OR/Prabhupada 0388 - ହରେ କୃଷ୍ଣ ମନ୍ତ୍ରର ଭାବର୍ଥ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Hare Krsna Mantra -- as explained on the cover of the record album

ଏହି ଦିବ୍ୟ କମ୍ପନ - ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ ଜପ କରିବା ଦ୍ଵାରା, ହରେ ରାମ, ହରେ ରାମ, ରାମ ରାମ, ହରେ ହରେ - ଆମର କୃଷ୍ଣ ଚେତନାକୁ ପୁନଃଜୀବିତ କରିବା ପାଇଁ ପ୍ରଭାବଶାଳୀ ଉପାୟ ଅଟେ । ଜୀବିତ ଆଧ୍ୟାତ୍ମିକ ଆତ୍ମା ରୂପେ, ଆମେ ସମସ୍ତେ ପ୍ରକୃତରେ କୃଷ୍ଣ ଚେତନାଶୀଳ ଜୀବ ଅଟୁ, କିନ୍ତୁ ଅନାଦି କାଳରୁ, ଆମର ପଦାର୍ଥ ସହିତ ସମ୍ପର୍କ ଯୋଗୁଁ, ଆମର ଚେତନା ବର୍ତ୍ତମାନ ଭୌତିକ ବାତାବରଣ ଦ୍ଵାରା ଦୂଷିତ ଅଟେ । ଜୀବନର ଏହି ଦୂଷିତ ଅବଧାରଣାରେ, ଆମେ ସମସ୍ତେ ଭୌତିକ ପ୍ରକୃତିର ସାଧନଗୁଡିକୁ ଉପଯୋଗ କରିବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ବାସ୍ତବରେ ଆମେ ଅଧିକରୁ ଅଧିକ ତାର ଜଟିଳତାରେ ଫଶି ଯାଉଛୁ । ଏହି ଭ୍ରମକୁ ମାୟା କୁହାଯାଏ, କିମ୍ଵା ଅସ୍ତିତ୍ଵ ପାଇଁ କଠିନ ସଂଘର୍ଷ, ଭୌତିକ ପ୍ରକୃତିର କଡା ନିୟମ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ । ଭୌତିକ ପ୍ରକୃତି ବିପକ୍ଷରେ ଏହି ଭ୍ରମିତ ସଂଘର୍ଷ ଏକା ଥରକେ ବନ୍ଦ କରାଯାଇ ପାରିବ ଆମର କୃଷ୍ଣ ଚେତନାର ପୁନଃରୁଦ୍ଧାର ଦ୍ଵାରା ।

କୃଷ୍ଣ ଚେତନା ମନ ଉପରେ ଏକ କୃତିମ ଅଧିରୋପଣ ନୁହେଁ । ଏହି ଚେତନା ଜୀବର ମୂଳ ଶକ୍ତି ଅଟେ । ଯେତେବେଳେ ଆମେ ଦିବ୍ୟ କମ୍ପନ ଶୁଣୁ, ଏହି ଚେତନା ପୁନଃଜୀବିତ ହୋଇଯାଏ । ଏବଂ ଏହି ପ୍ରକ୍ରିୟା ଅଧିକାରୀମାନଙ୍କ ଦ୍ଵାରା ଏହି ଯୁଗ ପାଇଁ ସୁପାରିଶ୍ କରାଯାଇଛି । ବ୍ୟବହାରିକ ଅନୁଭବ ମଧ୍ୟ, ଆମେ ଅନୁଭବ କରି ପାରିବା ଯେ ଏହି ମାହା ମନ୍ତ୍ର ଜପ କରିବା ଦ୍ଵାରା, କିମ୍ଵା ଉଦ୍ଧାର ପାଇଁ ମହାନ ଜପ, ଜଣେ ତୁରନ୍ତ ଦିବ୍ୟ ପରମାନନ୍ଦ ଅନୁଭବ କରେ ଆଧ୍ୟାତ୍ମିକ ସ୍ତରରେ । ଜଣେ ଯେତେବେଳେ ବାସ୍ତବରେ ଆଧ୍ୟାତ୍ମିକ ବୁଝାମଣା ସ୍ତରକୁ ଆସେ, ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ଉପରକୁ, ଜଣେ ଦିବ୍ୟ ସ୍ତରରେ ଅବସ୍ଥିତ ହୁଏ । ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ ରାମ, ହରେ ହରେ, ଏହି ଜପ, ପ୍ରତକ୍ଷ ଭାବରେ ଆଧ୍ୟାତ୍ମିକ ସ୍ତରରୁ ଅଭିନୀତ କରାଯାଇଛି, ଚେତନାର ସମସ୍ତ ନୀଚ ସ୍ଥିତିମାନଙ୍କ ଠାରୁ ଶ୍ରେଷ୍ଠ - ଅର୍ଥାତ୍ କାମୁକ, ମାନସିକ ଏବଂ ବୌଦ୍ଧିକ । ମନ୍ତ୍ରର ଭାଷା ବୁଝିବା ଆବଶ୍ୟକ ନାହିଁ, କିମ୍ଵା ମାନସିକ କଳ୍ପନାର କୌଣସି ଆବଶ୍ୟକତା ନାହିଁ, କିମ୍ଵା କୌଣସି ବୌଦ୍ଧିକ ବ୍ୟବସ୍ଥାର ମନ୍ତ୍ର ଜପ କରିବା ପାଇଁ । ଏହା ଆଧ୍ୟାତ୍ମିକ ସ୍ତରରୁ ସ୍ଵତଃ ଆସେ, ଏବଂ ଏପରିକି, ଯେ କେହି ଏହି ଦିବ୍ୟ କମ୍ପନରେ ଭାଗ ନେଇ ପାରିବେ, କୌଣସି ପୂର୍ବ ଯୋଗ୍ୟତା ବିନା, ଏବଂ ପରମାନନ୍ଦରେ ନୃତ୍ୟ କରି ପାରିବେ ।

ଆମେ ଏହା ବ୍ୟବହାରିକ ରୂପରେ ଦେଖୁଛୁ । ଏପରିକି ଏକ ଶିଶୁ ମଧ୍ୟ ଜପରେ ଭାଗ ନେଇ ପାରିବ, କିମ୍ଵା ଏକ କୁକୁର ମଧ୍ୟ ଭାଗ ନେଇ ପାରିବ । ଏହି ଜପ ଶୁଣିବା ଉଚିତ୍, ଭଗବାନଙ୍କର ଏକ ଶୁଦ୍ଧ ଭକ୍ତ ମୁଖରୁ, ଯେପରିକି ତୁରନ୍ତ ପ୍ରଭାବ ପ୍ରାପ୍ତ କରାଯାଇ ପାରିବ । ଯେତେ ଦୂର ସମ୍ଭବ, ଅଭକ୍ତ ମୁଖରୁ ଜପ ଶୁଣିବା ତ୍ୟାଗ କରିବା ଉଚିତ୍, ଯେପରି ଏକ ନାଗୁଣୀ ଦ୍ଵାରା ସ୍ପର୍ଶ କରାଯାଇଥିବା କ୍ଷୀର ବିଶାକ୍ତ ପ୍ରଭାବର କାରଣ ହୁଏ ।

ହର ଶଦ୍ଦ ଭଗବାନଙ୍କର ଶକ୍ତିକୁ ସମ୍ଵୋଧନ କରିବାର ଏକ ରୂପ । ଉଦ୍ଭୟ କୃଷ୍ଣ ଏବଂ ରାମ ଭଗବାନଙ୍କୁ ପ୍ରତ୍ୟକ୍ଷ ଭାବରେ ସମ୍ଵୋଧନ କରିବାର ରୂପ ଅଟନ୍ତି, ଏବଂ ସେମାନଙ୍କର ଅର୍ଥ, "ସର୍ବୋଚ୍ଚ ଆନନ୍ଦ, ଶାଶ୍ଵତ ।" ହର ଭଗବାନଙ୍କର ପରମ ଆନନ୍ଦର ଶକ୍ତି ଅଟେ । ଏହି ଶକ୍ତି, ଯେତେବେଳେ ହର ଭାବରେ ସମ୍ଵୋଧିତ କରାଯାଏ, ଆମକୁ ପରମ ଭଗବାନଙ୍କ ନିକଟରେ ପହଞ୍ଚିବାରେ ସାହାର୍ଯ୍ୟ କରେ ।

ଭୌତିକ ଶକ୍ତି, ମାୟା, ମଧ୍ୟ ଭଗବାନଙ୍କର ଅନେକ ଶକ୍ତି ମଧ୍ୟରୁ ଗୋଟିଏ, ଏପରିକି ଆମେ ମଧ୍ୟ ଭଗବାନଙ୍କର ତଟସ୍ଥ ଶକ୍ତି ଅଟୁ । ଜୀବକୁ ପଦାର୍ଥ ତୁଳନାରେ ଉଚ୍ଚ ଶକ୍ତି ରୂପେ ବର୍ଣ୍ଣନା କରାଯାଇଛି । ଯେତେବେଳେ ଉଚ୍ଚ ଶକ୍ତି ନୀଚ ଶକ୍ତି ସ୍ପର୍ଶରେ ଆସେ, ସେଠାରେ ଏକ ଅସଙ୍ଗତ ସ୍ଥିତି ସୃଷ୍ଟି ହୋଇଯାଏ । କିନ୍ତୁ ଯେତେବେଳେ ଉଚ୍ଚ ତଟସ୍ଥ ଶକ୍ତି ଆଧ୍ୟାତ୍ମିକ ଶକ୍ତି, ହର, ସଂସ୍ପର୍ଶରେ ଆସେ, ଏହା ଜୀବ ପାଇଁ ଖୁସୀ, ସାମାନ୍ୟ ସ୍ଥିତି ହୋଇଯାଏ ।

ତିନୋଟି ଶଦ୍ଦ, ଯଥା ହର, କୃଷ୍ଣ ଏବଂ ରାମ, ହେଉଛନ୍ତି ମାହାମନ୍ତ୍ରର ଦିବ୍ୟ ବୀଜ, ଏବଂ ଜପ ହେଉଛି ଭଗବାନଙ୍କ ପାଇଁ ଏକ ଆଧ୍ୟାତ୍ମିକ ଡାକରା ଏବଂ ତାଙ୍କର ଆନ୍ତରିକ ଶକ୍ତି, ହର, ବଦ୍ଧ ଆତ୍ମାମାନଙ୍କୁ ସଂରକ୍ଷଣ ଦେବା ପାଇଁ । ଜପ ହେଉଛି ଠିକ୍ ଏକ ପିଲାର ମା ପାଇଁ ପ୍ରକୃତ କ୍ରନ୍ଦନ । ମା ହର ପରମ ପିତା, ହରି, କିମ୍ଵା କୃଷ୍ଣଙ୍କର କୃପା ଲାଭ କରିବାରେ ସାହାର୍ଯ୍ୟ କରନ୍ତି, ଏବଂ ଭଗବାନ ନିଜକୁ ଏପରି ନିଷ୍ଠାବାନ ଭକ୍ତ ସମ୍ମୁଖରେ ପ୍ରକଟ କରନ୍ତି ।

ଅନ୍ୟ କୌଣସି ମାଧ୍ୟମ ନାହିଁ, ସେଥିପାଇଁ, ଆଧ୍ୟାତ୍ମିକ ଅନୁଭୂତିର ଅନ୍ୟ କୌଣସି ସାଧନ ଏହି ଯୁଗରେ ଏତେ ପ୍ରଭାବଶାଳୀ ନାହିଁ, ଯେପରିକି ମାହାମନ୍ତ୍ର ଜପ କରିବା,

ହରେ କୃଷ୍ଣ, ହରେ କୃଷ୍ଣ,
କୃଷ୍ଣ କୃଷ୍ଣ, ହରେ ହରେ,
ହରେ ରାମ, ହରେ ରାମ,
ରାମ ରାମ, ହରେ ହରେ