OR/Prabhupada 0083 - ହରେ କୃଷ୍ଣ ଜପ କର ତେବେ ସବୁକିଛି ଆସିବ

Revision as of 05:13, 5 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0083 - in all Languages Category:OR-Quotes - 1969 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 7.9.11-13 -- Hawaii, March 24, 1969

ତେଣୁ ପ୍ରହଲ୍ଲାଦ ମାହାରାଜା କୁହଁନ୍ତି - ଆମେ ପୂର୍ବରୁ ଏହା ଆଲୋଚନା କରିସାରିଛୁ - ଯେ ଏହା ପାଇଁ କୌଣସି ଯୋଗ୍ୟତାର ଆବଶ୍ୟକତା ନାହିଁ । ଭଗବାନଙ୍କୁ ଶାନ୍ତ, ପ୍ରସନ୍ନ, ସନ୍ତୁଷ୍ଟ କରିବା ପାଇଁ କୌଣସି ଯୋଗ୍ୟତାର ଆବଶ୍ୟକତା ନାହିଁ । ଓଃ, ତୁମେ ବିଶ୍ଵବିଦ୍ୟାଳୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ମଧ୍ୟ ଜରୁରୀ ନୁହେଁ, କିମ୍ଵା ତୁମକୁ ରକିଫେଲର କିମ୍ଵା ଫର୍ଡ ପରି ଏକ ଧନୀ ବ୍ୟକ୍ତି ହେବାକୁ ପଡ଼ିବ, କିମ୍ଵା ତୁମକୁ ଏହା କିମ୍ଵା ତାହା ହେବାକୁ ପଡ଼ିବ...କୌଣସି ସର୍ତ୍ତ ନାହିଁ । ଅହେୟତୁକି ଅପ୍ରତିହତା । ଯଦି ତୁମେ କୃଷ୍ଣଙ୍କୁ ପ୍ରେମ କରିବାକୁ ଚାହୁଁଛ, ତେବେ କୌଣସି ପ୍ରତିବନ୍ଧ ନାହିଁ । ସେଥିରେ କୌଣସି ପ୍ରତିବନ୍ଧ ନାହିଁ । ରାସ୍ତା ଖୋଲା ଅଛି । ତୁମକୁ କେବଳ ଗମ୍ଭୀର ହେବାକୁ ପଡ଼ିବ । ବାସ୍ । ତେବେ କୃଷ୍ଣ ରାସ୍ତା ଖୋଲିଦେବେ । ଏବଂ ଯଦି ଗମ୍ଭିରତା ନାହିଁ, ତେବେ କୃଷ୍ଣଙ୍କର ମାୟା ତ ଅଛି । ସେ ସର୍ବଦା, ମାୟା ସର୍ବଦା ଅସୁବିଧାରେ ପକାଇବ: "ଏହା ନୁହେଁ, ଏହା ନୁହେଁ, ଏହା ନୁହେଁ ।" ତେଣୁ ପ୍ରହଲ୍ଲାଦ ମାହାରାଜା ସୁନିଶ୍ଚିନ୍ତ କରିଲେ ଯେ "ଯଦିଓ ମୁଁ ଏକ ବାଳକ ଅଟେ, ମୋ ପାଖରେ କୌଣସି ଶିକ୍ଷା ନାହିଁ, ମୋ ପାଖରେ ବେଦର କୌଣସି ଜ୍ଞାନ ନାହିଁ, ଏବଂ ମୋର ଜନ୍ମ ଏକ ନାସ୍ତିକ ପିତା, ନୀଚ ଜାତିରେ, ଏତେ ଖରାପ ଗୁଣ... ତେଣୁ ଭଗବାନ ଧର୍ମନିଷ୍ଠ ବୁଦ୍ଧିଜୀବିମାନଙ୍କ ଦ୍ଵାରା ପୂଜା ପାଆନ୍ତି, ବୈଦିକ ମନ୍ତ୍ର ଅର୍ପଣ, ଏବଂ ବ୍ରାହ୍ମଣ, ଅତ୍ୟଧିକ ସୂରୂଚି ସଂପନ୍ନ । ତେଣୁ ମୋର ଏପରି କୌଣସି ଯୋଗ୍ୟତା ନାହିଁ । କିନ୍ତୁ ତଥାପି, ଏହି ସମସ୍ତ ଦେବତାମାନେ ଯିଏ ଉଚ୍ଚ ପଦବୀରେ ଅଛନ୍ତି, ସେମାନେ ମୋତେ ଅନୁରୋଧ କରିଲେ । ତାହା ମାନେ ଭଗବାନ ମୋ ଦ୍ଵାରା ମଧ୍ୟ ଶାନ୍ତ ହୋଇପାରିବେ । ଅନ୍ୟଥା କିପରି ସେମାନେ ସୁପାରିସ୍ କରିଥାନ୍ତେ? ତେଣୁ ଯାହା କିଛି ଯୋଗ୍ୟତା ମୁଁ ପାଇଛି, ଯାହା କିଛି ବୁଦ୍ଧି ମୁଁ ପାଇଛି, ମୁଁ ସବୁକିଛି କୃଷ୍ଣଙ୍କୁ ସମର୍ପିତ କରୁଛି । ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଏପରି ଅଟେ, ଯେ ଯାହା କିଛି ଯୋଗ୍ୟତା ତୁମର ଅଛି, ତାହା ଯଥେଷ୍ଟ ଅଟେ । ତୁମେ ସେହି ଯୋଗ୍ୟତାରୁ ଆରମ୍ଭ କର । ତୁମେ ତୁମ ଯୋଗ୍ୟତା ହିସାବରେ କୃଷ୍ଣଙ୍କର ସେବା କରିବାକୁ ଚେଷ୍ଟା କର । କାରଣ ପ୍ରକୃତ ଯୋଗ୍ୟତା - ତୁମର ସେବା ଭାବ । ତାହା ପ୍ରକୃତ ଯୋଗ୍ୟତା ଅଟେ । ତେଣୁ ତୁମେ ସେହି ଭାବକୁ ବିକସିତ କର, ତୁମର ବାହ୍ୟ ଯୋଗ୍ୟତା, ସୁନ୍ଦରତା, ଧନ, ଜ୍ଞାନ, ଏହା, ତାହା ନୁହେଁ । ଏହି ଜିନିଷଗୁଡ଼ିକର କୌଣସି ମୂଲ୍ୟ ନାହିଁ । ସେମାନେ ମୂଲ୍ୟବାନ ହେବେ ଯେତେବେଳେ କୃଷ୍ଣଙ୍କର ସେବାରେ ଲାଗିବେ । ଯଦି ତୁମେ ଏକ ବହୁତ ଧନୀ ବ୍ୟକ୍ତି ଅଟ, ଯଦି ତୁମେ ତୁମର ଧନ କୃଷ୍ଣଙ୍କର ସେବାରେ ନିୟୋଜିତ କର... ତେବେ ତାହା ଠିକ୍ ଅଛି । କିନ୍ତୁ ତୁମକୁ ଧନୀ ହେବାକୁ ପଡ଼ିବ ତାହର କୌଣସି ଆବଶ୍ୟକତା ନାହିଁ । ତାପରେ ତୁମେ କୃଷ୍ଣଙ୍କୁ ସେବା କରିପାରିବ ।

ତେଣୁ ପ୍ରହଲ୍ଲାଦ ମାହାରାଜା କୁହନ୍ତି, ନୀଚୋ ଅଜୟା ଗୁଣା - ବିସର୍ଗଂ ଅନୁପ୍ରବିଶ୍ଠଃ ପୂଯେତ ଯେନ ପୁମାନ ଅନୁବର୍ନିତେନ । ବର୍ତ୍ତମାନ, ଜଣେ ପ୍ରଶ୍ନ କରିପାରେ ଯେ ପ୍ରହଲ୍ଲାଦ ଏକ ଅଶୁଦ୍ଧ ପିତା ଠାରୁ ଜନ୍ମ । ଏହା ଏକ ଯୁକ୍ତି ଅଟେ । ପ୍ରହଲ୍ଲାଦ ଅଶୁଦ୍ଧ ନୁହଁନ୍ତି, କିନ୍ତୁ ଯୁକ୍ତି ପାଇଁ, ଏକ ନୀଚ ପିତା, କିମ୍ଵା ନୀଚ ପରିବାରରେ ଜନ୍ମ, କିମ୍ଵା ଜଣେ, ବହୁତ କିଛି କହିପାରେ । କିନ୍ତୁ ପ୍ରହଲ୍ଲାଦ ମାହାରାଜା କୁହନ୍ତି ଯେ "ଯଦି ମୁଁ ପ୍ରାରମ୍ଭ କରେ, କେବଳ ଭଗବାନଙ୍କର ଗୌରବ ଗାନ କରିବା, ତେବେ ମୁଁ ଶୁଦ୍ଧ ହୋଇଯିବି । ଯଦି ମୁଁ ଜପ କରେ ଶୁଦ୍ଧତା...ଏହି ହରେ କୃଷ୍ଣ ମନ୍ତ୍ର ଶୁଦ୍ଧ ହେବାର ପ୍ରକ୍ରିୟା ଅଟେ । ଏହା ନୁହେଁ ଯେ ମୋତେ ଅନ୍ୟ କୌଣସି ମାଧ୍ୟମରେ ଶୁଦ୍ଧ ହେବାକୁ ହେବ ଏବଂ ତାପରେ ହରେ କୃଷ୍ଣ ମନ୍ତ୍ରର ଜପ କରିବାକୁ ହେବ । ନା । ତୁମେ ଜପ କରିବା ଆରମ୍ଭ କର । ତେବେ ଏହା ଶୁଦ୍ଧ ହେବ । ତୁମେ ଶୁଦ୍ଧ ହେବ । ଜପ କରିବା ଆରମ୍ଭ କର । କୌଣସି ଭି ସ୍ଥିତିରେ ତୁମେ ଥାଅ, ତାହା ଫରକ ପଡ଼େ ନାହିଁ । ପ୍ରକୃତରେ ମୁଁ ଆରମ୍ଭ କରିଲି, ଏହି କୃଷ୍ଣ ଚେତନା ଆନ୍ଦୋଳନର - ଏହା ନୁହେଁ ଯେ ସେମାନେ ମୋ ପଖକୁ ଶୁଦ୍ଧ ସ୍ଥିତିରେ ଆସୁଥିଲେ । ଆମେ, ତୁମେ ସମସ୍ତେ, ଜାଣିଛ, ଯେ ଯେଉଁମାନେ ମୋ ପାଖକୁ ଆସୁଥିଲେ, ସେମାନେ, ସେମାନଙ୍କୁ ପିଲାଦିନୁ ପ୍ରଶିକ୍ଷିତ କରାଯାଇଛି... ଭାରତୀୟ ସ୍ତର ଅନୁସାରେ, ସେମାନଙ୍କୁ ସ୍ଵଚ୍ଛତାର ନିୟମ ଜଣା ନାହିଁ । ଶୁଦ୍ଧତାର ପ୍ରଶ୍ନ କ'ଣ? ତୁମେ ବୁଝିପାରୁଛ । ଭାରତରେ ଏହି ପ୍ରଣାଳୀ ପିଲାଦିନୁ ଥାଏ, ଏକ ଶିଶୁକୁ ପ୍ରାତଃକାଳରେ ସ୍ନାନ କରିବା, ଦାନ୍ତ ଘଷିବା ଶିକ୍ଷା ଦିଆଯାଏ । ହଁ । ମୋର ମନେ ଅଛ, ଯେତେବେଳେ ମୋର ଦ୍ଵିତୀୟ ପୁତ୍ର ଚାରି ବର୍ଷର ହୋଇଥିଲା, ତେଣୁ ଜଳଖିଆ ଖାଇବା ପୂର୍ବରୁ, ମୁଁ ତାକୁ ପଚାରୁଥିଲି, "ମୋତେ ତୁମର ଦାନ୍ତ ଦେଖାଅ ।" ତେଣୁ ସେ ଦେଖଉଥିଲା..., "ହଁ ।" "ଠିକ୍ ଅଛି, ତୁମେ ତୁମର ଦାନ୍ତ ସଫା କରିଛ । ଠିକ୍ ଅଛି । ତେବେ ତୁମେ ଜଳଖିଆ ଖାଇପାରିବ ।" ତେଣୁ ଏହି ପ୍ରଶିକ୍ଷଣ ଥିଲା । କିନ୍ତୁ ଏଠାରେ, ଏହି ଦେଶରେ, ପ୍ରଶିକ୍ଷଣ... ଅବଶ୍ୟ, କିଛି ଜାଗାରେ ଅଛି, କିନ୍ତୁ ଦୃଢ଼ ଭାବରେ ନାହିଁ । ତେଣୁ ତାହା ଫରକ ପଡ଼େ ନାହିଁ । ହରେ କୃଷ୍ଣ ଜପ କର । ହରେ କୃଷ୍ଣ ଆରମ୍ଭ କର । ତେବେ ସବୁକିଛି ଆସିବ । ତେବେ ସବୁକିଛି ଆସିବ ।