OR/Prabhupada 0027 - ସେମାନେ ଜାଣିନାହାଁନ୍ତି ଯେ ମୃତ୍ୟୁପରେ ଅନ୍ୟଏକ ଜୀବନ ଅଛି

Revision as of 15:16, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on CC Adi-lila 7.1 -- Atlanta, March 1, 1975

ତେଣୁ "ଜଣେ ବ୍ୟକ୍ତି ଭୌତିକ ଅସ୍ଥିତ୍ଵର ବଦ୍ଧ ସ୍ତରରେ ଅସହାୟ ବାତାବରଣରେ ଅବସ୍ଥିତ । କିନ୍ତୁ ବଦ୍ଧଜୀବୀ, ମାୟା କିମ୍ଵା ବାହ୍ୟ ଶକ୍ତିର ଭ୍ରମରେ, ଭାବେ ଯେ ସେ ତାର ଦେଶ, ସମାଜ, ସାଥି ଏବଂ ପ୍ରେମ ଦ୍ଵାରା ସଂପୂର୍ଣ୍ଣ ସୁରକ୍ଷିତ, ସେ ଜାଣିନାହିଁ ଯେ ମୃତ୍ୟୁ ସମୟରେ ଏମାନଙ୍କ ମଧ୍ୟରୁ କେହି ତାକୁ ବଞ୍ଚେଇ ପାରିବେ ନାହିଁ ।" ଏହାକୁ ମାୟା କୁହାଯାଏ । କିନ୍ତୁ ସେ ବିଶ୍ଵାସ କରେ ନାହିଁ । ମାୟା ଭ୍ରମରେ, ସେ ଏହା ମଧ୍ୟ ବିଶ୍ଵାସ କରେ ନାହିଁ କି ବଞ୍ଚେଇବା ଅର୍ଥ କ'ଣ? ବଞ୍ଚେଇବା । ବଞ୍ଚେଇବା ଅର୍ଥାତ୍ ଜନ୍ମ ଓ ମୃତ୍ୟର ଚକ୍ରରୁ ନିଜକୁ ବଞ୍ଚେଇବା । ତାହା ହେଉଛି ପ୍ରକୃତ ବଞ୍ଚେଇବା । କିନ୍ତୁ ସେମାନେ ଜାଣି ନାହାଁନ୍ତି । ଭୂତପ୍ରକୃତିର ନିୟମ ଏତେ ଦୃଢ଼ ଯେ ଆମର କୌଣସି ବି ଭୌତିକ ସମ୍ପତ୍ତି ଆମକୁ ନିଷ୍ଠୁର ମୃତ୍ୟୁ ହସ୍ତରୁ ରକ୍ଷା କରିପାରିବ ନାହିଁ ।" ସମସ୍ତେ ଏହା ଜାଣିଛନ୍ତି । ଏବଂ ତହା ଆମର ପ୍ରକୃତ ସମସ୍ୟା । କିଏ ମୃତ୍ୟୁକୁ ନ ଡ଼ରେ? ସମସ୍ତେ ମୃତ୍ୟୁକୁ ଡ଼ରନ୍ତି । କାହିଁକି? କାରଣ କୌଣସି ଜୀବ, ସେ ମରିବା ପାଇଁ ସୃଷ୍ଟି ହୋଇନାହିଁ । ସେ ଶାଶ୍ଵତ ଅଟେ; ସେଥିପାଇଁ ଜନ୍ମ, ମୃତ୍ୟୁ, ଜରା ଓ ବ୍ୟାଧି ଏହି ସବୁ ତା ପାଇଁ ଅସୁବିଧା ଅଟେ । କାରଣ ସେ ଶାଶ୍ଵତ, ସେ ଜନ୍ମ ଗ୍ରହଣ କରେ ନାହିଁ, ନା ଜାୟତେ, ଏବଂ ଯିଏ ଜନ୍ମ ଗ୍ରହଣ କରେ ନାହିଁ, ତାର ମୃତ୍ୟୁ ମଧ୍ୟ ନାହିଁ, ନା ମୃୟତେ କଦାଚିତ୍ (BG 2.20) । ଏହା ଆମର ବାସ୍ତବିକ ସ୍ଥିତି । ସେଥିପାଇଁ ଆମେମାନେ ମୃତ୍ୟୁକୁ ଭୟ କରୁ । ତାହା ଆମର ସ୍ଵାଭାବିକ ଢଳିବା ଅଟେ । ତେଣୁ ଆମକୁ ମୃତ୍ୟୁମୁଖରୁ ରକ୍ଷା କରିବା ପାଇଁ... ତାହା ମାନବ ଜାତିର ପ୍ରଥମ କାର୍ଯ୍ୟ ଅଟେ । ଆମେ କେବଳ ଏହି ଉଦ୍ଦେଶ୍ୟରେ କୃଷ୍ଣ ଚେତନା ଆନ୍ଦୋଳନର ତାଲିମ ଦେଉଛୁ । ତାହା ସମସ୍ତଙ୍କର ଉଦ୍ଦେଶ୍ୟ ହେବା ଉଚିତ୍ । ତାହା ଶାସ୍ତ୍ରିକ ନିଷେଧାଜ୍ଞା ଅଟେ ।

ଯେଉଁମାନେ ଅଭିଭାବକ ଅଟନ୍ତି... ସରକାର, ପିତା, ଶିକ୍ଷକ, ସେମାନେ ପିଲାମାନଙ୍କର ଅଭିଭାବକ ଅଟନ୍ତି । ସେମାନେ ଜାଣିବା ଉଚିତ୍, କିପରି ଦୁନିଆର ରକ୍ଷଣ କରାଯାଇପାରିବ.... ନା ମୋଚୟେଦ ୟଃ ସମୁପେତ ମୃତ୍ୟୁଂ (SB 5.5.18) । ତେଣୁ ସାରା ଦୁନିଆରେ ଏହି ଦର୍ଶନ କାହିଁ? ଏପରି କୌଣସି ଦର୍ଶନ ନାହିଁ । ଏହା କେବଳ କୃଷ୍ଣ ଚେତନା ଆନ୍ଦୋଳନ, ଯାହା ଏହି ଦର୍ଶନକୁ ଉପସ୍ଥାପନ କରୁଛି, ଖାମଖିଆଲ ଢ଼ଙ୍ଗରେ ନୁହେଁ କିନ୍ତୁ ଅଧିକୃତ ଶାସ୍ତ୍ର, ବୈଦିକ ସାହିତ୍ୟ, ବିଶେଷଜ୍ଞମାନଙ୍କ ଠାରୁ । ତେଣୁ ତାହା ଆମର ଅନୁରୋଧ । ଆମେମାନେ ମାନବ ସମାଜର ଉପକାର ନିମିତ୍ତ ସାରା ଦୁନିଆରେ ବିଭିନ୍ନ କେନ୍ଦ୍ର ଖୋଲିଛୁ ଯେ ସେମାନେ ଜୀବନର ଉଦ୍ଦେଶ୍ୟ ଜାଣିନାହାଁନ୍ତି, ସେମାନେ ଜାଣିନାହାଁନ୍ତି ଯେ ମୃତ୍ୟୁପରେ ଅନ୍ୟଏକ ଜୀବନ ଅଛି । ଏହି ସବୁ କଥା ସେମାନେ ଜାଣିନାହାଁନ୍ତି । ନିଃସନ୍ଦେହରେ ପରବର୍ତ୍ତୀ ଜୀବନ ଅଛି, ଏବଂ ତୁମେ ତୁମର ପରବର୍ତ୍ତୀ ଜୀବନ ଏହି ଜୀବନରେ ପ୍ରସ୍ତୁତ କରିପାରିବ । ଅଧିକ ସୁବିଧା, ଭୌତିକ ସୁବିଧା ନିମିତ୍ତ ତୁମେ ଉଚ୍ଚତର ଗ୍ରହମାନଙ୍କୁ (ଲୋକ) ଯାଇପାରିବ । ତୁମେ ଏଠାରେ ଏକ ସୁରକ୍ଷିତ ସ୍ଥିତିରେ ରହିପାରିବ ।" ସଂରକ୍ଷଣ ଅର୍ଥାତ୍ ଭୌତିକ ଜୀବନ । ଯେପରି ଏହା କୁହାଯାଏ ଯେ,

ଯାନ୍ତି ଦେବ ବ୍ରତା ଦେବାନ୍
ପିତୃନ୍ ଯାନ୍ତି ପିତୃ ବ୍ରତାଃ
ଭୂତାନି ଯାନ୍ତି ଭୂତେଜ୍ଞା
ମଦ ଯାଜିନୋ ଅପି ଯାନ୍ତି ମାମ୍
(BG 9.25)

ତେଣୁ ତୁମେ ସ୍ଵର୍ଗୀୟ ଲୋକମାନଙ୍କରେ ଭଲ ଜୀବନ ପାଇଁ ନିଜକୁ ପ୍ରସ୍ତୁତ କରିପାରିବ କିମ୍ଵା ଏହି ଦୁନିଆରେ ଏକ ଭଲ ସମାଜରେ କିମ୍ଵା ସେହି ଲୋକମାନଙ୍କୁ ଯାହାକୁ ଭୂତ ଓ ଅନ୍ୟ ନୀଚ ବ୍ୟକ୍ତିମାନେ ନିୟନ୍ତ୍ରିତ କରନ୍ତି । କିମ୍ଵା ତୁମେ ସେହି ଲୋକକୁ ଯାଇପାର ଯେଉଁଠାରେ କୃଷ୍ଣ ଆଛନ୍ତି । ସବୁକିଛି ତୁମ ପାଇଁ ଖୋଲଅଛି । ଯାନ୍ତି ଭୂତେଜ୍ଞା ଭୂତାନି ମଦ ଯାଜିନୋ ଅପି ଯାନ୍ତି ମାମ୍ ତୁମେ କେବଳ ନିଜକୁ ପ୍ରସ୍ତୁତ କରିବାକୁ ହେବ । ଯେପରିକି ଯୌବନ ଅବସ୍ଥାରେ ସେମାନଙ୍କୁ ଶିକ୍ଷିତ କରାଯାଏ-କେହି ଯାନ୍ତ୍ରିକ ହେବା ପାଇଁ ଯାଏ, କେହି ଚିକିତ୍ସକ ହେବାକୁ ଯାଏ, କେହି ଓକିଲ ହେବାକୁ ଯାଏ, ଏବଂ ଅନେକ ଅନ୍ୟ ବ୍ୟବସାୟିକ ବ୍ୟକ୍ତି- ଏବଂ ସେମାନେ ଶିକ୍ଷା ଦ୍ଵାରା ପ୍ରସ୍ତୁତ ହେଉଛନ୍ତି, ସେହିପରି, ତୁମେ ତୁମର ପରବର୍ତ୍ତୀ ଜୀବନ ପାଇଁ ପ୍ରସ୍ତୁତ ହୋଇପାରିବ । ଏହା ବୁଝିବା କଷ୍ଟକର ନୁହେଁ । କିନ୍ତୁ ସେମାନେ ପରବର୍ତ୍ତୀ ଜୀବନରେ ବିଶ୍ଵାସ କରନ୍ତି ନାହିଁ, ଯଦିଓ ଏହା ସାଧାରଣ ଜ୍ଞାନ । ବାସ୍ତବରେ ପରବର୍ତ୍ତୀ ଜୀବନ ଅଛି କାରଣ କୃଷ୍ଣ କହୁଛନ୍ତି ଏବଂ ଆମେ ସ୍ଵଳ୍ପ ବୁଦ୍ଧିମତା ଦ୍ଵାରା ଏହି ଦର୍ଶନ ବୁଝିପାରିବା ଯେ ପରବର୍ତ୍ତୀ ଜୀବନ ଅଛି । ତେଣୁ ଆମର ପ୍ରସ୍ତାବ ଏହି କି ଯେ "ଯଦି ତୁମର ନିଜକୁ ପରବର୍ତ୍ତୀ ଜୀବନ ପାଇଁ ପ୍ରସ୍ତୁତ କରିବାର ଅଛି, ତେବେ ତୁମେ ଭଗବଦ୍ ଧାମକୁ ଯିବା ପାଇଁ ନିଜକୁ ପ୍ରସ୍ତୁତ କରିବାର କଷ୍ଟ କାହିଁକି ଉଠଉନାହଁ? ଏହା ଆମର ପ୍ରସ୍ତାବ ଅଟେ ।