OR/Prabhupada 0408 - ଉଗ୍ର-କର୍ମ ଅର୍ଥାତ୍ କୃର କାର୍ଯ୍ୟକଳାପ

Revision as of 15:57, 27 October 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0408 - in all Languages Category:OR-Quotes - 1975 Category:OR-Quotes - Cor...")
(diff) ← Older revision | Latest revision (diff) | Newer revision → (diff)


Cornerstone Laying -- Bombay, January 23, 1975

ଠିକ୍ ଯେପରି ଆମେ ଉଦ୍ୟୋଗ ବିଷୟରେ କଥା ହେଉଛୁ । ଉଦ୍ୟୋଗ ଗୁଡିକୁ ଭଗବଦ୍ ଗୀତାରେ ଉଗ୍ର କର୍ମ ବୋଲି ସମ୍ବୋଧନ କରାଯାଇଛି । ଉଗ୍ର କର୍ମ ମାନେ କୃରତମ କାର୍ଯ୍ୟ । ଜୀବିକା ପାଇଁ, ଆମର ଭରଣ ପୋଷଣ ଆବଶ୍ୟକ । ଆହାର-ନିଦ୍ରା-ଭୟ-ମୌ...ଏସବୁ ହେଉଛି ଶରୀରର ମୌଳିକ ଆବଶ୍ୟକତା । ସେଥିପାଇଁ କୃଷ୍ଣ କହିଛନ୍ତି, ଅନ୍ନାଦ ଭବନ୍ତି ଭୁତାନି (BG 3.14) । ଅନ୍ନ ମାନେ-ଶସ୍ୟ- ଆମକୁ ଆବଶ୍ୟକ । ଅନ୍ନାଦ ଭବନ୍ତି ଭୁତାନି । ସେହି ଶସ୍ୟ ଆମେ ଅତି ସହଜରେ ଉତ୍ପାଦନ କରିପାରିବା, ଚାସ ମାଧ୍ୟମରେ । ଅନ୍ୟ ଜାଗାରେ କୃଷ୍ଣ କହିଛନ୍ତି, କୃଷି-ଗୋ-ରକ୍ଷ୍ୟା-ବାଣିଜ୍ୟଂ ବୈଶ୍ୟ-କର୍ମ ସ୍ଵଭାବ-ଯାମ (BG 18.44) । ଆମେ ଆମର ଭରଣ ପୋଷଣ ପାଇଁ ଯଥେଷ୍ଟ ଶସ୍ୟ ଉତ୍ପାଦନ କରିପାରିବା, ଏବଂ ସମଗ୍ର ବିଶ୍ଵ ପାଖରେ ପର୍ଯ୍ୟାପ୍ତ ଭୁମି ଅଛି । ମୁଁ ଅତିକମରେ ଚଉଦଥର ବିଶ୍ଵର ଭ୍ରମଣ କରିଛି । ଗତ ଆଠ ବର୍ଷ ଭିତରେ, ମୁଁ ବିଶ୍ଵର ସମସ୍ତ ଜାଗାକୁ ଭ୍ରମଣ କରିଛି, ଏମିତିକି ଅଭ୍ୟନ୍ତରରେ ମଧ୍ୟ। ମୁଁ ଦେଖିଛି ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଭୁମି ଅଛି, ବିଶେଷକରି ଆଫ୍ରିକାରେ, ଅଷ୍ଟ୍ରେଲିୟାରେ, ଏବଂ ଆମେରୀକାରେ, ଏବଂ ଆମେ ଏତେ ଅଧିକ ଶସ୍ୟ ଉତ୍ପାଦନ କରିପାରିବା ଯେ ବର୍ତ୍ତମାନ ଜନସଂଖ୍ୟାର ଗଶଗୁଣ ଅଧିକ ଲୋକମାନଙ୍କର ଭରଣ ପୋଷଣ କରିପାରିବା । ଦଶ ଗୁଣ । ଖାଦ୍ୟର କୌଣସି ଅଭାବ ନାହିଁ । କିନ୍ତୁ ଅସୁବିଧା ଏହିକି ଯେ ଆମେମାନେ ସୀମାଙ୍କନ କରିଦେଇଛୁ, "ଏଇଟା ମୋର ଜାଗା ।" କେହି କୁହେ ଯେ, େ ଏହା ଆମେରୀକା, ମୋର ଜାଗା," "ଅଷ୍ଟ୍ରେଲିୟା, ମୋର ଜାଗା," "ଆଫ୍ରିକା, ମୋର ଜାଗା," "ଭାରତ, ମୋର ଜାଗା," ଏହି "ମୋର" ଏବଂ "ମୁଁ ।" ଜନସ୍ୟ ମୋହ ୟମ୍ ଅହମ୍ ମାମେତି (SB 5.5.8) । ଏହାକୁ ଭ୍ରମ କୁହାଯାଏ, ସେହି "ମୁଁ" ଏବଂ "ମୋର ।" "ମୁଁ ହେଉଛି ଏହି ଶରୀର, ଏବଂ ଏହା ମୋର ସମ୍ପତ୍ତି ।" ଏହାକୁ ଭ୍ରମ କୁହାଯାଏ । ଏବଂ ଏହି ଭ୍ରମ, ଯଦି ଆମେ ଭ୍ରମର ଏହି ସ୍ତରରେ ଅବସ୍ଥିତ ରହିବା ତେବେ ଆମେ ପଶୁମାନଙ୍କ ତୁଳନାରେ କିଛି କମ ନୁହଁ ।

ଯସ୍ୟାତ୍ମ ବୁଦ୍ଧିଃ କୁଣପେ ତ୍ରି-ଧାତୁକେ
ସ୍ଵ-ଧିଃ କଲତ୍ରାଦିଶୁ ଭୌମ ଇଜ୍ୟ ଧିଃ
ଯତ୍-ତୀର୍ଥ ବୁଦ୍ଧିଃ ସଲିଲେ ନ କର୍ହିଚିଜ୍
ଜନେଶୁ ଅଭିଜ୍ଞେଶୁ ସ ଏବ ଗୋ ଖରହ
(SB 10.84.13)

ଗୋ ମାନେ ଗାଈ, ଏବଂ ଖରହ ମାନେ ଗଧ । ଯେଉଁମାନେ ଏହି ଜୀବନର ଶାରୀରିକ ମନୋଭାବରେ ଅଛନ୍ତି, ଅହମ୍ ମାମେତି (SB 5.5.8), ସେମାନେ ଏହି ଗଧ ଏବଂ ଗାଈମାନଙ୍କ ତୁଳନାରେ କିଛି କମ ନୁହନ୍ତି, ମାନେ ପଶୁମାନଙ୍କ ଠାରୁ । ଏହା ଚାଲି ଆସୁଛି । ମୁଁ ତୁମର ଆଉ ଅଧିକ ସମୟ ନେବି ନାହିଁ, କିନ୍ତୁ ମୁଁ ତୁମକୁ ବୁଝାଇବାକୁ ଚେଷ୍ଟା କରିବି, କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ କ'ଣ । ଏହି କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ଯେ ମଣିଷ ସମାଜକୁ ପଶୁରେ ପରିଣତ ହେବାରୁ ରକ୍ଷା କରିବା, ଗାଈ ଏବଂ ଗଧ ହେବାରୁ ରକ୍ଷା କରିବା । ଏହା ହେଉଛି ଆନ୍ଦୋଳନ । ସେମାନେ ସେମାନଙ୍କର ସଭ୍ୟତାକୁ ସ୍ଥାପନ କରିଛନ୍ତି... ଯେମିତି କି ଭଗବଦ୍ ଗୀତାରେ କୁହାଯାଇଛି, ପଶୁ ବା ଅସୁରିକ ସଭ୍ୟତା, ଅସୁରିକ ସଭ୍ୟତା - ଆରମ୍ଭରେ- ପ୍ରବୃତି୍ମ ଚ ନିବୃତିମ୍ ଚ ଜନା ନ ବିଦୁର ଆସୁରଃ । ଆସୁରିକ, ରାକ୍ଷସୀ, ସଭ୍ୟତା, ସେମାନେ ଜାଣିନାହାନ୍ତି କି ଆମେ କିପରି ନିଜକୁ ମାର୍ଗ ଦର୍ଶନ କରାଇବା ଜୀବନର ପରିପୂର୍ଣ୍ଣତା ପାଇବା ପାଇଁ, ପ୍ରବୃତ୍ତି, ଏବଂ ନିବୃତ୍ତି, ଏବଂ କାହାକୁ ଆମେ ଗ୍ରହଣ କରିବା ଉଚିତ୍ ନୁହେଁ-ଅନୁକୂଳ ଏବଂ ପ୍ରତିକୂଳ । ମନୁଷ୍ୟ ଜୀବନ...ସମସ୍ତେ ଜାଣିଛନ୍ତି, "ଏହା ମୋ ପାଇଁ ଅନୁକୂଳ, ଏବଂ ଏହା ମୋ ପାଇଁ ପ୍ରତିକୂଳ ।" ତେଣୁ ଅସୁରଃ ଜନ, ଯେଉଁମାନେ ଆସୁର ପ୍ରକୃତିର ଲୋକମାନେ, ସେମାନେ ଏହା ଜାଣିନାହାନ୍ତି, ଯେ "ମୋ ପାଇଁ ଅନୁକୂଳ କ'ଣ ଏବଂ ମୋର ପାଇଁ ପ୍ରତିକୂଳ କ'ଣ ।" ପ୍ରବୃତ୍ତିମ୍ ଚ ନିବୃତ୍ତିମ୍ ଚ ଜନା ନ ବିଦୁର ଆସୁରଃ, ନ ଶୌଚମ୍ ନପି ଚାଚାରଃ: "ସେଥିରେ କୌଣସି ପରିଷ୍କାର ପରିଛନ୍ନତା ନାହିଁ, ନାଁ କି ଭଲ ବ୍ୟବହାର ।" ନା ସତ୍ୟମ୍ ତେସୁ ବିଦ୍ୟା..."ଏବଂ ସେଥିରେ କୌଣସି ସତ୍ୟତା ମଧ୍ୟ ନାହିଁ ।"ଏହା ହେଉଛି ଆସୁରିକ । ଆମେ ଅନେକ ଥର ଶୁଣିଛୁ, "ଅସୁରମାନେ," "ଅସୁରିକ ସଭ୍ୟତା," "ରାକ୍ଷାସି ସଭ୍ୟତା ।" ଏହା ହେଉଛି ଆରମ୍ଭ ।

ପ୍ରବୃତ୍ତିମ୍ ଚ ନିବୃତ୍ତିମ୍ ଚ
ଜନା ନ ବିଦୁର ଆସୁରଃ
ନ ଶୋଚମ୍ ନାପି ଚାଚାରହଃ
ନ ସତ୍ୟମ୍ ତେଶୁ ବିଦ୍ୟା
(BG 16.7)

ସେତ୍ୟମ୍, ସେଥିରେ କୌଣସି ସତ୍ୟତା ନାହିଁ । ଏବଂ ପ୍ରଥମ ଶ୍ରେଣୀର ଜୀବନ ଶୌଳି ହେଉଛି ବ୍ରାହ୍ମଣର ଜୀବନ ଶୌଳି । ସତ୍ୟମ୍ ଶୌଚମ୍ ତପୋ । ପ୍ରାରମ୍ଭ ହେଉଛି ସତ୍ୟରୁ । ଆସୁରିକ ଜୀବନରେ ସତ୍ୟତା ନାହିଁ, ଏବଂ ମନୁଷ୍ୟ ସଭ୍ୟତାର ପ୍ରଥମ ଶ୍ରେଣୀର ଜୀବନ ଶୌଳି ହେଉଛି, ବ୍ରାହ୍ମଣର ଜୀବନ ଶୌଳି, ଏହା ହେଉଛି ସତ୍ୟମ୍ ଶୌଚମ୍ ତପୋ, ଏବଂ ତିତିକ୍ଷ ଅର୍ଜବଃ ଆସ୍ତିକ୍ୟମ୍ ଜ୍ଞାନାମ୍ ବିଜ୍ଞାନମ୍ । ଏହା ହେଉଛି ପ୍ରଥମ ଶ୍ରେଣୀର ଜୀବନ ।

ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ ପ୍ରଥମ ଶ୍ରେଣୀର ଲୋକ ମାନଙ୍କୁ ତିଆରି କରିବା, ଆଦର୍ଶ, ପ୍ରଥମ ଶ୍ରେଣୀର ଲୋକ ସତ୍ୟମ୍ ଶୌଚମ୍ ତପୋ ଶମଃ ଦମଃ ତିତିକ୍ଷଃର ସହିତ । ଏହା ହେଉଛି ଧାର୍ମିକ ସଭ୍ୟତା । ଏବଂ ଏହି ଧାର୍ମିକ ସଭ୍ୟତା ଭାରତବର୍ଷ ଦ୍ଵାରା ସମଗ୍ର ବିଶ୍ଵକୁ ଦିଆଯାଇପାରିବ । ତାହା ହେଉଛି ଭାରତର ବିଶେଷ ଉପହାର । କାରଣ ଭାରତ ବାଦ ଅନ୍ୟ ଦେଶ ମାନଙ୍କରେ, ସେଠାରେ ଅଧିକାଂଶ ଆସୁରି-ଜନ ଏବଂ ଉଗ୍ର-କର୍ମ । ଏହି ଉଦ୍ୟୋଗ ଏବଂ ଉଗ୍ର-କର୍ମ ଗୁଡିକ ପାଶ୍ଚାତ୍ୟ ସଭ୍ୟତାରୁ ଆସିଛି । କିନ୍ତୁ ଏହିପରି ଭାବରେ ଲୋକେ ସୁଖୀ ହୋଇପାରିବେ ନାହିଁ । ତାହା ଭାଗବତ ଗୀତାର ଷୋହଳ ଅଧ୍ୟାୟରେ ଅତି ବିସ୍ତାରରେ ବର୍ଣନା କରାଯାଇଛି । ଦୁଃସପୁର ଆକାଂକ୍ଷା । ସେମାନଙ୍କର ଇଛା ଏହି ଭୌତିକ ଉନ୍ନତି ଦ୍ଵାରା କଦାପି ପୂରଣ ହୋଇପାରିବ ନାହିଁ । ସେମାନେ ଜାଣିନାହାନ୍ତି । ସେମାନେ ଭୁଲି ଯାଉଛନ୍ତି । ସେଥିପାଇଁ ଆମେ ଏହି ବମ୍ବେକୁ ଚୟନ କରିଥିଲୁ । ବମ୍ବେ ସହର ହେଉଛି ସବୁଠାରୁ ଭଲ ସହର, ଭାରତରେ ସବୁଠୁ ଉନ୍ନତ ସହର., ଭାରତରେ ସବୁଠୁ ଭଲ ସହର । ଏବଂ ଲୋକମାନେ ମଧ୍ୟ ବହୁତ ଭଲ । ସେମାନେ ଧାର୍ମିକ । ସେମାନେ ବୈଭବଶୀଳ । ସେମାନେ ଭଲ ଜିନିଷ ଭଲ ଭାବରେ ଗ୍ରହଣ କରନ୍ତି । ସେଥିପାଇଁ ମୁଁ ଏହି କେନ୍ଦ୍ର ବମ୍ବେରେ ଆରମ୍ଭ କରିବା ପାଇଁ ଚାହିଁଲି, ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରସାର କରିବା ପାଇଁ । ଯଦିଓ ମୋର ପ୍ରୟାସରେ ଅନେକ ବାଧା ବିଘ୍ନ ଆସିଥିଲା, ତଥାପି, ପରିଷେଶରେ ଏହା ହଉଛି କୃଷ୍ଣଙ୍କର କାମ । ଏହା ସଫଳ ହେବ । ତେଣୁ ଆଜି... ମୂଳଦୁଆ ଏବଂ ଭିତ୍ତିପ୍ରସ୍ତର ଦୁଇ ବର୍ଷ ପୂର୍ବରୁ କରଯାଇଥିଲା, କିନ୍ତୁ ଆସୁରିକ ଜନମାନଙ୍କ ଠାରୁ ଅନେକ, ଅନେକ ବାଧା ବିଘ୍ନ ଆସିଥିଲା । ଵର୍ତମାନ, ଯେକୌଣସି ଭାବରେ, ଆମେ ଟିକିଏ ଆରାମ ଏହି ବାଧା ବିଘ୍ନରୁ ପାଇଛୁ । ତେଣୁ ଆମେ ଏହି ଭିତି ପ୍ରସ୍ତର ଏହି ଶୁଭ ଦିନରେ ସ୍ଥାପନ କରୁଛୁ, ଏବଂ ମୁଁ ବହୁତ ପ୍ରସନ୍ନ ଯେ ଆପଣମାନେ ଆମ ସହିତ ଯୋଗ ଦେଇଛନ୍ତି ।