OR/Prabhupada 0494 - ନେପୋଲିଅନ୍ ମଜବୁତ - ତୋରଣ ନିର୍ମାଣ କରିଥିଲେ, କିନ୍ତୁ ସେ କୁଆଡ଼େ ଗଲେ, କେହି ଜାଣି ନାହାଁନ୍ତି

Revision as of 11:03, 19 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0494 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.14 -- Germany, June 21, 1974

ଅନ୍ୟଥା ରୂପମ୍ ଅର୍ଥାତ୍ ଅନ୍ୟଥା, ଅନ୍ୟଥାରେ ରହିବା ଏବଂ ବାସ କରିବା । ଅନ୍ୟଥାର ଅର୍ଥ ହେଉଛି ଯେ ମୁଁ ଜୀବାତ୍ମା । ମୋତେ ଆଧ୍ୟାତ୍ମିକ ଶରୀର ମିଳିଛି । କିନ୍ତୁ ଯେ କୌଣସି ପ୍ରକାରରେ, ପରିସ୍ଥିତି ଅନୁଯାୟୀ, ମୋର ଇଛା ଯୋଗୁଁ, ମୁଁ ବେଳେ ବେଳେ ମନୁଷ୍ୟ ଶରୀର ପାଏ ଏବଂ ବେଳେ ବେଳେ କୁକୁରର ଶରୀର, ବେଳେ ବେଳେ ବିଲେଇର ଶରୀର, ବେଳେ ବେଳେ ବୃକ୍ଷର ଶରୀର, ବେଳେ ବେଳେ ଦେବତାଙ୍କର ଶରୀର । ୮,୪୦୦,୦୦୦, ଭିନ୍ନ ପ୍ରଜାତିର ଶରୀର ଅଛି । ତେଣୁ ମୁଁ ମୋର ଇଛା ଅନୁସାରେ ପରିବର୍ତ୍ତନ କରେ । ଏବଂ ମୋର ସଂକ୍ରମଣ ଅନୁସାରେ, କାରଣଂ ଗୁଣସଙ୍ଗୋ ଅସ୍ୟ, ଏଗୁଡିକ ହେଉଛି ସୂକ୍ଷ୍ମ କଥା । ଏହା ହେଉଛି ମନୁଷ୍ୟର ବାସ୍ତବ ଜ୍ଞାନ, ନା କି ଅସ୍ଥାୟି ଖୁସୀ ପାଇଁ କିଛି ଆବିଷ୍କାର କରିବା । ତାହା ହେଉଛି ମୂର୍ଖତା । ତାହା ହେଉଛି ମୂର୍ଖତା, ସମୟ ନଷ୍ଟ କରିବା । ଯଦି ତୁମେ ବର୍ତ୍ତମାନର ଶରୀରର ଆରାମ ପାଇଁ କିଛି ଆବିଷ୍କାର କରୁଛ, ମୁଁ ଆରମରେ ରହିବି, କିନ୍ତୁ - "କିନ୍ତୁ ତୁମକୁ ଅନୁମତି ଦିଆଯାଏ ନାହିଁ, ମହାଶୟ, ଆରାମରେ ରହିବା ପାଇଁ ।" ସର୍ବପ୍ରଥମେ ତୁମେ ଏହା ଜାଣ । ମନେକର ଜଣେ ବ୍ୟକ୍ତି ଏକ ସୁନ୍ଦର ଘର ନିର୍ମାଣ କରୁଛି, ଭାରି ମଜବୁତ ଘର । ଏହା କୌଣସି ପରିସ୍ଥିତିରେ ତଳେ ପଡ଼ିବ ନାହିଁ । କିନ୍ତୁ ତାହା ଠିକ୍ ଅଛି, କିନ୍ତୁ ତୁମେ ନିଜ ପାଇଁ କ'ଣ କରୁଛ, ଯେ ତୁମେ କେବେ ମରିବ ନାହିଁ ତେବେ ତୁମେ ଏହାକୁ ଉପଭୋଗ କରି ପାରବ? "ନା । ଯାହା ହେଉ । ମୋତେ ମୋତେ ମଜବୁତ ଘର ନିର୍ମାଣ କରିବାର ଅଛି । ତେବେ ଘର ରହିବ । ତୁମେ ସେଠାକୁ ଯାଅ । ମଜବୁତ ରାଷ୍ଟ୍ର । ଯେପରିକି ନେପୋଲିଅନ୍ ମଜବୁତ - ତୋରଣ ନିର୍ମାଣ କରିଥିଲେ, କିନ୍ତୁ ସେ କୁଆଡ଼େ ଗଲେ, କେହି ଜାଣି ନାହାଁନ୍ତି । ତେବେ ସେଥିପାଇଁ ଭକ୍ତିବିନୋଦ ଠାକୁର କୁହଁନ୍ତି, ଗାଆନ୍ତି, ଜଡ଼-ବିଦ୍ୟା ଯତୋ ମାୟାର ବୈଭବ ତୋମାର ଭଜନେ ବାଧା ତଥା କଥିତ ଭୌତିକ ଖୁସୀରେ ଆମେ ଯେତେ ଅଧିକ ଉନ୍ନତି କରିବା କିମ୍ଵା ଭୌତିକ ପ୍ରଗତି, ସେତେ ଅଧିକ ଆମେ ଆମର ବାସ୍ତବିକ ପରିଚୟ ଭୁଲିଯିବା । ଏହା ହେଉଛି ପରିଣାମ ।

ତେଣୁ ଅମକୁ ବୁଝିବାକୁ ହେବ ଯେ ଆମର ଅନ୍ୟ ଏକ କାମ ଅଛି, ବାସ୍ତବିକ କାମ । ତାହାକୁ ଆତ୍ମାନୁଭୂତି କୁହାଯାଏ, ଯେ "ମୁଁ ଏହି ଶରୀର ନୁହେଁ ।" ଏହା ହେଉଛି ଆତ୍ମାନୁଭୁତି । ତାହା କୃଷ୍ଣଙ୍କ ଦ୍ଵାରା ପ୍ରାରମ୍ଭରେ ନିର୍ଦ୍ଦେଶ ଦିଆଯାଇଥିଲା, ଯେ "ତୁମେ ଏହି ଶରୀର ନୁହଁ ।" ପ୍ରଥମ ବୁଝାମଣା, ପ୍ରଥମ ଜ୍ଞାନ, ଏହା ବୁଝିବାକୁ ହେବ ଯେ "ମୁଁ ଏହି ଶରୀର ନୁହେଁ । ମୁଁ ହେଉଛି ଜୀବାତ୍ମା । ମୋର ଅନ୍ୟ ଏକ କାମ ଅଛି ।" ଏହା ନୁହେଁ ଯେ କୁକୁରମାନଙ୍କ ପରି କିମ୍ଵା ମନୁଷ୍ୟମାନଙ୍କ ପରି ଅସ୍ଥାୟୀ କାର୍ଯ୍ୟଗୁଡ଼ିକ, କିମ୍ଵା ବାଘମାନଙ୍କ ପରି, କିମ୍ଵା ବୃକ୍ଷମାନଙ୍କ ପରି, କିମ୍ଵା ମାଛମାନଙ୍କ ପରି, କାର୍ଯ୍ୟକଳାପ ଅଛି । ଆହାର-ନିଦ୍ରା-ଭୟ-ମୈଥୁନମ ଚ । ଶାରୀରିକ ଆବଶ୍ୟକତା ଗୁଡ଼ିକର ସେହି ସିଦ୍ଧାନ୍ତ । ଖାଇବା, ଶୋଇବା, ଯୌନ ଜୀବନ ଏବଂ ଅତ୍ମରକ୍ଷା । କିନ୍ତୁ ମନୁଷ୍ୟ ରୂପି ଜୀବନରେ, ମୋର ଅନ୍ୟ ଏକ କାମ ଅଛି, ଆତ୍ମାନୁଭୂତି, ଏହି ଶାରୀରିକ ଜଞ୍ଜାଳରୁ ବାହାରିବା । ଏବଂ ତାହାକୁ ଜ୍ଞାନ କୁହାଯାଏ । ଏହି ଜ୍ଞାନ ବିନା, ଯାହା କିଛି ଆମେ ଜ୍ଞାନରେ ଉନ୍ନତି କରୁ, ତାହା ହେଉଛି ମୂର୍ଖତା, ବାସ୍ । ଶ୍ରମ ଏବ ହି କେବଳମ (SB 1.2.8) ।