OR/690524 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:17, 29 April 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଜଣେ ଭକ୍ତଙ୍କ ପାଇଁ ଇନ୍ଦ୍ରିୟ ନିୟନ୍ତ୍ରଣ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ସ୍ୱତଃସ୍ପୃତ ଭାବରେ ନିୟନ୍ତ୍ରିତ ହୋଇଯାଏ। ଠିକ୍ ଯେପରି ଆମେ ଶପଥ ନେଇଛୁ ଯେ ଆମେ କୃଷ୍ଣ-ପ୍ରସାଦ ବ୍ୟତୀତ ଅନ୍ୟ କିଛି ଖାଇବାକୁ ଯାଉ ନାହୁଁ। ଓଃ, ଅର୍ଥ ପୂର୍ବରୁ ନିୟନ୍ତ୍ରିତ ହୋଇଛି। ଏଥିରେ ପ୍ରଶ୍ନ ନାହିଁ ଜଣେ ଭକ୍ତଙ୍କୁ ପଚାରିବାରେ, 'ତୁମେ ପିଅ ନାହିଁ, ଏହା କର ନାହିଁ, ଏହା କର ନାହିଁ, ଏହା କର ନାହିଁ' ଏତେ ସଂଖ୍ୟକ 'କର ନାହିଁ' । କେବଳ କୃଷ୍ଣ-ପ୍ରସାଦ ଗ୍ରହଣ କରି, ସବୁ ନାହିଁ ଅନ୍ତର୍ଭୁକ୍ତ, ପୂର୍ବରୁ ସେଠାରେ ଅଛି । ଏବଂ ଏହା ବହୁତ ସହଜ ହୋଇଯାଏ । ଅନ୍ୟମାନେ, ଯଦି ଜଣେ ଅନୁରୋଧ କରାଯାଏ ଯେ 'ତୁମେ ଧୂମପାନ କର ନାହିଁ', ଏହା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ କାମ ହେବ । ଜଣେ ଭକ୍ତଙ୍କ ପାଇଁ, ସେ ଯେକୌଣସି ମୁହୂର୍ତ୍ତରେ ପରିତ୍ୟାଗ କରିପାରିବେ । ତାଙ୍କର କୌଣସି ଅସୁବିଧା ନାହିଁ । ତେଣୁ ସମାନ । ଉଦାହରଣ ସ୍ୱରୂପ, ଏହି ଇନ୍ଦ୍ରିୟଗୁଡିକ ସାପ ପରି ଅତ୍ୟନ୍ତ ଶକ୍ତିଶାଳୀ । କିନ୍ତୁ ଯଦି ଆପଣ ବିଷ ଦାନ୍ତ, ବିଷ ଦାନ୍ତକୁ ଭାଙ୍ଗନ୍ତି, ତେବେ ଏହା ଆଉ ଭୟଙ୍କର ନୁହେଁ । ସେହିପରି ଭାବରେ, ଯଦି ଆପଣ ନିଜ ଇନ୍ଦ୍ରିୟକୁ କୃଷ୍ଣଙ୍କ ଠାରେ ଜଡିତ କରନ୍ତି, ତେବେ ଅଧିକ ନିୟନ୍ତ୍ରଣ କରିବା ଦରକାର ନାହିଁ । ଏହା ପୂର୍ବରୁ ନିୟନ୍ତ୍ରିତ ହୋଇଛି। "
690524 - ପ୍ରବଚନ SB 01.05.08-9 - New Vrindaban, USA