OR/681219c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:19, 5 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ଯେପରି ଜଗାଇ-ମାଧାଇ। ଜଗାଇ-ମାଧାଇ, ସେମାନେ ଚୈତନ୍ୟ ମହାପ୍ରଭୂଙ୍କ ସମୟରେ ସବୁଠାରୁ ବଡ ପାପୀ ବ୍ୟକ୍ତି ଥିଲେ। ତେଣୁ ସେମାନେ ଯେତେବେଳେ ଚୈତନ୍ୟ ମହାପ୍ରଭୂଙ୍କ ନିକଟରେ ଆତ୍ମସମର୍ପଣ କଲେ, "ମୋର ପ୍ରଭୁ, ଆମେ ଅନେକ ପାପପୂର୍ଣ୍ଣ କାର୍ଯ୍ୟ କରିଛୁ। ଦୟାକରି ଆମକୁ ବଞ୍ଚାଅ", ଚୈତନ୍ୟ ମହାପ୍ରଭୂ ସେମାନଙ୍କୁ କହିଥିଲେ ଯେ "ହଁ, ମୁଁ ତୁମକୁ ଗ୍ରହଣ କରିବି ଏବଂ ମୁଁ ତୁମକୁ ବଞ୍ଚାଇବି, ଯଦି ତୁମେ ପ୍ରତିଜ୍ଞା କର ଯେ ତୁମେ ଆଉ ଏପରି ପାପପୂର୍ଣ୍ଣ କାର୍ଯ୍ୟ କରିବ ନାହିଁ"। ତେଣୁ ସେମାନେ ରାଜି ହେଲେ, "ହଁ। ଆମେ ଯାହା କରିଛୁ, କେବଳ ସେତିକି । ଆମେ ଆଉ ଅଧିକ କରିବାକୁ ଯାଉ ନାହୁଁ "। ତା'ପରେ ଚୈତନ୍ୟ ମହାପ୍ରଭୂ ସେମାନଙ୍କୁ ଗ୍ରହଣ କଲେ ଏବଂ ସେମାନେ ମହାନ ଭକ୍ତ ହେଲେ, ଏବଂ ସେମାନଙ୍କର ଜୀବନ ସଫଳ ହେଲା। ସେଇ ସମାନ ପ୍ରକ୍ରିୟା ମଧ୍ୟ ଏଠାରେ ଅଛି। ଏହି ଦୀକ୍ଷାର ଅର୍ଥ ହେଉଛି ତୁମେ..., ସମସ୍ତେ ମନେ ରଖିବା ଉଚିତ୍ ଯେ ପାପପୂର୍ଣ୍ଣ କାର୍ଯ୍ୟକଳାପ ତାଙ୍କ ଅତୀତ ଜୀବନରେ କରିଥାଇପାରେ, ସେଇ ଆକାଉଣ୍ଟ ବର୍ତ୍ତମାନ ବନ୍ଦ ହୋଇଗଲା ।"
681219 - ପ୍ରବଚନ ଦୀକ୍ଷା - ଲସ ଆ଼ଞ୍ଜେଲ୍ସ