OR/690606b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:03, 1 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କେବଳ କୃଷ୍ଣଙ୍କୁ ବୁଝିବା ଦ୍ଵାରା, ଜନ୍ମ କର୍ମ ମେ ଦିବ୍ୟମ ୟୋ ଜାନାତି ତତ୍ତ୍ଵତଃ ତ୍ୟକ୍ତ୍ଵା ଦେହଂ ( ଭ.ଗୀ. ୪.୯), ସେହି ବ୍ୟକ୍ତି, ଏହି ଶରୀର ଛାଡିବା ପରେ, ମାଂ ଏତି, ସେ କୃଷ୍ଣଙ୍କ ପାଖକୁ ଯାଆନ୍ତି । ଏବଂ କୃଷ୍ଣଙ୍କ ପାଖକୁ କିଏ ଯାଇପାରିବ ଯଦି ସେ ଆଧ୍ୟାତ୍ମିକ ଶରୀର ନ ପାଆନ୍ତି, ସେଇ ସମାନ ସଚ୍ଚିଦାନନ୍ଦବିଗ୍ରହଃ (ବ୍ର.ସଂ. ୫.୧)? ଯେପର୍ଯ୍ୟନ୍ତ ଜଣଙ୍କର ସମାନ ବିଗ୍ରହଃ ନାହିଁ... ଠିକ୍ ଯେପରି ଆମେ ବୁଝିପାରିବା ଯେ ଯେତେବେଳେ ଆମେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜନ୍ମ ଗ୍ରହଣ କରୁ, ଧର ଗ୍ରୀନଲ୍ୟାଣ୍ଡରେ, ଯାହା ସର୍ବଦା ବରଫରେ ପରିପୂର୍ଣ୍ଣ, କିମ୍ବା ଅନ୍ୟ କିଛି ସ୍ଥାନ, ତେଣୁ ତୁମେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀର ପାଇଛ । ସେଠାରେ ପଶୁମାନେ, ସେଠାରେ ବ୍ୟକ୍ତି, ସେମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀର ପାଇଛନ୍ତି । ସେମାନେ ପ୍ରବଳ ଥଣ୍ଡା ସହି ପାରିବେ । ଆମେ କରିପାରିବୁ ନାହିଁ । ସେହିପରି ଭାବରେ, ଯେତେବେଳେ ଆପଣ କୃଷ୍ଣଲୋକାକୁ ଯାଆନ୍ତି, ସେତେବେଳେ ଆପଣଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀର ରହିବ । ସେହି ନିର୍ଦ୍ଦିଷ୍ଟ ପ୍ରକାରର ଶରୀର କ'ଣ? ସଚ୍ଚିଦାନନ୍ଦବିଗ୍ରହଃ (ବ୍ର.ସଂ. ୫.୧) । ଆପଣ ଯେକୌଣସି ଗ୍ରହକୁ ଯାଆନ୍ତୁ, ନିଶ୍ଚିତ ଭାବରେ ଏକ ନିର୍ଦ୍ଦିଷ୍ଟ ଶରୀର ଥିବା ଆବଶ୍ୟକ । ତେଣୁ ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ( ଭ.ଗୀ. ୪.୯) । ଏବଂ ତୁମେ ଚିନ୍ମୟ ଶରୀର ପାଇବା ମାତ୍ରେ ତୁମକୁ ଆଉ ଭୌତିକ ଜଗତକୁ ଫେରିବାକୁ ପଡିବ ନାହିଁ । "
690606 - ପ୍ରବଚନ SB 01.05.09-11 - New Vrindaban, USA