OR/Prabhupada 0028 - ବୁଦ୍ଧ ଭଗବାନ୍ ଅଟନ୍ତି

Revision as of 17:11, 12 October 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0028 - in all Languages Category:OR-Quotes - 1970 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on Sri Isopanisad, Mantra 1 -- Los Angeles, May 3, 1970

ଗର୍ଗମୁନୀ:"ଏହା ବିଚାର କରିବା ମଧ୍ୟ ଭୂଲ ଯେ କେବଳ ଶାକାହାରୀ ହେଲେ ଜଣେ ନିଜକୁ ପ୍ରକୃତିର ନିୟମ ଉଲଙ୍ଘନ କରିବାରୁ ବଞ୍ଚେଇ ପାରିବ । ପରିବାମାନଙ୍କର ମଧ୍ୟ ଜୀବନ ଅଛି । ଗୋଟିଏ ଜୀବନ ଅନ୍ୟ ଏକ ଜୀବନର ଭୋଜନ ଅଟେ, ଏବଂ ତାହା ପ୍ରକୃତିର ନିୟମ । ଜଣେ ଶକ୍ତ ଶାକାହାରୀ ହେବାର ଗର୍ବ କରିବା କଥା ନୁହେଁ । କଥା ଏହିକି ଯେ ପରମେଶ୍ଵରଙ୍କୁ ଚିହ୍ନଟ କରିପାରିବା । ଭଗବାନଙ୍କୁ ଚିହ୍ନଟ କରିବା ପାଇଁ ପଶୁମାନଙ୍କର ଉନ୍ନତ ଚେତନା ନାହିଁ, କିନ୍ତୁ ଜଣେ ମନୁଷ୍ୟ..."

ପ୍ରଭୁପାଦ:ତାହା ହିଁ ମୁଖ୍ୟ ତଥ୍ୟ ଅଟେ । ଯେପରିକି ବୌଦ୍ଧିକ ଅଛନ୍ତି, ସେମାନେ ମଧ୍ୟ ଶାକାହାରୀ । ବୌଦ୍ଧିକ ସିଦ୍ଧାନ୍ତ ଅନୁସାରେ... ଆଜିକାଲି ସବୁକିଛି ନଷ୍ଟ ହୋଇଯାଇଛି, କିନ୍ତୁ ଭଗବାନ୍ ବୁଦ୍ଧଙ୍କର ପ୍ରଚାର ଅତିକମରେ ଦୁର୍ଜନମାନଙ୍କୁ ପଶୁ ହତ୍ୟାରୁ ରୋକିବା ପାଇଁ ଥିଲା । ଅହିଂସା ପରମୋ ଧର୍ମ । ଭଗବାନ୍ ବୁଦ୍ଧଙ୍କର ଆର୍ବିଭାବ ଶ୍ରୀମଦ୍ ଭାଗବତମ୍ ଏବଂ ଅନେକ ବୈଦିକ ସାହିତ୍ୟରେ ବର୍ଣ୍ଣନା କରାଯାଇଅଛି । ସୁର-ଦ୍ଵିଷାଂ । ସେ ରାକ୍ଷାସମାନଙ୍କ ସହ ଛଳ କରିବାପାଇଁ ଆସିଥିଲେ । ରାକ୍ଷାସମାନେ...ସେ ଏପରି ଏକ ନୀତି କରିଥିଲେ ଯେ ରାକ୍ଷାସମାନେ ଠକି ହୋଇଗଲେ । ସେ କିପରି ଠକିଲେ? ରାକ୍ଷାସମାନେ ଭଗବାନଙ୍କ ବିରୋଧି ଥିଲେ । ସେମାନେ ଭଗବାନଙ୍କୁ ବିଶ୍ଵାସ କରୁନଥିଲେ । ତେଣୁ ଭଗବାନ୍ ବୁଦ୍ଧ ପ୍ରଚାର କରିଲେ, "ହଁ, ଭଗବାନ୍ ନାହାଁନ୍ତି । କିନ୍ତୁ ମୁଁ ଯାହା କହୁଛି ତାହା ତୁମେ ଅନୁସରଣ କର ।" "ହଁ, ମହାଶୟ ।" କିନ୍ତୁ ସେ ଭଗବାନ ଅଟନ୍ତି । ଏହା ହେଉଛି ଠକିବା । ହଁ । ସେମାନେ ଭଗବାନଙ୍କୁ ବିଶ୍ଵାସ କରୁନଥିଲେ, କିନ୍ତୁ ସେମାନେ ବୁଦ୍ଧଙ୍କୁ ବିଶ୍ଵାସ କରୁଥିଲେ, ଏବଂ ବୁଦ୍ଧ ହିଁ ଭଗବାନ୍ ଅଟନ୍ତି । କେଶବ-ଧୃତ-ବୁଦ୍ଧ-ଶରୀର ଜୟ ଜଗଦିଶ ହରେ । ତେଣୁ ତାହା ହେଉଛି ଜଣେ ରାକ୍ଷାସ ଏବଂ ଜଣେ ଭକ୍ତ ମଧ୍ୟରେ ପାର୍ଥକ୍ୟ । ଜଣେ ଭକ୍ତ ଦେଖିପାରେ ଯେ କିପରି କୃଷ୍ଣ, କେଶବ, ଦୁର୍ଜନମାନଙ୍କୁ ଠକୁଛନ୍ତି । ଭକ୍ତ ବୁଝିପାରେ । କିନ୍ତୁ ରାକ୍ଷାସମାନେ ସେମାନେ ଭାବନ୍ତି, "ଓ, ଆମେମାନେ ଏକ ଭଲ ନେତା ପାଇଛୁ । ସେ ଭଗବାନଙ୍କୁ ବିଶ୍ଵାସ କରେ ନାହିଁ ।" ତୁମେ ବୁଝି ପାରୁଛ? ସମ୍ମୋହାୟ ସୁର ଦ୍ଵିଷାଂ(SB 1.3.24) । ସଠିକ୍ ସଂସ୍କୃତ ଶଦ୍ଦ ଶ୍ରିମଦ୍ ଭାଗବତମ୍ ରେ କୁହାଯାଇଛି । ତୁମେମାନେ ଦେଖିଥିବ, ଯେଉଁମାନେ ପଢ଼ିଛ: ସମ୍ମୋହାୟ, ସୁର-ଦ୍ଵିଷାଂଙ୍କୁ ଭ୍ରମିତ କରିବା ପାଇଁ । ସୁର-ଦ୍ଵିଷାଂ ଅର୍ଥାତ୍ ଯେଉଁମାନେ ବୈଷ୍ଣବମାନଙ୍କୁ ଇର୍ଷା କରନ୍ତି । ନାସ୍ତିକ ବର୍ଗ, ରାକ୍ଷାସଗଣ, ସେମାନେ ସର୍ବଦା ଭକ୍ତମାନଙ୍କୁ ଇର୍ଷା କରନ୍ତି । ତାହା ହିଁ ପ୍ରକୃତିର ନିୟମ । ତୁମେ ଏହି ପିତାକୁ ଦେଖିଥିବ । ପିତା ତାର ପାଞ୍ଚ ବର୍ଷ ବାଳକର ଶତ୍ରୁ ହୋଇଗଲା । ତାର ଦୋଷ କ'ଣ? ସେ ଗୋଟିଏ ଭକ୍ତ । ବାସ୍ । ନିର୍ଦ୍ଦୋଶ ବାଳକ । ସେ କେବଳ, ମୁଁ କହିବାକୁ ଚାହୁଁଚି ଯେ, ସେ ହରେ କୃଷ୍ଣ ମାହାମନ୍ତ୍ର ଜପ କରିବା ପ୍ରତି ଆକର୍ଷିତ ଥିଲା । ପିତା ନିଜେ, ସେ ଏକ ଦୃଢ଼ନିଶ୍ଚୟୀ ଶତ୍ରୁ ହୋଇଗଲା:"ଏହି ବାଳକର ବଧ କର ।" ତେଣୁ ଜଣେ ପିତା ଯଦି ଶତ୍ରୁ ହୋଇପାରେ, ତେବେ ଅନ୍ୟମାନଙ୍କ କଥା କ'ଣ କହିବା । ତେଣୁ ତୁମେ ସର୍ବଦା ଆଶା ରଖିବା ଉଚିତ୍ ଯେ ଯେତେବେଳେ ତୁମେ ଭକ୍ତ ହୋଇଯିବ ସେତେବେଳେ ସାରା ଦୁନିଆ ତୁମର ଶତ୍ରୁ ହୋଇଯାଏ । ବାସ୍ । କିନ୍ତି ତୁମକୁ ସେମାନଙ୍କ ସହିତ ବ୍ୟବହାର କରିବାକୁ ପଡ଼ିବ, କାରଣ ତୁମେ ଭଗବାନଙ୍କର ସେବକ ରୂପେ ନିଯୁକ୍ତ । ତୁମର ଲକ୍ଷ୍ୟ ହେଉଛି ସେମାନଙ୍କୁ ପ୍ରବୁଦ୍ଧ କରିବା । ତେଣୁ ତୁମେ ହୋଇପାରିବ ନାହିଁ । ଯେପରିକି ଭଗବାନ୍ ନିତ୍ୟାନନ୍ଦ, ସେ ଆହତ ଥିଲେ, କିନ୍ତୁ ତଥାପି ସେ ଜଗାଇ-ମାଧାଇଙ୍କୁ ଉଦ୍ଧାର କରିଲେ । ତାହା ତୁମର ସିଦ୍ଧାନ୍ତ ହେବା ଉଚିତ୍ । ବେଳେ ବେଳେ ଆମକୁ ଛଳ କରିବାକୁ ପଡ଼ିବ, ବେଳେ ବେଳେ ଆମକୁ ଆହତ ହେବାକୁ ପଡ଼ିବ-ଅନେକ କଥା ଅଛି । ଏକମାତ୍ର ଉପାୟ ଏହିକି ଯେ ଲୋକମାନେ କିପରି କୃଷ୍ଣ ଚେତନାଶୀଳ ହେବେ । ତାହା ଆମର ଲକ୍ଷ୍ୟ । କୌଣସି ମାଧ୍ୟମରେ ଏହି ଦୁର୍ଜନମାନଙ୍କୁ କୃଷ୍ଣ ଚେତନାରେ ପରିବର୍ତ୍ତନ କରିବକୁ ହେବ, ଏହି ମାଧ୍ୟମରେ ବା ସେହି ମାଧ୍ୟମରେ ।