OR/Prabhupada 0419 - ଦୀକ୍ଷା ସଂସ୍କାର ହେଉଛି କୃଷ୍ଣ ଚେତନାର ତୃତୀୟ ସ୍ତର

Revision as of 16:44, 15 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0419 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture & Initiation -- Seattle, October 20, 1968

ତେଣୁ ଏହି ଦୀକ୍ଷା ସଂସ୍କାର ହେଉଛି କୃଷ୍ଣ ଚେତନାର ତୃତୀୟ ସ୍ତର । ଯେଉଁମାନେ ଦୀକ୍ଷିତ, ସେମାନେ ମନେରଖିବା ଦରକାର ଯେ ସେମାନଙ୍କୁ ନିୟମ ଏବଂ କାନୁନ ମାନିବାକୁ ହେବ । ଠିକ ଯେପରି ଏକ ବ୍ୟକ୍ତି ଯଦି ଏକ ନର୍ଦ୍ଦିଷ୍ଟ ପ୍ରକାରର ରୋଗରୁ ମୁକ୍ତ ହେବାକୁ ଚାହେଁ, ତେବେ ସେ ଚିକିତ୍ସକଙ୍କର ନିୟମ ମାନିବାକୁ ହେବ, ଏବଂ ତେବେ ସେ ବହୁ ଶୀଘ୍ର ରୋଗମୁକ୍ତ ହୋଇପାରିବ । ତେଣୁ ପ୍ରତିବନ୍ଧର ଏହି ଚାରୋଟି ନିୟମ ତାହାକୁ ପାଳନ କରିବାକୁ ହେବ, ଏବଂ ଅତି କମରେ ପ୍ରତିଦିନ ଷୋହଳ ମାଳ ଜପ କରିବ, ଏବଂ ଧିରେ ଧିରେ ସେ ଏହି ପୂର୍ଣ୍ଣ ବିଶ୍ଵାସରେ ଦୃଢ ହୋଇଯିବ ଏବଂ ଆସକ୍ତି ଏବଂ ସ୍ଵାଦ ଆସିବ, ଏବଂ ତାପରେ ଆପେ ଆପେ କୃଷ୍ଣଙ୍କ ପ୍ରତି ପ୍ରେମ... ଏହା ସମସ୍ତଙ୍କ ହୃଦୟରେ ଅଛି । କୃଷ୍ଣଙ୍କ ପ୍ରତି ପ୍ରେମ ଏହା ଏକ ନୁଆ କଥା ନୁହେଁ ଯାହାକୁ ଆମେ ଥୋପି ଦେଉଛୁ, ନାଁ । ଏହା ଅଛି, ସବୁ ଜାଗାରେ, ସମସ୍ତ ଜୀବଙ୍କ ମଧ୍ୟରେ । ଅନ୍ୟଥା କିପରି ଏହି ଆମେରିକୀୟ ବାଳକ ଏବଂ ବାଳିକାମାନେ ଏହାକୁ ଗ୍ରହଣ କରୁଛନ୍ତି ଯଦି ଏହା ନାହିଁ? ଏହା ଅଛି । ମୁଁ କେବଳ ସାହାଯ୍ୟ କରୁଛି । ଠିକ ଯେପରି ଦିଆସିଲି କାଠି: ସେଥିରେ ନିଆଁ ଅଛି ଏବଂ ଜଣେ କେବଳ ଘର୍ଷଣ କରି ସାହାଯ୍ୟ କରିପାରିବ, ବାସ୍ । ନିଆଁ ଅଛି । ତୁମେ ଦୁଇଟିକୁ ଘର୍ଷଣ କରି ନିଆଁ ପାଇ ପାରିବ ନାହିଁ, କହିବାର ଅର୍ଥ ହେଲା, କାଠି ଗୁଡିକୁ, ଯଦି ସେଥିରେ ନାହିଁ, ସେହି ରାସାୟନ ମୁଣ୍ଡିରେ ନାହିଁ । ତେବେ କୃଷ୍ଣ ଚେତନା ସମସ୍ତଙ୍କର ହୃଦୟରେ ଅଛି, ଜଣେ କେବଳ ଏହି ସହଯୋଗ ଦ୍ଵାରା ଏହାକୁ ପନର୍ଜୀବିତ କରିବା ଉଚିତ୍, ଏହି କୃଷ୍ଣ ଚେତନା ସହଯୋଗ । ତେବେ ଏହା ନା କଷ୍ଟକର, ନା ଅବ୍ୟବହାରିକ, ନା ଅତି ଅରୁଚିକର । ସବୁକିଛି ଭଲ । ତେଣୁ ସମସ୍ତଙ୍କୁ ମୋର ଅନୁରୋଧ, ଯେ ସେମାନଙ୍କୁ ଭଗବାନ ଚୈତନ୍ୟଙ୍କର ଏହି ବଦାନ୍ୟ ଉପହାରକୁ ଗ୍ରହଣ କରିବାକୁ ଦିଅ, କୃଷ୍ଣ ଚେତନା ଆନ୍ଦୋଳନ, ଏବଂ ହରେ କୃଷ୍ଣ ଜପ କରି, ଏବଂ ତୁମେ ଖୁସୀରେ ରହିବ । ତାହା ହେଉଛି ଆମର କାର୍ଯ୍ୟକ୍ରମ ।

ବହୁତ ବହୁତ ଧନ୍ୟବାଦ୍ ।