OR/Prabhupada 0308 - ଆତ୍ମାର କାମ ହେଉଛି କୃଷ୍ଣ ଚେତନା
Lecture -- Seattle, October 2, 1968
ଯୁବକ(୨): କିପରି ଜଣେ ମନକୁ ପ୍ରଶିକ୍ଷିତ କରେ?
ପ୍ରଭୁପାଦ: ଏହା ହେଉଛି ପ୍ରଶିକ୍ଷଣ । ତୁମେ କେବଳ ନିଜକୁ କୃଷ୍ଣ ଚେତନା କାର୍ଯ୍ୟକଳାପରେ ନିଯୁକ୍ତ କର । ଏହା ହେଉଛି ବ୍ୟବହାରିକ । ଯେପରି ଜପ କରିବା, ଦଶ ବର୍ଷର ବାଳକ, ସେ ମଧ୍ୟ ନିଯୁକ୍ତ । ତାର ମନ ହରେ କୃଷ୍ଣ କମ୍ପନରେ କେନ୍ଦ୍ରିତ । ତାର ଅନ୍ୟ ଇନ୍ଦ୍ରିୟଗୁଡ଼ିକ, ଗୋଡ଼ କିମ୍ଵା ହାତ, ସେମାନେ କାମ କରୁଛନ୍ତି, ନୃତ୍ୟ କରୁଛନ୍ତି । ତେଣୁ ଏହିପରି ଭାବରେ ଆମେ ଆମର ମନର ଅଭ୍ୟାସ କରିବାକୁ ହେବ, ଆମର ଇନ୍ଦ୍ରିୟଗୁଡ଼ିକ ସର୍ବଦା କୃଷ୍ଣ ଚେତନାରେ ନିଯୁକ୍ତ । ତାହା ତୁମକୁ ପୂର୍ଣ୍ଣ କରିବ । ଏବଂ ତାହା ସମସ୍ତଙ୍କ ଦ୍ଵାରା ସମ୍ଭବ । ତୁମେ ଧ୍ୟାନ କରିବା ପାଇଁ କୃତ୍ରିମ ରୂପରେ ଏକ ସ୍ଥାନରେ ବସି ରହିବା ଆବଶ୍ୟକ ନୁହେଁ । ଯଥା ଶିଘ୍ର ତୁମେ ହରେ କୃଷ୍ଣ ମନ୍ତ୍ର ଜପ କର, ତୂରନ୍ତ ତୁମର ମନ ସେଥିରେ ଲାଗିବ, ତୂରନ୍ତ ତୁମେ କୃଷ୍ଣଙ୍କୁ ସ୍ମରଣ କରିବ, କୃଷ୍ଣଙ୍କର ନିର୍ଦ୍ଦେଶ, କୃଷ୍ଣଙ୍କର କାମ, ସବୁକିଛି । ସେଥିପାଇଁ ଅଭ୍ୟାସ ଆବଶ୍ୟକ ।
ଯୁବକ(୨): କାରଣ ଆପଣ ହେଉଛନ୍ତି ସୂର୍ଯ୍ୟଙ୍କର ଏକ କିରଣ, ତେଣୁ କହିବା ପାଇଁ...
ପ୍ରଭୁପାଦ: ହଁ ।
ଯୁବକ(୨): ଆପଣ ଆପଣଙ୍କର ବିଷୟରେ ଭାବି ପାରିବେ କି?
ପ୍ରଭୁପାଦ: କାହିଁକି ନୁହେଁ? ମୁଁ ହେଉଛି ବ୍ୟକ୍ତି ।
ଯୁବକ(୨): ଏବଂ ଯେତେବେଳେ ଅାପଣ ଭାବୁଛନ୍ତି, ଆପଣ କୃଷ୍ଣଙ୍କ ବିଷୟରେ ଭାବନ୍ତି?
ପ୍ରଭୁପାଦ: ଯଦିଓ ମୁଁ ଛୋଟ ଅଟେ, କିନ୍ତୁ ମୁଁ ହେଉଛି ବ୍ୟକ୍ତି । ମୋର ଭାବିବା, ଅନୁଭବ କରିବା, ଇଛା କରିବା ପାଇଁ ସମସ୍ତ ଶକ୍ତି ଅଛି । ଆମେ ତାହା କରୁ । ଆମେମାନେ ହେଉଛୁ ବ୍ୟକ୍ତି । ତୁମେ ଏଠାକୁ ତୁମର ବ୍ୟକ୍ତିଗତ ଇଛାରେ ଆସିଛ । ତୁମକୁ କେହି ବାଧ୍ୟ କରି ନାହାଁନ୍ତି । ଯଦି ତୁମେ ଚାହଁ, ତୁମେ ଯାଇ ପାର । କେହି ଏଠାକୁ ଆସନ୍ତି, କେହି ଏଠାକୁ କଦାପି ଆସନ୍ତି ନାହିଁ, କେହି ପ୍ରତିଦିନ ଆସନ୍ତି । କାହିଁକି? ଏପରିକି ତୁମେ ଛୋଟ ହେଲେ ମଧ୍ୟ, ତୁମର ବ୍ୟକ୍ତିତ୍ଵ ଅଛି । ଏପରିକି ଏହି ବଦ୍ଧ ଅବସ୍ତାରେ ମଧ୍ୟ, ତୁମେ ମୁକ୍ତ, ଏତେ ସ୍ଵତନ୍ତ୍ର । ଏବଂ ଯେତେବେଳେ ତୁମେ ବଦ୍ଧ ଅବସ୍ତାରେ ନାହଁ, ଶୁଦ୍ଧ ଆତ୍ମା, ତୁମେ ଜାଣି ନାହଁ କେତେ ସ୍ଵତନ୍ତ୍ରତା ତୁମେ ପାଇଛ । ଏହା ଫରକ ପକାଏ ନାହିଁ ତୁମେ ହେଉଛ ଛୋଟ, କିନ୍ତୁ ତୁମେ ହେଉଛ ଏକ ଆଧ୍ୟାତ୍ମିକ କିରଣ । ତୁମେ ଦେଖିପାରୁ ନାହଁ ଏକ ଛୋଟ ଆଧ୍ୟାତ୍ମିକ କିରଣ ଯାହାକୁ ନା ଚିକିତ୍ସକ, ନା ଚିକିତ୍ସା ବିଜ୍ଞାନ ଏପର୍ଯ୍ୟନ୍ତ ଆବିଷ୍କାର କରି ପାରିଛି, ଆତ୍ମା କାହିଁ, କିନ୍ତୁ ଆତ୍ମା ଅଛି । ତାହା ହେଉଛି ତଥ୍ୟ । ଯଥା ଶିଘ୍ର ଆତ୍ମା ଏହି ଶରୀରରୁ ଚାଲିଯାଏ, ଏହା ବେକାର ହୋଇଯାଏ । ସେହି ମହତ୍ତ୍ଵପୂର୍ଣ୍ଣ କଣିକା କ'ଣ ତାହା ଖୋଜି ବାହାର କର । ତାହା ସମ୍ଭବ ନୁହେଁ, କାରଣ ଏହା ଅତି କ୍ଷୁଦ୍ର, ଯେ ତୁମର, ଏହି ଭୌତିକ ଆଖିରେ କିମ୍ଵା ମାଇକ୍ରୋସ୍କୋପ କିମ୍ଵା କୌଣସି ସ୍କୋପ ତୁମେ ଖୋଜିପାରିବ ନାହିଁ । ସେଥିପାଇଁ ସେମାନେ କୁହଁନ୍ତି ଆତ୍ମା ନାହିଁ । କିନ୍ତୁ ସେମାନେ ବର୍ଣ୍ଣନା କରି ପାରନ୍ତି ନାହିଁ କ'ଣ ଚାଲିଗଲା । ଏପରିକି ଆଧ୍ୟାତ୍ମିକ ଆତ୍ମାର ସେହି କ୍ଷୁଦ୍ର କଣିକା ଏତେ ଶକ୍ତିଶାଳୀ ଯେ ଶରୀରେ ଏହା ଯେପର୍ଯ୍ୟନ୍ତ ଅଛି, ଏହା ଏହାକୁ ସତେଜ, ଭଲ, ସୁନ୍ଦର ରଖେ । ଏବଂ ଯଥା ଶିଘ୍ର ଏହା ଚାଲିଯାଏ, ତୂରନ୍ତ ଏହା ଅପଘଟିତ ହେବାକୁ ଲାଗେ । ଟିକିଏ ଦେଖ । ଯେପରି ଏକ ଔଷଧ, ଇଞ୍ଜେକସନ୍ । ଏକ ଛୋଟ, ଗୋଟିଏ ଶସ୍ୟ, ଏହା ସୁସ୍ଥ ରଖେ । ଏହା ହେଉଛି ସେପରି କିଛି, ଏହା ଏତେ ଶକ୍ତିଶାଳୀ । ତୁମେ ଜାଣି ନାହଁ ସେହି ଆତ୍ମାର ଶକ୍ତି କ'ଣ । ତାହା ତୁମକୁ ଶିଖିବାକୁ ହେବ । ତେବେ ତାହା ହେଉଛି ଆତ୍ମାନୁଭୂତି । ଏହି ଧ୍ୟାନର ପ୍ରକ୍ରିୟା, ଏକ ଶାନ୍ତ ଜାଗାରେ ବସିବା, ଜୀବନର ଶାରୀରିକ ସଂକଳ୍ପନାର ସ୍ଥୂଳ ଅବସ୍ଥାରେ ସୁପାରିସ୍ କରାଯାଇଛି । ଜଣକୁ ଭାବିବାକୁ ଦିଅ, ଧ୍ୟାନକରିବାକୁ, "ମୁଁ ହେଉଛି ଏହି ଶରୀର?" ତାପରେ ବିଶ୍ଲେଷଣ କରିବାକୁ । ତୁମେ ଦେଖିବ, "ନା । ମୁଁ ଏହି ଶରୀର ନୁହେଁ । ମୁଁ ଏହି ଶରୀର ଠାରୁ ଭିନ୍ନ ।" ତାପରେ ଆଉ ଅଧିକ ଧ୍ୟାନ: "ଯଦି ମୁଁ ଏହି ଶରୀର ନୁହେଁ, ତେବେ ଶାରୀରିକ କ୍ରିୟା, ଏହା କିପରି ହେଉଛି?" ଏହା ସେହି କ୍ଷୁଦ୍ର କଣିକାର ଉପସ୍ଥିତି ଯୋଗୁଁ ହେଉଛି, ମୁଁ । କିପରି ଶରୀର ବଢ଼ୁଛି? କାରଣ ଉପସ୍ଥିତି ଯୋଗୁଁ । ଯେପରି ଏହି ବାଳକ, ଏହି ବାଳକର ଶରୀର କମ ଉଚ୍ଚତା ବିଶିଷ୍ଟ । ବର୍ତ୍ତମାନ, ଏହି ବାଳକ ଯୁବାବସ୍ଥାରେ ମଜବୁତ ଏବଂ ଦୃଢ଼ ଶରୀର ପାଇବ, ଚବିଶି ବର୍ଷ ବୟସ ପରି । ବର୍ତ୍ତମାନ, ଏହି ଶରୀର ଚାଲିଯିବ, ଅନ୍ୟ ଏକ ଶରୀର ଆସିବ । ଏହା କିପରି ସମ୍ଭବ ହୋଇପାରିବ? ଆତ୍ମାର ଛୋଟ କଣିକାର ଉପସ୍ଥିତି ଯୋଗୁଁ । କିନ୍ତୁ ଯଦି ସେହି ଆତ୍ମାର କଣିକା କାଢ଼ି ନିଆଯିବ କିମ୍ଵା ଚାଲିଯିବ, ଏହି ଶରୀର ଆଉ ବଢ଼ିବ ନାହିଁ କିମ୍ଵା ପରିବର୍ତ୍ତନ ହେବ ନାହିଁ । ଏଗୁଡ଼ିକ ହେଉଛି ଧ୍ୟାନର ବିଷୟବସ୍ତୁ । କିନ୍ତୁ ଯେତେବେଳେ ତୁମେ ବୁଝିବା ପ୍ରସଙ୍ଗକୁ ଆସ ଯେ "ମୁଁ ଏହି ଶରୀର ନୁହେଁ । ମୁଁ ହେଉଛି ଜୀବାତ୍ମା," ତାପରେ ପରବର୍ତ୍ତୀ ସ୍ଥିତି ହେଉଛି "ଆତ୍ମାର କାମ କ'ଣ?" ଆତ୍ମାର ସେହି କାମ ହେଉଛି କୃଷ୍ଣ ଚେତନା, କୃଷ୍ଣ ଚେତନାରେ କାମ କରିବା । ତେଣୁ ବର୍ତ୍ତମାନ ଯୁଗରେ ଆମକୁ ଆତ୍ମାର କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବରେ ନେବାକୁ ହେବ; ତାପରେ ଅନ୍ୟ ଜିନିଷ ସ୍ଵୟଂ ଚାଳିତ ଭାବରେ ଆସିବ । ଏହା ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ, ଯେ ତୁମେ ଏକ ଏକାନ୍ତ ସ୍ଥାନକୁ ଯିବ ଏବଂ ସେଠାରେ ଶାନ୍ତିରେ ବସି ଧ୍ୟାନ କରିବ... ଏହା ଏହି ଯୁଗରେ ସମ୍ଭବ ନୁହେଁ । ଏହା ଅସମ୍ଭବ । ଯଦି ତୁମେ କୃତ୍ରିମ ଭାବରେ ଚେଷ୍ଟା କରିବ, ତେବେ ଏହା ବିଫଳ ହେବ । ସେଥିପାଇଁ ତୁମକୁ ଏହି ପ୍ରକ୍ରିୟା ଗ୍ରହଣ କରିବାକୁ ହେବ,
- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍
- କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିର୍ନ୍ୟଥା
- (CC Adi 17.21)
ଏହି କଳିଯୁଗରେ, ହରେ କୃଷ୍ଣ ଜପ କରିବା ପରିବର୍ତ୍ତେ ଆତ୍ମାନୁଭୂତିର ଅନ୍ୟ କୌଣସି ବିକଳ୍ପ ନାହିଁ । ତାହା ହେଉଛି ବ୍ୟବହାରିକ, ବାସ୍ତବ ତଥ୍ୟ ।