆମେ ଶାରୀରିକ ଉପସ୍ଥାପନାର ଭିନ୍ନ ଭିନ୍ନ ଶ୍ରେଣୀରେ ଅଛୁ । ଭାବ ନାହିଁ ଯେ ସମସ୍ତେ ସମାନ ସ୍ତରରେ ଅଛନ୍ତି । ନା । ଜଣଙ୍କର କାର୍ଯ୍ୟ ହିସାବରେ ତାକୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀର ମିଳେ । ତେଣୁ ଏହି ବିଭିନ୍ନ ପ୍ରକାରର ଶରୀର ବିଭିନ୍ନ ଶ୍ରେଣୀର ଇନ୍ଦ୍ରିୟ ସନ୍ତୁଷ୍ଟି ଯୋଗୁଁ ମିଳେ । ତେବେ ଇନ୍ଦ୍ରିୟ ସନ୍ତୁଷ୍ଟି ଘୁଷୁରିମାନଙ୍କର ଠାରେ ମଧ୍ୟ ଅଛି । କାହିଁକି ତାକୁ ଘୁଷୁରିର ଶରୀର ଦିଆଦଲା? ଏତେ କାମୁକ ଯେ ସେ ଭେଦ ଭାବ କରେ ନାହିଁ କିଏ ମା, କିଏ ଭଉଣୀ, କିମ୍ଵା କିଏ ଏହା, କିମ୍ଵା କିଏ ତାହା । ଏହା ବ୍ୟବହାରିକ, ତୁମେ ଦେଖିବ । କୁକୁର ଏବଂ ଘୁଷୁରିମାନେ, ସେମାନେ ସେମିତି । ମାନବ ସମାଜରେ ମଧ୍ୟ ଅନେକ ଅଛନ୍ତି ଯେଉଁମାନେ ଖାତିର୍ କରନ୍ତି ନାହିଁ କିଏ ମା, କିଏ ଭଉଣୀ, କିମ୍ଵା କିଏ ଏହା । ଇନ୍ଦ୍ରିୟଗୁଡ଼ିକ ଅତି ଶକ୍ତିଶାଳୀ । ଏବଂ ଏହା ଆମର ସମସ୍ତ ଦୁଃଖର କାରଣ, ବୁଝିବାକୁ ଚେଷ୍ଟା କର । ଯେଉଁ ତ୍ରିଗୁଣ ଦୁଃଖରେ ଆମେ ପୀଡ଼ିତ, ଯାହାର ଆମେ ସମାଧାନ କରିବାକୁ ଚେଷ୍ଟା କରୁଛୁ, ଇନ୍ଦ୍ରିୟମାନଙ୍କର ଆଦେଶ ହେଉଛି କାରଣ । ସେଥିପାଇଁ କୃଷ୍ଣ ଅଛନ୍ତି । କୃଷ୍ଣ ଅଛନ୍ତି । ତାଙ୍କର ନାମ ହେଉଛି ମଦନ ମୋହନ । ଯଦି ତୁମେ ତୁମର ପ୍ରେମ ଇନ୍ଦ୍ରିୟ ଠାରୁ କୃଷ୍ଣଙ୍କୁ ସ୍ଥାନାନ୍ତରୀତ କରିବାକୁ ଚେଷ୍ଟା କର, ତେବେ ତୁମେ ପରିଣାମ ଦେଖିବ । ତୂରନ୍ତ ତୁମେ ପାଇବ । ସେବନ୍ମୁଖେ ହି ଜିହ୍ଵାଦୌ (Brs. 1.2.234) । ତେଣୁ ଏହି ମିଥ୍ୟା ପ୍ରୟାସ, ଯେ "ମୁଁ ସମସ୍ତ ସର୍ବକ୍ଷେଣର ମାଲିକ ହେବାକୁ ଚାହୁଁଛି," "ମୁଁ ସମସ୍ତ ସର୍ବକ୍ଷଣର ରାଜା," ଏହି ଭାବ ଛାଡ଼ିବାକୁ ହେବ । ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ସାମ୍ଵିଧାନିକ ରୂପରେ ସେବକ ଅଟନ୍ତି । ବର୍ତ୍ତମାନ ସମୟରେ, ଆମେମାନେ ଇନ୍ଦ୍ରିୟମାନଙ୍କର ସେବକ ଅଟୁ । ବର୍ତ୍ତମାନ, ଏହି ଦାସତ୍ଵ କେବଳ କୃଷ୍ଣଙ୍କ ଆଡ଼କୁ ପରିବର୍ତ୍ତନ କରିବା ଉଚିତ୍ । ସେବାନ୍ମୁଖେ ହି ଜିହ୍ଵାଦୌ ସ୍ଵୟଂ ଏବ ସ୍ଫୁରିତ ଅଦଃ । ଏବଂ ଯଥା ଶୀଘ୍ର ତୁମେ ତୁମର ଦାସତ୍ଵ କୃଷ୍ଣଙ୍କ ଆଡ଼କୁ ପରିବର୍ତ୍ତନ କରିବ, ତେବେ ଧିରେ ଧିରେ, ଯେପରି ତୁମେ ଦାୟିତ୍ଵବାନ ହେବ, ତେବେ କୃଷ୍ଣ ତୁମକୁ ପ୍ରକାଶିତ କରିବେ, ଏବଂ କୃଷ୍ଣ ଏବଂ ତୁମ ମଧ୍ୟରେ ସେବାର ଆଦାନ ପ୍ରଦାନ ଭଲ ଭାବରେ ହୋଇ ପାରିବ । ତୁମେ ତାଙ୍କୁ ବନ୍ଧୁ ରୂପରେ ଭଲ ପାଅ, କିମ୍ଵା ମାଲିକ ରୂପରେ, କିମ୍ଵା ପ୍ରେମୀ ରୂପରେ, କିମ୍ଵା...ଏତେ ସାରା ଜିନିଷ ଅଛି । ଯେ କୌଣସି ଭାବରେ ତୁମେ ତାଙ୍କୁ ଭଲ ପାଇବାକୁ ଚେଷ୍ଟା କର ଏବଂ ଦେଖିବ ତୁମେ କେତେ ସନ୍ତୁଷ୍ଟ ଅଛ । ଏହା ହେଉଛି କୃଷ୍ଣ ଚେତନା ଅନ୍ଦୋଳନ । ଦୟାକରି ବୁଝିବାକୁ ଚେଷ୍ଟା କର ।