OR/Prabhupada 0312 - ମନୁଷ୍ୟ ହେଉଛି ତର୍କସଙ୍ଗତ ପଶୁ

Revision as of 22:39, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Morning Walk -- April 1, 1975, Mayapur

ପ୍ରଭୁପାଦ: ବର୍ତ୍ତମାନ, ଅତିକମରେ ମୋ ପାଇଁ, ଏହି କୃଷ୍ଣ ଚେତନା ଆନ୍ଦୋଳନ ଆଉ ସିଦ୍ଧାନ୍ତିକ ରହିଲା ନାହିଁ । ଏହା ହେଉଛି ବ୍ୟବହାରିକ । ମୁଁ ସମସ୍ତ ସମସ୍ୟାର ସମାଧାନ କରିପାରିବି ।

ପୁଷ୍ଟ କୃଷ୍ଣ: ଲୋକମାନେ କୌଣସି ତପସ୍ୟା ସ୍ଵୀକାର କରିବାକୁ ଚାହୁଁ ନାହାଁନ୍ତି, ଯଦିଓ ।

ପ୍ରଭୁପାଦ: ହମ୍?

ପୁଷ୍ଟ କୃଷ୍ଣ: ଲୋକମାନେ କୌଣସି ତପସ୍ୟାକୁ ସ୍ଵୀକାର କରିବେ ନାହିଁ ।

ପ୍ରଭୁପାଦ: ତେବେ ତୁମକୁ ରୋଗରେ ପୀଡ଼ିତ ହେବାକୁ ହେବ । ଯଦି ତୁମର ରୋଗ ଅଛି, ତୁମକୁ ସହିବାକୁ ହେବ...ଏହି ତପସ୍ୟା କ'ଣ? ଏହି ତପସ୍ୟା କାହିଁ?

ପୁଷ୍ଟ କୃଷ୍ଣ: ଯଦି ସେମାନେ ଔଷଧ ଗ୍ରହଣ କରିବେ ନାହିଁ, ତେବେ ସେମାନଙ୍କୁ ଭଲ କରାଯାଇ ପାରିବ ନାହିଁ ।

ପ୍ରଭୁପାଦ: ତେବେ ସେମାେନେ ପୀଡ଼ିତ ହେବା ଉଚିତ୍ । ଏକ ବ୍ୟକ୍ତି, ରୋଗଗ୍ରସ୍ତ, ଏବଂ ସେ ଔଷଧ ନେବା ପାଇଁ ଚାହୁଁ ନାହିଁ, ତେବେ କେଉଁଠାରେ...? ସେ ପୀଡ଼ିତ ହେବା ଉଚିତ୍? ଚିକିତ୍ସା କାହିଁ?

ପଞ୍ଚଦ୍ରାବିଡ: ସେମାନେ କୁହଁନ୍ତି ଆମେ ହେଉଛୁ ଜଣେ ଯେଉଁମାନେ ହେଉଛନ୍ତି ରୋଗଗ୍ରସ୍ତ ।

ପ୍ରଭୁପାଦ: ଅହ?

ପଞ୍ଚଦ୍ରାବିଡ: ସେମାନେ କୁହଁନ୍ତି ଆମେ ହେଉଛୁ ଜଣେ ଯେଉଁମାନେ ହେଉଛନ୍ତି ରୋଗଗ୍ରସ୍ତ । ସେମାନେ କୁହଁନ୍ତି, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଆମେମାନେ ହେଉଛୁ ରୋଗଗ୍ରସ୍ତ, ସେମାନେ ନୁହଁନ୍ତି ।

ପ୍ରଭୁପାଦ: ହଁ । କାଲା ବ୍ୟକ୍ତି ଅନ୍ୟ ସମସ୍ତଙ୍କୁ କାଲା ଭାବେ ।(ହସ) ତାହାର ଅର୍ଥ ହେଉଛି ସେମାନେ ମନୁଷ୍ୟ ମଧ୍ୟ ନୁହଁନ୍ତି । ପଶୁ । ସେମାନେ ତର୍କ କରନ୍ତି ନାହିଁ, ଯେ "ଆମେମାନେ ରୋଗଗ୍ରସ୍ତ, କିମ୍ଵା ତୁମେମାନେ ରୋଗଗ୍ରସ୍ତ ଅଟ । ବସିଯାଅ । କଥା ହୁଅ ।" ସେଥିପାଇଁ ମଧ୍ୟ, ସେମାନେ ପ୍ରସ୍ତୁତ ନୁହଁନ୍ତି । ତେବେ? ଆମେ ପଶୁମାନଙ୍କ ସହିତ କ'ଣ କରି ପାରିବା?

ପଞ୍ଚଦ୍ରାବିଡ: ସେମାନେ କୁହଁନ୍ତି ଆମେମାନେ ପୁରୁଣା ଯୁଗର । ସେମାନେ ଆଉ ଆମ ସହିତ ସମ୍ବନ୍ଧ ରଖିବାକୁ ଚାହାଁନ୍ତି ନାହିଁ ।

ପ୍ରଭୁପାଦ: ତେବେ ତୁମେ ଅସୁବିଧା ସହିତ କାହିଁକି ସମ୍ଵନ୍ଧ ରଖୁଛ? କାହିଁକି ତୁମେ ସମାଜର ଅସୁବିଧା ସହିତ ସମ୍ଵନ୍ଧ ରଖୁଛ? ତୁମେ ସମ୍ଵନ୍ଧ ରଖୁଛ, କିନ୍ତୁ ତୁମେ ସମାଧାନ କରିପାରିବ ନାହିଁ । ସମଗ୍ର ବିଶ୍ଵରେ, ଖବରକାଗଜ ଭର୍ତ୍ତୀ, କେବଳ ସ୍ପନ୍ଦନଶୀଳ ।

ବିଷ୍ଣୁଜନ: ଶ୍ରୀଲା ପ୍ରଭୁପାଦ, ଆପଣ ସେଗୁଡିକୁ ଉଚିତ୍ କରି ପାରିବେ କି? ଯଦି ସେଗୁଡିକ ଉଚିତ୍, ତେବେ କୌଣସି ଉପାୟ ଅଛି ସେଗୁଡିକୁ...

ପ୍ରଭୁପାଦ: ସେଗୁଡିକ ଉଚିତ୍ । ମନୁଷ୍ୟ, ପ୍ରତ୍ୟେକ ମନୁଷ୍ୟ, ଉଚିତ୍ ଅଟନ୍ତି । ଏହା କୁହାଯାଇଛି, "ମନୁଷ୍ୟ ହେଉଛି ତର୍କସଙ୍ଗତ ପଶୁ ।" ତେବେ ଯେତେବେଳେ ବିବେକ ନ ଥାଏ, ତାହାର ଅର୍ଥ ହେଉଛି ସେମାନେ ତଥାପି ପଶୁ ଅଟନ୍ତି ।

ପଞ୍ଚଦ୍ରାବିଡ: ଠିକ ଅଛି, ପଶୁମାନଙ୍କ ସହିତ କ'ଣ କରାଯାଇ ପାରିବ?

ପ୍ରଭୁପାଦ: ଏହା ହେଉଛି...ଏହା ହେଉଛି ଅତି ସରଳ ସତ୍ୟ । କେବଳ ମୁଁ ଏହି ଶରୀର । ମୁଁ ଖୁସୀ ଖୋଜେ । ତେବେ ମୁଁ କାହିଁକି ଖୁସୀ ଖୋଜୁଛି?... ଯଦି ତୁମେ କେବଳ ଏହି ପ୍ରସଙ୍ଗରେ ଆଲୋଚନା କରିବ, ତେବେ ତୁମେ ପାଇବ ଯେ ଏକ ମନୁଷ୍ୟ ହେଉଛି ଉଚିତ୍ । କାହିଁକି ମୁଁ ଖୁସୀ ଖୋଜିବା ପଛରେ ଅଛି? ଉତ୍ତର କ'ଣ? ତାହା ହେଉଛି ଏକ ତଥ୍ୟ । ସମସ୍ତେ ଖୁସୀ ଖୋଜୁଛନ୍ତି । କାହିଁକି ଆମେ ଖୁସୀ ଖୋଜୁଛୁ? ଉତ୍ତର କ'ଣ?

ପଞ୍ଚଦ୍ରାବିଡ: କାରଣ ସମସ୍ତେ ଦୁଃଖରେ ଅଛନ୍ତି, ଏବଂ ସେମାନେ ଏହା ପସନ୍ଦ କରନ୍ତି ନାହିଁ ।

ପ୍ରଭୁପାଦ: ତାହା ହେଉଛି ଏକ ବୀପରିତ ଉପାୟ, ବର୍ଣ୍ଣନା ।

କୀର୍ତାନନ୍ଦ: କାରଣ ସ୍ଵାଭାବରୁ ମୁଁ ଖୁସୀ ଅଟେ ।

ପ୍ରଭୁପାଦ: ହଁ, ସ୍ଵାଭାବ ଦ୍ଵାରା ମୁଁ ହେଉଛି ଖୁସୀ । ଏବଂ ଖୁସୀ କିଏ, ଏହି ଶରୀର କିମ୍ଵା ଆତ୍ମା?

ପୁଷ୍ଟ କୃଷ୍ଣ: ନା, ଆତ୍ମା ।

ପ୍ରଭୁପାଦ: କିଏ ଖୁସୀ ଚାହେଁ? ମୁଁ ଏହି ଶରୀରର ରକ୍ଷା କରିବାକୁ ଚାହେଁ - କାହିଁକି? କାରଣ ମୁଁ ଏହି ଶରୀର ମଧ୍ୟରେ ଅଛି । ଏବଂ ଯଦି ମୁଁ ଏହି ଶରୀରରୁ ଚାଲିଯାଏ, କିଏ ଏହି ଶରୀରର ଖୁସୀ ଖୋଜେ? ଏହି ସାଧାରଣ କାରଣ, ସେମାନଙ୍କର ବିବେକ ନାହିଁ । କାହିଁକି ମୁଁ ଖୁସୀ ଖୋଜୁଛି? ମୁଁ ଏହି ଶରୀର ଆଛାଦିତ କରିଛି କାରଣ ଶରୀର ଥଣ୍ଡା ଦ୍ଵାରା ପ୍ରଭାବିତ ନ ହୋଉ । ତେବେ କାହିଁକି ମୁଁ ଥଣ୍ଡା ଏବଂ ଗରମରୁ ଶରୀରର ଖୁସୀ ଖୋଜୁଛି? କାରଣ ମୁଁ ମଧ୍ୟରେ...ଯଦି ମୁଁ ଶରୀର ମଧ୍ୟରୁ ଚାଲିଯାଏ, ତେବେ ଆଉ ଖୁସୀ ଖୋଜା ହେବ ନାହିଁ । ତୁମେ ଏହାକୁ ରାସ୍ତାରେ ଫିଙ୍ଗ କିମ୍ଵା ଅତ୍ୟଧିକ ଥଣ୍ଡା କିମ୍ଵା ଅତ୍ୟଧିକ ଗରମରେ, କିଛି ଫରକ ପଡେ ନାହିଁ । ତେବେ କିଏ ଖୁସୀ ଖୋଜେ? ତାହା ସେମାନେ ଜାଣି ନାହାଁନ୍ତି । କାହା ପାଇଁ ତୁମେ ଏତେ ବ୍ୟସ୍ତ ଖୁସୀ ପାଇଁ? ତାହା ସେମାନେ ଜାଣି ନାହାଁନ୍ତି । ଯେପରି ବିଲେଇ ଏବଂ କୁକୁର ।

ପୁଷ୍ଟ କୃଷ୍ଣ: କିନ୍ତୁ ସେମାନେ ଭାବନ୍ତି ସେମାନଙ୍କ ପାଖରେ ସମୟ ନାହିଁ ପବିତ୍ର ନାମ ଜପ କରିବା ପାଇଁ ।

ପ୍ରଭୁପାଦ: ହମ୍?

ପୁଷ୍ଟ କୃଷ୍ଣ: ସେମାନଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ, ଖୁସୀ ରହିବା ପାଇଁ, ସେମାନଙ୍କୁ ଦିନସାରା କାମ କରିବାକୁ ହେବ ।

ପ୍ରଭୁପାଦ: ହମ୍ । ତାହା ହେଉଛି ତୁମର ତତ୍ତ୍ଵଜ୍ଞାନ । ତୁମେ ହେଉଛ ଦୁର୍ଜନ, କିନ୍ତୁ ଆମେ କାମ କରୁ ନାହୁଁ । କାହିଁକି ତୁମେ ଆମର ଉଦହାରଣ ଦେଖୁ ନାହଁ? ଆମେମାନେ କେବଳ ଖୁସୀରେ ଜୀବନ ଯାପନ କରୁଛୁ ।