OR/Prabhupada 0006 - ସମସ୍ତେ ଭଗବାନ - ମୂର୍ଖଙ୍କ ସ୍ୱର୍ଗ

Revision as of 09:07, 1 April 2015 by Rishab (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0006 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Invalid source, must be from amazon or causelessmery.com

Lecture on SB 1.15.49 -- Los Angeles, December 26, 1973

ସମସ୍ତେ ଗର୍ବିତ ଅଛନ୍ତି ଯେ “ମୁଁ ସବୁ କିଛି ଜାଣିଛି । ତେଣୁ, କୌଣସି ଗୁରୁଙ୍କ ର ଆବଶ୍ୟକତା ନାହିଁ । ଏହା ଗୁରୁଙ୍କ ନିକଟକୁ ଯିବାର ପଦ୍ଧତି, ଆଧ୍ୟାତ୍ମିକ ଗୁରୁ : ଆତ୍ମସମର୍ପଣ କର, ଯେ “ ମୁଁ ବହୁତ ଗୁଡିକ ବାଜେ ଜିନିଷ ଜାଣିଛି ଯେଉଁ ଗୁଡା ଅନାବଶ୍ୟକ । ଏବେ ମତେ ଦୟା କରି ଶିକ୍ଷା ଦିଅନ୍ତୁ । ଏହାକୁ ସମର୍ପଣ କୁହାଯାଏ । ଠିକ୍ ଯେପରି ଅର୍ଜୁନ କହିଥିଲେ “ ଶିଷ୍ୟସ ତେ ହଂ ସାଧି ମାମ୍ ପ୍ରପ୍ପନ୍ନମ(ଭ॰ଗୀ ୨।୭) । ଯେତେବେଳେ ଅର୍ଜୁନଙ୍କ ଏବଂ କୃଷ୍ଣଙ୍କ ମଧ୍ୟରେ ଯୁକ୍ତି ହେଲା , ଏବଂ ଯେତେବେଳେ ସମସ୍ୟା ର ସମାଧାନ ହେଲା ନାହିଁ, ସେତେବେଳେ ଅର୍ଜୁନ କୃଷ୍ଣଙ୍କୁ ସମର୍ପଣ କଲେ, “ମୋର ପ୍ରିୟ କୃଷ୍ଣ, ଏବେ ଆମେ ସାଙ୍ଗ ହିସାବରେ କଥା ହେଉଛୁ । ଆଉ ବନ୍ଧୁ ସଦୃଶ କଥା ନାହିଁ । ମୁଁ ତୁମକୁ ମୋର ଆଧ୍ୟାତ୍ମିକ ଗୁରୁ ଭାବେ ଗ୍ରହଣ କରୁଛି । ଦୟା କରି ମୋର କର୍ତ୍ତବ୍ୟ କଣ ତାହା ମତେ ଶିକ୍ଷା ଦିଅ । ତାହା ହେଉଛି ଭଗବଦ୍ ଗୀତା । ତେଣୁ, ଜଣକୁ ଶିଖିବାକୁ ପଡିବ । ତଦ୍-ବିଜ୍ଞାନାର୍ଥମ୍ ସ ଗୁରୁମ୍ ଏବ ଅଭିଗଚ୍ଛେତ । ଏହା ହେଉଛି ବୈଦିକ ଆଦେଶ, ଯେ ଜୀବନ ର ମୂଲ୍ୟ କଣ ? କେମିତି ଏହା ପରିବର୍ତ୍ତନ ହେଉଛି ? କେମିତି ଆମେ ଗୋଟେ ଶରୀର ରୁ ଆଉ ଗୋଟେ ଶରୀର କୁ ସ୍ଥାନାନ୍ତରିତ ହେଉଛୁ ? ମୁଁ କଣ? ମୁଁ ଏହି ଶରୀର ବା ଆର ପାଖରେ ଆଉ କିଛି ? ଏହି ସବୁ ଜିନିଷ ପଚାରିବାକୁ ହେବ । ତାହା ହେଉଛି ମାନବ ଜୀବନ । ଅଥାତୋ ବ୍ରହ୍ମ ଜିଜ୍ଞାସା । ଏହି ତଦନ୍ତ କରିବା ଦରକାର । ତେଣୁ, ଏହି କଳି ଯୁଗ ରେ, କୌଣସି ଜ୍ଞାନ ବିନା, କୌଣସି ତଦନ୍ତ ବିନା, କୌଣସି ଗୁରୁ ବିନା, କୌଣସି ପୁସ୍ତକ ବିନା, ସମସ୍ତେ ଭଗବାନ । ବସ ସେତିକି । ଏହା ଚାଲିଛି, ନିର୍ବୋଧ ମାନଙ୍କ ସ୍ଵର୍ଗ । ତେଣୁ ଏହା ସାହାଯ୍ୟ କରିବା ନାହିଁ, ଏଠି ବିଦୂରଙ୍କ ବିଷୟ ରେ... ସେ ମଧ୍ୟ (ଶ୍ରୀ॰ଭା॰ ୧।୧୫।୪୯) ବିଦୂରୋପି ପରିତ୍ୟଜ୍ୟ ପ୍ରଭାସେ ଦେହମ୍ ଆତ୍ମନଃ କୃଷ୍ଣାବେସେନ ତଚ୍ଚିତଃ ପିତୃଭିଃ ସ୍ଵ-କ୍ଷୟମ୍ ୟୟୌ ସେ...ମୁଁ ବିଦୂର ବିଷୟ ରେ କହୁଥିଲି । ବିଦୂର ଯମରାଜ ଥିଲେ । ତେଣୁ ଏକ ସାଧୁ ବ୍ୟକ୍ତିଙ୍କୁ ଯମରାଜ ନିକଟକୁ ଦଣ୍ଡ ପାଇଁ ଅଣାଗଲା । ଯେତେବେଳେ ସେହି ସାଧୁ ବ୍ୟକ୍ତି ଯମରାଜଙ୍କୁ ପଚାରିଲା, ଯେ “ମୁଁ ହେଲି...ମୋର ମନେ ପଡୁନି ଯେ ମୁଁ ମୋ ଜୀବନ ରେ କିଛି ପାପ କରିଛି । ମତେ କାହିଁକି ଏଠି ବିଚାର ପାଇଁ ଅଣା ଯାଇଛି ?” ତେଣୁ ଯମରାଜ କହିଲେ, ତୋର ମନେ ପଡୁନି । ତୋର ବାଲ୍ୟାବସ୍ଥା ରେ ତୁ ଗୋଟେ ପିମ୍ପୁଡି ର ମଳଦ୍ଵାର ଦେଇ ଛୁଞ୍ଚି ଫୋଡି ଦେଇଥିଲୁ, ଏବଂ ସେ ମରିଯାଇଥିଲା । ସେଥିପାଇଁ ତୋତେ ଦଣ୍ଡିତ ହେବାକୁ ପଡିବ । ଖାଲି ଦେଖ । ବାଲ୍ୟାବସ୍ଥା ରେ, ଅଜ୍ଞାନ ରେ, କାରଣ ସେ କିଛି ପାପ କଳା, ତାକୁ ଦଣ୍ଡ ଦିଆଯିବ । ଏବଂ ଆମେ ଇଚ୍ଛୁକ ଭାବରେ, ଧାର୍ମିକ ନିୟମ ବିରୁଦ୍ଧ ରେ ଯେ “ତୁମେ କାହାକୁ ମାରିବ ନାହିଁ” ଆମେ କେତେ ହଜାର କଂସାଇଖାନା ଖୋଲି ଦେଇଛୁ, ଗୋଟେ ନିରର୍ଥକ ସିଦ୍ଧାନ୍ତ ଦେଇ ଯେ ପଶୁ ର କୌଣସି ଆତ୍ମା ନାହିଁ । ଖାଲି ମଜା ଦେଖ । ଏବଂ ଏହି ସବୁ ଚାଲିଛି । ଏବଂ ଆମେ ଶାନ୍ତିରେ ରହିବାକୁ ଚାହୁଞ୍ଚୁ ।