OR/Prabhupada 0075 - ତୁମେ ଗୁରୁଙ୍କ ପାଖକୁ ଯିବା ଉଚିତ୍

Revision as of 15:40, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on SB 1.8.25 -- Mayapur, October 5, 1974

ଯେତେବେଳେ ଜଣେ ଉଚ୍ଚତର ପ୍ରଶ୍ନ ପଚାରିବା ପାଇଁ ଜିଜ୍ଞାସୁ ହୁଏ, ବ୍ରହ୍ମ-ଜିଜ୍ଞାସା, ତେବେ ତାକୁ ଏକ ଗୁରୁର ଆବଶ୍ୟକତା ହୁଏ । ତସ୍ମାଦ ଗୁରୁଂ ପ୍ରପଦୟେତ: "ବର୍ତ୍ତମାନ ତୁମେ ଉଚ୍ଚତର ଜ୍ଞାନ ସମ୍ବନ୍ଧରେ ବୁଝିବା ପାଇଁ ଜିଜ୍ଞାସୁ, ତେଣୁ ତୁମେ ଗୁରୁଙ୍କ ପାଖକୁ ଯିବା ଉଚିତ୍ । " ତସ୍ମାଦ ଗୁରୁଂ ପ୍ରପଦୟେତ । କିଏ? ଜିଜ୍ଞାସୁ ଶ୍ରେୟ ଉତ୍ତମମ । ଉତ୍ତମମ । ଉତ୍ତମମ ଅର୍ଥାତ୍ ଯାହା ଅନ୍ଧକାର ଠାରୁ ଉପରେ ଅଛି । ଏହି ସମଗ୍ର ଦୁନିଆ ଅନ୍ଧକାରରେ ଅଛି । ତେଣୁ ଜଣେ ଯିଏ ଅନ୍ଧକାର ଉପରକୁ ଯିବାକୁ ଚାହେଁ । ତମସୀ ମା ଜ୍ୟୋତିର୍ ଗମ । ବୈଦିକ ନିଷେଧାଜ୍ଞ ହେଉଛି: "ନିଜକୁ ଅନ୍ଧକାରରେ ରଖ ନାହିଁ । ପ୍ରକାଶ ଆଡ଼କୁ ଯାଅ । " ସେହି ପ୍ରକାଶ ହେଉଛି ବ୍ରହ୍ମ, ବ୍ରହ୍ମ-ଜିଜ୍ଞାସା, ତେଣୁ ଜଣେ ଯିଏ ଜିଜ୍ଞାସୁ... ଉତ୍ତମମ...ଉଦଗତ-ତମ ଯସ୍ମାତ୍ । ଉଦଗତ-ତମ । ତମ ଅର୍ଥାତ୍ ଅଜ୍ଞାନ । ତେଣୁ ଆଧ୍ୟାତ୍ମିକ ଦୁନିଆରେ, ସେଠାରେ ଅଜ୍ଞାନତା ନାହିଁ । ଜ୍ଞାନ । ମାୟାବାଦୀ ଦାର୍ଶନିକମାନେ, ସେମାନେ କେବଳ କୁହନ୍ତି ,ଜ୍ଞାନ, ଜ୍ଞାନବାନ । କିନ୍ତୁ ଜ୍ଞାନ ରୁଢ଼ିବାଦୀ ନୁହେଁ । ବିଭିନ୍ନ ପ୍ରକାରର ଜ୍ଞାନ ଅଛି । ଯେପରିକି ବୃନ୍ଦାବନରେ, ସେଠାରେ ଜ୍ଞାନ ଅଛି, କିନ୍ତୁ ବିଭିନ୍ନ ପ୍ରକାରର । କେହି କୃଷ୍ଣଙ୍କୁ ସେବକ ରୂପେ ପ୍ରେମ କରିବାକୁ ଚାହେଁ । କେହି କୃଷ୍ଣଙ୍କୁ ସାଙ୍ଗ ରୂପେ ପ୍ରେମ କରିବାକୁ ଚାହେଁ । କେହି କୃଷ୍ଣଙ୍କର ଐଶ୍ଵର୍ଯ୍ୟକୁ ପ୍ରଶଂସା କରିବାକୁ ଚାହେଁ । କେହି କୃଷ୍ଣଙ୍କୁ ପିତା ଏବଂ ମାତା ରୂପରେ ପ୍ରେମ କରିବାକୁ ଚାହେଁ । କେହି କୃଷ୍ଣଙ୍କୁ ପ୍ରେମିକା, ବୈବାହିକ ପ୍ରେମି ରୂପରେ ପ୍ରେମ କରିବାକୁ ଚାହେଁ - କିଛି କଥା ନାହିଁ । ତେଣୁ କେହି କୃଷ୍ଣଙ୍କୁ ଶତ୍ରୁ ରୂପେ ପ୍ରେମ କରିବାକୁ ଚାହେଁ । ଯେପରିକି କଂସ । ତାହା ମଧ୍ୟ ବୃନ୍ଦାବନ ଲୀଳା ଅଟେ । ସେ ସର୍ବଦା କୃଷ୍ଣଙ୍କୁ ଏକ ଭିନ୍ନ ରୂପରେ ସ୍ଣରଣ କରୁଥିଲା, କିପରି କୃଷ୍ଣଙ୍କର ହତ୍ୟା କରିବ । ପୁତନା, ସେ ମଧ୍ୟ କୃଷ୍ଣଙ୍କର ପ୍ରେମି ରୂପରେ ଆସିଥିଲା, ନିଜର ସ୍ତନରୁ କ୍ଷୀର ପିଆଇବା ପାଇଁ; କିନ୍ତୁ ଆନ୍ତରିକ ଇଛା ଥିଲା କିପରି କୃଷ୍ଣଙ୍କୁ ମାରିବ । କିନ୍ତୁ ତାହାକୁ ମଧ୍ୟ ଅପ୍ରତ୍ୟକ୍ଷ ପ୍ରେମ ରୂପରେ ନିଆଯାଇ ପାରିବ, ଅପ୍ରତ୍ୟକ୍ଷ ପ୍ରେମ । ଅନ୍ଵଯାତ ।

ତେଣୁ କୃଷ୍ଣ ହେଉଛନ୍ତି ଜଗଦ-ଗୁରୁ । ସେ ପ୍ରକୃତ ଶିକ୍ଷକ ଅଟନ୍ତି । ସେହି ଶିକ୍ଷକ ସ୍ଵୟଂ ଭଗବଦ୍ ଗୀତାରେ ଶିକ୍ଷା ଦେଉଛନ୍ତି, ଏବଂ ଆମେ ଦୁର୍ଜନମାନେ, ଶିକ୍ଷା ଗ୍ରହଣ କରୁ ନାହୁଁ । ଟିକେ ଦେଖ । ସେଥିପାଇଁ ଆମେମାନେ ମୂଢ଼ା ଅଟୁ । ଯେ କେହି ଜଗଦ-ଗୁରୁଙ୍କ ଠାରୁ ଶିକ୍ଷା ନେବା ପାଇଁ ଅଯୋଗ୍ୟ ଅଟନ୍ତି, ସେ ମୂଢ଼ା ଅଟେ । ସେଥିପାଇଁ ଆମର ପରୀକ୍ଷା ହେଉଛି: ଯଦି ଜଣେ କୃଷ୍ଣଙ୍କୁ ଜାଣି ନାହିଁ, ଯଦି ଜଣେ ଭଗବଦ୍ ଗୀତାକୁ କିପରି ଅନୁସରଣ କରିବ ଜାଣି ନାହିଁ, ଆମେ ତାକୁ ତୂରନ୍ତ ଦୁର୍ଜନ ଭାବୁ । କିଛି କଥା ନାହିଁ, ସେ ପ୍ରଧାନମନ୍ତ୍ରୀ ହୋଇପାରେ, ସେ ଉଚ୍ଚ ନ୍ୟାୟାଳୟର ବିଚାରପତି ହୋଇପାରେ, କିମ୍ଵା...ନା । "ନା, ସେ ପ୍ରଧାନମନ୍ତ୍ରୀ ଅଟେ । ସେ ଉଚ୍ଚ ନ୍ୟାୟାଳୟର ବିଚାରପତି ଅଟେ । ତଥାପି, ମୂଢ଼?" ହଁ । "କିପରି?" ମାୟୟାପହୃତଜ୍ଞାନା: (BG 7.15) "ତାର କୃଷ୍ଣଙ୍କ ସମ୍ଵନ୍ଧରେ କୌଣସି ଜ୍ଞାନ ନାହିଁ । ସେ ମାୟାରେ ଆଛାଦିତ ।" ମାୟୟାପହୃତଜ୍ଞାନା ଆସୁରଂ ଭାବମାଶ୍ରିତାଃ । ସେଥିପାଇଁ ସେ ମୂଢ଼ା । ତେଣୁ ସିଧା ସଳଖ ପ୍ରଚାର କର । ଅବଶ୍ୟ, ତମେ ଏହିସବୁ ଭଲ ଶଦ୍ଦରେ କହିବା ଉଚିତ୍, ଉତ୍ତେଜିତ କର ନାହିଁ । କିନ୍ତୁ ଯେ କେହି କୃଷ୍ଣଙ୍କୁ ଜଗଦ-ଗୁରୁ ମାନେ ନାହିଁ ଏବଂ ତାଙ୍କ ଶିକ୍ଷା ଗ୍ରହଣ କରେ ନାହିଁ, ସେ ଏକ ଦୁର୍ଜନ ଅଟେ । ଯେପରି ଜଗନ୍ନାଥ ପୁରୀରେ ଏହି ମୂଢ଼ । ସେ କୁହନ୍ତି ଯେ "ତୁମେ ପରବର୍ତ୍ତୀ ଜନ୍ମ ନିଅ । ତାପରେ ତୁମେ କରି..." ସେହି ମୂଢ଼ା, ତାକୁ ଦୁର୍ଜନ ଭାବ । କାରଣ? ସେ ଜଗଦ-ଗୁରୁ ଅଟନ୍ତି; ସେ ମଧ୍ୟ କହେ, "ମୁଁ ଜଗଦ-ଗୁରୁ ଅଟେ । " କିନ୍ତୁ ସେ ଜଗଦ-ଗୁରୁ ନୁହେଁ । ଏପରିକି ସେ ଦେଖି ନାହିଁ ଜଗତ କ'ଣ । ସେ ଏକ ବେଙ୍ଗ ଅଟେ । ଏବଂ ସେ ଜଗଦ-ଗୁରୁ ହେବାର ଦାବୀ କରେ । ତେଣୁ ସେ ହେଉଛି ମୂଢ଼ା । କୃଷ୍ଣ କୁହନ୍ତି । ସେ ହେଉଛି ମୂଢ଼ା କାରଣ ସେ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଶିକ୍ଷା ଗ୍ରହଣ କରେ ନାହିଁ ।