OR/680309 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କର ଅର୍ଥ ହେଉଛି ସମସ୍ତ ଆକର୍ଷଣୀୟ, ଏବଂ ଏହା ହେଉଛି ଭଗବାନଙ୍କ ପ୍ରକୃତ ନାମ। ଯଦି ଭଗବାନ ସମସ୍ତ ଆକର୍ଷଣୀୟ ନ ହୁଅନ୍ତି, ତେବେ ସେ ଭଗବାନ ହୋଇପାରିବେ ନାହିଁ। ଭଗବାନ ହିନ୍ଦୁମାନଙ୍କର ଭଗବାନ କିମ୍ବା ଖ୍ରୀଷ୍ଟିଆନମାନଙ୍କର ଭଗବାନ କିମ୍ବା ଯିହୁଦୀମାନଙ୍କର ଭଗବାନ କିମ୍ବା ମହମ୍ମଦମାନଙ୍କ ଭଗବାନ ହୋଇପାରିବେ ନାହିଁ। ନା ଭଗବାନ ସେ ସମସ୍ତଙ୍କ ପାଇଁ, ଏବଂ ସେ ସମସ୍ତଙ୍କୁ ଆକର୍ଷିତ କରନ୍ତି। ସେ ସଂପୂର୍ଣ୍ଣ ବୈଭବଶାଳୀ । ସେ ଜ୍ଞାନରେ ସମ୍ପୁର୍ଣ୍ଣ, ଜ୍ଞାନରେ ସିଦ୍ଧ, ସୌନ୍ଦର୍ଯ୍ୟରେ ଭରପୁର, ତ୍ୟାଗରେ ସିଦ୍ଧ, ଖ୍ୟାତିରେ ସମ୍ପନ, ଶକ୍ତିରେ ଭରପୁର । ଏହିପରି ଭାବରେ ସେ ସମସ୍ତେ ଆକର୍ଷଣୀୟ ଅଟନ୍ତି । ତେଣୁ ଆମେ ଭଗବାନଙ୍କ ସହ ଆମର ସମ୍ପର୍କ ଜାଣିବା ଜରୁରୀ । ଏହା ହେଉଛି ଏହି ପୁସ୍ତକର ପ୍ରଥମ ବିଷୟ, ଭଗବଦ୍-ଗୀତା ମୌଳିକ ରୂପରେ । ତା’ପରେ ଯଦି ଆମେ ଆମର ସମ୍ପର୍କ ବୁଝିପାରିବା, ତେବେ ଆମେ ସେହି ଅନୁଯାୟୀ କାର୍ଯ୍ୟ କରିପାରିବା।
680309 - Interview - ସାନ୍ ଫ୍ରାନ୍ସିସ୍କୋ