OR/Prabhupada 0294 - କୃଷ୍ଣଙ୍କୁ ଆତ୍ମସମର୍ପଣ କରିବାର ଛଅଟି ପ୍ରସଙ୍ଗ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, October 4, 1968

କୃଷ୍ଣଙ୍କୁ ଆତ୍ମସମର୍ପଣ କରିବାର ଛଅଟି ପ୍ରସଙ୍ଗ ଅଛି । ଗୋଟିଏ ପ୍ରସଙ୍ଗ ହେଉଛି ଏହା ବିଶ୍ଵାସ କରିବା ଯେ "କୃଷ୍ଣ ମୋର ରକ୍ଷା କରିବେ ।" ଯେପରି ଏକ ଛୋଟ ଶିଶୁର ତା ମାତା ଉପରେ ପୂର୍ଣ୍ଣ ବିଶ୍ଵାସ ଥାଏ: "ମୋରା ମାତା ଅଛନ୍ତି । କୌଣସି ବିପଦ ନାହିଁ ।" ବିଶ୍ଵାସ । ମୁଁ ଏହା ଦେଖିଛି । ସମସ୍ତେ । ମୋତେ ମିଳିଛି... ମୁଁ ଏକ ବ୍ୟବହାରିକ ଅନୁଭବ ବର୍ଣ୍ଣନା କରୁଛି । କଲିକତାରେ, ମୋର ଯୁବାବସ୍ଥାରେ, ମୁଁ ଟ୍ରାମରେ ଯାତ୍ରା କରୁଥିଲି, ଏବଂ ମୋର ସାନ ପୁତ୍ର, ସେ ମୋ ସହିତ ଥିଲା । ସେ କେବଳ ଦୁଇବର୍ଷର ଥିଲା, କିମ୍ଵା ଅଢ଼େଇ ବର୍ଷର । ତେଣୁ କଣ୍ଡକ୍ଟର, ମଜାରେ ତାକୁ ପଚାରିଲେ, "ମୋତେ ତୁମର ଭଡ଼ା ଦିଅ ।" ତେବେ ସେ ପ୍ରଥମେ ଏପରି କହିଲା: "ମୋ ପାଖରେ ଟଙ୍କା ନାହିଁ । ତେଣୁ କଣ୍ଡକ୍ଟର କହିଲେ, "ତେବେ ତୁମେ ତଳକୁ ଯାଅ ।" ସେ ତୂରନ୍ତ କହିଲା, "ଓ, ମୋର ପିତା ଏଠାରେ ଅଛନ୍ତି ।" (ହସ) ତୁମେ ଦେଖୁଛ । ତୁମେ ମୋତେ ତଳକୁ ଯିବାକୁ କହି ପାରିବ ନାହିଁ । ମୋର ପିତା ଏଠାରେ ଅଛନ୍ତି ।" ତୁମେ ଦେଖୁଛ? ତେଣୁ ଏହା ହେଉଛି ମନୋବିଜ୍ଞାନ । ଯଦି ତୁମେ କୃଷ୍ଣଙ୍କ ପାଖରେ ପହଞ୍ଚିବ, ତେବେ ସବିଠାରୁ ବଡ଼ ଭୟ ମଧ୍ୟ ତୁମକୁ ହଇରାଣ କରିବ ନାହିଁ । ତାହା ହେଉଛି ଏକ ତଥ୍ୟ । ତେଣୁ କୃଷ୍ଣ ହେଉଛନ୍ତି ଏପରି । ଏହି ସର୍ବୋଚ୍ଚ ଆର୍ଶୀବାଦକୁ ପ୍ରାପ୍ତ କରିବା ପାଇଁ ଚେଷ୍ଟା କର, କୃଷ୍ଣ । ଏବଂ କୃଷ୍ଣ କ'ଣ କୁହଁନ୍ତି? କୌନ୍ତେୟ ପ୍ରତିଜାନୀହି ନ ମେ ଭକ୍ତଃ ପ୍ରଣଶ୍ୟତି (BG 9.31)। "ମୋର ପ୍ରିୟ କୌନ୍ତେୟ, କୁନ୍ତିଙ୍କ ପୁତ୍ର, ଅର୍ଜୁନ, ଦୁନିଆରେ ଘୋଷଣା କର ଯେ ମୋର ଭକ୍ତ କଦାପି ଧ୍ଵସଂ ହୁଏ ନାହିଁ । କଦାପି ଧ୍ଵସଂ ହୁଏ ନାହିଁ । କୌନ୍ତେୟ ପ୍ରତିଜାନୀହି ନ ମେ ଭକ୍ତଃ ପ୍ରଣଶ୍ୟତି ।

ସେହିପରି ଭଗବଦ୍ ଗୀତାରେ ଅନେକ କଥନ ଅଛି । ମୁଁ ଭଗବଦ୍ ଗୀତାରୁ ଉଦାହରଣ ଦେଉଛି କାରଣ ଏହି ପୁସ୍ତକ ସମଗ୍ର ବିଶ୍ଵରେ ଅତି ପ୍ରସିଦ୍ଧ, ଏବଂ... ବୁଝିବାକୁ ଚେଷ୍ଟା କର, ଏହି ପୁସ୍ତକ ପଢ଼, ଜ୍ଞାନର ଅତି ମୂଲ୍ୟବାନ ପୁସ୍ତକ । ତେଣୁ କୃଷ୍ଣ କୁହଁନ୍ତି:

ଅହଂ ସର୍ବସ୍ୟ ପ୍ରଭବୋ
ମତ୍ତଃ ସର୍ବଂ ପ୍ରବର୍ତତେ
ଇତି ମତ୍ଵା ଭଜନ୍ତେ ମାଂ
ବୁଧା ଭାବସମନ୍ଵିତାଃ
(BG 10.8)

କିଏ କୃଷ୍ଣଙ୍କୁ ପୂଜା କରିପାରିବ? ତାହା ଏଠାରେ ବର୍ଣ୍ଣନା କରାଯାଇଛି, ଯେ ବୁଧା । ବୁଧା ଅର୍ଥାତ୍ ଅତି ବୁଦ୍ଧିମାନ ବ୍ୟକ୍ତି । ବୋଧ, ବୋଧ ଅର୍ଥାତ୍ ଜ୍ଞାନ, ଏବଂ ବୁଧା ଅର୍ଥାତ୍ ଯିଏ ବୁଦ୍ଧିମାନ, ଜ୍ଞାନରେ ପୂର୍ଣ୍ଣ । ସମସ୍ତେ ଜ୍ଞାନ ପଛରେ । ଏଠାରେ ତୁମର ୱସିଙ୍ଗଟନ୍ ବିଶ୍ଵବିଦ୍ୟାଳୟ ଅଛି । ଅନେକ ଛାତ୍ର ଅଛନ୍ତି । ସେମାନେ ଜ୍ଞାନ ପ୍ରାପ୍ତ କରିବା ପାଇଁ ଏଠାକୁ ଆସିଛନ୍ତି । ତେଣୁ ଜଣେ ଯିଏ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରି ପାରିଛି କିମ୍ଵା ଜ୍ଞାନର ସର୍ବୋଚ୍ଚ ମଞ୍ଚକୁ, ତାକୁ ବୁଧା କୁହାଯାଏ । ତେଣୁ କେବଳ ବୁଧା ନୁହେଁ କିନ୍ତୁ ଭାବସମନ୍ଵିତାଃ । ଭାବ ଅର୍ଥାତ୍ ପରମାନନ୍ଦ । ଜଣେ ଅତି ବିଦ୍ଵାନ ଏବଂ ବୁଦ୍ଧିମାନ ହେବା ଉଚିତ୍, ତା ସହିତ ସେ ଆଧ୍ୟାତ୍ମିକ ପରମାନନ୍ଦ ଅନୁଭବ କରିବା ଉଚିତ୍ । "ଏପରି ବ୍ୟକ୍ତି," କୃଷ୍ଣ କୁହଁନ୍ତି, ଇତି ମତ୍ଵା ଭଜନ୍ତେ ମାଂ । "ଏପରି ବ୍ୟକ୍ତି ମୋତେ ପୂଜା କରି ପାରିବ କିମ୍ଵା ଭଲ ପାଇ ପାରିବ ।" ଜଣେ ଯିଏ ଅତି ବୁଦ୍ଧିମାନ ଏବଂ ଜଣେ ଯିଏ ଦିବ୍ୟ ଭାବରେ ପରମାନନ୍ଦରେ ପୂର୍ଣ୍ଣ, ସେପରି ବ୍ୟକ୍ତି କୃଷ୍ଣଙ୍କୁ ପୂଜା କରି ପାରିବେ କିମ୍ଵା ଭଲ ପାଇ ପାରିବେ । କାହିଁକି? କାରଣ ଇତି ମତ୍ଵା, "ଏହା ବୁଝିବା ଦ୍ଵାରା ।" ଏହା କ'ଣ? ଅହଂ ସର୍ବସ୍ୟ ପ୍ରଭାବୋ (BG 10.8), "ମୁଁ ସବୁକିଛିର ମୂଳ, ସର୍ବସ୍ୟ ।" ଯାହା କିଛି ତୁମେ ଆଣ, ଯଦି ତୁମେ ବାହରେ ଖୋଜି ଚାଲିବ, ତେବେ ତୁମେ ଶେଷରେ ପାଇବ ଯେ ସେ ହେଉଛନ୍ତି କୃଷ୍ଣ । ବେଦାନ୍ତ ମଧ୍ୟ ସେହି ଏକା କଥା କୁହେ । ବ୍ରାହ୍ମଣ କ'ଣ? ଅଥାତୋ ବ୍ରହ୍ମ ଜିଜ୍ଞାସା ।