OR/690506 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:06, 21 April 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ ତୁମର ଚେତନାକୁ କୃଷ୍ଣଙ୍କ ଠାରେ ସଂପୂର୍ଣ୍ଣ ରୂପେ ଅବଶୋଷିତ କର, ଯଦି ତୁମେ ବୁଝିପାରୁଛ କୃଷ୍ଣ କଣ, ତୁମର ସମ୍ପର୍କ କ’ଣ, ତୁମେ ସେହି ସଂପର୍କରେ କିପରି କାର୍ଯ୍ୟ କରିବାକୁ ପଡିବ, ଯଦି ତୁମେ ଏହି ଜୀବନରେ ଏହି ବିଜ୍ଞାନ ଶିଖ, ତେବେ ଏହା ଭଗବାନ ନିଜେ ଆଶ୍ୱାସନା ଦେଇଛନ୍ତି, କୃଷ୍ଣ, ଭଗବଦ୍-ଗୀତାରେ, ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ( ଭ.ଗୀ ୪.୯) "ଏହି ଶରୀର ଛାଡିବା ପରେ, ପୁନର୍ବାର ଏହି ଭୌତିକ ଜଗତକୁ ଫେରି ଆସେ ନାହିଁ ୮,୪୦୦,୦୦୦ ପ୍ରକାର ଶରୀର ମଧ୍ୟରୁ ଗୋଟିଏକୁ ଗ୍ରହଣ କରବା ପାଇଁ, କିନ୍ତୁ ସେ ସିଧାସଳଖ ମୋ ପାଖକୁ ଯାଆନ୍ତି " । ଯଦ୍ ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ( ଭ.ଗୀ ୧୫.୬) । "ଏବଂ ଯଦି ଜଣେ ସେଠାକୁ ଫେରିଯାଇ ପାରିବ, ତାପରେ ସେ ଏହି ଭୌତିକ ଶରୀରକୁ ପୁନର୍ବାର ଗ୍ରହଣ କରିବାକୁ ଆସନ୍ତି ନାହିଁ । ଏବଂ ଭୌତିକ ଶରୀରର ଅର୍ଥ ହେଉଛି, ତିନି ପ୍ରକାରର ଦୁଃଖ, ତିନିଗୁଣ ଦୁଃଖ, ସର୍ବଦା । ଏବଂ ତିନିଗୁଣ ଦୁଃଖ ଅତି କମରେ ଚାରି ପ୍ରକାରର ଦୁଃଖରେ ପ୍ରଦର୍ଶିତ ହୁଏ । ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ। "
690506 - ପ୍ରବଚନ Wedding - ବୋଷ୍ଟୋନ୍