OR/681202b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:16, 5 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ କଠିନ ପରିସ୍ଥିତିରେ ଜଣେ ବନ୍ଧୁଙ୍କ ନିକଟକୁ ଯାଅ ଏବଂ ତୁମେ ତୁମର ବନ୍ଧୁଙ୍କ ନିକଟରେ ଆତ୍ମସମର୍ପଣ କର, 'ମୋର ପ୍ରିୟ ବନ୍ଧୁ, ତୁମେ ଏତେ ମହାନ, ଏତେ ଶକ୍ତିଶାଳୀ, ଏତେ ପ୍ରଭାବଶାଳୀ। ମୁଁ ଏହି ବଡ ବିପଦରେ ଅଛି। ତେଣୁ ମୁଁ ତୁମ ନିକଟରେ ଆତ୍ମସମର୍ପଣ କରୁଛି। ଦୟାକରି ତୁମେ ମୋତେ ସୁରକ୍ଷା ଦିଅ...' । ତେଣୁ ତୁମେ କୃଷ୍ଣଙ୍କ ପାଖରେ ତାହା କରିପାରିବ । ଏଠାରେ ଭୌତିକ ଜଗତରେ, ଯଦି ତୁମେ ଜଣେ ବ୍ୟକ୍ତିଙ୍କ ନିକଟରେ ଆତ୍ମସମର୍ପଣ କର, ସେ ଯେତେ ବଡ଼ ହେଲେ ମଧ୍ୟ ସେ ମନା କରିପାରନ୍ତି । ସେ କହିପାରନ୍ତି, 'ହଁ, ମୁଁ ତୁମକୁ ସୁରକ୍ଷା ଦେବାକୁ ଅସମର୍ଥ', ସେ ଦ୍ୱିଧା କରିବେ, କାରଣ ତାଙ୍କର ଶକ୍ତି ବହୁତ ସୀମିତ ଅଟେ ।ସେ ସର୍ବପ୍ରଥମେ ଭାବିବେ ଯେ 'ଯଦି ମୁଁ ଏହି ବ୍ୟକ୍ତିଙ୍କୁ ସୁରକ୍ଷା ଦିଏ, ତେବେ ମୋର ଆଗ୍ରହ ବିପଦରେ ପଡ଼ିବ ନାହିଁ ତ?' ସେ ଏପରି ଭାବିବେ, କାରଣ ତାଙ୍କର ଶକ୍ତି ସୀମିତ ଅଟେ। କିନ୍ତୁ କୃଷ୍ଣ ଏତେ ସୁନ୍ଦର ଯେ ସେ ଏତେ ଶକ୍ତିଶାଳୀ, ସେ ଅତ୍ୟନ୍ତ ଧନଶାଳୀ... ସେ ଘୋଷଣା କରିଛନ୍ତି ଭଗବଦ୍-ଗୀତାରେ, ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ( ଭ.ଗୀ. 18.66): 'ତୁମେ ସବୁକିଛି ଛାଡିଦିଅ । କେବଳ ମୋ ନିକଟରେ ସମର୍ପଣ କର'।"
681202 - ପ୍ରବଚନ BG 07.01 - ଲସ ଆ଼ଞ୍ଜେଲ୍ସ