OR/Prabhupada 1000 - ମାୟା ସର୍ବଦା ସୁଯୋଗର ଖୋଜରେ ଅଛି, ଛିଦ୍ର, କିପରି ତୁମକୁ ପୁଣି ଧରିବ

Revision as of 04:46, 17 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:French Pages - 207 Live Videos Category:Prabhupada 1000 - in all Languages Category:O...")
(diff) ← Older revision | Latest revision (diff) | Newer revision → (diff)


730406 - Lecture SB 02.01.01-2 - New York

ମାୟା ସର୍ବଦା ସୁଯୋଗର ଖୋଜରେ ଅଛି, ଛିଦ୍ର, କିପରି ତୁମକୁ ପୁଣି ଧରିବ ପ୍ରଭୁପାଦ: ତେବେ ଏହା ହେଉଛି ଏକ ମାହାନ ବିଜ୍ଞାନ । ଲୋକମାନେ ଏହା ଜାଣି ନାହାଁନ୍ତି । ଆମର କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଅତି ବୈଜ୍ଞାନିକ, ଅଧିକୃତ । ତେଣୁ ଆମର କାମ ହେଉଛି ଯେତେ ଦୂର ସମ୍ଭବ ଲୋକମାନଙ୍କୁ ପ୍ରବୃଦ୍ଧ କରିବା, ଏବଂ ସେହି ସମୟରେ ଆମକୁ ମଧ୍ୟ ପ୍ରବୃଦ୍ଧ ହୋଇ ରହିବାର ଅଛି । ଆମେ ପୁଣି ଥରେ ମାୟାର ଅନ୍ଧକାରରେ ଆଛାଦିତ ହୋଇ ନ ପାରୁ । ତାହା ଆମେ ହେବା ଉଚିତ୍... ଯେ ତୁମେ ନିଜକୁ ଯୋଗ୍ୟ ରଖ କି ମାୟା ତୁମକୁ ଆଛାଦିତ କରି ନ ପାରୁ । ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ (BG 7.14) ଯଦି ତୁମେ ଗମ୍ଭୀରତାର ସହ କୃଷ୍ଣ ଚେତନାର ସିଦ୍ଧାନ୍ତରେ ଦୃଢ଼ ହୋଇ ରୁହ, ତେବେ ମାୟା ତୁମକୁ ସ୍ପର୍ଶ କରିବା ପାଇଁ ସକ୍ଷମ ହେବ ନାହିଁ । ତାହା ହେଉଛି ଏକମାତ୍ର ଉପାୟ । ଅନ୍ୟଥା ମାୟା ସର୍ବଦା ସୁଯୋଗ ଖୋଜିବାରେ ଲାଗି ଥାଏ, ଛିଦ୍ର, କିପରି ସେ ତୁମକୁ ପୁଣି ଥରେ ଧରି ପାରିବ । କିନ୍ତୁ ତୁମେ ଯଦି କୃଷ୍ଣ ଚେତନାରେ ଦୃଢ଼ ହୋଇ ରହିବ, ମାୟା କିଛି କରିବା ପାଇଁ ସକ୍ଷମ ହେବ ନାହିଁ । ମାମେବ ଯେ ପ୍ରପଦ୍ୟନ୍ତେ । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା (BG 7.14) । ମାୟାର ଜାଲରୁ ବାହାରିବା ଅତି କଷ୍ଟକର । ଏହା ଅତି କଷ୍ଟକର । କିନ୍ତୁ କୃଷ୍ଣ କୁହଁନ୍ତି, ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ (BG 7.14) ଯଦି ଜଣେ ଦୃଢ଼ ଭାବରେ କୃଷ୍ଣଙ୍କର ପାଦପଦ୍ମ ସହିତ ଲାଖି ରୁହେ, ସର୍ବଦା.. ସେଥିପାଇଁ ଆମର, ଏହି କାର୍ଯ୍ୟକ୍ରମ ହେଉଛି ଚବିଶ ଘଣ୍ଟା କୃଷ୍ଣଙ୍କ ବିଷୟରେ ଭାବିବା । ସତତମ । ସତତମ୍ ଚିନ୍ତୋୟ କୃଷ୍ଣ । କୀର୍ତ୍ତନିୟ ସଦା ହରି (CC Adi 17.31) । ଏଗୁଡ଼ିକ ହେଉଛି ସୁପାରିସ୍ । ତେବେ ଯଦି ତୁମେ କେବଳ କୃଷ୍ଣଙ୍କର ବିଷୟରେ ଭାବିବ...ଯଦି ତୁମେ କିଛି କରି ପାରିବ ନାହିଁ, କେବଳ ତାଙ୍କ ବିଷୟରେ ଭାବ । ତାହା ହେଉଛି ସର୍ବୋଚ୍ଚ ଧ୍ୟାନର ପୂର୍ଣ୍ଣତା । ତେଣୁ ସର୍ବଦା ହରେ କୃଷ୍ଣ ମନ୍ତ୍ର ଜପ କର, କୃଷ୍ଣଙ୍କ ସହିତ ଏତେ ସାରା ଉପାୟରେ ସଂସ୍ପର୍ଶରେ ରୁହ, ତେବେ ତୁମେ ସୁରକ୍ଷିତ ରହିବ । ମାୟା ତୁମକୁ ସ୍ପର୍ଶ କରିବାକୁ ସକ୍ଷମ ହେବ ନାହିଁ । ଏବଂ ତୁମେ ଯଦି ଯେ କୌଣସି ପ୍ରକାରରେ ତୁମର ଦିନ ଗୁଡ଼ିକୁ କାଟି ପାରିବ ଏବଂ ମୃତ୍ୟୁ ସମୟରେ ଆମେ କୃଷ୍ଣଙ୍କୁ ସ୍ମରଣ କରିବା, ତେବେ ସମ୍ପୂର୍ଣ୍ଣ ଜୀବନ ସଫଳ ହେବ ।

ବହୁତ ବହୁତ ଧନ୍ୟବାଦ ।

ଭକ୍ତଗଣ: ଧନ୍ୟବାଦ, ଶ୍ରୀଲା ପ୍ରଭୁପାଦଙ୍କର ଜୟ!