OR/680202 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି

Revision as of 00:17, 13 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବାନ-ହୃଦୟଙ୍ଗମ କରିବା ଭୌତିକ ବୈଭବ ଉପରେ ନିର୍ଭର କରେ ନାହିଁ। ଭୌତିକ ବୈଭବ ଅର୍ଥ ହେଉଛି ଉଚ୍ଚ ପରିବାର, ଜନ୍ମ। ଜନ୍ମର ଅର୍ଥ ହେଉଛି ଉଚ୍ଚ ପିତାମାତା। ତା’ପରେ ... ଜନ୍ମଐଶ୍ୱର୍ଯ୍ୟ, ଏବଂ ଧନୀ, ବହୁତ ଧନ। ଏଗୁଡ଼ିକ ହେଉଛି ଭୌତିକ ବୈଭବ: ଉଚ୍ଚ ପିତାମାତା, ବହୁତ ଧନ ଏବଂ ମହାନ ଶିକ୍ଷା ଏବଂ ଅତି ସୌନ୍ଦର୍ଯ୍ୟ। ଏହି ଚାରୋଟି ଜିନିଷ ହେଉଛି ଭୌତିକ ବୈଭବ । ଜନ୍ମଐଶ୍ୱର୍ଯ୍ୟ-ଶୃତ-ଶ୍ରୀ (Vanisource:SB 1.8.26 । ଭା. ୧.୮.୨୬) ଜନ୍ମ ଅର୍ଥାତ୍ ଜନ୍ମ, ଐଶ୍ୱର୍ଯ୍ୟ ଅର୍ଥ ଧନ, ଏବଂ ଶୃତ ଅର୍ଥ ଶିକ୍ଷା, ଏବଂ ଶ୍ରୀର ଅର୍ଥ ହେଉଛି ସୌନ୍ଦର୍ଯ୍ୟ। ତେଣୁ ଭଗବାନ ହୃଦୟଙ୍ଗମ କରିବା ପାଇଁ ଏହି ଜିନିଷଗୁଡ଼ିକ ଜରୁରୀ ନୁହେଁ, କିନ୍ତୁ କୃଷ୍ଣ ଚେତନା ଆନ୍ଦୋଳନ ସବୁକିଛି ବ୍ୟବହାର କରିପାରିବ । ତେଣୁ କିଛି ଅବହେଳା କରାଯାଏ ନାହିଁ । ଏହା ଅନ୍ୟ ଏକ ବିଷୟ । କିନ୍ତୁ ଯଦି କେହି ଭାବନ୍ତି ଯେ "ମୁଁ ଏହି ସବୁ ସୁବିଧା ପାଇଛି; ତେଣୁ ଭଗବାନ ହୃଦୟଙ୍ଗମ କରିବା ମୋ ପାଇଁ ଅତି ସହଜ, "ନା, ତାହା ନୁହେଁ ।"
680202 - ପ୍ରବଚନ CC Madhya 06.254 - ଲସ ଆ଼ଞ୍ଜେଲ୍ସ