OR/Prabhupada 0274 - ଆମେ ବ୍ରହ୍ମ ସମ୍ପ୍ରଦାୟର ଅଟୁ

Revision as of 10:02, 13 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0274 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.7 -- London, August 7, 1973

ତେବେ ତୁମକୁ ପରମ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାକୁ ହେବ, ଅର୍ଥାତ୍ କୃଷ୍ଣ କିମ୍ଵା ତାଙ୍କର ପ୍ରତିନିଧିଙ୍କ ପାଖରେ । ଅନ୍ୟ ସମସ୍ତେ ହେଉଛନ୍ତି ଦୁର୍ଜନ ଏବଂ ମୂର୍ଖ । ଯଦି ତୁମେ ଏକ ବ୍ୟକ୍ତି ପାଖରେ ପହଞ୍ଚ, ଗୁରୁ, ଯିଏ କୃଷ୍ଣଙ୍କର ପ୍ରତିନିଧି ନୁହେଁ, ତୁମେ ଏକ ଦୁର୍ଜନ ପାଖକୁ ଯାଉଛ । ତୁମେ କିପରି ପ୍ରବୃଦ୍ଧ ହେବ? ତୁମକୁ କୃଷ୍ଣଙ୍କ ପାଖରେ ପହଞ୍ଚିବାକୁ ହେବ, କିମ୍ଵା ତାଙ୍କ ପ୍ରତିନିଧି ପାଖରେ । ତାହା ଆବଶ୍ୟକ । ତଦ୍ ବିଜ୍ଞାନାର୍ଥମ ସ ଗୁରୁମ ଏବ ଅଭିଗଚ୍ଛେତ (MU 1.2.12) । ତେବେ ଗୁରୁ କିଏ? ସମିତ-ପାଣିଃ ଶ୍ରୋତ୍ରିୟମ ବ୍ରହ୍ମ ନିଷ୍ଠମ । ଏକ ଗୁରୁ ପୂର୍ଣ୍ଣ କୃଷ୍ଣ ଚେତନାଶୀଳ ଅଟେ । ବ୍ରହ୍ମ-ନିଷ୍ଠମ । ଏବଂ ଶ୍ରୋତ୍ରିୟମ । ଶ୍ରୋତ୍ରିୟମ ଅର୍ଥାତ୍ ଯିଏ ଶୁଣିଛି, ଯିଏ ଜ୍ଞାନ ପ୍ରାପ୍ତ କରିଛି ଶ୍ରୋତ୍ରିୟମ ପଥ ଦ୍ଵାରା, ଉଚ୍ଚ ଅଧିକାରୀ ଠାରୁ ଶୁଣି । ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ (BG 4.2) । ତେବେ ଏଠାରେ ଆମକୁ ଅର୍ଜୁନଙ୍କ ଠାରୁ ଶିଖିବାକୁ ହେବ ଯେ ଯେତେବେଳେ ଆମେ ଭ୍ରମିତ ହେଉ, ଯେତେବେଳେ ଆମେ ଅାମର ପ୍ରକୃତ କର୍ତ୍ତବ୍ୟ ଭୁଲି ଯାଉ, ଏବଂ ସେଥିପାଇଁ ଆମେ ଦ୍ଵନ୍ଦରେ ପଡ଼ୁ, ତେବେ ଆମର କର୍ତ୍ତବ୍ୟ ହେଉଛି କୃଷ୍ଣଙ୍କର ଶରଣକୁ ଯିବା ଯେପରି ଅର୍ଜୁନ କରୁଛନ୍ତି । ତେଣୁ ଯଦି ତୁମେ କହିବ: "କୃଷ୍ଣ କାହାଁନ୍ତି?" କୃଷ୍ଣ ସେଠାରେ ନାହାଁନ୍ତି, କିନ୍ତୁ କୃଷ୍ଣଙ୍କର ପ୍ରତିନିଧି ଅଛନ୍ତି । ତୁମେ ତାଙ୍କ ପାଖରେ ପହଞ୍ଚିବା ଉଚିତ୍ । ତାହା ହେଉଛି ବୈଦିକ ଉପଦେଶ । ତଦ ବିଜ୍ଞାନାର୍ଥମ ସ ଗୁରୁମ ଏବ ଅଭିଗଚ୍ଛେତ (MU 1.2.12) । ଜଣେ ଗୁରୁଙ୍କ ପାଖରେ ପହଞ୍ଚିବା ଉଚିତ୍ । ଏବଂ ଗୁରୁ ଅର୍ଥାତ୍ ମୂଳ ରୂପରେ କୃଷ୍ଣ । ତେନେ ବ୍ରାହ୍ମ ହୃଦା ୟ ଆଦି କବୟେ ମୁହ୍ୟାନ୍ତି ଯତ ସୂର୍ଯ୍ୟଃ (SB 1.1.1) । ଜନ୍ମାଦସ୍ୟ ଯତଃ ଅନ୍ଵାୟାତ ଇତରତସ୍ ଚ ଅର୍ଥେଶୁ ଅଭିଜ୍ଞ ସ୍ଵରାଟ । ତୁମକୁ ପହଞ୍ଚିବାକୁ ହେବ । ସେ ହେଉଛନ୍ତି ଗୁରୁ । ତେଣୁ ଆମେ ବିଚାର କରୁଛୁ, ଆମେ ବ୍ରହ୍ମାଙ୍କୁ ଧରୁ... କାରଣ ସେ ହେଉଛନ୍ତି ଏହି ବ୍ରହ୍ମାଣ୍ଡରେ ପ୍ରଥମ ଜୀବ, ତାଙ୍କୁ ଗୁରୁ ଭାବରେ ଗ୍ରହଣ କରାଯାଏ । ସେ ପ୍ରକାଶ କରିଥିଲେ...ଯେପରି ଆମେ ବ୍ରହ୍ମ ସମ୍ପ୍ରଦାୟର ଅଟୁ । ଚାରୋଟି ସମ୍ପ୍ରଦାୟ ଅଛି, ବ୍ରହ୍ମ ସମ୍ପ୍ରଦାୟ, ଶ୍ରୀ ସମ୍ପ୍ରଦାୟ, ରୁଦ୍ର ସମ୍ପ୍ରଦାୟ ଏବଂ କୁମାର ସମ୍ପ୍ରଦାୟ । ସେମାନେ ସମସ୍ତେ ହେଉଛନ୍ତି ମାହାଜନ । ମହାଜନୋ ଯେନ ଗତଃ ସ ପଂଥଃ (CC Madhya 17.186) । ଆମକୁ ମାହାଜନଙ୍କ ଦ୍ଵାରା ଦିଆଯାଇଥିବା ମାର୍ଗକୁ ସ୍ଵୀକାର କରିବାକୁ ହେବ ।

ତେଣୁ ବ୍ରହ୍ମା ହେଉଛନ୍ତି ମାହାଜନ । ବ୍ରହ୍ମାଙ୍କ ହାତରେ ବେଦ ଥିବା ଛବି ତୁମେ ପାଇବ । ତେଣୁ ସେ ହେଉଛନ୍ତି, ସେ ବେଦର ପ୍ରଥମ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ବୈଦିକ ଜ୍ଞାନ କେଉଁଠାରୁ ପାଇଲେ? ସେଥିପାଇଁ ବୈଦିକ ଜ୍ଞାନ ହେଉଛି ଅପୌରୁଶେୟ । ଏହା ମନୁଷ୍ୟ ନିର୍ମିତ ନାହିଁ । ଏହା ଭଗବାନଙ୍କ ଦ୍ଵାରା ନିର୍ମିତ । ଧର୍ମମ୍ ତୁ ସାକ୍ଷାଦ ଭଗବତ-ପ୍ରଣୀତମ (SB 6.3.19) । ତେବେ କିପରି ଭଗବାନ, କୃଷ୍ଣ ବ୍ରହ୍ମାଙ୍କୁ ଦେଲେ? ତେନେ ବ୍ରହ୍ମା ହୃଦା । ବ୍ରହ୍ମ, ବ୍ରହ୍ମ ଅର୍ଥାତ୍ ବୈଦିକ ଜ୍ଞାନ । ଶଦ୍ଦ-ବ୍ରହ୍ମ । ତେନେ । ସେ ବୈଦିକ ଜ୍ଞାନ ହୃଦରୁ ଦେଇଥିଲେ । ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍ (BG 10.10) । ଯେତେବଳେ ବ୍ରହ୍ମା ସୃଷ୍ଟି ହୋଇଥିଲେ, ସେ କଂକର୍ତ୍ତବ୍ୟବିମୁଢ଼ ଥିଲେ: "ମୋର କର୍ତ୍ତବ୍ୟ କ'ଣ? ସବୁକିଛି ଅନ୍ଧକାର ।" ତେଣୁ ସେ ଧ୍ୟାନ କରିବାକୁ ଲାଗିଲେ, ଏବଂ କୃଷ୍ଣ ତାଙ୍କୁ ଜ୍ଞାନ ଦେଲେ ଯେ: "ଏହା ହେଉଛି ତୁମର କର୍ତ୍ତବ୍ୟ । ତୁମେ ଏପରି କର ।" ତେନେ ବ୍ରାହ୍ମ ହୃଦା ଯ ଆଦି-କବୟେ । ଆଦି-କବୟେ (SB 1.1.1) । ବ୍ରହ୍ମ ଆଦି-କବୟେ ଅଟନ୍ତି । ତେବେ ବାସ୍ତବ ଗୁରୁ ହେଉଛନ୍ତି କୃଷ୍ଣ । ଏବଂ ଏଠାରେ...କୃଷ୍ଣ ଭଗବଦ୍ ଗୀତାରେ ପରାମର୍ଶ ଦେଉଛନ୍ତି । ଏହି ଦୁର୍ଜନ ଏବଂ ମୂର୍ଖମାନେ କୃଷ୍ଣଙ୍କୁ ଗୁରୁ ରୂପରେ ଗ୍ରହଣ କରନ୍ତି ନାହିଁ । ସେମାନେ କିଛି ଦୁର୍ଜନ ଏବଂ ମୂର୍ଖ ଏବଂ ବଦମାସ, ପାପୀ ବ୍ୟକ୍ତିଙ୍କ ପାଖକୁ ଯାଆନ୍ତି, ଏବଂ ଗୁରୁ ସ୍ଵୀକାର କରନ୍ତି । ସେ କିପରି ଗୁରୁ ହୋଇପାରିବ?