OR/Prabhupada 0387 - ଗୌରାଙ୍ଗେର ଦୁଟି ପଦର ଭାବାର୍ଥ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Gaurangera Duti Pada -- Los Angeles, January 6, 1969

ଗୌରାଙ୍ଗ ସଙ୍ଗେ-ଗଣେ, ନିତ୍ୟ-ସିଦ୍ଧ ବୋଲି ମାନେ । ଜଣେ ଯିଏ ବୁଝିପାରେ ଯେ ଭଗବାନ ଚୈତନ୍ୟଙ୍କର ସହଯୋଗୀମାନେ, ସେମାନେ ସାଧାରଣ ବଦ୍ଧ ଜୀବି ନୁହଁନ୍ତି...ସେମାନେ ହେଉଛନ୍ତି ମୁକ୍ତ ଆତ୍ମା । ନିତ୍ୟ-ସିଦ୍ଧ ବୋଲେ ମାନି । ତିନି ପ୍ରକାରର ଭକ୍ତ ଅଛନ୍ତି । ଗୋଟିଏକୁ ସାଧନା-ସିଦ୍ଧ କୁହାଯାଏ । ସାଧନା-ସିଦ୍ଧ ଅର୍ଥାତ୍ ଭକ୍ତି ସେବାର ନିୟାମକ ସିଦ୍ଧାନ୍ତଗୁଡିକୁ ଅନୁସରଣ କରି, ଯଦି ଜଣେ ପୂର୍ଣ୍ଣ ହୋଇଯାଏ, ତାକୁ ସାଧନା-ସିଦ୍ଧ କୁହାଯାଏ । ଅନ୍ୟ ଏକ ଭକ୍ତକୁ କୃପା-ସିଦ୍ଧ କୁହାଯାଏ । କୃପା-ସିଦ୍ଧ ଅର୍ଥାତ୍ ଯଦିଓ ସେ ନିୟାମକ ସିଦ୍ଧାନ୍ତଗୁଡିକୁ ଗମ୍ଭୀରତାର ସହିତ ପାଳନ ନ କରେ ତଥାପି, ଏକ ଆଚାର୍ଯ୍ୟ କିମ୍ଵା ଏକ ଭକ୍ତର କୃପା ଦ୍ଵାରା, କିମ୍ଵା କୃଷ୍ଣଙ୍କ ଦ୍ଵାରା, ସେ ପୂର୍ଣ୍ଣତାର ସ୍ତରକୁ ଉତ୍ତୀର୍ଣ୍ଣ ହୁଏ । ତାହା ବିଶେଷ ଅଟେ । ଏବଂ ଅନ୍ୟ ଭକ୍ତକୁ ନିତ୍ୟ-ସିଦ୍ଧ କୁହାଯାଏ । ନିତ୍ୟ-ସିଦ୍ଧ ଅର୍ଥାତ୍ ସେ କଦାପି ଦୂଷିତ ନ ଥାନ୍ତି । ସାଧନା-ସିଦ୍ଧ ଏବଂ କୃପା-ସିଦ୍ଧ ଭୌତିକ ସ୍ପର୍ଶ ଦ୍ଵାରା ଦୂଷିତ ଥିଲେ, ଏବଂ ନିୟାମକ ସିଦ୍ଧାନ୍ତ ପାଳନ କରିବା ଦ୍ଵାରା, କିମ୍ଵା କୃପା ଦ୍ଵାରା କିମ୍ଵା କିଛି ଭକ୍ତ ଏବଂ ଆଚାର୍ଯ୍ୟଙ୍କର ଦୟା ଦ୍ଵାରା, ସେମାନେ ପୂର୍ଣ୍ଣତାର ସ୍ତରକୁ ଉତ୍ତୀର୍ଣ୍ଣ ହୁଅଁନ୍ତି । କିନ୍ତୁ ନିତ୍ୟ-ସିଦ୍ଧ ଅର୍ଥାତ୍ ସେମାନେ କଦାପି ଦୂଷିତ ନ ଥାନ୍ତି । ସେମାନେ ସର୍ବଦା ମୁକ୍ତ । ତେଣୁ ଭଗବାନ ଚୈତନ୍ୟଙ୍କର ସମସ୍ତ ସହଯୋଗୀମାନେ, ଯେପରି ଅଦ୍ଵୈତ ପ୍ରଭୁ, ଶ୍ରୀବାସ, ଗଦାଧର, ନିତ୍ୟାନନ୍ଦ, ସେମାନେ ହେଉଛନ୍ତି ବିଷ୍ଣୁ ତତ୍ତ୍ଵ । ସେମାନେ ସମସ୍ତେ ହେଉଛନ୍ତି ମୁକ୍ତ । କେବଳ ସେମାନେ ନୁହଁନ୍ତି, ଗୋସ୍ଵାମୀମାନେ... ଅନେକ ଅଛନ୍ତି । ତେବେ ସେ ସର୍ବଦା ମୁକ୍ତ । ତେଣୁ ଜଣେ ଯିଏ ତାହା ବୁଝିପାରେ ଯେ ଭଗବାନ ଚୈତନ୍ୟଙ୍କର ସହଯୋଗୀମାନେ ସର୍ବଦା ମୁକ୍ତ... ନିତ୍ୟ-ସିଦ୍ଧ ବଲେ ମାନି, ସେଈ ଯଯ ବ୍ରଜେନ୍ଦ୍ର ସୂତ ପାଶ । ତୁରନ୍ତ ସେ କୃଷ୍ଣଙ୍କର ଆବାସରେ ପ୍ରବେଶ କରିବା ପାଇଁ ଯୋଗ୍ୟ ହୋଇଯାଏ ।

ଏବଂ ତାପରେ ସେ କୁହଁନ୍ତି, ଗୌଡ଼-ମଣ୍ଡଳ-ଭୂମି, ଯେବେ ଯାନି ଚିନ୍ତାମଣି । ଗୌର-ମଣ୍ଡଳ ଅର୍ଥାତ୍ ପଶ୍ଚିମ ବଙ୍ଗଳାର ସେହି ସ୍ଥାନ ଯେଉଁଠାରେ ଭଗବାନ ଚୈତନ୍ୟ ତାଙ୍କର ଲୀଳା କରିଲେ । ନବଦ୍ଵୀପରେ, ଭଗବାନ ଚୈତନ୍ୟଙ୍କର ଜନ୍ମଦିନରେ, ଭକ୍ତମାନେ ଯାଆଁନ୍ତି, ଏବଂ ଭଗବାନ ଚୈତନ୍ୟଙ୍କର ଲୀଳାଗୁଡ଼ିକର ବିଭିନ୍ନ ସ୍ଥାନର ପରିକ୍ରମା କରନ୍ତି । ଏଥିପାଇଁ ନଅ ଦିନ ଲାଗେ । ତେଣୁ ବଙ୍ଗଳାର ସେହି ଭାଗକୁ ଗୌଡା-ମଣ୍ଡଳ କୁହାଯାଏ । ତେଣୁ ନରୋତ୍ତମ ଦାସ ଠାକୁର କୁହଁନ୍ତି, "ଜଣେ ଯିଏ ବୁଝିପାରେ ଯେ କୌଣସି ଅନ୍ତର ନାହିଁ, ଦେଶର ଏହି ଭାଗ ବୃନ୍ଦାବନ ମଧ୍ୟରେ," ତାରା ହୟ ବ୍ରଜ-ଭୂମି ବାସ, "ଏହା ବୃନ୍ଦାବନରେ ରହିବା ପରି ଭଲ।" ତାପରେ ସେ କୁହଁନ୍ତି, ଗୌରା-ପ୍ରେମ ରସାର୍ଣବେ । ଭଗବାନ ଚୈତନ୍ୟଙ୍କର କାର୍ଯ୍ୟକଳାପଗୁଡିକ ହେଉଛି ଠିକ୍ କୃଷ୍ଣଙ୍କର ପ୍ରେମ ଲୀଳାର ସାଗର ପରି । ସେଥିପାଇଁ ଜଣେ ଯିଏ ସମୁଦ୍ରରେ ବୁଡେ, ଗୌର-ପ୍ରେମ-ରସାର୍ଣ୍ଣବେ, ସେଈ ତରଙ୍ଗ ଯାବେ ଡୁବେ । ଠିକ୍ ଯେପରି ଆମେ ବୁଡୁ ଏବଂ ସ୍ନାନ କରୁ, ଏବଂ ଆମେ ଖେଳୁ, ଖେଳ, ସମୁଦ୍ର କିମ୍ଵା ମହାସାଗରର ଢେଉରେ । ସେହିପରି, ଜଣେ ଯିଏ ଆନନ୍ଦିତ ହୁଏ, ଭଗବାନ ଚୈତନ୍ୟଙ୍କର ଭଗବଦ୍ ପ୍ରେମର ମହାସଗରର ଢେଉରେ ବୁଡି ଏବଂ ଖେଳି ଏବଂ ପ୍ରେମ ବିତରଣ କରି, ସେହିପରି ବ୍ୟକ୍ତି ତୁରନ୍ତ ଭଗବାନ କୃଷ୍ଣଙ୍କର ଗୋପନୀୟ ଭକ୍ତ ହୋଇଯାଏ । ସେଈ ରାଧା-ମାଧବ-ଅନ୍ତରଙ୍ଗ । ଅନ୍ତରଙ୍ଗ ଅର୍ଥାତ୍ ସାଧାରଣ ଭକ୍ତ ନୁହଁନ୍ତି । ସେମାନେ ହେଉଛନ୍ତି ଗୋପନୀୟ ଭକ୍ତ । ନରୋତ୍ତମ ଦାସ ଠାକୁର କୁହଁନ୍ତି, ଗୃହେ ବା ବନତେ ଥାକେ । "ଏହିପରି ଭକ୍ତ, ଯିଏ ଭଗବାନ ଚୈତନ୍ୟଙ୍କର ଆନ୍ଦୋଳନର ତରଙ୍ଗରେ ପ୍ରସନ୍ନ ହୁଏ," କାରଣ ସେ ଭଗବାନଙ୍କର ଏକ ବହୁତ ଗୋପନୀୟ ଭକ୍ତ ହୋଇଯାଇ ଥାଏ...

ସେଥିପାଇଁ ନରୋତ୍ତମ ଦାସ ଠାକୁର କୁହଁନ୍ତି, "ଏହିପରି ଭକ୍ତ, ଏହା ଫରକ ପକାଏ ନାହିଁ, ସେ ସନ୍ୟାସୀ କିମ୍ଵା ସେ ଏକ ଗୃହସ୍ଥ ।" ଗୃହ । ଗୃହ ଅର୍ଥାତ୍ ଗୃହସ୍ଥ । ତେବେ ଚୈତନ୍ୟ ମହାପ୍ରଭୁଙ୍କର ଆନ୍ଦୋଳନ କୁହେ ନାହିଁ ଯେ ଜଣକୁ ସନ୍ୟାସୀ ହେବାର ଅଛି, ସନ୍ୟାସୀ । ଠିକ୍ ଯେପରି ମାୟାବାଦୀ ସନ୍ୟାସୀମାନେ, ଅବ୍ୟକ୍ତିତ୍ଵ, ଶଙ୍କରାଚାର୍ଯ୍ୟ, ସେମାନେ ପ୍ରଥମ ସର୍ତ ରଖନ୍ତି ଯେ "ତୁମେ ପ୍ରଥମେ ସନ୍ୟାସ ଗ୍ରହଣ କର, ତାପରେ ଆଧ୍ୟାତ୍ମିକ ଉନ୍ନତୀର କଥା କୁହ ।" ତେଣୁ ଶଙ୍କରା ସମ୍ପ୍ରଦାୟରେ କାହାକୁ ପ୍ରାମାଣିକ ମାୟାବାଦୀ ରୂପେ ଗ୍ରହଣ କରାଯାଏ ନାହିଁ ଯେପର୍ଯ୍ୟନ୍ତ ସେ ସନ୍ୟାସ ଗ୍ରହଣ କରି ନାହିଁ । କିନ୍ତୁ ଏଠାରେ, ଚୈତନ୍ୟଙ୍କର ଆନ୍ଦୋଳନରେ, ସେପରି କୌଣସି ପ୍ରତିବନ୍ଧ ନାହିଁ । ଅଦ୍ଵୈତ ପ୍ରଭୁ, ସେ ହେଉଛନ୍ତି ଜଣେ ଗୃହସ୍ଥ । ନିତ୍ୟାନନ୍ଦ, ସେ ହେଉଛନ୍ତି ଗୃହସ୍ଥ । ଗଦାଧର, ସେ ମଧ୍ୟ ଗୃହସ୍ଥ । ଏବଂ ଶ୍ରୀବାସା, ସେ ମଧ୍ୟ ଗୃହସ୍ଥ । ଏବଂ ଚୈତନ୍ୟ ମହାପ୍ରଭୁ ସେ ମଧ୍ୟ ଦୁଇଥର ବିବାହ କରିଥିଲେ । ତେବେ ଏହା ଫରକ ପକାଏ ନାହିଁ । ନରୋତ୍ତମ ଦାସ ଠାକୁର କୁହଁନ୍ତି ଯେ ସନ୍ୟାସୀ ହେବା ପାଇଁ, କିମ୍ଵା ଗୃହସ୍ଥ ହୋଇ ରହିବା ପାଇଁ, ତାହା କିଛି ଫରକ ପକାଏ ନାହିଁ । ଯଦି ସେ ବାସ୍ତବରେ ଚୈତନ୍ୟ ମାହାପ୍ରଭୁଙ୍କର ସଂକୀର୍ତ୍ତନ ଆନ୍ଦୋଳନରେ ଭାଗ ନିଏ, ଏବଂ ପ୍ରକୃତରେ ବୁଝିପାରେ ଏହା କ'ଣ, ସେ ଏପରି ଭକ୍ତି ସାଗରର ଢେଉରେ ଖେଳୁଛି, ତେବେ ଏପରି ବ୍ୟକ୍ତି ସର୍ବଦା ମୁକ୍ତ । ଏବଂ ନରୋତ୍ତମ ଦାସ ଠାକୁର ଜଲଦି ତାଙ୍ଗର ସଙ୍ଗର ଇଛୁକ ଅଟନ୍ତି । ତାହା ହେଉଛି ଏହି ଗୀତର ସାରାଂଶ ।