OR/Prabhupada 0030 - କୃଷ୍ଣ କେବଳ ଉପଭୋଗ କରନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0030 - in all Languages Category:OR-Quotes - 1970 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 8: Line 8:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0029 - ବୁଦ୍ଧ ରାକ୍ଷାସ ମାନଙ୍କ ସହ ଛଳ କରିଲେ|ପୂର୍ବ ପୃଷ୍ଠା - ବିଡିଓ 0029|OR/Prabhupada 0031 - ମୋର ଶବ୍ଦ ଓ ପ୍ରଶିକ୍ଷଣ ଦ୍ଵାରା ଜୀବନ ବିତାଅ|ପର ପୃଷ୍ଠା - ବିଡିଓ 0031}}
{{1080 videos navigation - All Languages|Oriya|OR/Prabhupada 0029 - ବୁଦ୍ଧ ରାକ୍ଷାସ ମାନଙ୍କ ସହ ଛଳ କରିଲେ|0029|OR/Prabhupada 0031 - ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର|0031}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|RS-GBYnnIy0|କୃଷ୍ଣ କେବଳ ଉପଭୋଗ କରନ୍ତି<br />- Prabhupāda 0030}}
{{youtube_right|JmnL7d590j0|କୃଷ୍ଣ କେବଳ ଉପଭୋଗ କରନ୍ତି<br />- Prabhupāda 0030}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:18, 16 October 2018



Sri Isopanisad, Mantra 2-4 -- Los Angeles, May 6, 1970

"ଯଦିଓ ପରମପୁରୁଷ ଭଗବାନ୍ ତାଙ୍କ ଧାମରେ ସ୍ଥାୟୀ ଭାବରେ ରହନ୍ତି, ସେ ମନଠାରୁ ମଧ୍ୟ ଅଧିକ ତୀବ୍ର ଅଟନ୍ତି ଏବଂ ଅନ୍ୟ ସମସ୍ତଙ୍କୁ ହରେଇ ପାରନ୍ତି । ଶକ୍ତିଶାଳୀ ଦେବତା ତାଙ୍କ ପାଖରେ ପହଞ୍ଚି ପାରନ୍ତି ନାହିଁ । ଯଦିଓ ସେ ଏକ ସ୍ଥାନରେ ସ୍ଥିର, ତାଙ୍କର ନିୟନ୍ତ୍ରଣ ଯେଉଁମାନେ ପବନ, ବର୍ଷା ଯୋଗାଇ ଦିଅନ୍ତି ତାଙ୍କ ଉପରେ ଅଛି । ସେ ଉକୃଷ୍ଠତାରେ ସମସ୍ତଙ୍କଠାରୁ ଆଗରେ ।" ବ୍ରହ୍ମ ସଂହିତାରେ ମଧ୍ୟ ଏହା ସ୍ଵୀକାର କରାଯାଇଅଛି:ଗୋଲକ ଏବ ନିବସତି ଅଖିଳାତ୍ମା-ଭୂତଃ (Bs. 5.37) । କୃଷ୍ଣ, ଯଦିଓ ସେ ସର୍ବଦା ଗୋଲକ ବୃନ୍ଦାବନରେ ରୁହନ୍ତି, ତାଙ୍କୁ କିଛି କରିବାକୁ ପଡ଼େ ନାହିଁ । ସେ କେବଳ ତାଙ୍କ ସାଥିମାନଙ୍କ ସଙ୍ଗତି ଉପଭୋଗ କରନ୍ତି, ଗୋପୀମାନେ, ଗୋପାଳ ବାଳକମାନେ, ତାଙ୍କର ମାତା, ତାଙ୍କର ପିତା ସ୍ଵତନ୍ତ୍ର, ସଂପୁର୍ଣ୍ଣ ସ୍ଵତନ୍ତ୍ର । ଏବଂ ଯେଉଁମାନେ ସହଯୋଗୀ ସେମାନେ ଅଧିକ ସ୍ଵତନ୍ତ୍ର । କାରଣ ଯେତେବେଳେ ସହଯୋଗୀମାନେ ବିପଦରେ ପଡ଼ନ୍ତି, କୃଷ୍ଣ ଉତ୍କଣ୍ଠିତ ରୁହନ୍ତି କି ସେମାନଙ୍କୁ କିପରି ରକ୍ଷା କରିବେ, କିନ୍ତୁ ସହଯୋଗୀମାନେ, ସେମାନଙ୍କର କିଛି ଉତ୍କଣ୍ଠା ନ ଥାଏ । "ଓ କୃଷ୍ଣ ତ ଅଛନ୍ତି ।" ଟିକିଏ ଦେଖ । ସହଯୋଗୀମାନେ, ସେମାନଙ୍କର ଉତ୍କଣ୍ଠା ନାହିଁ । କିଛି ବି ହେଉଥାଉ, ତୁମେ କୃଷ୍ଣ ପୁସ୍ତକରେ ପଢ଼ିଥିବ- ଅନେକ ବିପଦ । ବାଳକମାନେ, କୃଷ୍ଣଙ୍କ ସହିତ, ପ୍ରତିଦିନ ତାଙ୍କର ବାଛୁରୀ ଏବଂ ଗାଈ ନେଇ ଯାଆନ୍ତି ଏବଂ ଯମୁନା ନଦୀ କୂଳରେ ଥିବା ଜଙ୍ଗଲରେ ଖେଳନ୍ତି, ଏବଂ କଂସ ସେମାନଙ୍କର ବିନାଶ କରିବା ପାଇଁ କିଛି ରାକ୍ଷାସ ପଠାଏ । ତେଣୁ ତୁମେ ଦେଖିଛ, ତୁମେ ଛବି ମଧ୍ୟ ଦେଖିପାର । ତେଣୁ ସେମାନେ କେବଳ ଉପଭୋଗ କରନ୍ତି କାରଣ ତାଙ୍କର ଏତେ ବିଶ୍ଵାସ ଅଛି । ତାହା ଆଧ୍ୟାତ୍ମିକ ଜୀବନ । ଅବଶ୍ୟ ରକ୍ଷିବେ କୃଷ୍ଣ ବିଶ୍ଵାସ ପାଳନ । ଏହି ଦୄଢ଼ ବିଶ୍ଵାସ, ଯେ, "କୌଣସି ବି ସ୍ଥିତିରେ କୃଷ୍ଣ ମୋତେ ରକ୍ଷା କରିବେ," ଏହା ହିଁ ଆତ୍ମସମର୍ପଣ ।

ଛଅ ପ୍ରକାରର ଆତ୍ମସମର୍ପଣ ଅଛି । ପ୍ରଥମ କଥା ଏହିକି ଯେ ଭକ୍ତି ସେବା ପାଇଁ ଯାହା ଅନୁକୂଳ ତାହା ଆମେ ସ୍ଵୀକାର କରିବା ଉଚିତ୍; ଯାହା ଭକ୍ତିସେବା ପାଇଁ ପ୍ରତିକୂଳ ଆମେ ତାହା ତ୍ୟାଗ କରିବା ଉଚିତ୍ । ଏବଂ ତାପରେ ଭଗବାନଙ୍କର ସହଯୋଗୀମାନଙ୍କ ସହିତ ନିଜର ପରିଚୟ କରାଇବା । ଯେପରିକି କୃଷ୍ଣଙ୍କର ଅନେକ ସହଯୋଗୀ ଅଛନ୍ତି, ତୁମେ ବି...ତାହା ହୋଇପାରିବ, ନିଶ୍ଚୟ...କୃତ୍ରିମ ରୂପରେ ନୁହେଁ । ଯେତେବେଳେ ତୁମେ ଉନ୍ନତି କରିବ ତୁମେ କୃଷ୍ଣଙ୍କ ସହିତ ତୁମର ସମ୍ଵନ୍ଧ କ'ଣ ବୁଝିପାରିବ । ତାପରେ ଯଦି ତୁମେ ସେହି ସହଯୋଗୀମାନଙ୍କ ସହିତ ତୁମର ପରିଚୟ କରାଅ, ତେବେ ପରବର୍ତ୍ତୀ ସ୍ଥିତି ଏହି ବିଶ୍ଵାସ ଯେ "କୃଷ୍ଣ ମୋତେ ସୁରକ୍ଷା ପ୍ରଦାନ କରିବେ ।" ବାସ୍ତବରେ, ସେ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରନ୍ତି । ଏହା ଏକ ତଥ୍ୟ ଅଟେ । କିନ୍ତୁ ମାୟାରେ ଆମେ ଭାବୁଛୁ ଯେ ଆମେ ନିଜର ସୁରକ୍ଷା କରୁଛୁ, ଆମେ ନିଜର ପାଳନ କରୁଛୁ । ନା, ତାହା ତଥ୍ୟ ନୁହେଁ ।