OR/Prabhupada 0629 - ଆମେମାନେ ଭିନ୍ନ ଭିନ୍ନ ପୋଷାକରେ ଭଗବାନଙ୍କର ଭିନ୍ନ ଭିନ୍ନ ପୁତ୍ର ଅଟୁ

Revision as of 07:11, 20 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0629 - in all Languages Category:OR-Quotes - 1972 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.13 -- Pittsburgh, September 8, 1972

ତେବେ କୃଷ୍ଣ ଚେତନାଶୀଳ ହେବା ପାଇଁ, ଆମକୁ କେବଳ ତିନୋଟି ଜିନିଷ ବୁଝିବାକୁ ହେବ:

ଭୋକ୍ତାରଂ ଯଜ୍ଞତପସାଂ
ସର୍ବଲୋକ ମହେଶ୍ଵରମ୍
ସୁହୃଦଂ ସର୍ଭଭୂତାନାଂ
ଜ୍ଞାତ୍ଵା ମାଂ ଶାନ୍ତିମୃଚ୍ଛତି
(BG 5.29)

ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଖୁସୀ, ସନ୍ତୁଷ୍ଟ ହେବା ପାଇଁ ଚେଷ୍ଟା କରୁଛନ୍ତି । ଏହା ହେଉଛି ଅସ୍ତିତ୍ଵ ପାଇଁ ସଂଘର୍ଷ । କିନ୍ତୁ ଆମେ ଯଦି ଏହି ତିନୋଟି ସିଦ୍ଧାନ୍ତକୁ ବୁଝି ପାରିବା, ଯେ ଭଗବାନ ହେଉଛନ୍ତି ପରମ ପିତା, ଭଗବାନ ହେଉଛନ୍ତି ପରମ ମାଲିକ, ଭଗବାନ ହେଉଛନ୍ତି ପରମ ବନ୍ଧୁ, ଏହି ତିନୋଟି ଜିନିଷ, ଯଦି ତୁମେ ବୁଝିପାରିବ, ତେବେ ତୁମେ ତୂରନ୍ତ ଖୁସୀ ହେବ । ତୂରନ୍ତ । ଯଦି ତୁମେ ସାହାୟତା ପାଇବା ପାଇଁ ବନ୍ଧୁ ଆବଶ୍ୟକ କର, ଏତେ ସାରା । କିନ୍ତୁ ଯଦି ଆମେ କେବଳ ଭଗବାନଙ୍କୁ ସ୍ଵୀକାର କରିବା, କୃଷ୍ଣ, ମୋର ବନ୍ଧୁ ଭାବରେ, ପରମ ବନ୍ଧୁ, ତୁମର ବନ୍ଧୁତାର ସମସ୍ୟା ଦୂର ହୋଇଯିବ । ସେହିପରି, ଯଦି ଆମେ ଭଗବାନଙ୍କୁ ପରମ ମାଲିକ ରୂପେ ସ୍ଵୀକାର କରିବା, ତେବେ ଆମର ଅନ୍ୟ ସମସ୍ୟା ମଧ୍ୟ ସମାଧାନ ହୋଇଯିବ । କାରଣ ଆମେ ମିଥ୍ୟା ଭାବରେ ସେହି ଜିନିଷଗୁଡ଼ିକର ମାଲିକ ହେବାର ଦାବି କରୁଛୁ ଯାହା ହେଉଛି ଭଗବାନଙ୍କର । ମିଥ୍ୟା ଭାବରେ ଦାବି କରିବା ଦ୍ଵାରା "ଏହି ଜମି, ଏହି ଆମେରିକାର ଜମି, ଆମେରିକୀୟମାନଙ୍କର ଅନ୍ତର୍ଗତ; ଆଫ୍ରିକାର ଜମି ଆଫ୍ରକୀୟମାନଙ୍କର ।" ନା । ସବୁ ଜମି ଭଗବାନଙ୍କର । ଆମେମାନେ ଭିନ୍ନ ଭିନ୍ନ ପୋଷାକରେ ଭଗବାନଙ୍କର ଭିନ୍ନ ଭିନ୍ନ ପୁତ୍ର ଅଟୁ । ପିତାଙ୍କର ସମ୍ପତ୍ତି ଉପଭୋଗ କରିବା ପାଇଁ ଆମର ଅଧିକାର ଅଛି, ଭଗବାନ, ଅନ୍ୟମାନଙ୍କ ଅଧିକାରର ଉଲଘଂନ କରିବା ବିନା । ଯେପରିକି ପରିବାରରେ, ଆମେ ବାସ କରୁ, ଅନେକ ସାରା ଭାଈମାନେ । ତେବେ ଯାହା କିଛି ପିତା, ମାତା ଅାମକୁ ଖାଇବାକୁ ଦିଅନ୍ତି ଆମେ ଖାଉ । ଆମେ ଅନ୍ୟମାନଙ୍କର ଥାଳୀ ଉପରେ ଅତିକ୍ରମଣ କରୁ ନାହୁଁ । ତାହା ସଭ୍ୟ ପରିବାର ନୁହେଁ । ସେହିପରି, ଯଦି ଆମେ ଭଗବାନ ଚେତନାଶୀଳ ହେବା, କୃଷ୍ଣ ଚେତନାଶୀଳ, ତେବେ ଦୁନିଆର ସମସ୍ତ ସମସ୍ୟା - ସମାଜଶାସ୍ତ୍ର, ଧର୍ମ, ଅର୍ଥନୈତିକ ବିକାସ, ରାଜନିତୀ - ସବୁକିଛି ସମାଧାନ ହୋଇଯିବ । ଏହା ହେଉଛି ତଥ୍ୟ ।

ସେଥିପାଇଁ ଆମେ ଏହି କୃଷ୍ଣ ଚେତନା ଅନ୍ଦୋଳନ ମାନବ ସମାଜର ସମସ୍ତ ଲାଭ ପାଇଁ ପ୍ରସାରିତ କରିବା ପାଇଁ ଚେଷ୍ଟା କରୁଛୁ । ଆମେ ବୁଦ୍ଧିମାନ ବ୍ୟକ୍ତିମାନଙ୍କୁ ଅନୁରୋଧ କରୁଛୁ, ବିଶେଷ କରି ଛାତ୍ର ସମୁଦାୟକୁ, ଏହି ଆନ୍ଦୋଳନରେ ଯୋଗ ଦେବା ପାଇଁ, ବୈଜ୍ଞାନିକ ଭାବରେ ବୁଝିବାକୁ ଚେଷ୍ଟା କରିବା ପାଇଁ । ଏହି ଆନ୍ଦୋଳନ କ'ଣ । ଆମର ଅନେକ ପୁସ୍ତକ ଅଛି, ଅତି କମରେ ଦୁଇ ଡର୍ଜନ, ବଡ଼, ବଡ଼ ପୁସ୍ତକ । ତେବେ ତୁମେ ସେଗୁଡ଼ିକୁ ପଢ଼ି ପାରିବ, ତୁମେ ଏହାକୁ ବୁଝିବାକୁ ଚେଷ୍ଟା କର, ଏବଂ ଆମ ସହିତ ଯୋଗଦାନ କର ।

ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।