OR/690611 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:04, 1 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୃତ ଦେହର ସଜାଯାଇଥିବା ପରି, ସେହି ମୃତ ଶରୀରର ପୁତ୍ରମାନେ ତାଙ୍କୁ ଦେଖି ପାରନ୍ତି ଯେ 'ଓଃ, ମୋ ବାପା ହସୁଛନ୍ତି'। (ହସି) କିନ୍ତୁ ସେ ଜାଣି ନାହାଁନ୍ତି ତାଙ୍କ ପିତା କେଉଁଆଡେ ଯାଇଛନ୍ତି । ଆପଣ ଦେଖୁଛନ୍ତି କି? ତେଣୁ ଏହି ଭୌତିକ ସଭ୍ୟତା ମୃତ ଶରୀରକୁ ସଜାଇବା ପରି । ଏହି ଶରୀର ମରିଯାଇଛି । ତାହା ଏକ ସତ୍ୟ । ଯେତେ ଦିନ ପର୍ଯ୍ୟନ୍ତ ଆତ୍ମା ଅଛି, ଏହା କାମ କରୁଛି, ଏହା ଗତି କରୁଛି । ତୁମ କୋଟ ପରି । ଏହା ମରିଯାଇଛି । କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଏହା ଆପଣଙ୍କ ଶରୀର ଉପରେ ଅଛି, ଦେଖାଯାଏ କୋଟ୍ ଗତି କରୁଛି । କୋଟ୍ ଗତି କରୁଛି । କିନ୍ତୁ ଯଦି କେହି ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, 'ଓଃ, କୋଟଟି କେତେ ସୁନ୍ଦର ଗତି କରୁଛି!' (ହସି) ସେ ଜାଣନ୍ତି ନାହିଁ ଯେ କୋଟଟି ଘୁଞ୍ଚି ପାରିବ ନାହିଁ। କୋଟଟି ମରିଯାଇଛି। କିନ୍ତୁ ସେହି ବ୍ୟକ୍ତି ସେଠାରେ ଅଛନ୍ତି ଯିଏ କୋଟ ପିନ୍ଧିଛନ୍ତି କୋଟ୍ ଗତି କରୁଛି, ପ୍ୟାଣ୍ଟ ଗତି କରୁଛି, ଜୋତା ଗତି କରୁଛି, ଟୋପି ଗତି କରୁଛି । ସେହିଭଳି ଏହି ଶରୀରଟି ମରିଯାଇଛି। ଏହା ସଂଖ୍ୟାଭୁକ୍ତ ହୋଇଛି: ଏହି ମୃତ ଶରୀର ଏତିକି ସମୟ ପାଇଁ ରହିବ। ଏହାକୁ ଜୀବନର ଅବଧି କୁହାଯାଏ। କିନ୍ତୁ ଲୋକମାନେ ଏହି ମୃତ ଶରୀର ପାଇଁ ଆଗ୍ରହୀ ଅଟନ୍ତି। "
690611 - ପ୍ରବଚନ SB 01.05.12-13 - New Vrindaban, USA