OR/Prabhupada 0373 - ଭଜହୁରେ ମନର ଭାବାର୍ଥ
Purport to Bhajahu Re Mana -- The Cooperation of Our Mind
ଭଜହୁ ରେ ମନ ଶ୍ରୀ ନନ୍ଦ-ନନ୍ଦନ-ଅଭୟ ଚରଣାରବିନ୍ଦ ରେ । ଏହି ଗୀତଟି ଗୋବିନ୍ଦ ଦାସଙ୍କ ଦ୍ଵାରା ବୋଲା ଯାଇଥିବା, କବି ଗୋବିନ୍ଦ ଦାସ । ସେ ତାଙ୍କର ମନକୁ ସଂବୋଧିତ କରୁଛନ୍ତି, କାରଣ, ପରିଶେଷରେ, ଆମକୁ ମନର ସହଯୋଗତା ସହିତ କାମ କରିବାକୁ ପଡେ । ଯଦି ଆମର ମନ ବିଚଳିତ ଅଛି, ଯଦି ଆମର ମନ ଆମକୁ ଅନ୍ୟ ଆଡକୁ ଆକର୍ଷଣ କରେ, ତେବେ ଗୋଟିଏ କାମରେ ମନ ଲଗେଇବା ବହୁତ କଷ୍ଟକର । ତାହା ବ୍ୟବହାରିକ ଅଟେ । ସେଥିପାଇଁ ଯୋଗ ପ୍ରଣାଳୀର ଅର୍ଥ ହେଉଛି ମନକୁ ନିୟନ୍ତ୍ରଣ କରିବା । ଏହା ମନକୁ ନିୟନ୍ତ୍ରଣ କରିବାର ଏକ ଯାନ୍ତ୍ରିକ ପ୍ରକ୍ରିୟା ଅଟେ । କାରଣ ମନର ନିୟନ୍ତ୍ରଣ ବିନା, ମନକୁ ଅଶାନ୍ତ କରିବା ବିନା, କେହି ମଧ୍ୟ ଆଧ୍ୟାତ୍ମିକତାରେ ପ୍ରଗତି କରିପାରିବେ ନାହିଁ । କିନ୍ତୁ ଆମର ବୈଷ୍ଣବ ସିଦ୍ଧାନ୍ତର ଉଦ୍ଦେଶ୍ୟ ହେଉଛି ମନକୁ ସିଧାସଳଖ ଭକ୍ତିଯୋଗରେ ନିଯୁକ୍ତ କରିବା, ତେଣୁ ଏହା ଭକ୍ତିଯୋଗର ସୀମାର ବହାରକୁ ନଯାଏ । ତାହା ହେଉଛି ଆମର ପ୍ରକ୍ରିୟା । ଏବଂ ଏହା ବାସ୍ତବିକ ଅଟେ । ଯଦି ଆମେ ଆମର ମନକୁ କୃଷ୍ଣଙ୍କର ପାଦପଦ୍ମ ଉପରେ କେନ୍ଦ୍ରିଭୁତ କରିବା, ଆଚରଣଂ ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁଃ ସ୍ମରଣଂ ପାଦ ସେବନଂ (SB 7.5.23) । ପାଦ ସେବନଂ, ତେବେ ମନଟି ଆପେ ଆପେ ନିୟନ୍ତ୍ରିତ ହୋଇଯିବ । ଯୋଗୀମାନେ କୃତ୍ରିମରୁପରେ ମନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ବିଫଳ ହେଉଛନ୍ତି । ଅନେକ ଉଦାହରଣ ଅଛି, ବଡ଼ ବଡ଼ ଯୋଗୀମାନେ ବିଫଳ ହୋଇଛନ୍ତି । ତେଣୁ ଯାହାକିଛି କୃତ୍ରିମରୂପରେ କରିବା ତାହା ପୂର୍ଣ୍ଣତାରେ ସମ୍ପନ୍ନ ହେବା ଅସମ୍ଭବ । ସେଥିପାଇଁ ମନକୁ ନିୟନ୍ତ୍ରଣ କରିବାର ଅର୍ଥ ତୁମେ ମନକୁ ଉନ୍ନତ କାମରେ ଲଗାଇବା, ତେବେ ମନଟି ନିମ୍ନତ୍ତମ ଶକ୍ତି ପ୍ରତି ଆକର୍ଷିତ ହେବ ନାହିଁ । ଏହା ହେଉଛି ସଫଳତାର ଗୁପ୍ତ ବିଜ୍ଞାନ ।
ତେଣୁ ଗୋବିନ୍ଦ ଦାସ ତାଙ୍କର ମନକୁ କୃଷ୍ଣଙ୍କର ପାଦପଦ୍ମ ଉପରେ କେନ୍ଦ୍ରିଭୁତ କରିବାକୁ ଚେଷ୍ଟା କରୁଛନ୍ତି ଯାହାକୁ ଅଭୟ ଚରଣ-କୁହାଯାଏ । ଅଭୟ ଅର୍ଥ "ଯେଉଁଠାରେ ଭୟ ନାହିଁ ।" ଠିକ୍ ଯେପରି ଆମେ ଏକ ବିଶ୍ଵାସନୀୟ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରିବା, କାରଣ ଆମେ ଜାଣିଛୁ ସେଠାରେ ଟଙ୍କା ଚୋରୀର ଭୟ ନାହିଁ । ତାହାକୁ ଅଭୟ କୁହାଯାଏ, "ଅଭୟମାନେ ବିନା ଭୟରେ," ଏବଂ ଚରଣ ମାନେ "ପାଦପଦ୍ମ ।" ତେଣୁ ଗୋବିନ୍ଦ ଦାସ ତାଙ୍କ ମନକୁ ଉପଦେଶ ଦେଉଛନ୍ତି, ହୁ ରେ ମନ "ମୋର ଅତି ପ୍ରିୟ ମନ," ହୁ ରେ ମନକୁ ସମ୍ବୋଧିତ କରୁଛନ୍ତି । ଭଜ ହୁ ରେ ମନ । ଭଜ । ଭଜ ଅର୍ଥ "ଭକ୍ତିଯୋଗରେ ନିବୃତ୍ତ ରୁହ ।" ଭଜ ହୁ ରେ ମନ ଶ୍ରୀ-ନନ୍ଦ-ନନ୍ଦନ, "କୃଷ୍ଣଙ୍କ ସେବାରେ, ନନ୍ଦଙ୍କ ପୂତ୍ର ।" ଅନେକ, ଅନେକ କୃଷ୍ଣ ଅଛନ୍ତି, କିନ୍ତୁ ଆମେ ଏକ ବିଶିଷ୍ଟ କୃଷ୍ଣଙ୍କ ସହିତ ଜଡିତ ଯିଏ ଆବିର୍ଭାବ ହୋଇଥିଲେ ନନ୍ଦ ମହାରାଜାଙ୍କ ପୂତ୍ର ରୁପରେ ଏବଂ ବାସୁଦେବଙ୍କ ପୂତ୍ର ରୁପରେ । ସେଥିପାଇଁ ସେ ବିଶେଷ ରୁପରେ କହୁଛନ୍ତି... ଠିକ୍ ଯେପରି ଆମେ ଜଣେ ବ୍ୟକ୍ତିକୁ ଚିହ୍ନୁଛୁ, ତାଙ୍କ ନାମ, ତାଙ୍କ ପିତାଙ୍କ ନାମରୁ, ତେବେ ସଠିକ୍ ରୁପେ ଆମେ ଚିହ୍ନିପାରିବା । ତେଣୁ ସେ କହୁଛନ୍ତି ଶ୍ରୀ ନନ୍ଦ-ନନ୍ଦନ; ଭଜହୁରେ ମନ ଶ୍ରୀ ନନ୍ଦ-ନନ୍ଦନ ଅଭୟ-ଚରଣାରବିନ୍ଦ ରେ, "ତାଙ୍କର ପାଦପଦ୍ମର ଶରଣ ନେବା ସୁରକ୍ଷିତ ଅଟେ ।" ଏହି ବିଷୟରେ ଭାଗବତରେ ଅନେକ ଶ୍ଲୋକ ଅଛି: ସମାଶ୍ରିତା ଯେ ପାଦ-ପଲ୍ଲବ ପ୍ରଲବ ମହତ ପଦମ ପୁଣ୍ୟ ଯଶୋ ମୁରାରେଃ ମହତ-ପାଦମ, "କୃଷ୍ଣଙ୍କର ପାଦପଦ୍ମ ଅଧିନରେ, ସମଗ୍ର ଭୌତିକ ସୃଷ୍ଟି ଅବସ୍ଥିତ ।" ତେବେ ଯଦି ଏତେ ବିଶାଳ ସୃଷ୍ଟି ଅବସ୍ଥିତ ହୋଇପାରେ, ତେବେ ଯଦି ମୁଁ ଏକ ତୁଚ୍ଛ କ୍ଷୁଦ୍ର ଜୀବ, ଯଦି ମୁଁ ପାଦ ପଦ୍ମର ଆଶ୍ରୟ ନିଏ, ଯାହା ନିଡର, କୃଷ୍ଣଙ୍କର, ତେବେ ମୋର ସୁରକ୍ଷା ସୁନିଶ୍ଚିତ । ଭଜହୁରେ ମନ ଶ୍ରୀ-ନନ୍ଦ-ନନ୍ଦନ, ଅଭୟ ଚରଣାର ବିନ୍ଦରେ, ଦୁର୍ଲଭ ମାନବ-ଜନମ ସତ-ସଙ୍ଗେ, ତାରୋହ ଏ ଭାବ-ସିନ୍ଧୁ ରେ । ଦୁର୍ଲଭ, "ଅତି ଦୁର୍ଲଭରେ ଏହି ମଣିଷ ଜନ୍ମ ମିଳିଛି ।" ଦୁର୍ଲଭ ମାନବ ଜନ୍ମ । ତେଣୁ କୃଷ୍ଣଙ୍କ ପାଦପଦ୍ମ ଉପରେ ଆମର ମନକୁ କେନ୍ଦ୍ରିଭୁତ କରିବା ପାଇଁ ଭକ୍ତମାନଙ୍କ ସଂଯୋଗରେ ଆମକୁ ରହିବା ଅତ୍ୟନ୍ତ ଆବଶ୍ୟକ । ଦୁର୍ଲଭ ମାନବ-ଜନମ ସତ-ସଙ୍ଗେ । ସତ-ସଙ୍ଗେ ମାନେ "ଭକ୍ତମାନଙ୍କ ସଂଯୋଗରେ ରହିବା ।" ଯଦି ଆମେ ଭକ୍ତମାନଙ୍କ ସଂଯୋଗରେ ନ ରହିବା, ଯଦି ଆମେ ସ୍ଵତନ୍ତ୍ର ଭାବେ ଆମର ମନକୁ କୃଷ୍ଣଙ୍କର ପାଦପଦ୍ମ ଉପରେ କେନ୍ଦ୍ରିଭୁତ କରିବା ପାଇଁ ଚେଷ୍ଟା କରିବା, ଏହା ସମ୍ଭବ ନୁହେଁ । ଏହା ଅସଫଳ ହୋଇଯିବ । ସେଥିପାଇଁ ସେ କହୁଛନ୍ତି ସତ-ସଙ୍ଗ, "ଭକ୍ତ ମାନଙ୍କ ସଂଯୋଗରେ ।" ତାରୋହୋ ଏ ଭାବ-ସିନ୍ଧୁ ରେ, "ଜୀବନର ପକୃତ ଉଦ୍ଦେଶ୍ୟ ହେଉଛି ଅଜ୍ଞାନର ସାଗରକୁ ପାର କରିବା ।" ତେଣୁ ଯଦି ଆମେ ଆମର ମନକୁ ଭକ୍ତ ମାନଙ୍କ ସଂଯୋଗରେ ରହି କୃଷ୍ଣଙ୍କର ପାଦପଦ୍ମ ଉପରେ କେନ୍ଦ୍ରିଭୁତ କରିବା, ତେବେ ଆମେ ଅଜ୍ଞାନର ସାଗରକୁ ପାର କରିପାରିବା, ଭୌତିକ ଅସ୍ତିତ୍ଵକୁ ।
ତେବେ, ବର୍ତ୍ତମାନ ମୋର କାମ କ'ଣ? ବର୍ତ୍ତମାନ ମୋର କାମ ହେଉଛି: ଶୀତ ଉତ୍ତାପ ବାତ ପରିଷଣ, ଏ ଦିନ ଜାମିନୀ ଜାଗି ରେ । ମୋର ଭୌତିକ କାମ ହେଉଛି ଯେ "ମୁଁ ପ୍ରବଳ ଶୀତକୁ ଖାତର୍ କରିବି ନାହିଁ, ମୁଁ ଅତ୍ୟୁଷ୍ନ ଗରମକୁ ଖାତର୍ କରିବି ନାହିଁ, ମୁଁ ରାତିରେ ଶୋଇବା ପାଇଁ ଖାତିର୍ କରିବି ନାହିଁ; ମୁଁ ଦିନ ଓ ରାତି କଠିନ ପରିଶ୍ରମ କରୁଛି ।" ଶୀତ ଉତ୍ତାପ ବାତ ପରିଷଣ, ଏ ଦିନ ଜାମିନୀ ଜାଗି ରେ । ଏବଂ କେଉଁଥିପାଇଁ ? କୃପଣ, ବିଫଳେ ସେବିନୁ କୃପଣ ଦୁର୍ଜନ, କୃପଣ ଦୁର-ଜନଙ୍କର ସେବାରେ ।" କୃପଣ ଦୁରଜନ ମାନେ ବାହାରର ଲୋକେ । ତଥା କଥିତ ଭୌତିକ ସମାଜ, ବନ୍ଧୁତା, ପ୍ରେମ, ଇତ୍ୟାଦି, ଏମାନେ ପ୍ରକୃତରେ ବାହାର ଲୋକ ଅଟନ୍ତି । ସେମାନେ ମୋ ଜୀବନରେ ପ୍ରକୃତ ଆଧ୍ୟାତ୍ମିକ ପ୍ରଗତି ଦେଇପାରିବେ ନାହିଁ । କିନ୍ତୁ ଆମେ ମାନେ ସମାଜ, ବନ୍ଧୁତା, ବା ପ୍ରେମ, ରାଷ୍ଟ୍ରୀୟ, ସାମାଜିକ, ଆଦି ଅନେକର ସେବାରେ ନିବୃତ୍ତ ଅଛୁ । ଆମେ ଅନେକ କାର୍ଯ୍ୟରେ ନିବୃତ୍ତ ଅଛୁ, କିନ୍ତୁ ତାହା ହେଉଛି ବିଫଳ । ବିଫଳ ମାନେ "ବିନା କୌଣସି ପରିଣାମରେ ।" ପରିଣାମ ହେଉଛି ଯେ ମୁଁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ମନୋଭାବ ତିଆରି କରୁଛି, ତଥା କଥିତ ଦେଶ, ସମାଜ, ପରିବାରକୁ ରକ୍ଷା କରିବା ପାଇଁ, ଏବଂ ମୃତ୍ୟୁ ସମୟରେ ମୋର ମନୋଭାବ ଅନୁଯାୟୀ ମୋତେ ଶରୀର ଧାରଣ କରିବାକୁ ହେବ । ତେଣୁ ଲୋକମାନେ ଏତେ ଘୃଣିତ ପନ୍ଥାକୁ ଗ୍ରହଣ କରୁଛନ୍ତି ତଥା କଥିତ ସମାଜ, ବନ୍ଧୁତା, ପ୍ରେମ ପାଇଁ । ତାହାର ପରିଣାମ ହେଉଛି ସେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ମନୋଭାବ ସୃଷ୍ଟି କରୁଛି ଯାହାକି ଅମାନୁଷିକ, ଏବଂ ତାହାର ପ୍ରତିଫଳ ହେଉଛି ସେ ବାଧ୍ୟ ହୋଇ ପରବର୍ତ୍ତୀ ଜନ୍ମରେ ତା'ର ମନୋବୃତ୍ତି ଅନୁଯାୟୀ ଶରୀର ଧାରଣ କରିବାକୁ ପଡିବ । ସେଥିପାଇଁ କୃପଣ ଦୁର୍ଜନ । କୃପଣ ମାନେ "ଲୋଭୀ ।" ସେମାନେ ମୋତେ କୌଣସି ବୁଦ୍ଧିମତ୍ତା, ଜୀବନର ବାସ୍ତବ ଆବଶ୍ୟକତାର କୌଣସି ତାଲିମ ଦେବେ ନାହିଁ, କିନ୍ତୁ ତଥାପି ଆମେ ଏପରି ଦୁର୍ଜନଙ୍କର ସେବା କରୁଛୁ, "ବାହାର ଲୋକଙ୍କର ।" ବିଫଳେ ସେବିନୁ କୃପଣ ଦୁର୍ଜନ, ଚପଳ ସୁଖ-ଲବ ଲାଗି ରେ, ଏବଂ ସେଥିରେ ଅଳ୍ପ ସୁଖ ଅଛି । ଅନ୍ୟଥା, କିପରି ଏକ ବ୍ୟକ୍ତି ଦିନ ରାତି କଠିନ କାମ କରୁଛି । ଏହି ସୁଖ ହେଉଛି ଜୌନ ସମ୍ପର୍କୀୟ ସୁଖ, ଚପଳ, "ଅସ୍ଥିର ।" ବିଦ୍ୟାପତି ଗାଉଛନ୍ତି, ତତଳ ସାଇକେତେ ବାରି ବିନ୍ଦୁ-ସମ, "ସେହି ସୁଖ ହେଉଛି ମରୁଭୁମିରେ ଏକ ବିନ୍ଦୁ ଜଳ ସଦୃଷ ।" ମରୁଭୁମିରେ ଜଳର ଆବଶ୍ୟକତା ଅଛି, କିନ୍ତୁ ଯଦି ତୁମେ ଅଳ୍ପ ଜଳ ନେଇ ଛିଞ୍ଚାଡି ଦିଅ, "ବର୍ତ୍ତମାନ ଜଳ ନିଅ," ସେ ଜଳର ମୁଲ୍ୟ କ'ଣ? ସେହିପରି, ଆମେମାନେ ଅନନ୍ତ ସୁଖ ପଛରେ ଉତ୍କୁଣ୍ଠିତ ଅଛୁ, ଏହି ସମାଜ, ବନ୍ଧୁତା ଏବଂ ପ୍ରେମ ଆମକୁ କ'ଣ ଦେବ? ତେଣୁ ଆମେ କେବଳ ଆମର ସମୟ ନଷ୍ଟ କରୁଛୁ ଖୁସୀ ପାଇବା ବିଷୟରେ ଜୀବନର ଏହି ତଥା କଥିତ ଭୌତିକବାଦୀ ପଥରୁ, ସମାଜ, ବନ୍ଧୁତା ଆଦି ବଜାୟ ରଖିବା ପାଇଁ, କେବଳ ନଷ୍ଟ କରୁଛୁ । ବିଫଳେ । ବିଫଳେ ଅର୍ଥାତ୍ "କୌଣସି ଭଲ ପରିଣାମ ବିନା ।" ବିଫଳେ ସେବିନୁ କୃପଣ ଦୁର୍ଜନ, ଚପଳ ସୁଖ ଲବ ଲାଗି ରେ । "କିଛି କଥା ନାହିଁ, ମୁଁ ବ୍ୟକ୍ତିଗତ ଭାବରେ ଉପଭୋଗ କରିବି । ମୋତେ ମୋର ଯୌବନ ମିଳିଛି, ମୁଁ ଅର୍ଥ ଉପାର୍ଜନ କରିପାରିବି, ଏବଂ ମୁଁ ମୋର ପରିବାରର ଖାତିର କରେ ନାହିଁ ।" ବାସ୍ତବରେ ବର୍ତ୍ତମାନ ସମୟରେ ଏହା ଏବେ ଘଟୁଛି । କେହି ପରିବାର ପାଇଁ ଖାତିର କରନ୍ତି ନାହିଁ, କିନ୍ତୁ ସେ ନିଜର ପୋଷଣ କରିବାରେ ବ୍ୟସ୍ତ, ନିଜର ଯୌବନର ଉପଯୋଗ କରିବା ପାଇଁ, ଏବଂ ବହୁତ ସାରା ଜିନିଷ । ତେବେ... ଗୋବିନ୍ଦ ଦାସ, କବି ପରାମର୍ଶ ଦେଉଛନ୍ତି, "ମୋର ପ୍ରିୟ ମନ, ମୁଁ ସ୍ଵୀକାର କରୁଛି ଯେ ବର୍ତ୍ତମାନ ତୁମକୁ ଯୌବନ ମିଳିଛି, ତୁମେ ଉପଭୋଗ କରିପାର ।" ସେଥିପାଇଁ, ତୁମେ କୁହ ଏ ଧନ ଯୌବନ ପୁତ୍ର ପରିଜନ, ଈଥେ କି ଆଛେ ପରତୀତି ରେ, "ଏହି ଧନ ସଞ୍ଚୟ କରିବା, ଅର୍ଥ ଉପାର୍ଜନ କରିବା; ଏବଂ ଏହି ଯୌବନ: ଉପଭୋଗ କରିବା ।" ଏ ଧନ ଯୌବନ ପୁତ୍ର ପରିଜନ, ଏବଂ ସମାଜ, ବନ୍ଧୁତା ଏବଂ ପ୍ରେମରୁ, ତୁମେ ଭାବୁଛ କି, କୌଣସି ବାସ୍ତବ ସୁଖ ଅଛି, କିମ୍ଵା ଆଧ୍ୟାତ୍ମିକ ସୁଖ? ଈଥେ କି ଆଛେ ପରତୀତି ରେ । "ଏହା ହେଉଛି ପଦ୍ମ ଫୁଲ ପତ୍ରରେ ପାଣି ପରି ।" କମଳ-ଦଳ-ଜଳ, ଜୀବନ ଟଳମଳ । "ଏହା, ପାଣିର ଏହି ଅସ୍ତିତ୍ଵ ଅସ୍ଥିର ଅଟେ, ଯେକୌଣସି ସମୟରେ ପଡି ପାରେ ।" ବାସ୍ତବରେ, ଆମର ଏହି ଯୌବନ ଉପଭୋଗ, ଅର୍ଥ ଉପାର୍ଜନ କରିବା କାରବାର, ଯେକୌଣସି ସମୟରେ ଏହା ସମାପ୍ତ ହୋଇପାରେ । ତେଣୁ ବାସ୍ତବରେ ତୁମେ ବିଶ୍ଵାସ ନ କରି ପାର, କିମ୍ୱା ସେହି ପ୍ରକାରର ସୁଖ ଉପରେ ବିଶ୍ଵାସ ରଖିପାରିବ ନାହିଁ । ତାହା ଭଲ ନୁହେଁ କାରଣ ଏହା ଯେକୌଣସି ସମୟରେ ସମାପ୍ତ ହୋଇପାରେ । ଏହି ଲୋକମାନେ କୋଠାଘର ନିର୍ମାଣରେ ବ୍ୟସ୍ତ, ଏବଂ ବ୍ୟାଙ୍କ ବାଲାନ୍ସ, ଏବଂ ମୋଟର କାର କିଣିବାରେ, ଏବଂ ବହୁତ ସାରା ଜିନିଷ ସେମାନେ ଉପଭୋଗ କରିବା ପାଇଁ ଚାହାଁନ୍ତି, କିନ୍ତୁ ସେମାନେ ଭୁଲି ଯାଆନ୍ତି କି ଯେକୌଣସି ସମୟରେ ଏହା ସମାପ୍ତ ହୋଇ ପାରେ । ଯେକୌଣସି ସମୟରେ । ତେଣୁ ଏହା ହେଉଛି କମଳ-ଦଳ-ଜଳ ପରି, "ପଦ୍ମ ପତ୍ର ଉପରେ ପାଣି ରଖିବା ।" ଏହା ଠିଆ ହୋଇ ରୁହେ ନାହିଁ, ବଙ୍କା ରୁହେ, ପଡି ଯାଇ ପାରେ, ଯେକୌଣସି ସମୟରେ । ଏହି ଉଦାହରଣ ବହୁତ ଭଲ । ସେଥିପାଇଁ ସେ ପରାମର୍ଶ ଦେଉଛନ୍ତି, ଶ୍ରବଣଂ କୀର୍ତ୍ତନଂ, ସେ ମନକୁ ନିର୍ଦ୍ଦେଶ ଦେଉଛନ୍ତି ଯେ, "ଏହା କର ନାହିଁ, ଏହା କର ନାହିଁ," ଏତେ ସାରା ନାକାରତ୍ମକ କଥା । ତାପରେ ପରବର୍ତ୍ତୀ ପ୍ରଶ୍ନ ହେବ, ତେବେ ବାସ୍ତବରେ, ମନ ହୁଏତ ଗୋବିନ୍ଦ ଦାସଙ୍କୁ ପଚାରି ପାରେ, "ବାସ୍ତବରେ ତୁମେ କ'ଣ କରିବାକୁ ଚାହୁଁଛ? ତୁମେ ସମସ୍ତ ଭୌତିକ କାର୍ଯ୍ୟକ୍ରମଗୁଡିକୁ ମନା କରୁଛ, ଠିକ୍ ଅଛି, ତେବେ ତୁମର ସାକାରାତ୍ମକ ପ୍ରସ୍ତାବ କ'ଣ?" ସେ କୁହଁନ୍ତି, "ହଁ, ମୋର ସାକାରାତ୍ମକ ପ୍ରସ୍ତାବ ହେଉଛି ଏହା: ଶ୍ରବଣ କୀର୍ତ୍ତନ ସ୍ମରଣ ବନ୍ଦନ, ପାଦ-ସେବନ ଦାସ୍ୟ ରେ, ପୂଜନ ସଖି-ଜନ ଆତ୍ମ-ନିବେଦନ, ଗୋବିନ୍ଦ ଦାସ-ଅଭିଳାସ ରେ ।" "ମୋର ପ୍ରିୟ ମନ, ମୋର ଇଛା ଏହିକି ଯେ ତୁମେ ମୋତେ ଦୟା କରି ସାହାର୍ଯ୍ୟ କର, ଏହି ଅଭୟ-ଚରଣାରବିନ୍ଦ, କୃଷ୍ଣଙ୍କ ବିଷୟରେ ଶୁଣିବାରେ, ଶ୍ରବଣ । ଏବଂ ମୋତେ ତାଙ୍କର ଗୌରବ ଜପ କରିବାକୁ ଦିଅ, ଶ୍ରବଣ କୀର୍ତ୍ତନ । ମନେ ରଖିବାକୁ ଦିଅ, ତାଙ୍କର ପାଦପଦ୍ମଗୁଡିକୁ ସେବା କରିବାକୁ ଦିଅ, ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ଦିଅ । ପ୍ରଦାନ, ଯାହା କିଛିବି ମୋର ତାଙ୍କୁ ପ୍ରଦାନ କରିବାକୁ ଦିଅ । ଏସବୁ ହେଉଛି ମୋର ଇଛା । ଦୟା କରି ଯଦି ତୁମେ ମୋ ସହ ସହଯୋଗ କର, ଏବଂ ତାପରେ ମୁଁ ଏହା କରିବି ।"
ତେଣୁ ଏହା ଏକ ବହୁତ ଶିକ୍ଷାପ୍ରଦ ଗୀତ, ମଣିଷ ଜୀବନର ଲକ୍ଷ୍ୟର ସାରାଂସ, ଏବଂ ଯେକେହି ଏହି ସିଦ୍ଧାନ୍ତକୁ ଅନୁସରଣ କରେ ସେ ବାସ୍ତବିକରେ ଆଧ୍ୟାତ୍ମିକ ସୁଖ ଲାଭ କରିବ ।