OR/Prabhupada 0151 - ଆମକୁ ଆଚାର୍ଯ୍ୟମାନଙ୍କ ଠାରୁ ଶିଖିବାକୁ ହେବ

Revision as of 13:41, 17 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on SB 7.6.1 -- Madras, January 2, 1976

ତେବେ ଆମେ ବିଭିନ୍ନ ଯୋଯନା କରୁ କିନ୍ତୁ ଏହା ସଫଳ ହେବ ନାହିଁ । ସେତିକି ମୁଁ ଗତ ରାତିରେ ବର୍ଣ୍ଣନା କରିଥିଲି, ଯେ ଆମେ ସ୍ଵତନ୍ତ୍ର ଭାବରେ ଭାବୁଛୁ, ଏବଂ ଆମେମାନେ ଖୁସି ହେବା ପାଇଁ ସ୍ଵତନ୍ତ୍ର ଭାବରେ ଏତେ ସାରା ଯୋଯନା କରୁଛୁ । ଏହା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । ତାହା ହେଉଛି ମାୟାର ଭ୍ରମର ଅଭିନୟ । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା । ତୁମେ ଅତିକ୍ରମ କରି ପାରିବ ନାହିଁ । ତେବେ ଅନ୍ତିମ ସମାଧନ କ'ଣ? ମାମେବ ଯେ ପ୍ରପଦ୍ୟେନ୍ତେ ମାୟାମେତାଂ ତରନ୍ତି ତେ (BG 7.14) । ଯଦି ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା, ତେବେ ଆମେ ଆମର ମୂଳ ସ୍ଥିତି ପୁନର୍ଜୀବିତ କରିପାରିବା । ତାହା ହେଉଛି...କୃଷ୍ଣ ଚେତନା ଅର୍ଥାତ୍ ଚେତନାରେ ଏତେ ସାରା ଜିନିଷ ରଖିବା ପରିବର୍ତ୍ତେ... ସେ ସବୁ ପ୍ରଦୂଷିତ ଚେତନା । ପ୍ରକୃତ... ଆମର ଚେତନା ଅଛି, ତାହା ହେଉଛି ତଥ୍ୟ, କିନ୍ତୁ ଆମର ଚେତନା ପ୍ରଦୂଷିତ ଅଟେ । ତେବେ ଆମକୁ ଚେତନା ଶୁଦ୍ଧ କରିବାକୁ ହେବ । ଚେତନା ଶୁଦ୍ଧ କରିବା ଅର୍ଥାତ୍ ଭକ୍ତି । ଭକ୍ତି, ଏହାର ପରିଭାଷା ନାରଦ ପଞ୍ଚରାତ୍ରରେ ଦିଆଯାଇଛି...ରୂପ ଗୋସ୍ଵାମୀ...ରୂପ ଗୋସ୍ଵାମୀ କୁହଁନ୍ତି,

ଅନ୍ୟାଭିଳାସିତା-ଶୂନ୍ୟମ୍
ଜ୍ଞାନ-କର୍ମାଦି ଅନାବୃତମ୍
ଅନୁକୁଳ୍ୟେନ କୃଷ୍ଣାନୁ-
ଶୀଳନମ୍ ଭକ୍ତିର୍ ଉତ୍ତମ୍ମ୍
(Brs. 1.1.11)

ଏହା ହେଉଛି ପ୍ରଥମ ଶ୍ରେଣୀ ଭକ୍ତି ଯେଉଁଥିରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । ଅନ୍ୟାଅଭିଳା... କାରଣ ଏଠାରେ ଭୌତିକ ପ୍ରକୃତିରେ, ଭୌତିକ ପ୍ରକୃତିର ନିୟନ୍ତ୍ରଣ ଅଧିନରେ ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ, ଅହଙ୍କାର ବିମୂଢ଼ାତ୍ମା କର୍ତ୍ତା...(BG 3.27) ଆମେ ପ୍ରକୃତିର ପୂର୍ଣ୍ଣ ନିୟନ୍ତ୍ରଣରେ ଅଛୁ, ଭୌତିକ ପ୍ରକୃତି । କିନ୍ତୁ କାରଣ ଆମେ ମୂର୍ଖ, ଆମେ ଆମର ସ୍ଥିତି ଭୂଲିଯାଇଛୁ, ତେଣୁ ଅହଙ୍କାର, ମିଥ୍ୟା ଅହଙ୍କାର । ଏହା ହେଉଛି ମିଥ୍ୟା ଅହଙ୍କାର: "ମୁଁ ଭାରତୀୟ," "ମୁଁ ଆମେରିକୀୟ," "ମୁଁ ବ୍ରାହ୍ମଣ," "ମୁଁ କ୍ଷେତ୍ରୀୟ," ଏହା ହେଉଛି ମିଥ୍ୟା ଅହଙ୍କାର । ସେଥିପାଇଁ ନାରଦ ପଞ୍ଚରାତ୍ର କୁହେ ସର୍ବପାଧୀ - ବିନିର୍ମୁକ୍ତମ (CC Madhya 19.170) ତେବେ ଜଣକୁ ଏହି ସମସ୍ତ ପଦବୀରୁ ମୁକ୍ତ, ପବିତ୍ର ହେବାକୁ ପଡ଼ିବ, "ମୁଁ ଭାରତୀୟ," "ମୁଁ ଆମେରିକୀୟ," "ମୁଁ ଏହା," "ମୁଁ ତାହା ।" "ମୁଁ..." ସର୍ବପାଧୀ-ବିନିର୍ମୁକ୍ତମ ତତ୍ ପରତ୍ଵେନ ନିର୍ମଳମ୍ । ଯେତେବେଳେ ସେ ଶୁଦ୍ଧ ହୋଇଯାଏ, ନିର୍ମଳମ୍, କୌଣସି ପଦବୀ ବିନା, ଯେ "ମୁଁ କୃଷ୍ଣଙ୍କର ଅଂଶ ବିଶେଷ ।" ଅହମ୍ ବ୍ରହ୍ମାସ୍ମି ।

ଏହା ହେଉଛି ଅହମ୍ ବ୍ରହ୍ମାସ୍ମି । କୃଷ୍ଣ ହେଉଛନ୍ତି ପରବ୍ରହ୍ମ । ତାଙ୍କର ବର୍ଣ୍ଣନା ଶ୍ରୀମଦ୍ ଭାଗବତମ୍ ରେ କରାଯାଇଛି । ଅର୍ଜୁନ...ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ ପୁରୁଷଂ ଶାଶ୍ଵତଂ ଆଦୟମ୍ (BG 10.12) ଅର୍ଜୁନ ଚିହ୍ନି ପାରିଲେ ଏବଂ ସେ କହିଲେ, "ଆପଣଙ୍କୁ ସମସ୍ତ ଅଧିକାରୀଙ୍କ ଦ୍ଵାରା ମାନ୍ୟତା ପ୍ରାପ୍ତ ହୋଇଛି ।" ପ୍ରହଲ୍ଲାଦ ମହାରାଜା ଅଧିକାରୀମାନଙ୍କ ମଧ୍ୟରୁ ଜଣେ । ମୁଁ ଅଧିକାରୀମାନଙ୍କ ବିଷୟରେ ବର୍ଣ୍ଣନା କରିଛି । ବ୍ରହ୍ମା ହେଉଛନ୍ତି ଅଧିକାରୀ, ଶିବ ହେଉଛନ୍ତି ଅଧିକାରୀ, କପିଳ ହେଉଛନ୍ତି ଅଧିକାରୀ, କୁମାର, ଚାରି କୁମାର, ସେମାନେ ହେଉଛନ୍ତି ଅଧିକାରୀ, ଏବଂ ମନୁ ହେଉଛନ୍ତି ଅଧିକାରୀ । ସେହିପରି ପ୍ରହଲ୍ଲାଦ ମହାରାଜା ହେଉଛନ୍ତି । ଜନକ ମାହାରାଜା ହେଉଛନ୍ତି ଅଧିକାରୀ । ବାରଜଣ ଅଧିକାରୀ । ତେଣୁ ଅର୍ଜୁନ ଦୃଢ଼ିକୃତ କରିଲେ ଯେ "ଆପଣ ନିଜେ କହୁଛନ୍ତି, ଯେ ଆପଣ ହେଉଛନ୍ତି ପରମ ଭଗବାନ," ମତ୍ତଃ ପରତରଂ ନାନ୍ୟତ୍ (BG 7.7), "ଏବଂ ଭଗବଦ୍ ଗୀତାର ଆଲୋଚନାରୁ, ମୁଁ ମଧ୍ୟ ଆପଣଙ୍କୁ ପରବ୍ରହ୍ମ ସ୍ଵୀକାର କରୁଛି । ଏବଂ କେବଳ ତାହା ନୁହେଁ, ସମସ୍ତ ଅଧିକାରୀ, ସେମାନେ ମଧ୍ୟ ଆପଣଙ୍କୁ ସ୍ଵୀକାର କରୁଛନ୍ତି ।" ଏବେ, ଆମ ସମୟରେ, ରାମାନୁଜାଚାର୍ଯ୍ୟ, ମାଧବାଚାର୍ଯ୍ୟ, ସମସ୍ତ ଆଚାର୍ଯ୍ୟ, ସେମାନେ ମଧ୍ୟ କୃଷ୍ଣଙ୍କୁ ସ୍ଵୀକାର କରନ୍ତି । ଏପରିକି ଶଙ୍କରାଚାର୍ଯ୍ୟ, ସେ ମଧ୍ୟ କୃଷ୍ଣଙ୍କୁ ସ୍ଵୀକାର କରନ୍ତି । ସ ଭଗବାନ ସ୍ଵୟଂ କୃଷ୍ଣ ।

ତେବେ ସମସ୍ତ ଆଚାର୍ଯ୍ୟମାନଙ୍କ ଦ୍ଵାରା କୃଷ୍ଣ ପରମ ପୁରୁଷ ଭଗବାନଙ୍କ ରୂପରେ ସ୍ଵୀକୃତ । ତେଣୁ ଆମକୁ ଆଚାର୍ଯ୍ୟମାନଙ୍କ ଠାରୁ ଶିଖିବାକୁ ହେବ, ନା କି କୌଣସି ସାଧାରଣ ବ୍ୟକ୍ତିଠାରୁ କିମ୍ଵା ସ୍ଵୟଂ ହୋଇଥିବା ଆଚାର୍ଯ୍ୟ ଠାରୁ । ନା । ଏହା ଚଳିବ ନାହିଁ । ଯେପରି ଆମେ... ବେଳେ ବେଳେ ଆମେ ନ୍ୟାୟାଳୟରେ ଅନ୍ୟ ନ୍ୟାୟାଳୟ ଠାରୁ କିଛି ମତ ଦେଇଥାଉ ଏବଂ ତାହା ଗମ୍ଭୀରତାର ସହ ନିଆଯାଏ କାରଣ ଏହା ହେଉଛି ଅଧିକୃତ । ଆମେ ମତ ନିର୍ମାଣ କରିପାରିବା ନାହିଁ । ସେହିପାରି, ଆଚାର୍ଯ୍ୟୋପାସନମ୍, ଭଗବଦ୍ ଗୀତାରେ ଏହା ସୁପାରିସ୍ କରାଯାଇଛି । ଆମକୁ ଆଚାର୍ଯ୍ୟମାନଙ୍କ ପାଖକୁ ଯିବାକୁ ହେବ । ଆଚାର୍ଯ୍ୟବାନ୍ ପୁରିଶୋ ବେଦ: "ଜଣେ ଯିଏ ଗୁରୁଶିଷ୍ୟ ପରମ୍ପରାରେ ଆଚାର୍ଯ୍ୟ ଗ୍ରହଣ କରେ, ସେ ଜାଣିପାରେ ।" ତେଣୁ ସମସ୍ତ ଆଚାର୍ଯ୍ୟ, ସେମାନେ କୃଷ୍ଣଙ୍କୁ, ପରମ ପୁରୁଷ ଭଗବାନଙ୍କୁ ସ୍ଵୀକାର କରନ୍ତି । ନାରଦ, ସେ ସ୍ଵୀକାର କରିଥିଲେ, ବ୍ୟାସଦେବ, ସେ ସ୍ଵୀକାର କରିଥିଲେ, ଏବଂ ଅର୍ଜୁନ ମଧ୍ୟ ସ୍ଵୀକାର କରିଥିଲେ, ଯିଏ ବ୍ୟକ୍ତିଗତ ଭାବରେ କୃଷ୍ଣଙ୍କୁ ଶୁଣିଛନ୍ତି, ଭଗବଦ୍ ଗୀତା । ଏବଂ ଭଗବାନ ବ୍ରହ୍ମା । ଗତକାଲି ଜଣେ ପ୍ରଶ୍ନ ପଚାରିଥିଲେ ଯେ "ଦ୍ଵାପର ଯୁଗ ପୂର୍ବରୁ କୃଷ୍ଣଙ୍କର ନାମ ଥିଲା କି?" ନା, ଥିଲା । ଶାସ୍ତ୍ରରେ କୃଷ୍ଣ ଅଛନ୍ତି । ବେଦରେ, ଅର୍ଥବ ବେଦରେ ଏବଂ ଅନ୍ୟରେ, କୃଷ୍ଣଙ୍କର ନାମ ଅଛି । ଏବଂ ବ୍ରହ୍ମ ସଂହିତାରେ - ଭଗବାନ ବ୍ରହ୍ମା, ସେ ବ୍ରହ୍ମ ସଂହିତା ଲେଖିଛନ୍ତି - ଏହା ପରିଷ୍କାର ଭାବରେ ସେଠାରେ ବର୍ଣ୍ଣନା କରାଯାଇଛି, ଈଶ୍ଵରଃ ପରମଃ କୃଷ୍ଣଃ ସତ୍-ଚିତ୍-ଅନନ୍ଦ ବିଗ୍ରହଃ (Bs. 5.1), ଅନାଦିର୍ ଆଦିଃ । ଅନାଦିର୍ ଆଦିର ଗୋବିନ୍ଦଃ ସର୍ବ-କାରଣ-କାରଣମ୍ (Bs. 5.1) । ଏବଂ କୃଷ୍ଣ ମଧ୍ୟ କୁହଁନ୍ତି, ମତ୍ତଃ ପରତରଂ ନାନ୍ୟତ୍ କିଞ୍ଚିଦସ୍ତି ଧନଞୟ (BG 7.7) ଅହଂ ସର୍ବସ୍ୟ ପ୍ରଭବୋ (BG 10.8) । ସର୍ବସ୍ୟ ଅର୍ଥାତ୍ ସମସ୍ତ ଦେବତାଙ୍କ ସହିତ, ସମସ୍ତ ଜୀବଗଣ, ସବୁକିଛି ଅନ୍ତର୍ଗତ କରି । ଏବଂ ବେଦାନ୍ତ କୁହେ, ଜନ୍ମାଦି ଅସ୍ୟ ୟତଃ (SB 1.1.1) ତେଣୁ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ, ଈଶ୍ଵରଃ ପରମଃ, ବ୍ରହ୍ମାଙ୍କ ଠାରୁ । ସେ ହେଉଛନ୍ତି ବୈଦିକ ଜ୍ଞାନର ବିତରକ, ଏବଂ କୃଷ୍ଣ ମଧ୍ୟ କହିଛନ୍ତ, ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ (BG 15.15) । ଏହା ହେଉଛି ଅନ୍ତିମ ଲକ୍ଷ୍ୟ ।