OR/Prabhupada 0029 - ବୁଦ୍ଧ ରାକ୍ଷାସ ମାନଙ୍କ ସହ ଛଳ କରିଲେ

Revision as of 15:17, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Sri Isopanisad, Mantra 1 -- Los Angeles, May 3, 1970

ତେଣୁ ଭଗବାନ୍ ବୁଦ୍ଧ, ସେ ରାକ୍ଷାସମାନଙ୍କୁ ଠକିଲେ । ସେ କାହିଁକି ଠକିଲେ? ସଦୟା-ହୃଦୟ-ଦର୍ଶିତ-ପଶୁ-ଘାତମ । ସେ ଭାରି ଦୟାଳୁ ଥିଲେ । ଭଗବାନ୍ ସର୍ବଦା ସମସ୍ତ ଜୀବମାନଙ୍କ ପ୍ରତି ସହାନୁଭୂତିଶୀଳ ଅଟନ୍ତି କାରଣ ସମସ୍ତେ ତାଙ୍କର ପୁତ୍ର । ତେଣୁ ଏହି ଦୁର୍ଜନମାନେ ଅପ୍ରତିବନ୍ଧିତ ଭାବେ ହତ୍ୟା କରୁଥିଲେ, କେବଳ ପଶୁ ହତ୍ୟା... ଏବଂ ତୁମେ ଯଦି କୁହ, "ଓ, ତୁମେ କାହିଁକି ଜୀବ ହତ୍ୟା କରୁଛ?" ସେମାନେ ତୂରନ୍ତ କହିବେ, "ଓ, ଏହା ବେଦରେ ଅଛି:ପଶବେ ବଧାୟ ସୃଷ୍ଟ ।" ପଶୁ ହତ୍ୟା ବେଦରେ ଅଛି, କିନ୍ତୁ କେଉଁ ଉଦ୍ଦେଶ୍ୟରେ? ତାହା ବୈଦିକ ମନ୍ତ୍ର ପରୀକ୍ଷଣ କରିବା ପାଇଁ ଅଛି । ଏକ ପଶୁକୁ ଅଗ୍ନିରେ ପକାଯାଏ, ଏବଂ ବୈଦିକ ମନ୍ତ୍ର ଦ୍ଵାରା ସେ ପୁନଃ ଯୌବନ ପ୍ରାପ୍ତ କରେ । ତାହା ବଳିଦାନ ଅଟେ, ପଶୁ ବଳିଦାନ । ଭୋଜନ ଉଦ୍ଦେଶ୍ୟରେ ନୁହେଁ । ସେଥିପାଇଁ ଏହି କଳିଯୁଗରେ, ଶ୍ରୀ ଚୈତନ୍ୟ ମହାପ୍ରଭୁ କୌଣସି ପ୍ରକାରର ଯଜ୍ଞ ବର୍ଜନ କରିଥିଲେ କାରଣ ଏପରି କେହି ନାହାଁନ୍ତି, ମୋ କହିବାର ଅର୍ଥ ହେଲା, ଜଣେ ଦକ୍ଷ ବ୍ରାହ୍ମଣ ଯେ ମନ୍ତ୍ର ଉଚ୍ଚାରଣ କରିପାରିବ ଏବଂ ବୈଦିକ ମନ୍ତ୍ରମାନଙ୍କୁ ପ୍ରୟୋଗ କରିପାରିବ ଯେ, "ଏଥିରୁ ବାହାରକୁ ଆସୁଛି ।" ତାହା...ୟଜ୍ଞ କରିବା ପୂର୍ବରୁ, କିପରି ସେ ମନ୍ତ୍ର ଶକ୍ତିଶାଳୀ ଅଟେ, ତାହା ପଶୁବଳି ଦେଇ ଏବଂ ତାକୁ ପୁନଃ ନୂଆ ଜୀବନ ଦେଇ ପରୀକ୍ଷଣ କରାଯାଉଥିଲା । ତାପରେ ଏହା ବୁଝା ଯାଉଥିଲା ଯେ ଯେଉଁ ପୂଜାରୀମାନେ ମନ୍ତ୍ର ଉଚ୍ଚାରଣ କରୁଥିଲେ, ତାହା ଠିକ୍ ଅଛି । ତାହା ଏକ ପରୀକ୍ଷଣ ଅଟେ । ପଶୁ ହତ୍ୟା ପାଇଁ ନୁହେଁ । କିନ୍ତୁ ଏହି ଦୁର୍ଜନମାନେ, ପଶୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ଦୃଷ୍ଟାନ୍ତ ଦେଉଥିଲେ, "ଏଠାରେ ପଶୁ ହତ୍ୟା ଆଛି ।" ଯେପରିକି କଲିକତାରେ....ତୁମେ କଲିକତା ଯାଇଛକି? ଏବଂ ସେଠାରେ ଏକ ମାର୍ଗ ଅଛି, କଲେଜ ସ୍ଟ୍ରିଟ୍ । ଏବେ ତାହାର ଭିନ୍ନ ନାମ ଅଛି । ସମ୍ଭବତଃ ଏହାର ନାମ ବିଧାନ ରାୟ (?) । ସେହିପରି... କେମିତି ବି, ତେଣୁ ସେଠାରେ କିଛି ବଧସ୍ଥାନ ଥିଲା । ତେଣୁ ବଧସ୍ଥାନ ଅର୍ଥାତ୍ ହିନ୍ଦୁମାନେ, ମୁସଲମାନମାନଙ୍କ ଦୋକାନରୁ ସେମାନେ ମାଂସ କିଣୁ ନ ଥିଲେ । ତାହା ଅଶୁଦ୍ଧ ଅଟେ । ଏକା କଥା:ମଳ ଏପଟେ ଏବଂ ସେପଟେ । ସେମାନେ ମାଂସ ଖାଉଥିଲେ, ଏବଂ ହିନ୍ଦୁ ଦୋକାନ ଶୁଦ୍ଧ, ମୁସଲମାନ ଦୋକାନ ଅଶୁଦ୍ଧ ଅଟେ । ଏହିସବୁ ମାନସିକ ଧାରଣା ଅଟେ । ଧର୍ମ ଏହିପରି ଚାଲୁଛି । ଏଥିପାଇଁ...ଏଥିପାଇଁ ଲଢ଼େଇ ଚାଲିଛି:"ମୁଁ ହିନ୍ଦୁ," "ମୁଁ ମୁସଲମାନ," ମୁଁ ଖ୍ରୀଷ୍ଟିୟାନ୍ ।" କେହି ଧର୍ମ ଜାଣି ନାହାଁନ୍ତି । ତୁମେ ଦେଖୁଛ? ଏହି ଦୁର୍ଜନମାନେ ଧର୍ମ ଛାଡ଼ିଦେଇଛନ୍ତି । କିଛି ଧର୍ମ ନାହିଁ । ପ୍ରକୃତ ଧର୍ମ ହେଉଛି ଏହି କୃଷ୍ଣ ଚେତନା, ଯାହା ଭଗବାନଙ୍କୁ କିପରି ପ୍ରେମ କରିବ ତାହା ଶିକ୍ଷାଏ । ବାସ୍ । ତାହା ହେଉଛି ଧର୍ମ । କୌଣସି ଧର୍ମ, ହିନ୍ଦୁ, ବା ମୁସଲିମ୍, ବା ଖ୍ରୀଷ୍ଟିୟାନ୍ ଏହା କିଛି ଫରକ ପକାଏ ନାହିଁ । ଯଦି ତୁମେ ଭଗବାନଙ୍କ ପ୍ରତି ପ୍ରେମ ବିକାଶୀତ କରିପାର, ତେବେ ତୁମେ ତୁମ ଧର୍ମରେ ନିପୁଣ ଅଟ ।