OR/680623b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:21, 25 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୂଳ ଧାରଣା ହେଉଛି ସମାଜରେ, ଯେଉଁମାନେ ବୁଦ୍ଧିଜୀବୀ, ଯେଉଁମାନେ ପ୍ରଜ୍ଞାତ୍ମିକ କାର୍ଯ୍ୟରେ ନିୟୋଜିତ, ସେମାନଙ୍କୁ ବ୍ରାହ୍ମଣ କୁହାଯାଏ। ବ୍ରହ୍ମଙ୍କୁ ବୁଝିବାକୁ, ଏହି ଜଗତର ସ୍ଥିତିକୁ ବୁଝିବାକୁ, ସେମାନେ ଆଧ୍ୟାତ୍ମିକ ଜ୍ଞାନ ବୁଝନ୍ତି। ଯେଉଁମାନେ ଏହିପରି ଜ୍ଞାନ ଆହରଣରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ବ୍ରାହ୍ମଣ କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଯିଏ ବ୍ରାହ୍ମଣଙ୍କ ପରିବାରରେ ଜନ୍ମ ହୁଏ, ତାଙ୍କୁ ବ୍ରାହ୍ମଣ କୁହାଯାଏ । କିନ୍ତୁ ପ୍ରକୃତରେ ସେ ଜଣେ ଚମାର ହୋଇପାରନ୍ତି । କିନ୍ତୁ ତାହା ଅଭିପ୍ରାୟ ନୁହେଁ । ତେଣୁ, ମାନବ ସମାଜର ଏହି ଆଠଟି ବିଭାଜନ, ମାନବ ସମାଜର ବୈଜ୍ଞାନିକ ବିଭାଜନ, ବର୍ତ୍ତମାନ ଲୁପ୍ତ। ତେଣୁ ଚୈତନ୍ୟ ମହାପ୍ରଭୂ ନିର୍ଦ୍ଦେଶ ଦେଇଛନ୍ତି ଯେ କଲଉ, 'ଏହି ଯୁଗରେ', ନାସ୍ତି ଏବ ନାସ୍ତି ଏବ ଗତିର ଅନ୍ୟଥା ( ଚ.ଚ. ଆଦି ୧୭.୨୧ ]), 'ମାନବ ସମାଜର ଜୀବନର ଲକ୍ଷ୍ୟର ଅଗ୍ରଗତି ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। କାରଣ ମାନବ ସମାଜ ଜୀବନର ଲକ୍ଷ୍ୟରେ ଅଗ୍ରଗତି ପାଇଁ ଉଦ୍ଦିଷ୍ଟ ଏବଂ ଜୀବନର ସେହି ଲକ୍ଷ୍ୟ ହେଉଛି କୃଷ୍ଣ ଚେତନା। "
680623 - ପ୍ରବଚନ SB 07.06.06-9 - ମନ୍ତ୍ରେଆଲ