OR/Prabhupada 0385 - ଗୌରାଙ୍ଗ ବୋଲିତ ହବେର ଭାବାର୍ଥ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Gauranga Bolite Habe -- Los Angeles, December 29, 1968

ଏହି ଗୀତ ଟି ନରୋତ୍ତମ ଦାସ ଠାକୁର ଗାଇ ଥିଲେ, ଗୌଡ଼ିଅ ବୈଷ୍ଣବ ସମ୍ପ୍ରଦାୟ ପରମ୍ପରା ଏକ ମହାନ ଭକ୍ତ ଆଚାର୍ଯ୍ୟ | ଗୌଡ଼ିଅ ବୈଷ୍ଣବ ସମ୍ପ୍ରଦାୟ ଅର୍ଥ, ପରମ୍ପରା ଯାହା ଭଗବାନ ଚୈତନ୍ୟଙ୍କ ଠାରୁ ଚାଲି ଆସିଛି | ତ ଏଇ ନରୋତ୍ତମ ଦାସ ଠାକୁର ବହୁତ ଗୀତ ଲେଖିଛନ୍ତି, ଆଉ, ଏଇ ଗୀତ ସବୁ, ପ୍ରାଧିକର ରୂପରେ ସବୁ ବୈଷ୍ଣବ ମାନଙ୍କ ଦ୍ୱାରା ଅନୁଗୃହୀତ | ସେ ସାଧାରଣ ବଙ୍ଗଳା ଭାଷାରେ ଗୀତ ସବୁ ଗାଇଛନ୍ତି , କିନ୍ତୁ ଏହି ଗୀତ ଗୁଡିକର ଅଭିପ୍ରାୟ ଆଉ ଭାବାର୍ଥ ବହୁତ ମହତ୍ଵପୁର୍ଣ ଅଟେ | ସେ କହୁଛନ୍ତି: ଗୌରାଙ୍ଗ ବୋଲିତେ ହବେ ପୁଲକ-ଶରୀର । ଏହା ଜପ କରିବାର ପୂର୍ଣ୍ଣତା ଅଟେ, ଯେମିତି ହିଁ ଆମେ ଜପ କରିବା ଆରମ୍ଭ କରିବା ଅଥବା ଭଗବାନ ଗୌରାଙ୍ଗଙ୍କ ନାମ ନେଉଁ , ଯିଏ ସଙ୍କୀର୍ତ୍ତନ ଆନ୍ଦୋଳନ ଆରମ୍ଭ କରିଥିଲେ, ସାଙ୍ଗେ ସାଙ୍ଗେ ଶରୀରରେ କମ୍ପନ ହେବ | ତ ଏହା ଅନୁକରଣୀଅ ନୁହଁ | କିନ୍ତୁ ନରୋତ୍ତମ ଦାସ ଠାକୁର ସୁପାରିଶ କରୁଛନ୍ତି, ଯେବେ ସେହି ଉପଯୁକ୍ତ ସମୟ ଆମ ଜୀବନରେ ଆସିବ, କି ଭଗବାନ ଗୌରାଙ୍ଗଙ୍କ ନାମ ନେଉଁ ନେଉଁ ଶରୀରରେ କମ୍ପନ ହେବ | ଆଉ, କମ୍ପନ ପରେ, ହରି ହରି ବୋଲିତେ ନୟନେ ବା'ବେ ନିର, ହରେ କୃଷ୍ଣ ଜପ କରି, ଆଖିରେ ପାଣି ଆସିଯିବ | ପୁଣି ସେ କହୁଛନ୍ତି, ଆର କବେ ନିତାଇଚାନ୍ଦ କରୁଣା କରିବେ । ଆମେ ସବୁ ଭଗବାନ ନିତ୍ୟାନନ୍ଦଙ୍କ କରୁଣା ମାଗୁଛେ | ନିତ୍ୟାନନ୍ଦ ମୂଳ ଆଧ୍ୟାତ୍ମିକ ଗୁରୁ ଅଟନ୍ତି | ତେଣୁ, ଭଗବାନ ନିତ୍ୟାନନ୍ଦଙ୍କ କରୁଣା ମାଧ୍ୟମରେ, ଗୌରାଙ୍ଗ ବା ଭଗବାନ ଚୈତନ୍ୟଙ୍କ ସମୀପକୁ ଯିବାକୁ ହେବ | ତ ଭଗବାନ ନିତ୍ୟାନନ୍ଦଙ୍କ କାରଣ ହୀନ କୃପା ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କର ଲକ୍ଷଣ କଣ? ନରୋତ୍ତମ ଦାସ ଠାକୁର କହୁଛନ୍ତି ଯେ, ଯିଏ ବାସ୍ତବରେ ନିତ୍ୟାନନ୍ଦଙ୍କ କାରଣ ହୀନ କୃପା ପ୍ରାପ୍ତ କରିଛି, ତାର ଆଉ କୌଣସି ଭୌତିକ ଇଛା ରହି ନ ଥାଏ | ଏହା ହିଁ ଲକ୍ଷଣ | ଆର କବେ ନିତାଇ-ଚାନ୍ଦ, କରୁଣା କରିବେ, ସଂସାର-ବାସନା ମୋର କବେ ତୁଚ୍ଛ । ସଂସାର-ବାସନା ଅର୍ଥ ଭୌତିକ ସୁଖର ଇଛା, କେବେ ଏହା ଅତି ନଗଣ୍ୟ ହେବ | ଅବଶ୍ୟ, ଯେଉଁ ପର୍ଯ୍ୟନ୍ତ ଏହି ଶରୀର ଅଛି, ଆମକୁ ଅନେକ କିଛି ଗ୍ରହଣ କରିବାକୁ ହେବ, ଭୌତିକ | କିନ୍ତୁ, ସୁଖ ଭୋଗ ଲାଳସାରେ ନୁହଁ, କିନ୍ତୁ ଏହି ଶରୀର ଓ ଆତ୍ମାକୁ ସାଙ୍ଗରେ ରଖିବା ନିମିତ୍ତ | ତ...

ଆଉ ସେ ପୁଣି କହୁଛନ୍ତି: ରୂପ-ରଘୁନାଥ-ପଦେ ହଇବ ଅକୁତି | କେବେ ଷଢ଼ ଗୋସ୍ଵାମୀ ଛାଡି ଯାଇଥିବା ବହି ସବୁ ପଢିବା ପାଇଁ ଅତ୍ୟନ୍ତ ଆଗ୍ରହୀ ହେବି? ଅକୁତି ଅର୍ଥ ଆଗ୍ରହ | ଜଣେ... କାରଣ ରୂପ ଗୋସ୍ୱାମୀ ଏହି ଭକ୍ତି ମୟ ସେବାର ଜନକ ଅଟନ୍ତି | ସେ ସେହି ବହି ଲେଖି ଛନ୍ତି, ଭକ୍ତି-ରସାମୃତ-ସିନ୍ଧୁ | ସେହି ବହିରେ ସୁନ୍ଦର ନିର୍ଦେଶ ଅଛି | ଅବଶ୍ୟ, ଚୈତନ୍ୟ-ଚରିତ୍ରାମୃତ, ଆଉ ଅନ୍ୟ ପୁସ୍ତକ... ଆମେ, ଆମ ପୁସ୍ତକରେ ଏହି ନିର୍ଦେଶ ଗୁଡିକର ସାରାଂଶ ଦେଇଛୁ, ଭଗବାନ ଚୈତନ୍ୟଙ୍କ ଶିକ୍ଷା | ତ ଜଣେ ରାଧା-କୃଷ୍ଣଙ୍କ ମାଧୁର୍ଯ୍ୟ ପ୍ରେମ ଲୀଳା ବିଷୟରେ ଜାଣିବା ଦରକାର, ଏହି ଷଢ଼ ଗୋସ୍ଵାମୀଙ୍କ ଶିକ୍ଷା ମାଧ୍ୟମରେ | ନରୋତ୍ତମ ଦାସ ଠାକୁର ଆମକୁ ନିର୍ଦେଶ ଦେଉଛନ୍ତି କି ତୁମେ ବୁଝିବାକୁ ଚେଷ୍ଟା କର ନାହିଁ, ରାଧା-କୃଷ୍ଣଙ୍କ ମାଧୁର୍ଯ୍ୟ ପ୍ରେମ ଲୀଳା, ତୁମ ନିଜ ପ୍ରୟାସରେ | ତୁମେ ଗୋସ୍ଵାମୀଙ୍କ ନିର୍ଦେଶରେ ବୁଝିବାକୁ ଚେଷ୍ଟା କରିବା ଉଚିତ | ତ ନରୋତ୍ତମ ଦାସ ଠାକୁର ଗାଉଛନ୍ତି... ...ନରୋତ୍ତମ |

ରୂପ-ରଘୁନାଥ-ପଦେ ହଇବେ ଅକୁତି
କବେ ହାମ ବୁଝବ ଶ୍ରୀ ଯୁଗଳ-ପିରିତି

ଯୁଗଳ-ପିରିତି ଅର୍ଥ ମାଧୁର୍ଯ୍ୟ ପ୍ରେମ | ଏବଂ ଆଉଗୋଟିଏ ସେ ଗାଉଛନ୍ତି ଯେ ବିଷୟ ଛାଡିଆ କବେ ଶୁଦ୍ଧ ହ'ବେ ମନ | ଏହି ମନ, ଏତେ, ଏତେ, ଯେଉଁ ପର୍ଯ୍ୟନ୍ତ ଏଇ ମନ ଭୌତିକ ଚିନ୍ତାରେ ବହୁତ ଗହିରା ଭାବରେ ନିମଗ୍ନ ହୋଇ ରହିଛି, ସେ କେବେ ବି ବୃନ୍ଦାବନ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ | ନରୋତ୍ତମ ଦାସ ଠାକୁର କହୁଛନ୍ତି: ବିଷୟ ଶୁଦ୍ଧ କବେ ଶୁଦ୍ଧ ହ'ବେ ମନ | ଯେବେ ମୋର ମନ ପୂର୍ଣ ରୂପରେ ଶୁଦ୍ଧ ହେବ, ଭୌତିକ ଚିନ୍ତା ଆଉ ଇଛାରୁ ମୁକ୍ତ, ସେବେ ମୁଁ ବୁଝିବାରେ ସମର୍ଥ ହେବି ବୃନ୍ଦାବନ କଣ, ରାଧା ଓ କୃଷ୍ଣଙ୍କ ମାଧୁର୍ଯ୍ୟ ପ୍ରେମ କଣ, ଆଉ ମୋ ଆଧ୍ୟାତ୍ମିକ ଜୀବନ ସଫଳ ହେବ |