OR/Prabhupada 0073 - ବୈକୁଣ୍ଠ ଅର୍ଥାତ୍ ବିନା ଉତ୍କଣ୍ଠାରେ

Revision as of 15:39, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on BG 10.2-3 -- New York, January 1, 1967

ଏହା ନୁହେଁ ଯେ ତୁମକୁ ଏହି ସଂଘରେ ରହି ଏହା କରିବାକୁ ପଡିବ । ତୁମେ ଏହି କଳା ଶିଖିପାରିବ, ଏବଂ ଏହା ନିଜ ଘରେ ମଧ୍ୟ କରିପାରିବ । ତୁମେ ମଧ୍ୟ ନିଜ ଘରେ ଏପରି ଭୋଜନ, ଭଲ ଭୋଜନ, ପ୍ରସ୍ତୁତ କରିପାରିବ, କୃଷ୍ଣଙ୍କୁ ଅର୍ପଣ କର । ତାହା ଏତେ କଷ୍ଟକର ନୁହେଁ । ପ୍ରତ୍ୟେକ ଦିନ ଆମେ କୃଷ୍ଣଙ୍କୁ ଅର୍ପଣ କରୁଛୁ, ଏବଂ ମନ୍ତ୍ର ଉଚ୍ଚାରଣ କରୁଛୁ,

ନମୋ ବ୍ରାହ୍ମଣ୍ୟ-ଦେବାୟ
ଗୋ-ବ୍ରାହ୍ମଣ-ହିତାୟ ଚ
ଜଗଧିତାୟ କୃଷ୍ଣାୟ
ଗୋବିନ୍ଦାୟ ନମୋ ନମଃ

ବାସ୍ । ଏହା ଏତେ କଷ୍ଟକର ନୁହେଁ । ସମସ୍ତେ ଭୋଜନ ପ୍ରସ୍ତୁତ କରିପାରିବେ ଏଵଂ କୃଷ୍ଣଙ୍କୁ ଅର୍ପଣ କରିପାରିବେ ଏବଂ ତାପରେ ଗ୍ରହଣ କରିପାରିବେ, ଏବଂ ତାପରେ ପରିବାର ସହିତ କିମ୍ଵା ସାଙ୍ଗମାନଙ୍କ ସହିତ ତୁମେ ବସି ପାରିବ ଏବଂ କୃଷ୍ଣଙ୍କର ଛବି ସମ୍ମୁଖରେ ଜପ କରିପାରିବ,

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ ରାମ ରାମ ହରେ ହରେ

ଏବଂ ଏକ ଶୁଦ୍ଧ ଜୀବନ ଯାପନ କରିପାରିବ । ତାପରେ ପରିଣାମ ଦେଖ । ଯଦି ପ୍ରତ୍ୟେକ ଘର, ପ୍ରତ୍ୟେକ ବ୍ୟକ୍ତି, କୃଷ୍ଣଙ୍କୁ ବୁଝିବାକୁ ଏହି ସିଦ୍ଧାନ୍ତ ଗ୍ରହଣ କରେ, ତେବେ ଏହା ହୋଇଯିବ... ସମଗ୍ର ଦୁନିଆ ବୈକୁଣ୍ଠ ହୋଇଯିବ । ବୈକୁଣ୍ଠ ଅର୍ଥାତ୍ ଯେଉଁଠାରେ ଉତ୍କଣ୍ଠା ନ ଥାଏ । ଵୈକୁଣ୍ଠ । ବୈ ଅର୍ଥାତ୍ ବିନା, ଏବଂ କୁଣ୍ଠ ଅର୍ଥାତ୍ ଉତ୍କଣ୍ଠା । ଏହି ଦୁନିଆ ଉତ୍କଣ୍ଠାରେ ପୂର୍ଣ୍ଣ । ସଦା ସମୁଦ୍ ବିଗ୍ନଧିୟାଁ ଅସଦ୍-ଗ୍ରହାତ (SB 7.5.5) । କାରଣ ଆମେ ଏହି ଭୌତିକ ଜୀବନର କ୍ଷଣସ୍ଥାୟୀ ଅସ୍ଥୀତ୍ଵକୁ ସ୍ଵୀକାର କରିଛୁ, ସେଥିପାଇଁ ଆମେ ସର୍ବଦା ଉତ୍କଣ୍ଠାରେ ଭାରାକ୍ରାନ୍ତ ଅଟୁ । ଆଧ୍ୟାତ୍ମିକ ଦୁନିଆ ଏହାର ଠିକ୍ ବିପରୀତ, ଯେଉଁଠାରେ ଗ୍ରହମାନଙ୍କୁ(ଲୋକ) ବୈକୁଣ୍ଠ କୁହାଯାଏ । ବୈକୁଣ୍ଠ ଅର୍ଥାତ୍ ବିନା ଉତ୍କଣ୍ଠାରେ ।

ଆମେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚାହୁଁଛୁ । ସମସ୍ତେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଜାଣି ନାହିଁ ଉତ୍କଣ୍ଠାରୁ କେମିତି ବାହାରିପାରିବ । ନିଶା କରିବା ଜଣକୁ ଉତ୍କଣ୍ଠାରୁ ମୁକ୍ତ କରିବା କାମରେ ଆସେ ନାହିଁ । ଏହା ନିଶା ଆଟେ । ଏହା ବିସ୍ମରଣ ଅଟେ । ବେଳେ ବେଳେ, କିଛିକ୍ଷଣ ପାଇଁ ଆମେ ସବୁକିଛି ଭୁଲିଯାଉ, କିନ୍ତୁ ଯେତେବେଳେ ଆମେ ଅମ ଚେତନାକୁ ଆସୁ ସେହି ଉତ୍କଣ୍ଠା ଏବଂ ସେହି କଥା ଥାଏ । ତେଣୁ ଏହା ତୁମକୁ ସାହାର୍ଯ୍ୟ କରିବ ନାହିଁ । ଯଦି ତୁମେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚାହୁଁଛ ଏବଂ ତୁମେ ଯଦି ବାସ୍ତବରେ ଚାହୁଁଛ ଶାଶ୍ଵତ ଜୀବନ ଆନନ୍ଦ ଏବଂ ଜ୍ଞାନ ସହିତ, ତେବେ ଏହା ହେଉଛି ପ୍ରକ୍ରିୟା । ଏହା ହେଉଛି ପ୍ରକ୍ରିୟା । ତୁମକୁ କୃଷ୍ଣଙ୍କୁ ବୁଝିବାକୁ ପଡିବ । ଏଠାରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ନ ମେ ବିଦୁଃ ସୁରଗଣାଃ (BG 10.2) । କେହି ବୁଝିପାରିବେ ନାହିଁ । କିନ୍ତୁ ଏକ ଉପାୟ ଅଛି । ସେବୋନ୍ମିଖେ ହି ଜିହୱାଦୋ ସ୍ଵୟଂ ଏବ ସ୍ଫୁରତି ଅଦଃ (Brs. 1.2.234) । ଏହା ଏକ ପ୍ରକ୍ରିୟା ଅଟେ । ଶ୍ରୀମଦ୍ ଭାଗବତମ୍ ର ଅନେକ ସ୍ଥାନରେ ଏହି ପ୍ରକ୍ରିୟା ବିଭିନ୍ନ ପ୍ରକାରରେ ବର୍ଣ୍ଣନା କରାଯାଇଛି । ଯେପରିକି ଏକ ସ୍ଥାନରେ କୁହାଯାଇଛି ଯେ

ଜ୍ଞାନ ପ୍ରୟାସମ୍ ଉଦପସ୍ୟ ନମନ୍ତ ଏବ
ଜୀବଂନ୍ତୀ ସନ୍ମୁଖରିତଂ ଭବଦୀୟ-ବାର୍ତମ
ସ୍ଥାନେ ସ୍ଥିତାଥଃ ଶ୍ରୁତି-ଗତାଂ ତନୁ-ବାଣ-ମନୋଭିର୍
ୟେ ପ୍ରାୟଶୋ ଅଜିତ ଜିତୋପ୍ୟସି ତୈସ୍ ତ୍ରି-ଲୋକ୍ୟଁ
(SB 10.14.3)

ଏହା ଏକ ଭଲ ଶ୍ଳୋକ । ଏହା କୁହାଯାଇଛି ଯେ ଅଜିତ, କେହି ଜାଣିପାରିବେ ନାହିଁ । ଭଗବାନଙ୍କର ଅନ୍ୟ ନାମ ହେଉଛି ଅଜିତ । ଅଜିତ ଅର୍ଥାତ୍ କେହି ତାଙ୍କୁ ପରାଜୟ କରିପାରିବେ ନାହିଁ । କେହି ତାଙ୍କ ପାଖରେ ପହଞ୍ଚି ପାରିବେ ନାହିଁ । ସେଥିପାଇଁ ତାଙ୍କ ନାମ ହେଉଛି ଅଜୀତ । ତେଣୁ ଅଜୀତ ପରାଜୟ ହୋଇଯାଆନ୍ତି । ଅଜୀତ ଜିତୋପ୍ୟସି । ଯଦିଓ ଭଗବାନ ଅଜ୍ଞାତ ଅଟନ୍ତି, ଭଗବାନ ଅଜେୟ ଅଟନ୍ତ, ତଥାପି, ତାଙ୍କୁ ପରାଜୟ କରିହେବ । କିପରି? ସ୍ଥାନେ ସ୍ଥିଥାଃ ।