OR/720731 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗ୍ଲାସଗୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

 
(No difference)

Latest revision as of 18:49, 12 February 2022

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ସର୍ବାକର୍ଷଣୀୟ; ତେଣୁ, ତାଙ୍କ ବିଷୟରେ କଥାବାର୍ତ୍ତା ମଧ୍ୟ ଆକର୍ଷଣୀୟ ଅଟେ। ଆମର କୃଷ୍ଣ ପୁସ୍ତକରେ କୃଷ୍ଣଙ୍କ ବିଷୟରେ ଅନେକ ବିଷୟ ଅଛି, ଜନ୍ମ କର୍ମ ଚ ମେ ଦିବ୍ୟଂ ( ଭ.ଗୀ. ୪.୯), ତାଙ୍କର ଜନ୍ମ ବିଷୟରେ, ତାଙ୍କର ପ୍ରକୃତ ପିତାଙ୍କ ଘରୁ ଅନ୍ୟ ପାଳିତ ପିତାଙ୍କ ନିକଟକୁ ସ୍ଥାନାନ୍ତରିତ ହେବା, ତା’ପରେ କୃଷ୍ଣଙ୍କ ଉପରେ ଅସୁର ମନାଙ୍କ ଆକ୍ରମଣ, କଂସ । ଏହି ସମସ୍ତ କାର୍ଯ୍ୟକଳାପ, ଯଦି ଆମେ କେବଳ ଅଧ୍ୟୟନ କରିବା ଏବଂ ଶୁଣିବା, କୃଷ୍ଣ-ସଂପ୍ରଶନଃ,ତେବେ ଆମେ ମୁକ୍ତ ହୋଇଥାଉ । ବିନା ସନ୍ଦେହରେ, ଆମର ମୁକ୍ତି ସୁନିଶ୍ଚିତ, କେବଳ କୃଷ୍ଣଙ୍କ ବିଷୟରେ ଶୁଣିବା ଦ୍ୱାରା । କୃଷ୍ଣ ତେଣୁ ଆସନ୍ତି, ଅନେକ କାର୍ଯ୍ୟକଳାପ କରନ୍ତି । ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଲେ ସ୍ପୃହା ( ଭ.ଗୀ. ୪.୧୪) । କୃଷ୍ଣ କହିଛନ୍ତି ଯେ ତାଙ୍କର କିଛି କରିବାର ନାହିଁ। ତାଙ୍କୁ କଣ କରିବାକୁ ପଡିବ? କିନ୍ତୁ ତଥାପି, ସେ ଏତେ ସଂଖ୍ୟକ ଅସୁରଙ୍କୁ ହତ୍ୟା କରୁଛନ୍ତି, ସେ ଏତେ ସଂଖ୍ୟକ ଭକ୍ତଙ୍କୁ ସୁରକ୍ଷା ଦେଉଛନ୍ତି। କାରଣ ଧାର୍ମିକ ନୀତିକୁ ପୁନଃ ସ୍ଥାପିତ କରିବାକୁ ଆସିଛନ୍ତି, ତେଣୁ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକଳାପ ଦ୍ୱାରା ସେ ପ୍ରତିଷ୍ଠା କରିଛନ୍ତି। "
720731 - ପ୍ରବଚନ SB 01.02.05 - ଗ୍ଲାସଗୋ