OR/Prabhupada 0039 - ଆଧୁନିକ ପ୍ରଶାସକ ଏକ ପୁତ୍ତଳି ସଦୃଶ

Revision as of 15:22, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on SB 1.10.3-4 -- Tehran, March 13, 1975

ତେଣୁ ଯୁଦ୍ଧିଷ୍ଠିରଙ୍କ ପରି ଏକ ଆଦର୍ଶ ରାଜା, ସେ ନା କେବଳ ଭୂପୃଷ୍ଠରେ, ସମୁଦ୍ର ଉପରେ, ସମସ୍ତ ଗ୍ରହମାନଙ୍କ ଉପରେ ଶାସନ କରିପାରିବେ । ଏହା ହେଉଛି ଆଦର୍ଶ ।

"ଆଧୁନିକ ଇଂରାଜୀ ଜ୍ୟେଷ୍ଠତ୍ଵର ନିୟମ, କିମ୍ଵା ଜ୍ୟେଷ୍ଠ ଦ୍ଵାରା ଉତ୍ତରାଧିକାରର ନିୟମ, ସେତେବେଳେ ମଧ୍ୟ ପ୍ରଚଳିତ ଥିଲା ଯେତେବେଳେ ମାହାରାଜା ଯୁଦ୍ଧିଷ୍ଠିର ପୃଥିବୀ ଏବଂ ସମୁନ୍ଦ୍ର ଉପରେ ଶାସନ କରୁଥିଲେ ।" ଅର୍ଥାତ୍ ସମୁଦ୍ର ସହିତ ସମଗ୍ର ଗ୍ରହ ।

"ସେତେବେଳେ ହସ୍ତିନାପୁରର ରାଜା, ବର୍ତ୍ତମାନ ନୂଆ ଦିଲ୍ଲୀର ଅଂଶ, ସମୁଦ୍ର ସହିତ, ଦୁନିଆର ମହାରାଜା ଥିଲେ, ମହାରାଜା ପରୀକ୍ଷିତଙ୍କର ସମୟ ପର୍ଯ୍ୟନ୍ତ, ମାହାରାଜା ଯୁଦ୍ଧିଷ୍ଠିରଙ୍କର ନାତି । ତାଙ୍କର ସାନ ଭାଇମାନେ ରାଜ୍ୟର ମନ୍ତ୍ରୀ ଏବଂ ସେନାପତି ରୂପେ କାର୍ଯ୍ୟ କରୁଥିଲେ, ଏବଂ ରାଜାଙ୍କର ଧର୍ମିକ ଭାଇମାନଙ୍କ ମଧ୍ୟରେ ପୂର୍ଣ୍ଣ ସହଯୋଗ ଥିଲା । ମାହାରାଜା ଯୁଦ୍ଧିଷ୍ଠର ଆଦର୍ଶ ରାଜା ଥିଲେ କିମ୍ଵା ସେ କୃଷ୍ଣଙ୍କର ପ୍ରତିନିଧି ଥିଲେ..." ରାଜା କୃଷ୍ଣଙ୍କର ପ୍ରତିନିଧି ହେବା ଉଚିତ୍ । "...ପୃଥିବୀର ସାମ୍ରାଜ୍ୟ ଉପରେ ଶାସନ କରିବା ପାଇଁ ଏବଂ ସେ ରାଜା ଇନ୍ଦ୍ର ସହିତ ତୁଳନୀୟ, ସ୍ଵର୍ଗୀୟ ଗ୍ରହମାନଙ୍କର ପ୍ରତିନିଧି ଶାସକ । ଦେବତା ଯେପରିକି, ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ବରୁଣ, ବାୟୁ, ଇତ୍ୟାଦି, ବ୍ରହ୍ମାଣ୍ତର ବିଭିନ୍ନ ଗ୍ରହମାନଙ୍କର ପ୍ରତିନିଧି ରାଜା ଅଟନ୍ତି ।

ଏବଂ ସେହିପରି ମାହାରାଜା ଯୁଦ୍ଧିଷ୍ଠିର ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ, ପୃଥିବୀ ଉପରେ ଶାସନ କରୁଥିଲେ । ମହାରାଜା ଯୁଦ୍ଧିଷ୍ଠିର ଜଣେ ବିଶିଷ୍ଟ ରୂପରେ ଅଜ୍ଞାତ ଆଧୁନିକ ପ୍ରଜାତନ୍ତ୍ରର ରାଜନୀତିକ ନେତା ନ ଥିଲେ । ମାହାରାଜା ଯୁଦ୍ଧିଷ୍ଠିରଙ୍କୁ ଭୀଷ୍ମଦେବ ଏବଂ ଅଚୁକ ଭଗବାନ କୃଷ୍ଣ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ, ଏବଂ ସେଥିପାଇଁ ତାଙ୍କର ପୂର୍ଣ୍ଣତା ଭାବେ ସବୁଥିରେ ପୂର୍ଣ୍ଣ ଜ୍ଞାନ ଥିଲା । ରାଜ୍ୟର ଆଧୁନିକ ନିର୍ବାଚିତ ମୂଖ୍ୟ ପ୍ରଶାସକ ଏକ ପୁତ୍ତଳି ସଦୃଶ କାରଣ ତାଙ୍କ ପାଖରେ କୌଣସି ରଜସୀ କ୍ଷମତା ନାହିଁ, ଏପରିକି ସେ ମାହାରାଜା ଯୁଦ୍ଧିଷ୍ଠିରଙ୍କ ପରି ପ୍ରବୁଦ୍ଧ ହେଲେ ମଧ୍ୟ, ତାର ସ୍ଵାଭାବିକ ସ୍ଥିତି ଯୋଗୁଁ ସେ ତା ନିଜର ମଙ୍ଗଳ କାମନା ମଧ୍ୟ କିଛି କରିପାରେ ନାହିଁ । ସେଥିପାଇଁ, ପୃଥିବୀରେ ଅନେକ ରାଜ୍ୟ କଳହ କରୁଛନ୍ତି ଏହାର କାରଣ ବିଚାରଧାରାରେ ଭିନ୍ନତା କିମ୍ଵା ଅନ୍ୟ ସ୍ଵାର୍ଥପର ଉଦ୍ଦେଶ୍ୟ । କିନ୍ତୁ ମାହାରାଜା ଯୁଦ୍ଧିଷ୍ଠିରଙ୍କ ପରି ଏକ ରାଜାର ନିଜର କୌଣସି ବିଚାରଧାରା ନ ଥିଲା । ତାଙ୍କର କାମ କେବଳ ଅଚୁକ ଭଗବାନ୍ ଏବଂ ଭଗବାନଙ୍କର ପ୍ରତିନିଧିଙ୍କ ନିର୍ଦ୍ଦେଶ ପାଳନ କରିବା ଥିଲା, ଏବଂ ଅଧିକୃତ ପ୍ରତିନିଧି, ଭୀଷ୍ମଦେବଙ୍କର । ଏହା ଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇଛି ଯେ ଆମେ ଏକ ମହାନ ଅଧିକାରୀଙ୍କୁ ଅନୁସରଣ କରିବା ଉଚିତ୍ ଏବଂ ଅଚୁକ ଭଗବାନଙ୍କୁ କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ଏବଂ ନିର୍ମିତ ବିଚାରଧାରା ବିନା । ସେଥିପାଇଁ, ମାହାରାଜା ଯୁଦ୍ଧିଷ୍ଠିରଙ୍କ ପାଇଁ ସମଗ୍ର ପୃଥିବୀ,ସମୁଦ୍ର ଉପରେ ଶାସନ କରିବା ସମ୍ଭବପର ହୋଇପାରିଲା, କାରଣ ତାଙ୍କର ସିଦ୍ଧାନ୍ତ ଅଚୁକ ଥିଲା ଏବଂ ସମସ୍ତଙ୍କ ଉପରେ ସମାନ ରୂପେ ଲାଗୁ ଥିଲା ।

ଏକ ରାଷ୍ଟ୍ରର ଧାରଣା ପୁରା କରିପାରିବାକୁ ହେଲେ ଆମକୁ ଅଚୁତ ଅଧିକାରୀଙ୍କୁ ଅନୁସରଣ କରିବାକୁ ପଡ଼ିବ । ଜଣେ ଅସଂପୂର୍ଣ୍ଣ ବ୍ୟକ୍ତି ସମସ୍ତଙ୍କୁ ସ୍ଵୀକାର ହେଲାପରି ବିଚାରଧାରାର ନିର୍ମାଣ କରିପାରେ ନାହିଁ । କେବଳ ଜଣେ ପୂର୍ଣ୍ଣ ଏବଂ ଅଚୁତ ବ୍ୟକ୍ତି ଏକ କାର୍ଯ୍ୟକ୍ରମ ରଚନା କରିପାରିବ ଯାହା ସବୁସ୍ଥାନରେ ଲାଗୁ ହୁଏ ଏବଂ ଦୁନିଆର ସମସ୍ତଙ୍କ ଦ୍ଵାରା ଅନୁସରଣ କରାଯାଏ । ଏପରି ବ୍ୟକ୍ତି ଯିଏ ଶାସନ କରିବା ଉଚିତ୍, ଏବଂ କୌଣସି ଅବ୍ୟକ୍ତିକ ସରକାର ନୁହେଁ । ଯଦି ବ୍ୟକ୍ତି ପୂର୍ଣ୍ଣ ଅଟେ, ତାହାହେଲେ ସରକାର ପୂର୍ଣ୍ଣ ହୋଇପାରିବ । ଯଦି ଜଣେ ବ୍ୟକ୍ତି ମୂର୍ଖ, ତେବେ ସରକାର କାଳ୍ପନିକ ଅଟେ । ତାହା ପ୍ରକୃତିର ନିୟମ ଅଟେ । ଅନେକ କାହାଣୀ ଅଛି ଅପୂର୍ଣ୍ଣ ରାଜା କିମ୍ଵା ପ୍ରଶାସକ ମୂଖ୍ୟମାନଙ୍କର । ସେଥିପାଇଁ ପ୍ରଶାସକ ମୂଖ୍ୟ ମହାରାଜା ଯୁଦ୍ଧିଷ୍ଠରଙ୍କ ପରି ପ୍ରଶିକ୍ଷିତ ବ୍ୟକ୍ତି ହେବା ଉଚିତ୍, ଏବଂ ତାଙ୍କ ପାଖରେ ଦୁନିଆ ଉପରେ ଶାସନ କରିବା ପାଇଁ ପୂର୍ଣ୍ଣ ନିରଂକୁଶ ଶକ୍ତି ଥିବା ଉଚିତ୍ । ଏକ ସଂଯୁକ୍ତ ରାଷ୍ଟର ଧାରଣା କେବଳ ମହାରାଜା ଯୁଦ୍ଧିଷ୍ଠରଙ୍କ ପରି ଏକ ଆଦର୍ଶ ରାଜାଙ୍କର ଶାସନକାଳରେ ଆକାର ନେଇପାରିବ । ସେଦିନମାନଙ୍କରେ ଦୁନିଆ ସୁଖୀ ଥିଲା କାରଣ ଦୁନିଆ ଉପରେ ଶାସନ କରିବା ପାଇଁ ମାହାରାଜା ଯୁଦ୍ଧିଷ୍ଠିରଙ୍କ ପରି ରାଜା ଥିଲେ ।" ଏହି ରାଜା ମହାରାଜା ଯୁଦ୍ଧିଷ୍ଠିରଙ୍କୁ ଅନୁସରଣ କରିବା ଉଚିତ୍ ଏବଂ ଏକ ଉଦାହରଣ ଦେବା ଉଚିତ୍ ଯେ କିପରି ରାଜତନ୍ତ୍ର ଏକ ଅଦର୍ଶ ରାଜ୍ୟ ହୋଇପାରିବ । ଶାସ୍ତ୍ରମାନଙ୍କରେ ନିର୍ଦ୍ଦେଶ ଦିଆଯଇଛି, ଏବଂ ଯଦି ସେ ଏହାକୁ ଅନୁସରଣ କରେ, ସେ ଏପରି କରିପାରିବ । ତାଙ୍କ ପାଖରେ ଶକ୍ତି ଅଛି ।

କାରଣ ସେ ଏକ ପୂର୍ଣ୍ଣ ରାଜା ଥିଲେ, ତେଣୁ କୃଷ୍ଣଙ୍କର ପ୍ରତିନିଧି ଥିଲେ, ସେଥିପାଇଁ, କାମଂ ବବର୍ଶ ପରଜନ୍ୟଃ (SB 1.10.4) । ପରଜନ୍ୟଃ ଅର୍ଥାତ୍ ବର୍ଷା । ତେଣୁ ବର୍ଷା ଜୀବନର ସମସ୍ତ ଆବଶ୍ୟକତାମାନଙ୍କୁ ଯୋଗାଇବା ପାଇଁ ମୌଳିକ ସିଦ୍ଧାନ୍ତ ଅଟେ, ବର୍ଷା । ସେଥିପାଇଁ ଭଗବଦ୍ ଗୀତାରେ କୁହନ୍ତି, ଆନନ୍ଦ୍ ଭବନ୍ତି ଭୂତାନି ପର୍ଜନ୍ୟାଦ୍ ଅନ୍ନ-ସମ୍ଭବଃ (BG 3.14) । ଯଦି ତୁମେ ଲୋକମାନଙ୍କୁ ଖୁସୀ କରିବାକୁ ଚାହୁଁଛ, ଉଭୟ ମନୁଷ୍ୟ ଏବଂ ପଶୁ... ପଶୁ ମଧ୍ୟ ଅଛନ୍ତି । ସେମାନେ... ଏହି ଦୁର୍ଜନ ରାଜ୍ୟ ପ୍ରଶାସକ, ବେଳେ ବେଳେ ସେମାନେ ଦେଖାନ୍ତି ଯେ ସେମାନେ ଲୋକମାନଙ୍କର ଲାଭ କରୁଛନ୍ତି କିନ୍ତୁ ପଶୁମାନଙ୍କ ପାଇଁ କିଛି ଲାଭ ନାହିଁ । କାହିଁକି?କାହିଁକି ଏହି ଅନ୍ୟାୟ? ସେମାନେ ମଧ୍ୟ ଏହି ଭୂମିରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନେ ମଧ୍ୟ ଜୀବ ଅଟନ୍ତି । ସେମାନେ ପଶୁ ହୋଇପାରନ୍ତି । ସେମାନଙ୍କର ବୁଦ୍ଧିମତା ନାହିଁ । ସେମାନଙ୍କର ବୁଦ୍ଧି ଅଛି, ମନୁଷ୍ୟମାନଙ୍କ ପରି ନୁହେଁ, କିନ୍ତୁ ଏହାର ମାନେ ଏହା ନୁହେଁ ଯେ ନିୟମିତ ବଦ୍ଧସ୍ଥଳି ସେମାନଙ୍କର ବଦ୍ଧ କରିବା ପାଇଁ ନିର୍ମାଣ କରାଯିବ? ଏହା ନ୍ୟାୟ କି? ଏବଂ କେବଳ ସେତିକି ନୁହେଁ, କିନ୍ତୁ କେହି, ଯଦି ରାଜ୍ୟକୁ ଆସେ, ରଜା ସେମାନଙ୍କୁ ଆଶ୍ରୟ ଦେବା ଉଚିତ୍ । ଭେଦଭାବ କାହିଁକି? ଯେ କେହି ଆଶ୍ରୟ ନେଇପାରେ, "ମହାଶୟ, ମୁଁ ଆପଣଙ୍କ ରାଜ୍ୟରେ ରହିବାକୁ ଚାହୁଁଛି," ତେଣୁ ତାକୁ ସମସ୍ତ ସୁବୁଧା ଦିଆଯିବା ଉଚିତ୍ । ଏହା କାହିଁକି, "ନା, ନା, ତୁମେ ଆସିପାରିବ ନାହିଁ । ତୁମେ ଆମେରିକିୟ, ତୁମେ ଭାରତୀୟ । ତୁମେ ଏହା"? ନା । ଏପରି ଅନେକ କଥା ଅଛି । ଯଦି ସେମାନେ ବାସ୍ତବରେ ସିଦ୍ଧାନ୍ତ ଅନୁସରଣ କରନ୍ତି, ବୈଦିକ ସିଦ୍ଧାନ୍ତ, ତେବେ ଆଦର୍ଶ ରାଜା ଏକ ଭଲ ନେତା ହୋଇ ପାରିବ । ଏବଂ ପ୍ରକୃତି ସାହାର୍ଯ୍ୟ କରିବ । ସେଥିପଇଁ ଏହା କୁହାଯାଇଛି ଯେ ମହାରାଜା ଯୁଦ୍ଧିଷ୍ଠିରଙ୍କର ଶାସନକାଳରେ, କାମଂ ବବର୍ଷ ପରଜନ୍ୟାଃ ସର୍ବ-କାମ-ଦୁଘା ମହି (SB 1.10.4) । ମହି, ପୃଥିବୀ । ତୁମକୁ ତୁମର ସମସ୍ତ ଆବଶ୍ୟକତା ପୃଥିବୀରୁ ମିଳେ । ଏହା ଆକାଶରୁ ପଡ଼େ ନାହିଁ । ହଁ, ଏହା ଆକାଶରୁ ବର୍ଷା ମଧ୍ୟମରେ ପଡ଼େ । କିନ୍ତୁ ସେମାନେ କିପରି ବିଭିନ୍ନ ବ୍ୟବସ୍ଥା ଦ୍ଵାରା ଜିନିଷଗୁଡ଼ିକ ପୃଥିବୀରୁ ଆସୁଛି ତାହାର ବିଜ୍ଞାନ ଜାଣିନାହାଁନ୍ତି । କିଛି ସର୍ତ୍ତ ଏବଂ ନକ୍ଷତ୍ରୀୟ ପ୍ରଭାବ ଯୋଗୁଁ ବର୍ଷା ହୁଏ । ତାପରେ ଅନେକ ଜିନିଷ, ମୂଲ୍ୟବାନ ପଥର,ମୋତି ଉତ୍ପାଦନ କରାଯାଏ । ସେମାନଙ୍କୁ ଏହା ଜଣାନାହିଁ ଯେ ଏହି ଜିନିଷଗୁଡ଼ିକ କିପରି ଆସୁଛି । ତେଣୁ ସେଥିପାଇଁ, ଯଦି ରାଜା ଧାର୍ମିକ ଅଟେ, ତେବେ ପ୍ରକୃତି ମଧ୍ୟ ତାଙ୍କୁ ସହଯୋଗ କରେ । ଏବଂ ଯଦି ରାଜା, ସରକାର ଅଧର୍ମୀ ଅଟନ୍ତି, ତେବେ ପ୍ରକୃତି ସହଯୋଗ କରେ ନାହିଁ ।