OR/700507 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:16, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ, ଯଦିଓ ସେ ବୃନ୍ଦାବନରେ ଅଛନ୍ତି, ଗୋଲୋକ ବୃନ୍ଦାବନ, ସହଯୋଗୀମାନଙ୍କ ସହିତ ଲୀଳା ଉପଭୋଗ କରୁଛନ୍ତି, ସ୍ଥିତି, ଆକୃତି, ରୂପ, କାର୍ଯ୍ୟକଳାପ ଅନୁଯାୟୀ ସେ ସବୁଆଡେ ଅଛନ୍ତି। ତେଣୁ ଏଠାରେ କୁହାଯାଇଛି ଯେ ସର୍ବୋଚ୍ଚ ପ୍ରଭୁ ଚାଲନ୍ତି ଏବଂ ଚାଲନ୍ତି ନାହିଁ। ସେ ତାଙ୍କ ବାସସ୍ଥାନରୁ ଯାଆନ୍ତି ନାହିଁ। ସେ ସମ୍ପୂର୍ଣ୍ଣ ଉପଭୋଗ କରୁଛନ୍ତି । କିନ୍ତୁ ସେହି ସମୟରେ, ସେ ସବୁଠାରେ ଅଛନ୍ତି । ସେ ସବୁଆଡେ ବୁଲନ୍ତି । ଯେପରି ଆମେ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁ । ତେଣୁ ଭାବନ୍ତୁ ନାହିଁ ଯେ କୃଷ୍ଣ ଗ୍ରହଣ କରୁନାହାଁନ୍ତି। କୃଷ୍ଣ ଗ୍ରହଣ କରୁଛନ୍ତି, କାରଣ ଯଦି ତୁମେ ଭକ୍ତି ସହିତ କିଛି ଅର୍ପଣ କର, ସେ ତୁରନ୍ତ ତାଙ୍କ ହାତ ବିସ୍ତାର କରିପାରନ୍ତି । ତଦହଂ ଭକ୍ତ୍ୟୁପହୃତମଶ୍ନାମି ( ଭ.ଗୀ. ୯.୨୬) । କୃଷ୍ଣ କୁହନ୍ତି, 'ମୋତେ ଯିଏ ପ୍ରଦାନ କରେ ..., ମୋତେ ବିଶ୍ୱାସ ଏବଂ ପ୍ରେମ ସହିତ କିଛି ଅର୍ପଣ କରେ, ମୁଁ ଖାଏ' । ଲୋକମାନେ ପଚାରିପାରନ୍ତି, 'ଓଃ, କୃଷ୍ଣ ବହୁତ ଦୂରରେ, ଗୋଲୋକ ବୃନ୍ଦାବନରେ । ସେ କିପରି ଖାଅନ୍ତି ? ସେ କିପରି ନିଅନ୍ତି? ଓଃ, ସେ ଭଗବାନ । ହଁ, ସେ ନେଇପାରିବେ । ତେଣୁ କୁହାଯାଏ, "ସେ ଚାଲନ୍ତି; ସେ ଚାଲନ୍ତି ନାହିଁ।"
700507 - ପ୍ରବଚନ ISO 05 - ଲସ ଆ଼ଞ୍ଜେଲ୍ସ