OR/Prabhupada 0343 - ଆମେ ମୂଢ଼ମାନଙ୍କୁ ଶିକ୍ଷିତ କରିବା ପାଇଁ ଚେଷ୍ଟା କରୁଛୁ

Revision as of 13:35, 12 January 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0343 - in all Languages Category:OR-Quotes - 1976 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 3.27 -- Madras, January 1, 1976

କୃଷ୍ଣ, ଯେତେବେଳେ ସେ ଏହି ଗ୍ରହରେ ଥିଲେ ସେ ବ୍ୟକ୍ତିଗତ ଭାବରେ ପ୍ରଦର୍ଶନ କରିଥିଲେ, ଯେ ସେ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ କେହି ତାଙ୍କୁ ନିୟନ୍ତ୍ରଣ କରୁନାହାଁନ୍ତି । ଈଶ୍ଵର ସମସ୍ତେ ହୋଇପାରିବେ । ଭଗବାନ୍ ସମସ୍ତେ ହୋଇପାରିବେ । କିନ୍ତୁ ପରମେଶ୍ଵର ହେଉଛନ୍ତି କୃଷ୍ଣ । ନିତ୍ୟୌ ନିତ୍ୟାନାମ୍ ଚେତନଶ ଚେତନାନାମ୍ (Katha Upanishad 2.2.13) । ତେଣୁ ଏହା ଆମକୁ ଭଲ ଭାବରେ ବୁଝିବାକୁ ହେବ, ଏବଂ ଏହା ଅତ୍ୟନ୍ତ କଷ୍ଟକର ନୁହେଁ । ସେହି ସମାନ ନିୟନ୍ତ୍ରକ ଆମ ସାମ୍ନାରେ ଆମ ଭଳିଆ ଜଣେ ହୋଇ ଆସିଛନ୍ତି, ଏକ ମନୁଷ୍ୟ ରୂପରେ । କିନ୍ତୁ ତାଙ୍କୁ ଆମେ ସ୍ଵୀକାର କରୁନାହୁଁ । ତାହା ହେଉଛି ଅସୁବିଧା । ଅବଜାନନ୍ତି ମାଂ ମୂଢ଼ା ମାନୁଷୀଂ ତନୁମାଶ୍ରିତମ୍ (BG 9.11) । ତାହା ଅତି ଦୁଃଖର ବିଷୟ । କୃଷ୍ଣ କହୁଛନ୍ତି ଯେ "ମୁଁ ଏଠାରେ ପ୍ରଦର୍ଶନ କରିବାକୁ ଆସିଛି ଯେ କିଏ ହେଉଛି ପରମ ନିୟନ୍ତ୍ରକ, ଏବଂ ମୁଁ ଏକ ମନୁଷ୍ୟ ରୂପରେ ଲୀଳା କରୁଛି ଯେପରିକି ସମସ୍ତେ ବୁଝିପାରିବ । ମୁଁ ଭଗବଦ୍ ଗୀତାରେ ନିର୍ଦ୍ଦେଶ ଦେଉଛି ତଥାପି, ଏହି ମୂର୍ଖମାନେ, ଦୁର୍ଜନମାନେ, ସେମାନେ ବୁଝିପାରୁ ନାହାନ୍ତି ।" ତେଣୁ ଭଗବାନ୍ ଅଛନ୍ତି । ଆମେ ଭଗବାନଙ୍କ ନାମ କହୁଛୁ, କୃଷ୍ଣ, ଭଗବାନଙ୍କ ଠିକଣା ମଧ୍ୟ, ବୃନ୍ଦାବନ, ଭଗବାନଙ୍କର ପିତାଙ୍କ ନାମ, ମାତାଙ୍କ ନାମ । ତେବେ କାହିଁକି... ଭଗବାନଙ୍କୁ ଜାଣିବାରେ କଷ୍ଟ କେଉଁଠି ରହିଲା? କିନ୍ତୁ ସେମାନେ ସ୍ଵୀକାର କରିବେ ନାହିଁ । ସେମାନେ ସ୍ଵୀକାର କରିବେ ନାହିଁ । ମୂଢ଼ା । ସେମାନଙ୍କୁ ମୂଢ଼ା ବୋଲି ବର୍ଣ୍ଣନା କରିଯାଇଛି ।

ତ ଆଜି ସକାଳେ ସମ୍ବାଦାତା ମାନେ ମୋତେ ପ୍ରଶ୍ନ କରୁଥିଲେ, "ତୁମର ଆନ୍ଦୋଳନର ଉଦ୍ଦେଶ୍ୟ କ'ଣ? " ତେବେ ମୁଁ କହିଲି, "ମୂଢ଼ାମାନଙ୍କୁ ଶିକ୍ଷିତ କରାଇବା, ବାସ୍ ।" ଏହା ହେଉଛି ଏହି କୃଷ୍ଣ ଚେତନାର ସାର, ଯେ ଆମେ ମୂଢ଼ା ମାନଙ୍କୁ ଶିକ୍ଷିତ କରାଇବା ପାଇଁ ଚେଷ୍ଟା କରୁଛୁ । ଏବଂ ମୂଢ଼ା କିଏ? ତାହାକୁ କୃଷ୍ଣ ବର୍ଣ୍ଣନା କରିଛନ୍ତି । ନା ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଧମାଃ (BG 7.15) । କାହିଁକି? ମାୟାୟାପହୃତ ଜ୍ଞାନା । କାହିଁକି ମାୟା ତାର ଜ୍ଞାନକୁ ଅପହରଣ କରିଛି? ଆସୁରଂ ଭାବମାଶ୍ରିତାଃ । ଆମ ପାଖରେ ଅତି ସରଳ ପରୀକ୍ଷଣ ଅଛି, ଠିକ ଯେପରି ଏକ ରସାୟନବିତ୍ ଏକ କ୍ଷୁଦ୍ର ପରୀକ୍ଷା ନଳୀରେ ବିଶ୍ଳେଷଣ କରି ଜାଣିପାରେ ସେ ତରଳ ପଦାର୍ଥ କ'ଣ । ତ ଆମେ ଅତି ଚତୁର ନାହୁଁ । ଆମେ ମଧ୍ୟ ଅନେ ମୂଢ଼ାମାନଙ୍କ ମଧ୍ୟରେ ଜଣେ, ପରନ୍ତୁ ଆମ ପାଖରେ ପରୀକ୍ଷା ନଳୀ ଅଛି । କୃଷ୍ଣ କହୁଛନ୍ତି... ଆମେ ମୂଢ଼ା ହୋଇ ରହିବାକୁ ପସନ୍ଦ କରୁ, ଏବଂ କୃଷ୍ଣଙ୍କ ଠାରୁ ଶିକ୍ଷା ଗ୍ରହଣ କରୁ । ଏହା ହେଉଛି କୃଷ୍ଣ ଚେତନା । ଆମେ ନିଜକୁ ଅତି ଶିକ୍ଷିତ ବିଦ୍ଵାନ ଅତି ପାଣ୍ଡିତ୍ୟପୂର୍ଣ୍ଣ ବିଦ୍ଵାନ ରୂପେ ପ୍ରକଟ କରୁନାହୁଁ- "ଆମେ ସବୁ ଜାଣିଛୁ ।"

ନାଁ, ଆମେ... ଚୈତନ୍ୟ ମହାପ୍ରଭୁ, ସେ ମଧ୍ୟ ଏକ ମୂଢ଼ା ହୋଇ ରହିବା ପାଇଁ ଚେଷ୍ଟା କରିଥିଲେ । ସେ, ସେ ଯେତେବେଳେ ପ୍ରକାଶନନ୍ଦ ସରସ୍ଵତୀଙ୍କ ସହ କଥା ହୋଇଥିଲେ... ସେ ଜଣେ ମାୟାବାଦୀ ସନ୍ୟାସୀ ଥିଲେ । ଚୈତନ୍ୟ ମହାପ୍ରଭୁ ନୃତ୍ୟ ଏବଂ ଭଜନ କରୁଥିଲେ । ତେବେ ଏହି ମାୟାବାଦୀ ସନ୍ୟାସୀମାନେ ତାଙ୍କର ନିନ୍ଦା କରୁଥିଲେ ଯେ "ସେ ଜଣେ ସନ୍ୟାସୀ, ଏବଂ ସେ କିଛି ଭାବୁକ ଲୋକମାନଙ୍କ ସହ ମିଶି କେବଳ ନୃତ୍ୟ ଏବଂ ଭଜନ କରୁଥିଲେ । ଏହା କ'ଣ?" ତେଣୁ ଏକ ବୈଠକ ଆୟୋଜନ କରାଯାଇଥିଲା ପ୍ରକାଶନନ୍ଦ ସରସ୍ଵତୀ ଏବଂ ଚୈତନ୍ୟ ମହାପ୍ରଭୁଙ୍କ ମଧ୍ୟରେ । ସେହି ବୈଠକରେ ଚୈତନ୍ୟ ମହାପ୍ରଭୁ ଏକ ନମ୍ର ସନ୍ୟାସୀ ଭାବରେ ଭାଗ ନେଇଥିଲେ । ତେବେ ପ୍ରକାଶନନ୍ଦ ସରସ୍ଵତୀ ତାଙ୍କୁ ପ୍ରଶ୍ନ କରିଥିଲେ, "ମହାଶୟ ଆପଣ ଏକ ସନ୍ୟାସୀ । ଆପଣଙ୍କ କର୍ତ୍ତବ୍ୟ ହେଉଛି ସର୍ବଦା ବେଦାନ୍ତକୁ ଅଧ୍ୟୟନ କରିବା । ତେବେ ଏହା କିପରି ଯେ, ଆପଣ ନୃତ୍ୟ ଏବଂ ଭଜନ କରୁଛନ୍ତି? ଆପଣ ବେଦାନ୍ତ ଅଧ୍ୟୟନ କରୁନାହାନ୍ତି ।" ଚୈତନ୍ୟ ମହାପ୍ରଭୁ କହିଥିଲେ, "ହଁ, ମହାଶୟ, ତାହା ସତ୍ୟ । ମୁଁ ଏହା କରୁଛି କାରଣ ମୋର ଗୁରୁ ମହାରାଜ ମୋତେ ଏକ ମୂଢ଼ା ରୂପେ ଦେଖିଥିଲେ, ନୀଚ ।" "ଏହା କିପରି?" "ସେ କହିଥିଲେ, ଗୁରୁ ମୋରେ ମୂର୍ଖ ଦେଖି କରିଲ ଶାସନ (CC Adi 7.71) । ମୋର ଗୁରୁ ମହାରାଜ ମୋତେ ଏକ ନମ୍ଵର ମୂର୍ଖ ରୂପରେ ଦେଖିଥିଲେ, ଏବଂ ସେ ମୋତେ ତାଡିତ କରିଥିଲେ ।" "କିପରି ସେ ତୁମକୁ ତାଡିତ କରିଥିଲେ?" ବର୍ତ୍ତମାନ, "ତୋର କୌଣସି ଅଧିକାର ନାହିଁ ବେଦାନ୍ତ ଅଧ୍ୟୟନ କରିବାର । ଏହା ତୋ ପକ୍ଷରେ ସମ୍ଭବପର ନୁହେଁ । ତୁ ଗୋଟିଏ ମୂଢା଼ । ଭଲ ହେବ ଯଦି ତୁ ହରେ କୃଷ୍ଣ ଜପ କରିବୁ ।

ତେଣୁ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା? ଉଦ୍ଦେଶ୍ୟ ଏହି କି, ବର୍ତ୍ତମାନ ସ୍ଥିତିରେ, ଏହି ମୂଢ଼ାମାନେ, ସେମାନେ କିପରି ବେଦାନ୍ତ ବୁଝିପାରିବେ? ଭଲ ହେବ ହରେ କୃଷ୍ଣ ଜପ କରିଲେ । ତା ପରେ ତୁମକୁ ସବୁ ଜ୍ଞାନ ମିଳିଯିବ ।

ହରେର୍ନାମ ହରେର୍ନାମ ହରେର୍ନାମ ଏବ କେବଳଂ
କଳୌ ନାସ୍ତି ଏବ ଏବ ନାସ୍ତି ଏବ ନାସ୍ତି ଗତିର ଅନ୍ୟଥା
(CC Adi 17.21)

ଏହି ଯୁଗରେ ଲୋକମାନେ ଏତେ ପତିତ ଯେ ସେମାନେ ବେଦାନ୍ତ କ'ଣ ବୁଝିବେ ଏବଂ କାହା ପାଖରେ ସମୟ ଅଛି ବେଦାନ୍ତ ପଢିବା ପାଇଁ? ତେଣୁ ଭଲ ହେବ ପ୍ରତ୍ୟକ୍ଷ ଭାବରେ ବେଦାନ୍ତ ଅଧ୍ୟୟନ କର ଯେପରି କୃଷ୍ଣ କହୁଛନ୍ତି, ବେଦୈସ୍ଚ ସର୍ବୈର ଅହମ ଏବ ବେଦ୍ୟଃ (BG 15.15) ।

ତେଣୁ ବେଦାନ୍ତର ଜ୍ଞାନ ହେଉଛି ଶବ୍ଦାବ୍ଦ ଅନବୃତି । ଶବ୍ଦ ବ୍ରହ୍ମର ଜପ କରିଲେ ଜଣେ ମୁକ୍ତି ପାଇ ପାରିବ । ତେଣୁ ଏହା, ଏହା ଶାସ୍ତ୍ରରେ ଅନୁଶଂସିତ ହୋଇଛି:

ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍
କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିର୍ନ୍ୟଥା
(CC Adi 17.21)

ତେବେ ଜଣେ ଯଦି ବାସ୍ତବରେ ରୁଚି ରଖେ କିପରି ଏହି ଭୌତିକ ବନ୍ଧନରୁ ମୁକ୍ତ ହେବ, ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି (BG 13.9) - ଏଗୁଡୁକ ହେଉଛି ସମସ୍ୟା - ତେବେ, ଶାସ୍ତ୍ର ଅନୁସାରେ, ମହାଜନମାନଙ୍କ ଅନୁସାରେ, ଜଣେ ଏହି ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଉଚିତ୍ । ଏହା ହେଉଛି ଆମର, ମୋର କହିବାର ଅର୍ଥ ହେଲା, ଉଦ୍ଦେଶ୍ୟ ଅଟେ ।