OR/Prabhupada 0384 - ଗୌରାଙ୍ଗ ବୋଲିତ ହବେର ଭାବାର୍ଥ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Gauranga Bolite Habe -- Los Angeles, January 5, 1969

ଏହି ଗୀତ ଟି ନରୋତ୍ତମ ଦାସ ଠାକୁର ଗାଇ ଥିଲେ | ସେ କହୁଛନ୍ତି, "କେବେ ସେ ଦିନ ଆସିବ, ଯେବେ ମୁଁ କେବଳ ଭଗବାନ ଚୈତନ୍ୟଙ୍କ ନାମ ଗାଇବି, ଆଉ ମୋର ଶରୀରରେ କମ୍ପନ ହେବ?" ଗୌରାଙ୍ଗ ବୋଲିତେ ହବେ ପୁଲକ-ଶରୀର | ପୁଲକ-ଶରୀର ମାନେ ଶରୀରରେ କମ୍ପନ । ଯେବେ କେହି ବାସ୍ତବରେ ଦିବ୍ୟ ସ୍ଥରରେ ଥାଏ, ବେଳେ ବେଳେ ଆଠ ପ୍ରକାରର ଲକ୍ଷଣ ଦେଖାଯାଏ: ରୋଦନ, ପାଗଳଙ୍କ ପରି କଥା ହେବା, ଏବଂ ଶରୀରରେ କମ୍ପନ ହେବା, ଯେ କୌଣସି ବ୍ୟକ୍ତିର ଉପସ୍ତିତି ପ୍ରତି ସଚେତ ନ ହୋଇ ନୃତ୍ୟ କରିବା... ଏହି ସବୁ ଲକ୍ଷଣ ସ୍ୱତଃ ବିକଶିତ ହୋଇଥାଏ | ଏହା କୃତିମ ରୂପରେ ଅଭ୍ୟାସ କରାଯାଏ ନାହିଁ | ତ ନରୋତ୍ତମ ଦାସ ଠାକୁର ସେହି ଦିନ ପାଇଁ ଆକାଂକ୍ଷୀ, ଏମିତି ନୁହଁ କେହି କୁତ୍ରିମ ରୂପରେ ଅନୁକରଣ କରିବ | ତାହା ସେ ସୁପାରିଶ କରୁ ନାହାନ୍ତି | ସେ କହୁଛନ୍ତି "କେବେ ସେହି ଦିନ ଆସିବ, ତ ସହଜ ଭାବରେ ଭଗବାନ ଚୈତନ୍ୟଙ୍କ ନାମ ନେଉ ନେଉ ମୋ ଦେହରେ ପୁଲକ ସୃଷ୍ଟି ହେବ | ଗୌରାଙ୍ଗ ବୋଲିତେ ହବେ ପୁଲକ-ଶରୀର | ଆଉ ହରି ହରି ବୋଲିତେ ଆଉ ଯେମିତି ହିଁ "ହରି ହରି" କିମ୍ବା "ହରେ କୃଷ୍ଣ" ଜପ କରିବା ଆରମ୍ଭ କରେ, ମୋ ଆଖିରୁ ଅବିରତ ଧାରାରେ ଲୁହ ବୋହିବା ଆରମ୍ଭ ହେବ |" ହରି ହରି ବୋଲିତେ ନୟନେ ବା'ବେ ନୀର. ନୀର ଅର୍ଥ ପାଣି | ସେହିପରି, ଚୈତନ୍ୟ ମହାପ୍ରଭୁ ମଧ୍ୟ କହିଛନ୍ତି "କେବେ ସେ ଦିନ ଆସିବ?" ଆମେ କେବଳ କାମନା କରିବା ଦରକାର | କିନ୍ତୁ ଯଦି ଶ୍ରୀକୃଷ୍ଣଙ୍କ କୃପା ହୁଏ, ସେହି ସ୍ଥରରେ ଆମେ ପହଞ୍ଚି ପରିବା , ଏହି ଲକ୍ଷଣ ସବୁ ସ୍ୱତଃ ଆସିବ | କିନ୍ତୁ ନରୋତ୍ତମ ଦାସ ଠାକୁର କହୁଛନ୍ତି ଏହା ସମ୍ଭବ ନୁହଁ, ଭୌତିକ ଆସକ୍ତିରୁ ମୁକ୍ତ ନ ହୋଇ ସେ ସ୍ଥରରେ ପହଞ୍ଚିବା |

ସେଥିପାଇଁ ସେ କହୁଛନ୍ତି 'ଆର କବେ ନିତାଇ-ଚନ୍ଦେର, କରୁଣା ହୋଇବେ:' କେବେ ସେ ଦିନ ଆସିବ, କେବେ ଭଗବାନ ନିତ୍ୟାନନ୍ଦଙ୍କ କୃପା ବୃଷ୍ଟି ମୋ ଉପରେ ପଡିବ, ତା ହେଲେ.." 'ବିଷୟ ଛାଡିଆ ଆର କବେ ନିତାଇ-ଚନ୍ଦେର, କରୁଣା ହୋଇବେ, ସଂସାର-ବାସନା ମୋର କବେ ତୁଚ୍ଛ ହ'ବେ' | ସଂସାର-ବାସନା ଅର୍ଥ ଭୌତିକ ସୁଖ ର ଇଛା | ସଂସାର-ବାସନା ମୋର କବେ ତୁଚ୍ଛ ହ'ବେ: "କେବେ ମୋର ଭୌତିକ ସୁଖ ର ଇଛା ନଗଣ୍ୟ, ମହତ୍ତ୍ୱହୀନ ହେବ |" ତୁଚ୍ଛ, ତୁଚ୍ଛ ଅର୍ଥ ଯାହାର ଆମେ କୌଣସି ମୂଲ୍ୟ କଳନା କରୁନା: "ଫୋପାଡ଼ି ଦିଅ |" ସେହିପରି, ଆଧ୍ୟାତ୍ମିକ ପ୍ରଗତି ସମ୍ଭବ ହୋଇ ପାରିବ ଯେତେବେଳେ ଜଣକର ହୃଦବୋଧ ହେବ, ଯେ "ଏହି ଭୌତିକ ଜଗତ ଆଉ ଭୌତିକ ସୁଖ ର କୌଣସି ମୂଲ୍ୟ ନାହିଁ | ଏହା ମୋତେ ଜୀବନର ପ୍ରକୃତ ଆନନ୍ଦ ଦେଇ ପାରିବ ନାହିଁ " ଏହି ଦୃଢ ବିଶ୍ୱାସ ବହୁତ ଆବଶ୍ୟକ | ସଂସାର-ବାସନା ମୋର କବେ ତୁଚ୍ଛ ହ'ବେ । ଆଉ ସେ ଏକଥା ଭି କହୁଛନ୍ତି ଯେ "ଯେବେ ମୁଁ ଭୌତିକ ସୁଖ କାମନାରୁ ମୁକ୍ତ ହେବି, ସେବେ ବୃନ୍ଦାବନର ପ୍ରକୃତ ସ୍ୱରୂପ ଦେଖିପାରିବ ସମ୍ଭବ ହେବ |" ବିଷୟ ଛାଡିଆ କବେ ଶୁଦ୍ଧ ହ'ବେ ମନ: "ଯେବେ ମୋର ମନ ପୂର୍ଣ୍ଣ ରୂପରେ ଶୁଦ୍ଧ ହେବ, ଭୌତିକ ଦୋଷ ମୁକ୍ତ, ସେତେ ବେଳେ ବୃନ୍ଦାବନ କଣ, ଦେଖି ପାରିବ ମୋ ପକ୍ଷରେ ସମ୍ଭବ ହେବ ।" ଅନ୍ୟ ଅର୍ଥରେ, ଜଣେ ବାଧ୍ୟତାରେ ବୃନ୍ଦାବନ ଯାଇ ରହି ପାରିବ ନାହିଁ, ଆଉ ଦିବ୍ୟ ଆନନ୍ଦକୁ ପ୍ରାପ୍ତ କରି ପାରିବ | ନାଁ | ଆମ ମନରେ ଥିବା ସମସ୍ତ ଭୌତିକ ଇଛାରୁ ମୁକ୍ତ କରିବାକୁ ହେବ | ତାହା ହେଲେ ଆମେ ବୃନ୍ଦାବନରେ ରହି ସେଠିକାର ରହିବାର ଆନନ୍ଦ ନେଇ ପରିବା | ତ ନରୋତ୍ତମ ଦାସ ଠାକୁର କହୁଛନ୍ତ 'ବିଷୟ ଛାଡିଆ କବେ, ଶୁଦ୍ଧ ହ'ବେ ମନ: "ଯେବେ ମୋର ମନ ଏଇ ଭୌତିକ ସୁଖ ଲାଳସା କଲୁଷିକତାରୁ ମୁକ୍ତ ହେବ, ଏବଂ ମୁ ବିଶୁଦ୍ଧ ହେବି, ସେତେ ବେଳେ ବୃନ୍ଦାବନ କୁ ଠିକ ରୂପରେ ଦେଖି ପାରିବା ମୋ ପକ୍ଷରେ ସମ୍ଭବ ହେବ |" ନଚେତ ଏହା ସମ୍ଭବ ନୁହଁ |

ପୁଣି ସେ କହୁଛନ୍ତି ଯେ, ବୃନ୍ଦାବନକୁ ଯିବା ଅର୍ଥ ରାଧା ଓ କୃଷ୍ଣଙ୍କ ଦିବ୍ୟ ଲୀଳାକୁ ବୁଝି ପରିବା | ଏହା କିପରି ସମ୍ଭବ ହୋଇ ପାରିବ? ସେଥି ପାଇଁ ସେ କହୁଛନ୍ତି, 'ରୂପ ରଘୁନାଥ-ପଦେ ହୋଇବେ ଆକୁତି । ରୂପ, ରୂପ ଗୋସ୍ୱାମୀ, ରୂପ ଗୋସ୍ୱାମୀ ଠାରୁ ଆରମ୍ଭ କରି ରଘୁନାଥ ଦାସ ଗୋସ୍ୱାମୀ ପର୍ଯ୍ୟନ୍ତ, ଛଅ ଜଣ ଗୋସ୍ୱାମୀ ଥିଲେ: ରୂପ, ସନାତନ, ଗୋପାଳ ଭଟ୍ଟ, ରଘୁନାଥ ଭଟ୍ଟ, ଜୀବ ଗୋସ୍ୱାମୀ, ରଘୁନାଥ ଦାସ ଗୋସ୍ୱାମୀ । ତ ସିଏ କହୁଛନ୍ତି ରୂପ-ରଘୁନାଥ-ପଦେ: 'ରୂପ ଗୋସ୍ୱାମୀ ଠାରୁ ଆରମ୍ଭ କରି ରଘୁନାଥ ଦାସ ଗୋସ୍ୱାମୀ ପର୍ଯ୍ୟନ୍ତ," ପଦ,: "ସେମାନଙ୍କ ଚରଣ କମଳରେ | କେବେ ମୁଁ ଆଗ୍ରହୀ ହେବି ସେମାନଙ୍କ ଚରଣ କମଳରେ ସଂଲଗ୍ନ ହେବା ପାଇଁ... |" 'ରୂପ ରଘୁନାଥ-ପଦେ ହୋଇବେ ଆକୁତି' | ଆକୁତି, ଆଗ୍ରହୀ | କଣ ସେ ଆଗ୍ରହ? ତା ଅର୍ଥ ଗୋସ୍ୱାମୀ ମାନଙ୍କ ମାର୍ଗ ଦର୍ଶନରେ ରାଧା-କୃଷ୍ଣଙ୍କୁ ବୁଝିବା । ଜଣେ ତା ନିଜ ପ୍ରୟାସରେ ରାଧା-କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରିବା ଉଚିତ ନୁହଁ | ତାହା ତାକୁ ସାହାଯ୍ୟ କରିବ ନାହିଁ | ଏହି ଗୋସ୍ୱାମୀ ମାନେ ଆମକୁ ମାର୍ଗ ଦେଖାଇଛନ୍ତି, ଯେମିତି ଭକ୍ତି-ରସାମୃତ-ସିନ୍ଧୁ, ଜଣକୁ ପ୍ରଗତି କରିବା ପାଇଁ ପାଦ ପରେ ପାଦ ଅନୁସରଣ କରିବାକୁ ହେବ | ତାହା ହେଲେ ସେହି ଭାଗ୍ୟଶାଲୀ ଦିନ ଆସିବ, ଯେବେ ଆମେ ବୁଝିବାକୁ ସକ୍ଷମ ହେବା, ରାଧା ଓ କୃଷ୍ଣଙ୍କ କେଳି ବା ପ୍ରଣୟ ଲୀଳା କଣ | ଅନ୍ୟଥା, ଯଦି ଆମେ ସାଧାରଣ ପୁଅ ଓ ଝିଅଙ୍କ ପ୍ରେମମୟ ଆଦାନ ପ୍ରଦାନ ଭାବରେ ଗ୍ରହଣ କରୁ, ତେବେ ଆମେ ଭୁଲ ବୁଝିବା | ତେବେ ପ୍ରକୃତ-ସହଜିଆ ଉତ୍ପାଦନ ହେବ | ବୃନ୍ଦାବନର ଅପରାଧୀ |

ତ ନରୋତ୍ତମ ଦାସ ଠାକୁର ଆମକୁ ମାର୍ଗ ଦର୍ଶନ କରୁଛନ୍ତି, କିପରି ଜଣେ ରାଧା ଓ କୃଷ୍ଣଙ୍କ ସହ ଯୋଡି ହୋଇ ଉଚ୍ଚତମ ପୂର୍ଣ୍ଣତା ସ୍ତରକୁ ପ୍ରାପ୍ତ କରି ପରିବ | ପ୍ରଥମ କଥା ହେଲା, ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପ୍ରତି ଆମର ତୀବ୍ର ଆସକ୍ତି ରହିବା ଦରକାର | ତାହା ଆମକୁ ଆଗେଇ ନେବ | କାରଣ ସେ ଆସିଥିଲେ କୃଷ୍ଣ ଭାବାନାମୃତ ବୋଧ ପ୍ରଦାନ କରିବାକୁ, ସେଇଥି ପାଇଁ ଜଣେ ପ୍ରଥମେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଶରଣାପନ୍ନ ହେବ ଦରକାର | ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଶରଣାପନ୍ନ ହେବା ଦ୍ୱାରା ନିତ୍ୟାନନ୍ଦ ପ୍ରଭୁ ଖୁସି ହେବେ, ଆଉ ତାଙ୍କ ଖୁସି ଦ୍ୱାରା, ଆମେ ଭୌତିକ ଇଛାରୁ ମୁକ୍ତ ହୋଇ ପାରିବା | ଆଉ, ଯେବେ ଭୌତିକ ଇଛା ରହିବ ନାହିଁ, ତେବେ ଆମେ ବୃନ୍ଦାବନରେ ପ୍ରବେଶ କରି ପାରିବା | ଆଉ ବୃନ୍ଦାବନରେ ପ୍ରବେଶ କରିବା ପରେ, ଯେବେ ଆମେ ଷଡ଼ ଗୋସ୍ଵାମୀଙ୍କ ସେବା କରିବାକୁ ଆଗ୍ରହୀ ହେବା, ତେବେ ଆମେ ରାଧା ଓ କୃଷ୍ଣଙ୍କ ଲୀଳା ବୁଝିବା ସ୍ଥରରେ ପହଞ୍ଚି ପରିବା |