OR/Prabhupada 0337 - ତଥା କଥିତ ସୁଖ ଏବଂ ଦୁଃଖ ବିଷୟରେ ଚିନ୍ତା କରି ସମୟ ନଷ୍ଟ କର ନାହିଁ

Revision as of 03:50, 12 January 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0337 - in all Languages Category:OR-Quotes - 1976 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on CC Madhya-lila 20.103 -- Washington, D.C., July 8, 1976

ଏତେ ସାରା ଜିନିଷ ଅଛି ଯାହା ସହିତ ଆମକୁ ସଂଘର୍ଷ କରିବାକୁ ପଡୁଛି , ଏହାକୁ ଅସ୍ତିତ୍ଵ ପାଇଁ ସଂଘର୍ଷ କୁହାଯାଏ । ଏପରିକି ଆଧୁନିକ ବୈଜ୍ଞାନିକମାନେ, ସେମାନେ କୁହଁନ୍ତି... ଏହା ଏକ ଅତି ଶାନ୍ତିପୂର୍ଣ୍ଣ ସ୍ଥିତି ନୁହେଁ । ସେହି ସମାନ ପ୍ରଶ୍ନ, ସନାତନ ଗୋସ୍ଵାମୀ ପଚାରି ଥିଲେ, କି କାହିଁକି ଅସ୍ତିତ୍ଵ ପାଇଁ ସଂଘର୍ଷ ଅଛି? ଜୀବନ ସହଜ, ଶାନ୍ତିପୂର୍ଣ୍ଣ କାହିଁକି ନାହିଁ? କାହିଁକି କିଛି ବାହ୍ୟ ଶକ୍ତି, ସେମାନେ ଆମର ବିରୁଦ୍ଧରେ ଅଛନ୍ତି? ମୁଁ ଖୁସୀ ହେବା ପାଇଁ ଚହୁଁଛି, କିନ୍ତୁ ବାଧା ଅଛି । ତାହା ହେଉଛି ଅସ୍ତିତ୍ଵ ପାଇଁ ସଂଘର୍ଷ। ଏହି ପ୍ରଶ୍ନ ଉଠିବା ଦରକାର: କାହିଁକି? ଏପରିକି ଏକ ମାଛି ସହିତ ଆମକୁ ଲଢ଼ିବାକୁ ପଡ଼େ । ମୁଁ ବସିଛି, ମାଛିକୁ କୌଣସି କ୍ଷତି ନ ପହଁଚାଇ, କିନ୍ତୁ ସେ ଆକ୍ରମଣ କରେ, ମୋତେ ହଇରାଣ କରେ । ଅନେକ ଅଛନ୍ତି । ଏପରିକି ଯଦି ତୁମେ ବସିଛ କୌଣସି ଅପରାଧ ବିନା... ଯେପରି ତୁମେ ରାସ୍ତାରେ ଯାଉଛ, କୌଣସି ଅପରାଧ ନାହିଁ, କିନ୍ତୁ ଏକ ଘରୁ ସମସ୍ତ କୁକୁର ଭୋକିବା ଆରମ୍ଭ କରି ଦିଅନ୍ତି: "କାହିଁକି ତୁମେ ଏଠାକୁ ଆସିଛ?" "କାହିଁକି ତୁମେ ଏଠାକୁ ଆସିଛ?" ସେ ଭୋକିବାର କୌଣସି କାରଣ ନ ଥିଲା, କିନ୍ତୁ କାରଣ ସେ ହେଉଛି କୁକୁର, ତାର କାମ ହେଉଛି "କାହିଁକି ତୁମେ ଆସିଛ, କାହିଁକି ତୁମେ ଆସିଛ?" ସେହିପରି, ବର୍ତ୍ତମାନ ସମୟରେ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଆମର ସ୍ଵାଧିନତା ନାହିଁ । ଦେଶାଂତର ବିଭାଗ ଅଛି: "କାହିଁକି ତୁମେ ଆସୁଛ? କାହିଁକି ତୁମେ ଆସୁଛ?" ଅନେକ ସ୍ଥାନରେ ଆମକୁ ପ୍ରବେଶ କରିବା ପାଇଁ ମନା କରି ଦିଆଯାଇଛି । ଆମକୁ ଉଡାଜାହାଜରୁ ମନା କରି ଦିଆ ଯାଇଛି । "ନା, ତୁମେ ପ୍ରବେଶ କରି ପାରିବ ନାହିଁ, ଫେରି ଯାଅ ।" ସେଥିପାଇଁ ମୋତେ ଫେରିବାକୁ ହେବ । ତେଣୁ, ଏତେ ସାରା ଅସୁବିଧା । ପଦମ୍ ପଦମ୍ ଯଦ୍ ବିପଦାମ୍ ନ ତେଷାମ୍ (SB 10.14.58) । ଏହି ଭୌତିକ ଦୁନିଆରେ, ତୁମେ ବହୁତ ଶାନ୍ତିରେ ରହି ପାରିବ ନାହିଁ । ବହୁତ ନୁହେଁ, କଦାପି ଶାନ୍ତିରେ ନାହିଁ । ଏତେ ସାରା ବାଧା ବିଘ୍ନ ଅଛି । ଶାସ୍ତ୍ର କୁହଁନ୍ତି, ପଦମ୍ ପଦମ୍ ଯଦ୍ ବିପଦମ୍: ପ୍ରତ୍ୟେକ ପଦରେ ବିପଦ ଅଛି । କେବଳ ଏହି ନୀମ୍ନ ପଶୁମାନଙ୍କ ଠାରୁ ନୁହେଁ, କିନ୍ତୁ ମାନବ ସମାଜ ଠାରୁ, ପ୍ରକୃତି ଦ୍ଵାରା, ଯାହା ଉପରେ ଆମର ନିୟନ୍ତ୍ରଣ ନାହିଁ । ତେଣୁ ଏହିପରି ଭାବରେ, ଆମର ଜୀବନ ଏହି ଭୌତିକ ଦୁନିଆରେ, ବହୁତ ସୁଖ ଦାୟକ ନୁହେଁ, ଏବଂ ଏହା ବିଷୟରେ ଅନୁସନ୍ଧାନ କରିବାରେ ଆମେ ଉନ୍ନତ ହେବା ଉଚିତ୍ କି କାହିଁକି ଏତେ ସାରା ବାଧାବିଘ୍ନ ଅଛି । ତାହା ହେଉଛି ମନୁଷ୍ୟ ଜୀବନ । ତାହା ହେଉଛି ମନୁଷ୍ୟ ଜୀବନ ।

ତେବେ କିପରି ଅନୁସନ୍ଧାନ କରିବା? କିପରି ଖୁସୀ ହେବା? ଜୀବନର ଲକ୍ଷ୍ୟ କ'ଣ? ସନାତନ ଗୋସ୍ଵାମୀ...କେବଳ ସନାତନ ଗୋସ୍ଵାମୀ ନୁହଁନ୍ତି, ସେ ଆମର ପ୍ରତିନିଧିତ୍ଵ କରୁଛନ୍ତି । ଆମେ ଜାଣି ନାହୁଁ, ଆମେ ଜାଣି ନାହୁଁ । ତେବେ ଚୈତନ୍ୟ ମହାପ୍ରଭୁଙ୍କର କୃପାରୁ କିମ୍ଵା ଚୈତନ୍ୟ ମହାପ୍ରଭୁଙ୍କର ସେବକମାନଙ୍କର କୃପାରୁ, ଜଣେ ପ୍ରବୃଦ୍ଧ ହୋଇପାରେ... ଜୀବନର ଲକ୍ଷ୍ୟ କ'ଣ, ଅସ୍ତିତ୍ଵ ପାଇଁ ସଂଘର୍ଷ କାହିଁକି ଅଛି, ମୃତ୍ୟୁ କାହିଁକି ଅଛି । ମୁଁ ମରିବାକୁ ଚାହୁଁ ନାହିଁ; ଜନ୍ମ କାହିଁକି ଅଛି? ମୁଁ ମାତୃ ଗର୍ଭରେ ପ୍ରବେଶ କରିବା, ଏବଂ ଏତେ ଦିନ ରୁନ୍ଧି ହୋଇ ରହିବା ପାଇଁ ଚାହୁଁ ନାହିଁ । ମୁଁ ବୃଦ୍ଧ ହେବା ପାଇଁ ଚାହୁଁନାହିଁ, କିନ୍ତୁ ଏହିସବୁ ଜିନିଷ ମୋ ଉପରେ ଲାଗୁ କରା ଯାଇଛି । ସେଥିପାଇଁ ଆମର କାମ ହେଉଛି, ପ୍ରକୃତ କାମ ହେଉଛି, କିପରି ଏହି ପ୍ରଶ୍ନଗୁଡ଼ିକର ସମାଧାନ କରିବା, ଆର୍ଥିକ ବିକାସ ପାଇଁ ବ୍ୟବସ୍ଥା କରିବା ନୁହେଁ । ଆର୍ଥିକ ବିକାସ, ଆମ ଭାଗ୍ୟରେ ଯାହା ଅଛି, ଆମକୁ ତାହା ମିଳିବ । ଖୁସୀ ହେଉ କିମ୍ଵା ଦୁଃଖ, ଆମେ ତାହା ପାଇବା । ଠିକ୍ ଯେପରି ଆମେ ଦୁଃଖ ପାଇବା ପାଇଁ ଚେଷ୍ଟା କରୁନାହୁଁ, କିନ୍ତୁ ଏହା ଆସୁଛି । ତାହା ଆମ ଉପରେ ଥୋପିଦିଆଯାଉଛି । ସେହିପରି, ଯେଉଁ ଅଳ୍ପ ସୁଖ ତୁମ ଭାଗ୍ୟ ଅନୁସାରେ ତୁମକୁ ମିଳିବାର ଅଛି, ତାହା ମଧ୍ୟ ଆସିବ । ତାହା ହେଉଛି ଶାସ୍ତ୍ରର ଉପଦେଶ । କୃତ୍ରିମରୂପରେ କିଛି ସୁଖ ପାଇବା ପାଇଁ ତୁମର ସମୟ ନଷ୍ଟ କରନାହିଁ । ଯେତିକି ସୁଖ ତୁମ ଭାଗ୍ୟରେ ଅଛି, ତାହା ତୁମେ ଆପେ ଆପେ ପାଇବ । ଏହା କିପରି ଆସିବ? ଯଥା ଦୁଃଖମ୍ ଆୟତନାତଃ । ଠିକ ସେହି ଉପାୟରେ । ଠିକ ଯେପରି ତୁମେ ଦୁଃଖ ପାଇବା ପାଇଁ ଚେଷ୍ଟା କରୁନାହଁ, କିନ୍ତୁ ତାହା ତୁମ ଉପରକୁ ଆସିଯାଉଛି । ସେହିପରି ତୁମେ ଯେପରି ଦୁଃଖ ପାଇବା ପାଇଁ ଚେଷ୍ଟା କରୁନାହଁ, ଯାହାକିଛି ତୁମ ଭାଗ୍ୟରେ ଅଛି, ତୁମେ ପାଇବ ।

ତେଣୁ ସମୟ ନଷ୍ଟ କର ନାହିଁ ତଥା କଥିତ ସୁଖ ଏବଂ ଦୁଃଖ ବିଷୟରେ ଚିନ୍ତା କରି । ଭଲହେବ ତୁମର ମୂଲ୍ୟବାନ ସମୟକୁ ଉପଯୋଗ କର ଜୀବନର ଲକ୍ଷ କ'ଣ ଜାଣିବା ପାଇଁ, କାହିଁକି ଏତେ ସବୁ ଅସୁବିଧା ଅଛି, କାହିଁକି ତୁମକୁ ଅସ୍ତିତ୍ଵ ପାଇଁ ସଙ୍ଘର୍ଷ କରିବାକୁ ପଡୁଛି । ଏହା ହେଉଛି ତୁମର କାମ । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ, କି ଆମେ ଲୋକମାନଙ୍କୁ ପ୍ରେରିତ କରୁଛୁ କି ସେମାନେ ସମସ୍ୟାଗୁଡିକୁ ବୁଝିବେ । ଏହା ଏକ ସାଂପ୍ରଦାୟିକ ଆନ୍ଦୋଳନ ନୁହେଁ କିମ୍ଵା ତଥାକଥିତ ଧାର୍ମିକ ଆନ୍ଦୋଳନ । ଏହା ହେଉଛି ଶିକ୍ଷା ସମ୍ବନ୍ଧିତ ସାଂସ୍କୃତିକ ଆନ୍ଦୋଳନ । ପ୍ରତ୍ୟେକ ବ୍ୟକ୍ତି ଜୀବନର ଲକ୍ଷ୍ୟ ବୁଝିବା ଉଚିତ୍ । ପ୍ରତ୍ୟେକ ବ୍ୟକ୍ତି ବୁଝିବା ଉଚିତ୍ ଅସ୍ତିତ୍ଵ ପାଇଁ ସଂଘର୍ଷ କାହିଁକି ଅଛି, କୌଣସି ଉପାୟ ଅଛି କି, ଯଦି କୌଣସି ପ୍ରକ୍ରିୟା ଅଛି ଯେଉଁଠାରେ ଆମେ କୌଣସି ବାଧା ବିନା ବହୁତ ଶାନ୍ତିରେ ରହି ପାରିବା, ବିନା କୌଣସି.. ଏହିସବୁ ଜିନିଷଗୁଡ଼ିକ ମାନବ ଜୀବନରେ ଶିଖିବାକୁ ହେବ, ଏବଂ ଜଣକୁ ପହଞ୍ଚିବାକୁ ହେବ... ଯେପରି ସନାତନ ଗୋସ୍ଵାମୀ, ସେ ମନ୍ତ୍ରୀ ଥିଲେ, ବହୁତ ଶିକ୍ଷିତ, ଭଲରେ ରହୁଥିଲେ, କିନ୍ତୁ ସେ ଚୈତନ୍ୟ ମହାପ୍ରଭୁଙ୍କ ସହ ସମ୍ପର୍କ କରିଥିଲେ । ତେଣୁ ଆମକୁ ଭଗବାନ ଚୈତନ୍ୟ ମହାପ୍ରଭୁ କିମ୍ଵା ତାଙ୍କର ପ୍ରତିନିଧିଙ୍କ ସହ ସମ୍ପର୍କ କରିବାକୁ ହେବ, ଏବଂ ଆତ୍ମସମର୍ପଣ କରିବାକୁ ହେବ । ତଦ୍-ବିଦ୍ଧି ପ୍ରଣିପାତେନ (BG 4.34) । ଆହ୍ଵାନ ଢଙ୍ଗରେ ନୁହେଁ, ଆପଣ ମୋତେ ଭଗବାନ୍ ଦେଖାଇପାରିବ କି?" ଏସବୁ ହେଉଛି ଆପତ୍ତି। ଏପରି ନୁହେଁ । ଭଗବାନ୍ ସର୍ବତ୍ର ଅଛନ୍ତି, କିନ୍ତୁ ପ୍ରଥମେ ତୁମ ଆଖିଗୁଡିକୁ ଭଗବାନଙ୍କୁ ଦେଖିବା ଭଳି ତିଆରି କର, ତା ପରେ ତୁମେ ଆହ୍ଵାନ କର, "ତୁମେ ମୋତେ ଭଗବାନ୍ ଦେଖାଇପାରିବ କି?" ଏହି ମନୋଭାବ ଆମକୁ ସାହାଯ୍ୟ କରିବ ନାହିଁ । ବିନମ୍ର ଭାବରେ । ତଦ୍-ବିଦ୍ଧି ପ୍ରଣିପାତେନ । ଏହା ଶାସ୍ତ୍ରର ଆଦେଶ ଅଟେ । ଯଦି ତୁମେ ବିଜ୍ଞାନ, ଆଧ୍ୟତ୍ମିକ ବିଜ୍ଞାନକୁ ବୁଝିବାକୁ ଚାହୁଁଛ, ତଦ୍-ବିଦ୍ଧି - ବୁଝିବାକୁ ଚେଷ୍ଟା କର କିନ୍ତୁ - ପ୍ରଣିପାତେନ, ଅତି ବିନମ୍ର ଭାବରେ । ଠିକ୍ ଯେପରି ସନାତନ ଗୋସ୍ଵାମୀ ଅତି ବିନମ୍ର ଭାବରେ ସ୍ଵୀକାର କରୁଛନ୍ତି ।