OR/Prabhupada 0063 - ମୁଁ ଏକ ମାହାନ୍ ମୃଦଙ୍ଗ ବାଦକ ହେବା ଉଚିତ୍

Revision as of 06:00, 27 October 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0063 - in all Languages Category:OR-Quotes - 1975 Category:OR-Quotes - Arr...")
(diff) ← Older revision | Latest revision (diff) | Newer revision → (diff)


Arrival Lecture -- Dallas, March 3, 1975

ତେଣୁ ମୁଁ ଏଠାରେ ଏହି ବାତାବରଣ ଦେଖି ଅତ୍ୟନ୍ତ ପ୍ରସନ୍ନ । ଶିକ୍ଷା ଅର୍ଥାତ୍ କୃଷ୍ଣ ଚେତନା । ତାହା ହେଉଛି ଶିକ୍ଷା । ଯଦି ଆମେ କେବଳ ବୁଝିପାରିବା ଯେ "କୃଷ୍ଣ ହେଉଛନ୍ତି ପରମ ପୁରୁଷ । ସେ ମାହାନ୍ ଅଟନ୍ତ, ଏବଂ ଆମେ ସମସ୍ତେ ତାଙ୍କ ଅଧିନରେ ଅଛୁ । ତେଣୁ ଆମର କର୍ତ୍ତବ୍ୟ ହେଉଛି କୃଷ୍ଣଙ୍କର ସେବା କରିବା ।" ଏହି ଦୁଇ ପଂକ୍ତିକୁ, ଯଦି ଆମେ ବୁଝିପାରିବା, ତେବେ ଆମର ଜୀବନ ସିଦ୍ଧ ହେବ । ଯଦି ଆମେ କେବଳ ଶିଖିବା କିପରି କୃଷ୍ଣଙ୍କୁ ପୂଜା କରିବା, କିପରି ତାଙ୍କୁ ପ୍ରସନ୍ନ କରିବା, କିପରି ତାଙ୍କୁ ଭଲଭାବରେ ସଜାଇବା, କିପରି ତାଙ୍କୁ ଭଲ ଖାଦ୍ୟ ପଦାର୍ଥ ଦେବା, କିପରି ତାଙ୍କୁ ଅଳଙ୍କାର ଏବଂ ଫୁଲରେ ସଜାଇବା, କିପରି ତାଙ୍କୁ ସମ୍ନାନ ପୂର୍ବକ ଦଣ୍ତବତ ପ୍ରଣାମ କରିବା, କିପରି ତାଙ୍କ ନାମ ଜପ କରିବା, ଏହି ପରି ଭାବରେ, ଯଦି ଆମେ କେବଳ ଭାବିବା, କୌଣସି ତଥା କଥିତ ଶିକ୍ଷା ବିନା ଆମେ ଏହି ବ୍ରହ୍ମାଣ୍ତରେ ଦୋଷହୀନ ବ୍ୟକ୍ତି ହୋଇପାରିବା । ଏହା କୃଷ୍ଣ ଚେତନା ଅଟେ । ଏଥି ପାଇଁ ଏ ବି ସି ଡି ଶିକ୍ଷାର ଆବଶ୍ୟକତା ନାହିଁ । ଏଥିପାଇଁ କେବଳ ଚେତନାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି । ତେଣୁ ଯଦି ଏହି ପିଲାମାନଙ୍କୁ ତାଙ୍କ ଜୀବନର ପ୍ରାରମ୍ଭରୁ ଶିକ୍ଷା ଦିଆଯାଏ... ଆମେ ଏହିପରି ଆମର ମାତା ପିତାଙ୍କ ଦ୍ଵାରା ପ୍ରଶିକ୍ଷିତ ହେବା ପାଇଁ ସୁଯୋଗ ପାଇଲୁ । ଅନେକ ସାଧୁ ବ୍ୟକ୍ତି ମୋ ପିତାଙ୍କ ଘରକୁ ଆସୁଥିଲେ । ମୋ ପିତା ଜଣେ ବୈଷ୍ଣବ ଥିଲେ । ସେ ବୈଷ୍ଣବ ଥିଲେ, ଏବଂ ସେ ଚାହୁଁଥିଲେ ମୁଁ ବି ଏକ ଵୈଷ୍ଣବ ହେବି । ଯେତେବେଳେ ଜଣେ ସାଧୁ ବ୍ୟକ୍ତି ଆସୁଥିଲେ, ସେ ତାଙ୍କୁ କହୁଥିଲେ, "ଦୟାକରି ମୋ ପୁତ୍ରକୁ ଆଶୀର୍ବାଦ ଦିଅନ୍ତୁ ଯେ ସେ ରାଧାରାଣୀଙ୍କର ଏକ ସେବକ ହୋଇପାରିବ ।" ତାହା ତାଙ୍କର ପ୍ରାର୍ଥନା ଥିଲା । ସେ କେବେ ଅନ୍ୟକିଛି ପ୍ରାର୍ଥନା କରି ନାହାଁନ୍ତି । ଏବଂ ସେ ମୋତେ ଶିକ୍ଷା ଦେଲେ କିପରି ମୃଦଙ୍ଗ ବଜାଯାଏ । ମୋ ମାତା ଏହାର ବିରୁଦ୍ଧରେ ଥିଲେ । ଦୁଇ ଜଣ ଶିକ୍ଷକ ଥିଲେ - ଜଣେ ଏ ବି ସି ଡି ଶିଖେଇବା ପାଇଁ, ଏବଂ ଜଣେ ମୋତେ ମୃଦଙ୍ଗ ଶିଖେଇବା ପାଇଁ । ତେଣୁ ଜଣେ ଶିକ୍ଷକ ଅପେକ୍ଷା କରନ୍ତି ଏବଂ ଆନ୍ୟ ଶିକ୍ଷକ ଜଣକ ମୋତେ କିପରି ମୃଦଙ୍ଗ ବଜାଯାଏ ତାହା ଶିଖଉ ଥିଲେ । ତେଣୁ ମୋ ମାତା ରାଗୁ ଥିଲେ ଯେ " ଏହି ବକବାସ କ'ଣ? ତୁମେ ମୃଦଙ୍ଗ ଶିଖଉଛ? ସେ ଏହି ମୃଦଙ୍ଗ ସହିତ କ'ଣ କରିବ?" କିନ୍ତୁ ମୋ ପିତା ସମ୍ଭବତଃ ଏହା ଚାହୁଁ ଥିଲେ ଯେ ମୁଁ ଭବିଷ୍ୟତରେ ଏକ ମାହାନ୍ ମୃଦଙ୍ଗ ବାଦକ ହେବା ଉଚିତ୍ । ସେଥିପାଇଁ ମୁଁ ମୋ ପିତାଙ୍କ ଠାରେ ଋଣୀ । ଏବଂ ମୁଁ ମୋ ପୁସ୍ତକ, କୃଷ୍ଣ ପୁସ୍ତକ, ତାଙ୍କୁ ସମର୍ପିତ କରିଛି । ସେ ଏହା ଚାହୁଁଥିଲେ । ସେ ଚାହୁଁଥିଲେ କି ମୁଁ ଭାଗବତ, ଶ୍ରୀମଦ୍-ଭାଗବତମ୍ ର ପ୍ରଚାରକ ହେବି, ଏବଂ ମୃଦଙ୍ଗ ବାଦକ, ଏବଂ ରାଧାରାଣୀଙ୍କର ସେବକ ହେବି । ତେଣୁ ସବୁ ମାତା ପିତା ସେପରି ଭାବିବା ଉଚିତ୍; ଅନ୍ୟଥା ଜଣେ ମାତା ଏବଂ ପିତା ହେବା ଉଚିତ୍ ନୁହେଁ । ଏହା ଶାସ୍ତ୍ରର ନିଷେଧାଜ୍ଞ ଅଟେ । ତାହା ଶ୍ରୀମଦ୍ ଭାଗବତମ୍ ର ପଞ୍ଚମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ପିତା ନ ସ ସ୍ୟାଜ ଜନନୀ ନ ସ ସ୍ୟାଦ ଗୁରୁର ନ ସ ସ୍ୟାତ୍ ସ୍ଵ-ଜନୋ ନ ସ ସ୍ୟାତ୍ । ଏହିପରି, ଉପସଂହାର ଏହିକି ଯେ, ନ ମୋଚୟେଦ ଯଃ ସମୁପେତ-ମୃତ୍ୟୁମ । ଯଦି ଜଣେ ତାର ଶିଷ୍ୟମାନଙ୍କୁ ବଞ୍ଚେଇବାକୁ ଅସମର୍ଥ ମୃତ୍ୟୁର ନିକଟବର୍ତ୍ତୀ ବିପଦରୁ, ସେ ଗୁରୁ ହେବା ଉଚିତ୍ ନୁହେଁ । ଜଣେ ମାତା ପିତା ହେବା ଉଚିତ୍ ନୁହେଁ ଯଦି ସେ ଏହା ନ କରିପାରିବେ । ଏହିପରି ଭାବରେ, ନା ସାଙ୍ଗସାଥି, ନା ବନ୍ଧୁବାନ୍ଧବ, ନା ପିତା, ନା..., ଯଦି ଜଣେ ଅନ୍ୟଜଣଙ୍କୁ ଏହା ଶିଖେଇ ନ ପାରେ କି କିପରି ମୃତ୍ୟୁ ମୁଖରୁ ବଞ୍ଚିପାରିବ ।

ତେଣୁ ସେହି ଶିକ୍ଷାର ଆବଶ୍ୟକତା ସମଗ୍ର ଦୁନିଆରେ ଅଛି । ଏବଂ ସରଳ କଥା ଏହିକି ଯେ ଜଣେ ପରିହାର କରିପାରିବ ଏହି ଜନ୍ମ, ମୃତ୍ୟ, ଜରା ଓ ବ୍ୟାଧିର ଜଞାଳକୁ କେବଳ କୃଷ୍ଣ ଚେତନାଶୀଳ ହେବା ଦ୍ଵାରା ।