OR/Prabhupada 0389 - ହରି ହରି ବିଫଳରେ ଭାବାର୍ଥ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Hari Hari Biphale -- Hamburg, September 10, 1969

ହରି ହରି! ବିଫଳେ ଜନମ ଗ୍ଵାଇନୁ । ଏହି ଗୀତ ନରୋତ୍ତମ ଦାସଙ୍କ ଦ୍ଵାରା ବୋଲା ଯାଇଛି, ଜଣେ ବହୁତ ନିଷ୍ଠାବାନ ଆଚାର୍ଯ୍ୟ, ଚୈତନ୍ୟ ମାହାପ୍ରଭୁଙ୍କର ସାମ୍ପ୍ରାଦାୟିକ ପରମ୍ପରାର ଉତ୍ତରଅଧିକାରୀ । ସେ ଅନେକ ଗୀତ ଗାଇଛନ୍ତି, ମହତ୍ଵପୂର୍ଣ୍ଣ ଗୀତ, ଏବଂ ତାଙ୍କର ଗୀତଗୁଡିକୁ ବୈଦିକ ନିଷ୍କର୍ଷ ରୂପେ ଗ୍ରହଣ କରାଯାଏ । ବହୁତ ଅଧିକୃତ ଗୀତ । ତେଣୁ ସେ କୁହଁନ୍ତି, କୃଷ୍ଣଙ୍କୁ ପ୍ରାର୍ଥନା କରି, "ମୋର ପ୍ରିୟ ଭଗବାନ," ହରି ହରି, " ମୁଁ କେବଳ ମୋର ଜୀବନ ନଷ୍ଟ କରିଛି । ହରି ହରି ବିଫଳେ ଜନମ ଗ୍ଵାଇନୁ । କାହିଁକି ତୁମେ ତୁମର ଜୀବନ ନଷ୍ଟ କରିଲ? ସେ କୁହଁନ୍ତି ମନୁଷ୍ୟ-ଜନମ ପାୟା, "ମୋତେ ମନୁଷ୍ୟ ଜୀବନ ମିଳିଛି," ରାଧା-କୃଷ୍ଣ ନା ଭଜିୟା, "କିନ୍ତୁ ମୁଁ ରାଧା-କୃଷ୍ଣଙ୍କୁ ପୂଜା କରିବା ପାଇଁ ଖାତିର କରିଲି ନାହିଁ । ସେଥିପାଇଁ ମୁଁ ମୋର ଜୀବନ ନଷ୍ଟ କରି ଦେଇଛି ।" ଏବଂ ଏହା କିପରି? ଏହା ଠିକ୍ ଜଣେ ଜାଣିଶୁଣି ବିଷ ପିଇଲା ପରି । ଯଦି ଜଣେ ଅଜାଣତରେ ବିଷ ପିଏ, କ୍ଷମା ଅଛି, କିନ୍ତୁ ଯଦି ଜଣେ ଜାଣିଶୁଣି ବିଷ ପିଏ, ଏହା ଆତ୍ମହତ୍ୟା ଅଟେ । ଯଦି ଜଣେ ଅଜାଣତରେ ବିଷ ପିଏ, କ୍ଷମା ଅଛି, କିନ୍ତୁ ଯଦି ଜଣେ ଜାଣିଶୁଣି ବିଷ ପିଏ, ଏହା ଆତ୍ମହତ୍ୟା ଅଟେ ।

ତାପରେ ସେ କୁହଁନ୍ତି, ଗୋଲକେର ପ୍ରେମ-ଧନ, ହରି-ନାମ-ସଂକୀର୍ତ୍ତନ । ଏହି କୃଷ୍ଣ ଚେତନା ଆନ୍ଦୋଳନ, ସଂକୀର୍ତ୍ତନ ଆନ୍ଦୋଳନ, ଭୌତିକ ନୁହେଁ । ଏହା ପ୍ରତ୍ୟକ୍ଷ ଭାବରେ ଆଧ୍ୟାତ୍ମିକ ସାମ୍ରାଜ୍ୟରୁ ଅଣାଯାଇଛି ଯାହାକୁ ଗୋଲକ ବୃନ୍ଦାବନ କୁହାଯାଏ । ତେବେ ଗୋଲକେର ପ୍ରେମ-ଧନ । ଏବଂ ଏହା ସାଧାରଣ ଗୀତ ନୁହେଁ । ଏହା ହେଉଛି ଭଗବଦ୍ ପ୍ରେମର ଗୁପ୍ତଧନ । ତେବେ..."କିନ୍ତୁ ମୋର ଏହା ପ୍ରତି କୌଣସି ଆକର୍ଷଣ ନାହିଁ ।" ରତି ନା ଜନ୍ମିଲୋ କେନେ ତାୟ । "ମୋର ଏହା ପ୍ରତି କୌଣସି ଆକର୍ଷଣ ନାହିଁ । ଅନ୍ୟ ପକ୍ଷରେ, "ବିଷୟ-ବିଷାନଳେ, ଦିବା ନିଶି ହିୟା ଜ୍ଵଳେ, "ଏବଂ କାରଣ ମୁଁ ଏହାକୁ ସ୍ଵୀକାର କରେ ନାହିଁ, ସେଥିପାଇଁ ଭୌତିକ ଅସ୍ତିତ୍ଵର ବିଷର ପ୍ରଜ୍ଵଳିତ ନିଆଁ ମୋତେ କ୍ରମାଗତ ଭାବରେ ଜାଳିବାରେ ଲାଗିଛି ।" ଦିବା-ନିଶି ହିୟା ଜ୍ଵଳେ । "ଦିନ ଏବଂ ରାତି ମୋର ହୃଦୟ ଜଳୁଛି, ଭୌତିକ ଅସ୍ତିତ୍ଵର ଏହି ବିଷାକ୍ତ ପ୍ରଭାବ ଯୋଗୁଁ ।" ଏବଂ ତରିବାରେ ନ କୋଇନୁ ଉପାୟ । "କିନ୍ତୁ ମୁଁ ଏଥିପାଇଁ କୌଣସି ଉପାୟ ଖୋଜୁନାହିଁ ।" ଅନ୍ୟ ଭାଷାରେ, ଭୌତିକ ଅସ୍ତିତ୍ଵର ଏହି ପ୍ରଜ୍ଵଳିତ ନିଆଁର ଉପାୟ ହେଉଛି ଏହି ସଂକୀର୍ତ୍ତନ ଆନ୍ଦୋଳନ । ଏହାକୁ ଆଧ୍ୟାତ୍ମିକ ସାମ୍ରାଜ୍ୟରୁ ଅଣାଯାଇଛି । ଏବଂ କିଏ ଏହାକୁ ଆଣିଛନ୍ତି? କିମ୍ଵା କିଏ ଏହାକୁ ପ୍ରସ୍ତୁତ କରିଛନ୍ତି?

ତାପରେ ସେ କୁହଁନ୍ତି, ବ୍ରଜେନ୍ଦ୍ର-ନନ୍ଦନ ଜେଇ, ସଚି-ସୂତ ହୋଇଲୋ ସେଇ । ବ୍ରଜେନ୍ଦ୍ର-ନନ୍ଦନ, ବ୍ରଜ ରାଜାଙ୍କର ପୁତ୍ର । ସେ ହେଉଛନ୍ତି କୃଷ୍ଣ । କୃଷ୍ଣ ନନ୍ଦ ମାହାରାଜଙ୍କ ପୁତ୍ର ରୂପେ ପରିଚିତ । ସେ ହେଉଛନ୍ତି ବ୍ରଜଭୂମିର ରାଜା । ତେଣୁ ବ୍ରଜେନ୍ଦ୍ର-ନନ୍ଦନ ଜେଇ, ସେହି ବ୍ୟକ୍ତି ଯିଏ ପୂର୍ବେ ନନ୍ଦ ମାହାରାଜଙ୍କର ପୁତ୍ର ଥିଲେ, ବର୍ତ୍ତମାନ ମାତା ସଚିଙ୍କର ପୁତ୍ର ରୂପେ ଅବତରିତ ହୋଇଛନ୍ତି । ସଚି-ସୂତ ହୋଇଲୋ ସେଇ । ଏବଂ ବଳରାମ ହୋଇଲୋ ନିତାଈ । ଏବଂ ଭଗବାନ ବଳରାମ ନିତ୍ୟାନନ୍ଦ ହୋଇଗଲେ । ତେବେ ଏହି ଦୁଇ ଭାଇ ଅବତରିତ ହୋଇଛନ୍ତି, ସେମାନେ ସବୁ ପ୍ରକାରର ପତୀତ ଆତ୍ମାମାନଙ୍କର ଉଦ୍ଧାର କରୁଛନ୍ତି । ପାପୀ-ତାପୀ ଜତ ଛିଲୋ । କାରଣ ଅନେକ ପତୀତ ଆତ୍ମା ଏହି ଦୁନିଆରେ ଅଛନ୍ତି, ସେମାନେ କେବଳ ଏହି ଜପ ପ୍ରକ୍ରିୟା ଦ୍ଵାରା ସେମାନଙ୍କର ଉଦ୍ଧାର କରୁଛନ୍ତି । ହରି-ନାମେ ଉଦ୍ଧାରିଲୋ, କେବଳ ଏହି ଜପ ଦ୍ଵାରା । ଏହା କିପରି ସମ୍ଭବ? ତାପରେ ସେ କୁହଁନ୍ତି, ତାର ସାକ୍ଷୀ ଜଗାଇ ମାଧାଇ । ଜୀବିତ ଉଦାହରଣ ହେଉଛନ୍ତି ଦୁଇ ଭାଇ, ଜଗାଇ ଏବଂ ମାଧାଇ । ଏହି ଜଗାଇ ଏବଂ ମାଧାଇ, ଏହି ଦୁଇ ଭାଇ, ସେମାନଙ୍କର ଜନ୍ମ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା, କିନ୍ତୁ ସେମାନେ ଏକ ନମ୍ଵରର ଭ୍ରଷ୍ଟାଚାରୀରେ ପରିଣତ ହୋଇଗଲେ । ଏବଂ... ଅବଶ୍ୟ, ବର୍ତ୍ତମାନ, ଏହି ଯୁଗରେ, ସେମାନଙ୍କର ଯୋଗ୍ୟତାକୁ ଭ୍ରଷ୍ଟାଚାରୀ ରୂପେ ନିଆଯାଏ ନାହିଁ । ସେମାନଙ୍କର ଭ୍ରଷ୍ଟାଚାର ଥିଲା କାରଣ ସେମାନେ ମଦୁଆ ଏବଂ ମହିଳା ଶିକାରୀ ଥିଲେ । ସେଥିପାଇଁ ସେମାନଙ୍କୁ ଭ୍ରଷ୍ଟଚାରୀ କୁହା ଯାଉଥିଲା । ଏବଂ ମାଂସ ଆହାର ମଧ୍ୟ କରୁଥିଲେ । ତେଣୁ...ସେମାନେ ହୋଇଗଲେ, ପରେ, ଭଗବାନ ଚୈତନ୍ୟ ଏବଂ ନିତ୍ୟାନନ୍ଦଙ୍କ ଦ୍ଵାରା ଉଦ୍ଧାର ହୋଇ । ମହାନ ଭକ୍ତ ।

ତେଣୁ ନରୋତ୍ତମ ଦାସଙ୍କର ବ୍ୟାଖ୍ୟା କୁହଁନ୍ତି ଯେ ଏହି ଯୁଗରେ, ଅବଶ୍ୟ ଏହି ଯୁଗରେ ଲୋକମାନେ ମଦୁଆ, ମହିଳା-ଶିକାରୀ, ମାଂସ-ଭକ୍ଷକ, ଏବଂ ସମସ୍ତ...,ଜୁଆରୀ, ସବୁ ପ୍ରକାରର ପାପୀ ଅଭିନେତା, ତଥାପି, ଯଦି ସେମାନେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଗ୍ରହଣ କରନ୍ତି ଏବଂ ହରେ କୃଷ୍ଣ ଜପ କରନ୍ତି, ସେମାନେ ମୁକ୍ତ ହୋଇଯିବେ, ନିଃସନ୍ଦେହରେ । ଏହା ହେଉଛି ଭଗବାନ ଚୈତନ୍ୟଙ୍କର ଆର୍ଶୀବାଦ । ତାପରେ ନରୋତ୍ତମ ଦାସ ଠାକୁର ପ୍ରାର୍ଥନା କରନ୍ତି, ହା ହା ପ୍ରଭୁ ନନ୍ଦ-ସୂତ, ବୃଷଭାନୁ-ସୂତ-ଜୁତ । "ମୋର ପ୍ରିୟ ଭଗବାନ କୃଷ୍ଣ, ଆପଣ ହେଉଛନ୍ତି ନନ୍ଦ ମାହାରାଜଙ୍କର ପୁତ୍ର, ଏବଂ ଆପଣଙ୍କର ସହଚାରୀ ରାଧାରାଣୀ ହେଉଛନ୍ତି ବୃଷଭାନୁଙ୍କର ଝିଅ । ତେଣୁ ଆପଣ ଦୁଇ ଜଣ ଏଠାରେ ଏକା ସାଙ୍ଗରେ ଛିଡା ହୋଇଛନ୍ତି ।" ନରୋତ୍ତମ ଦାସ କହେ, ନା ଠେଲିହୋ ରଙ୍ଗ ପାଏ, "ବର୍ତ୍ତମାନ ମୁଁ ଆପଣଙ୍କୁ ଆତ୍ମସମର୍ପଣ କରୁଛି, ଦୟାକରି ମୋତେ ଲାତ ମାରନ୍ତୁ ନାହିଁ, କିମ୍ଵା ଆପଣଙ୍କର ଚରଣ କମଳରୁ ଦୂରକୁ ଠେଲି ଦିଅନ୍ତୁ ନାହିଁ, କାରଣ ମୋର ଆଉ କୌଣସି ଆଶ୍ରୟ ନାହିଁ । ମୁଁ ଅନ୍ୟ କୌଣସି ସାଧନ ବିନା କେବଳ ଆପଣଙ୍କର ଚରଣ କମଳର ଆଶ୍ରୟ ନେଉଛି । ତେଣୁ ଦୟାକରି ମୋତେ ସ୍ଵୀକାର କରନ୍ତୁ ଏବଂ ମୋର ଉଦ୍ଧାର କରନ୍ତୁ ।" ଏହା ହେଉଛି ଏହି ଗୀତର ସାର ।