OR/Prabhupada 0010 - କୃଷ୍ଣଙ୍କ ନକଲ କର ନାହିଁ

Revision as of 12:54, 2 April 2015 by Rishab (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0010 - in all Languages Category:OR-Quotes - 1976 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Invalid source, must be from amazon or causelessmery.com

Lecture on SB 7.9.9 -- Mayapur, February 16, 1976

କୃଷ୍ଣ... ଏହି ଷୋହଳ ହଜାର ପତ୍ନୀ, କେମିତି ସେମାନେ ପତ୍ନୀ ହେଲେ ? ତୁମେ ଜାଣିଛ ସେଇ କଥା, ଯେ ବହୁତ ସୁନ୍ଦର, ଷୋହଳ ହଜାର ସୁନ୍ଦର, ମୁଁ କହିବାର ଅଭିପ୍ରାୟ, ରାଜାଙ୍କ କନ୍ୟା ମାନେ ଏକ ଅସୁର ଦ୍ଵାରା ଅପହୃତ ହୋଇଥିଲେ । ସେଇ ଅସୁର ର ନାମ କଣ ଥିଲା? ଭୌମାସୁର, ନୁହେଁ? ହଁ । ତେଣୁ ସେମାନେ କୃଷ୍ଣଙ୍କୁ ପ୍ରାର୍ଥନା କଲେ ଯେ “ଆମେ ଅପହୃତ ହୋଇ, ଯନ୍ତ୍ରଣା ଭୋଗୁଛୁ । ଦୟା କରି ଆମକୁ ବଞ୍ଚାନ୍ତୁ ।" ତେଣୁ କୃଷ୍ଣ ତାଙ୍କୁ ବଞ୍ଚେଇବାକୁ ଆସିଲେ, ଏବଂ ଭୌମାସୁର ବଧ ହେଲା ଏବଂ ସବୁ କନ୍ୟା ମାନେ ମୁକ୍ତ ହୋଇଗଲେ । କିନ୍ତୁ ମୁକ୍ତ ହେଲା ପରେ ବି ସେମାନେ ସେଇଠି ଛିଡା ହୋଇଥିଲେ । ତେଣୁ କୃଷ୍ଣ ତାଙ୍କୁ ପଚାରିଲେ, “ଏବେ ତୁମେମାନେ ତୁମ ଘରକୁ ଯାଇ ପାରିବ ତୁମ ପିତାଙ୍କ ପାଖକୁ । ସେମାନେ କହିଲେ ଯେ “ଆମେ ଅପହୃତ ହୋଇଥିଲୁ, ଏବଂ ଆମେ ବିବାହ କରି ପାରିବୁ ନାହିଁ । ଭାରତରେ ଏବେ ବି ସେହି ନିୟମ ଅଛି । ଯଦି ଜଣେ କନ୍ୟା,ଯୁବ କନ୍ୟା, ଘରୁ ବାହାରକୁ ଗୋଟେ ଦିନ ବା ଦୁଇ ଦିନ ପାଇଁ ଚାଲି ଯାଏ, କେହି ତାକୁ ବିବାହ କରିବେ ନାହିଁ । କେହି ବି ତାକୁ ବିବାହ କରିବେ ନାହିଁ । ସେ ନଷ୍ଟ ହୋଇ ଯାଇଥିବାର ମନେ କରାଯାଏ । ଭାରତୀୟ ପଦ୍ଧତି ରେ ଏବେ ବି ଏହା ଅଛି । ତେଣୁ ସେମାନେ ବହୁତ ଦିନ ବା ବହୁତ ବର୍ଷ ପର୍ଯ୍ୟନ୍ତ ଅପହୃତ ଥିଲେ, ତେଣୁ ସେମାନେ କୃଷ୍ଣଙ୍କୁ ଆବେଦନ କଲେ ଯେ “ଆମେ ନା ଆମ ପିତାଙ୍କ ଦ୍ଵାରା ଗ୍ରହଣ ହେବା, ନା କେହି ଆମକୁ ବିବାହ କରିବାକୁ ରାଜି ହେବେ ।" ତାପରେ କୃଷ୍ଣ ବୁଝିଗଲେ ଯେ “ତାଙ୍କର ପରିସ୍ଥିତି ବହୁତ ଅସୁରକ୍ଷିତ ।" ଯଦି ବି ସେମାନେ ମୁକ୍ତ ହୋଇ ଯାଇଛନ୍ତି, ସେମାନେ କେଉଁଠି ବି ଯାଇ ପାରିବେ ନାହିଁ । ତାପରେ କୃଷ୍ଣ...ସେ କେତେ ଦୟାଳୁ, ଭକ୍ତ-ବତ୍ସଳ । ସିଏ ପଚାରିଲେ, “କଣ ଚାହୁଁଛ ତୁମେମାନେ ?" ସିଏ...ସେମାନେ କହିଲେ “ତୁମେ ଆମକୁ ଗ୍ରହଣ କର । ନହେଲେ ଆମ ପାଖରେ ଆଉ କୌଣସି ଉପାୟ ନାହିଁ ରହିବାକୁ ।" କୃଷ୍ଣ ତୁରନ୍ତ କହିଲେ : “ହଁ, ଆସ” ଇଏ ହେଉଛନ୍ତି କୃଷ୍ଣ । ଏବଂ ଏହା ନୁହେଁ ଯେ ତାଙ୍କର ଷୋହଳ ହଜାର ପତ୍ନୀ ଗୋଟିଏ ଘରେ ଏକତ୍ରିତ ହୋଇଥିଲେ । ସିଏ ତୁରନ୍ତ ଷୋହଳ ହଜାର ରାଜଭବନ ତିଆରି କଲେ । ଯେହେତୁ ସିଏ ପତ୍ନୀ ରୂପେ ଗ୍ରହଣ କରିଛନ୍ତି, ତାଙ୍କର ପତ୍ନୀ ପରି ଭରଣପୋଷଣ କରିବାକୁ ପଡିବ, ତାଙ୍କ ରାଣୀ ପରି, ଏହା ନୁହେଁ ଯେ, “ଯେହେତୁ ସେମାନଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ, ସେମାନେ ମୋ ଆଶ୍ରୟ ରେ ଆସିଛନ୍ତି । ମୁଁ ତାଙ୍କୁ କୌଣସି ବି ପ୍ରକାରେ ରଖି ପାରେ । ନାଁ । ରାଣୀ ପରି ଅତ୍ୟନ୍ତ ସମ୍ମାନଜନକ, କୃଷ୍ଣଙ୍କ ରାଣୀ ପରି । ଏବଂ ସିଏ ଆଉ ଥରେ ଭାବିଲେ ଯେ “ଷୋହଳ ହଜାର ପତ୍ନୀ... ତେଣୁ ଯଦି ମୁଁ ଏକେଲା ରହିଲି, ଗୋଟିଏ ବ୍ୟକ୍ତି, ତାହେଲେ ମୋ ପତ୍ନୀ ମାନେ ମତେ ଦେଖା କରି ପାରିବେ ନାହିଁ । ସମସ୍ତଙ୍କୁ ଷୋହଳ ହଜାର ଦିନ ଅପେକ୍ଷା କରିବାକୁ ପଡିବ ସ୍ଵାମୀଙ୍କୁ ଦେଖିବା ପାଇଁ । ନାଁ । ସିଏ ତାଙ୍କ ନିଜକୁ ଷୋହଳ ହଜାର ଟି କୃଷ୍ଣଙ୍କୁ ବୃଦ୍ଧି କଲେ । ଏଇ ହେଉଛନ୍ତି କୃଷ୍ଣ । ଆଉ ଅଭଦ୍ର ମାନେ, ସେମାନେ କୃଷ୍ଣଙ୍କୁ ନାରୀ-ଶିକାରୀ ବୋଲି ଅଭିଯୁକ୍ତ କରନ୍ତି । ଏହା ତୁମ ପରି ନୁହେଁ । ତୁମେ ତ ଗୋଟିଏ ମଧ୍ୟ ପତ୍ନୀକୁ ଭରଣପୋଷଣ କରି ପାରିବନି । କିନ୍ତୁ ସିଏ ଷୋହଳ ହଜାର ପତ୍ନୀଙ୍କୁ ଭରଣପୋଷଣ କରୁଥିଲେ ଷୋହଳ ହଜାର ରାଜମହଲ ରେ । ଏବଂ ଷୋହଳ ହଜାର ଆକୃତି ପ୍ରସାରଣ ରେ । ସମସ୍ତେ ସନ୍ତୁଷ୍ଟ ହୋଇଥିଲେ । ଏଇ ହେଉଛନ୍ତି କୃଷ୍ଣ । ଆମକୁ ବୁଝିବାକୁ ପଡିବ କୃଷ୍ଣ କଣ । କୃଷ୍ଣ କୁ ଅନୁକରଣ କରା ନାହିଁ । ପ୍ରଥମେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କର ।